11 ଇରଃକମ୍ ମୁଁୟ୍ ଜିରୁସାଲମେ ଗଃଲେ ଆର୍ ସେତି ତିନି ଦିନ୍ ରିଲେ। 12 ତଃବେ ରାତିବଃଳ୍ ମୁଁୟ୍ ଆର୍ ମର୍ ସଃଙ୍ଗ୍ କଃତେକ୍ ଲକ୍ ଉଟ୍ଲୁ; ଆରେକ୍, ମର୍ ଇସ୍ୱର୍ ଜିରୁସାଲେମ୍ ହାଁୟ୍ ଜାୟ୍ରି କଃରୁକେ ମର୍ ମଃନ୍ବିତ୍ରେ ଉବ୍ଜାୟ୍ରିଲା, ସେରି ମୁଁୟ୍ କାକ୍ ହେଁ ନଃକୟ୍ଲେ; ଆରେକ୍ ମୁଁୟ୍ ଜୁୟି ହସୁ ଉହ୍ରେ ଚଃଗିରିଲେ, ସେତାକ୍ ଚାଡି ବିନ୍ ହସୁ ମର୍ ସଃଙ୍ଗେ ନଃରିଲି। 13 ଆରେକ୍, ମୁଁୟ୍ ରାତି ବାରାୟ୍ ଆଟାଳ୍-ଦୁଆର୍ ଅୟ୍କଃରି ସାହ୍କୁପ୍ ଆର୍ କାତ୍ଦୁଆର୍ ହଃତେକ୍ ଗଃଲେ ଆର୍ ଜିରୁସାଲେମ୍ ବାଙ୍ଗ୍ଲା କୁଆଳ୍କଃତି ଆର୍ ତାର୍ ଜୟେ ବଃସମ୍ ଅୟ୍ରିଲା ଦୁଆର୍ ସଃବୁ ଦଃକ୍ଲେ। 14 ତାର୍ହଃଚେ ମୁଁୟ୍ ଜଃର୍ନ୍ହାଣି ଦୁଆର୍ ଆର୍ ରଃଜାର୍ କୁଣ୍ଡ୍ ହଃତେକ୍ ଗଃଲେ; ମଃତର୍ ସେତି ମୁଁୟ୍ ବଃସ୍ଲା ହସୁ ଆଗେ ଜଃଉଁକେ ଟାଣ୍ ନଃରିଲି। 15 ତଃବେ ମୁଁୟ୍ ରାତିବଃଳ୍ ଗାଡ୍କେ ଅୟି ଉହ୍ରିବାଟ୍ ଜାୟ୍ ବାରିକଃତି ଦଃକ୍ଲେ; ଆର୍ ମୁଁୟ୍ ଲେଉଟି ଆଟାଳ୍-ଦୁଆର୍ ଅୟି ବିତ୍ରେ ବାଉଳି ଆୟ୍ଲେ। 16 ମଃତର୍ ମୁଁୟ୍ କେଣେ ଗଃଲେ ଆର୍ କାୟିରି କଃଲେ, ଇରି ସାସନ୍କଃରୁମଃନ୍ ଜାଣୁ ନଃହାର୍ଲାୟ୍; ଆରେକ୍, ସେଡେବଃଳ୍ ହଃତେକ୍ ମୁଁୟ୍ ଜିଉଦିମଃନ୍କେ କି ଜାଜକ୍ମଃନ୍କେ କି ମୁଳିକାମଃନ୍କେ କି ଅଃଦିକାରି ମଃନ୍କେ କି ବିନ୍ ଲକ୍ମଃନ୍କେ ସେରି ଜାଣାୟି ନଃରିଲେ।