ଆରୁମ୍ ନୟ୍ଲା ଇସ୍ୱରାର୍ ଦଃର୍ସନ୍
9 ମୁୟଁ ଦଃକୁ ଦଃକୁ କଃତିଗଟ୍ ସିଙ୍ଗାସନ୍ ତାହୁନ୍ ଅୟ୍ଲି, ଦଃକ୍ଲେ, ଆରେକ୍ ବେସି ହୁର୍ବ କାଳାର୍ ବୁଡା ବଃସିରେତାର୍ ଦଃକ୍ଲେ। ତାର୍ ବଃସ୍ତର୍ କଃରାଟେଳା ହର୍ ଦଃବ୍ଳା ରିଲି ଆର୍ ତାର୍ ମୁଣ୍ଡାର୍ ବାଳ୍ ମେଣ୍ଡା ବାଳ୍ ହର୍ ଦଃବ୍ଳା ରିଲି, ତାର୍ ସିଙ୍ଗାସନ୍ ଜଃୟ୍ ଉଳା ହର୍ ଆର୍ ସିଙ୍ଗାସନାର୍ ଚଃକ୍ ସଃବୁ କଃଚ୍ତା ଜଃୟ୍ ହର୍ ରିଲି। 10 ତାର୍ ମୁୟେଁହୁଣି ଜୟିହୁଳା ବାରୟିଲି; ହଃଜାର୍ ହଃଜାର୍ ଦୁତ୍ମଃନ୍ ତାକେ ସେବାକଃଲାୟ୍,ଅୟୁତ୍ ଅୟୁତ୍ ତାର୍ ମୁୟେଁ ଟିଆ ଅୟିଲାୟ୍ ବିଚାର୍ କୁଟୁମ୍ ବଃସ୍ଲି ଆର୍ ପୁସ୍ତକ୍ମଃନ୍ କାଡ୍ଲାୟ୍।