1 ପାର୍ମେଶ୍ୱାର୍ ନୁହୁଁକେ ଓଡ଼ୋଃ ଆୟାଃଲଃ ଜାହାଜ୍ରେ ତାଇକାନ୍ ଆସୁଲ୍ ଜାଁତୁକକେ କାଏ ରିଡ଼ିଙ୍ଗ୍ କେଦ୍କଆ, ଏନ୍ତେ ପୁରାଃଗି ହୟ କୁଲ୍କେଦାଏ, ଓଡ଼ୋଃ ଦାଆଃ ଆଞ୍ଜେଦ୍ୟାନା। 2 ମାରାଙ୍ଗ୍ ଦରେୟାଏତେ ଲିଙ୍ଗିୟଃତାନ୍ ଦାଆଃ ଓଡ଼ୋଃ ସିର୍ମାଏତେ ଗାମା ଦାଆଃରେୟାଃ ଦୁଆର୍ ହାଣ୍ଡେଦ୍ୟାନା, ଏନ୍ତେ ରିମିଲ୍ଏତେ ଗାମାଦାଆଃ ଥାବର୍ୟାନା। 3 ଏନ୍ତେ ୧୫୦ ହୁଲାଙ୍ଗ୍ରେୟାଃ ଟୁଣ୍ଡୁରେ ଅତେରେୟାଃ ଦାଆଃ ମାଡ଼ି ମାଡ଼ିତେ ଆଞ୍ଜେଦ୍ ଏଟେଦ୍ୟାନା। 4 ଏନ୍ତାୟମ୍ତେ ଏୟା ମାହିଁନାରାଃ ଗେଲେୟା ହୁଲାଙ୍ଗ୍ରେ ଆରାରାଟ୍ ନୁତୁମ୍ ବୁରୁ ଚେତାନ୍ରେ ଦାଆଃ ଜାହାଜ୍ ତିଙ୍ଗୁୟାନା। 5 ନେ'ଲେକାତେ ଗେଲ୍ ମାହିଁନା ଜାକେଦ୍ ଦାଆଃ ମାଡ଼ି ମାଡ଼ିତେ ଆଞ୍ଜେଦ୍ୟାନା, ଓଡ଼ୋଃ ଗେଲ୍ ମାହିଁନାରେୟାଃ ପାହିଲା ହୁଲାଙ୍ଗ୍ ବୁରୁରାଃ ଚୁଟିକ ନେଲ୍ୟାନା।
6 ଏନ୍ତେ ନୁହୁଁ ବାର୍ହିସି ତାୟମ୍ତେ ଦାଆଃ ଜାହାଜ୍ରେୟାଃ ଖିଡ଼୍କିକେ ନିଜ୍କେଦାଏ, 7 ଓଡ଼ୋଃ ମିଆଦ୍ କାଉଆକେ ଆଫିର୍କିୟା। ଏନ୍ତେ ଏନ୍ କାଉଆ ଦାଆଃ ପୁରା ଆଞ୍ଜେଦ୍ ଜାକେଦ୍ ନେତେହେନ୍ତେ ଆଫିର୍ ତାଇକେନାଏ। 8 ଆଡଃଗି ନୁହୁଁ ଅତେରେୟାଃ ଦାଆଃ ଆଞ୍ଜେଦ୍ୟାନା ଚି କାହା ଏନା ସାରି ନାଗେନ୍ତେ ମିଆଦ୍ ଦୁଦୁମୁଲ୍କେ କୁଲ୍କିୟା, 9 ମେନ୍ଦ ଅତେରେ ଚାରିଓସାଃ ଦାଆଃ ତାଇକେନ୍ ହରାତେ ଦୁଦୁମୁଲ୍ ଆୟାଃ କାଟାକେ ଦହନାଙ୍ଗ୍ ଠାୟାଦ୍ କାଏ ନାମ୍କେଦା, ଏନାତେ ଇନିଃ ଦାଆଃ ଜାହାଜ୍ ହେପାଦ୍ତେ ରୁହାଡ଼୍ୟାନା, ଏନ୍ତେ ନୁହୁଁ ଆୟାଃ ତିଃଇ ଜିଲିଙ୍ଗ୍କେଦ୍ତେ ଦୁଦୁମୁଲ୍କେ ଦାଆଃ ଜାହାଜ୍ ଭିତାର୍ତେ ଇଦିକିୟା। 10 ଏୟା ହୁଲାଙ୍ଗ୍ ଜାକେଦ୍ ତାଙ୍ଗିକେଦାଏ ଏନ୍ତେ ଦୁଦୁମୁଲ୍କେ ଆଡଃମିସା ଆଫିର୍କିୟାଏ। 11 ଏନ୍ତେ ସିଙ୍ଗିହାସୁର୍ ଇମ୍ତା ଦୁଦୁମୁଲ୍ ରୁହାଡ଼୍ୟାନାଏ, ଓଡ଼ୋଃ ଇନିୟାଃ ଠର୍ରେ ଅଲିଭ୍ ଦାରୁରେୟାଃ ହାରିୟାର୍ ସାକାମ୍ ମିଆଦ୍ ତାଇକେନା, ଏନ୍ତେ ନୁହୁଁ ସାରିକେଦାଏ ଯେ ଅତେହେତେ ଦାଆଃ ଆଞ୍ଜେଦ୍କାନା। 12 ଓଡ଼ୋଃ ଏୟା ମାହା ତାୟମ୍ତେ ଏନ୍ ଦୁଦୁମୁଲ୍କେ ଆଡଃଗି ଆଫିର୍କିୟାଃ, ଏନ୍ତେ ଇନିଃ ଓଡ଼ୋଃ ଜାହାଜ୍ତେ କାଏ ରୁହାଡ଼୍ୟାନା।
13 ନୁହୁଁରାଃ ୬୦୧ ବାରାଷ୍ ହବାଅଃତାନ୍ ତାଇକେନ୍ ଇମ୍ତା, ପାହିଲା ମାହିଁନାରାଃ ପାହିଲା ହୁଲାଙ୍ଗ୍ରେ ଅତେହେତେ ଦାଆଃ ଆଞ୍ଜେଦ୍ କେଦ୍ତେ ରହଡ଼୍ୟାନା, ଇମ୍ତା ନୁହୁଁ ଜାହାଜ୍ରେୟାଃ ଦୁହାର୍କେ ନିଜ୍କେଦ୍ତେ ନେଲ୍କେଦାଏ, ଅତେଦ ରହଡ଼୍କାନା। 14 ଏନ୍ତେ ବାର୍ ମାହିଁନାରାଃ ହିସି ଏୟା ହୁଲାଙ୍ଗ୍ରେ ଅତେ ପୁରା ରହଡ଼୍ୟାନା।
15 ଏନ୍ତେ ପାର୍ମେଶ୍ୱାର୍ ନୁହୁଁକେ କାଜିକିୟା, 16 "ଆମ୍ ଆମାଃ କୁଡ଼ି, ଆମାଃ ହନ୍କଲଃ ଓଡ଼ୋଃ କିମିନ୍କଲଃ ଦାଆଃ ଜାହାଜ୍ଏତେ ଅଡଙ୍ଗ୍ଅଃପେ। 17 ଆମାଃଲଃ ସବେନ୍ ଜାଁତୁ, ଚେଣେଁ, ଅତେରେ ରେଙ୍ଗାଅଃତାନ୍ ଜାଁତୁକ ଅଡଙ୍ଗ୍ଅଃପେ ଓଡ଼ୋଃ ଅତେରେ ପୁରାଃଗି ପସାଇଦିଅଃତାନ୍ଲଃ ପେରେଜଃପେ।" 18 ଏନ୍ତେ ନୁହୁଁ ଆୟାଃ କୁଡ଼ିଲଃ, ହନ୍କଲଃ ଓଡ଼ୋଃ କିମିନ୍କଲଃ ଦାଆଃ ଜାହାଜ୍ଏତେ ଅଡଙ୍ଗ୍ୟାନା। 19 ସବେନ୍ ରାକାମ୍ରେନ୍ ଜାଁତୁ, ଚେଣେଁକ, ଅତେରେନ୍ ରେଙ୍ଗାଅଃତାନ୍ ଜାଁତୁକ ଦାଆଃ ଜାହାଜ୍ଏତେ ଆପ୍ନାଃ ଝୁଣ୍ଡ୍ଏତେ ବାହାରି ଅଡଙ୍ଗ୍ୟାନାକ।
20 ଏନ୍ତେ ନୁହୁଁ ପ୍ରାଭୁ ନାଗେନ୍ତେ ମିଆଁଦ୍ ବେଦି ବାଇକେଦାଏ ଓଡ଼ୋଃ ଏନ୍ ବେଦି ଚେତାନ୍ରେ ସବେନ୍ ରାକାମ୍ରେନ୍ ଫାର୍ଚି ଜାଁତୁ ଓଡ଼ୋଃ ଚେଣେଁକକେ ଉରୁବ୍ଦାଣେଁ ରାକାବ୍ କେଦ୍କଆଏ। 21 ଏନ୍ତେ ପ୍ରାଭୁ ଏନ୍ ଦାଣେଁରାକାବ୍ ବୁଗିନ୍ ସହାନ୍କେ ସୁକୁୟାନା ଓଡ଼ୋଃ କାଜିକେଦାଏ, "ଆଇଙ୍ଗ୍ ମାନୱାରାଃ କାମି ହରାତେ ଅତେକେ ଚିଉଲାହ କାଇଙ୍ଗ୍ ସାର୍ପାଅୟା, ହବାସାକାଅଃଆ ମାନୱାରାଃ ଉଡ଼ୁଃ ଓଡ଼ୋଃ ସାନାଙ୍ଗ୍କ ଏତ୍କାନାଃ ହବାଅଃରେହ ଆଇଙ୍ଗ୍ ସିଦା ଜିୟନ୍କାଦ୍ ତାଇକେନ୍ ଲେକା, ଆଡଃମିସା ଚିଉଲାହ ସବେନ୍ ଜୀନିଦ୍ ମେନାଃ ତେୟାଃକେ କାଇଙ୍ଗ୍ ଜିଅନେଆ। 22 ଅତେ ତାଇନଃ ଜାକେଦ୍, ହେରଃ, ଇରଃ, ରେହାଡ଼୍, ଲଲ, ସିତୁଙ୍ଗ୍, ରାବାଙ୍ଗ୍, ନିଦା ଓଡ଼ୋଃ ସିଙ୍ଗି ନେ ସବେନାଃ ଚିଉଲାହ କା ଟୁଣ୍ଡୁଃଆ।"