16 "ପ୍ରାଭୁ କାଜିତାନାଏ, ଆଇଙ୍ଗ୍ ଆପ୍ନାଃ ନୁତୁମ୍ତେ କିରିୟାତାନାଇଙ୍ଗ୍ ଯେ, ଆଇଙ୍ଗ୍ ଆମ୍କେ ପୁରାଃତେ ଆଶିଷ୍ମେୟାଇଙ୍ଗ୍। ଚିଆଃଚି ଆମ୍ ଆମାଃ ହନ୍ମେକଡ଼ା, ଆମାଃ ମୁତ୍କୁଲ୍ ହନ୍କେ ଏମ୍ ନାଙ୍ଗ୍ କାମ୍ ହିଚ୍କିଚାଅୟାନା। 17 ଆମାଃ ନେ କାମି ହରାତେ ଆଇଙ୍ଗ୍ ଆପ୍ନାଃ ନୁତୁମ୍ତେ କିରିୟାତାନ୍ଲଃ କାଜିତାନାଇଙ୍ଗ୍, ଆଇଙ୍ଗ୍ ସାର୍ତିଗି ଆମ୍କେଇଙ୍ଗ୍ ଆଶିଷ୍ମେୟାଁ। ଆଇଙ୍ଗ୍ ଆମାଃ କିଲିକକେ ସିର୍ମାରେନ୍ ଇପିଲ୍ ଓଡ଼ୋଃ ଦରେୟାରେନ୍ ଗିତିଲ୍ ଲେକା ପୁରାଃଗିଇଙ୍ଗ୍ ପସାକଆ। ଆମାଃ କିଲିକ ବାଇରିକଆଃ ସବେନ୍ ନାଗାର୍ ଆକ୍ତେୟାର୍ ରିକାୟାକ। 18 ଓଡ଼ୋଃ ଅତେରେନ୍ ସବେନ୍ ମାନୱାକ ଆମାଃ କିଲିକ ହରାତେ ଆଶିଷ୍କ ନାମେୟା। ଚିୟାଃଚି ଆମ୍ ଆଇଁୟାଃ କାଜିଲେକାତେ କାମିମ୍ ରିକାକାଦା।"