ଇସାକ୍ ଗେରାର୍ରେ ତାଇନ୍ୟାନା
1 ଆବ୍ରାହାମ୍ଆଃ ଦିପିଲିରେ ସିଦା ଚିଲ୍କା ରିଙ୍ଗା ହବାକାନ୍ ତାଇକେନା, ଏନ୍ଲେକାଗି ଇସାକ୍ଆଃ ଦିପିଲିରେହ ରିଙ୍ଗା ହବାୟାନା। ଏନାମେନ୍ତେ ଇସାକ୍ ଗେରାର୍ ଦିଶୁମ୍ରେନ୍ ପାଲେଷ୍ଟାଇନ୍ ହଡ଼କଆଃ ରାଜା ଅବିମେଲେକ୍ତାଃତେ ସେନଃୟାନା। 2 ପ୍ରାଭୁ ଇସାକ୍କେ ଦାର୍ଶାନ୍ ଏମ୍କେଦ୍ତେ କାଜିକାଇ ତାଇକେନା, "ଆମ୍ ମିସାର୍ ଦିଶୁମ୍ତେ ଆଲମ୍ ସେନାଃ, ଆଇଙ୍ଗ୍ ଅକ ଦିଶୁମ୍ରେ ତାଇନଃ ନାଙ୍ଗ୍ କାଜିମାଇଙ୍ଗ୍, ଏନ୍ ଦିଶୁମ୍ତେ ସେନଃମେ ଓଡ଼ୋଃ ଏନ୍ତାଃରେ ତାଇନ୍ମେ। 3 ଆମ୍ ହୁଡିଙ୍ଗ୍ ଦିପିଲି ନାଙ୍ଗ୍ ନେ ଦିଶୁମ୍ରେଗି ତାଇନ୍ମେ, ଆଇଙ୍ଗ୍ ଆମାଃଲଃ ତାଇକେଦ୍ତେ ଆମ୍କେ ଆଶିଷ୍ମେୟାଁଇଙ୍ଗ୍। ଚିଆଃଚି ଆଇଙ୍ଗ୍ ଆମ୍କେ ଓଡ଼ୋଃ ଆମାଃ କିଲିକକେ ନେ ସବେନ୍ ଦିଶୁମ୍ ଏମାକଆଇଙ୍ଗ୍ ଓଡ଼ୋଃ ଆମାଃ ଆପୁ ଆବ୍ରାହାମ୍ତାଃରେ କିରିୟାକାଦ୍ତେୟାଃ ପୁରାଏୟାଇଙ୍ଗ୍। 4 ଆଇଙ୍ଗ୍ ସିର୍ମାରେନ୍ ଇପିଲ୍କ ଲେକା ଆମାଃ କିଲିକଇଙ୍ଗ୍ ପସାକଆ ଓଡ଼ୋଃ ଇନ୍କୁକେ ନେ ସବେନ୍ ଦିଶୁମ୍ ଏମାକଆଇଙ୍ଗ୍। ଆମାଃ କିଲିକଆଃ ହରାତେ ଅତେରେନ୍ ସବେନ୍ ହଡ଼କ ଆଶିଷ୍କ ନାମେୟା। 5 ଆଇଙ୍ଗ୍ ଆମ୍କେ ଆଶିଷ୍ମେୟାଁଇଙ୍ଗ୍, ଚିଆଃଚି ଆବ୍ରାହାମ୍ ଆଇଁୟାଃ କାଜି ଆୟୁମ୍କେଦ୍ତେ ଆଇଁୟାଃ ଆନ୍ଚୁ ଓଡ଼ୋଃ ନିୟାମ୍ ମାନାତିଙ୍ଗ୍କାଦାଏ।"
6 ଏନାତେ ଇସାକ୍ ଗେରାର୍ରେ ତାଇନ୍ୟାନା। 7 ଏନ୍ ଠାୟାଦ୍ରେନ୍ ହଡ଼କ ଇସାକ୍ରାଃ କୁଡ଼ି ରିବ୍କା ବିଷାଏରେ କୁଲି ତାଇକେନାକ ଇମ୍ତା ଇସାକ୍ କାଜିକ ତାଇକେନାଏ, "ଇନିଃ ଆଇଁୟାଃ ମିଶି ତାନିଃ।" ଇସାକ୍ ରିବ୍କାକେ ଆଇଁୟାଃ କୁଡ଼ି ତାନିଃ ମେନ୍ତେ କାଜି ନାଙ୍ଗ୍ ବର ତାଇକେନାଏ। ଚିୟାଃଚି ରିବ୍କା ପୁରାଃ ସୁନ୍ଦ୍ରୀ ତାଇକେନ୍ ହରାତେ, ହବାସାକାଅଃଆ ଇନିୟାଃ ଖାତିର୍ ଏନ୍ ଠାୟାଦ୍ରେନ୍ ହଡ଼କ ଆଇଁୟାଃ ଜୀଉ ଇଦିୟାକ ମେନ୍ତେ ଇସାକ୍ ବର ତାଇକେନାଏ। 8 ଏନ୍ ଠାୟାଦ୍ରେ ପୁରାଃ ଦିପିଲି ଜାକେଦ୍ ତାଇନ୍ୟାନ୍ ତାୟମ୍ତେ, ମୁସିଙ୍ଗ୍ ହୁଲାଙ୍ଗ୍ ପାଲେଷ୍ଟାଇନ୍ ହଡ଼କଆଃ ରାଜା ଅବିମେଲେକ୍ ଖିଡ଼୍କିଏତେ ଇସାକ୍ ଓଡ଼ୋଃ ରିବ୍କାକେ ଦୁଲାଡ଼ଃତାନ୍ ନେଲ୍କେଦ୍କିନାଏ।