17 ଆରି, ପର୍ମେସର୍ ସେ ଚାର୍ଟା ବେଣ୍ଡିଆକେ ସର୍ତେ ବିଦିଆ ଆରି ଗିଆନ୍, ବୁଦି ଆରି ଚାଲାକି ଅଇବାକେ ଦେଲା, ଦାନିଏଲ୍ ବେଣ୍ଡିଆ ମନର୍ ଦର୍ସନ୍ ଆରି ସପନର୍ ଅରତ୍ କଇବା ବିସଇରେ ବୁଦିମାନ୍ ଅଇଲାଇ ।
18 ଆରି,ରାଜା ସେମନ୍କେ ତାର୍ ଲଗେ ଆନ୍ବାକେ ତିନ୍ ବରସ୍ ସମଇ ଦେଇ ରଇଲାଇ, ସେ ଦିନ୍ କେଟ୍ଲା ପଚେ, ବେଜୁ ମନର୍ ମୁକିଆ ସେମନ୍କେ ନବ୍କୁଦ୍ନିସଚର୍ ଲଗେ ଆନ୍ଲାଇ । 19 ଆରି, ରାଜା ସେମନର୍ ସଙ୍ଗେ କାତା ଅଇଲା; ଆରି, ସେମନର୍ ବିତ୍ରେ ଅନି ଦାନିଏଲ୍, ଅନାନିଅ, ମିସାଏଲ୍ ଆରି ଅସ୍ରିଅ ସେମନର୍ ପାରା କେ ଡିସତ୍ ନାଇ; ସେଟାର୍ପାଇଁ ସେମନ୍ ଆସି ରାଜାର୍ ଲଗେ କାମ୍ କର୍ବାକେ ବାଚା ଅଇଲାଇ ।