ଗ୍ୟାନ୍ତି ଲାବ୍
1 ଏ ନା ମାରିନ୍କୁ, ବୁବା ଅଜାକିନି ମାଟା ୱେନ୍ଡ୍ରୁ ମାରି ନେଗି ବିସାର୍ଦି ଗ୍ୟାନ୍ଦୁ ମନ୍ ସିଦୁ । 2 ଏନ୍ଦାଇର୍ରିଙ୍ଗ୍ ନାନ୍ ମିଙ୍ଗିଁ ନେଗି ସିକିୟା ସିଜିନା, ନା ସିକିୟା ବାଣାମାଟ୍ । 3 ନାନ୍ ନିଜେଦି ବୁବାଦି ମାରିନ୍ ମାର୍ହା, ମାରି, ୟାୟାଦି ଆଗ୍ଡ଼ି କଡ଼୍କିକଡ଼ ମାରି ଅରେନେ ଲାଡ୍ତିକାନ୍ ମାର୍ହା । 4 ବୁବା ନାଙ୍ଗି ସିକିୟା ସିଜି ଇର୍ହାନ୍, "ନି ମନ୍ତୁ ନା ମାଟାୱିଜୁ ଇଡ୍ଆ, ମାରି ନା ମାଟାୱିଜୁ ମାନାଆ ଆବେଟ୍ ନିନୁ ଜିନି । 5 ଗ୍ୟାନ୍ ପୟ୍ଆ, ନେଗି ବିସାର୍ ଲାବ୍ କିଆ, ଆକା ବାଣାମା; ମାରି, ନା ୱେୟୁଦି ମାଟାଦିଙ୍ଗ୍ ବାଣାମା । 6 ତାନିଙ୍ଗ୍ ଡ଼ିସ୍ମା; ଆବେଟ୍ ୱାଦ୍ ନିଙ୍ଗିଁ ଜାତୁନ୍ କିନାତ୍; ତାନିଙ୍ଗ୍ ଜିବନ୍ ନଆ, ଆବେଟ୍ ୱାଦ୍ ନିଙ୍ଗିଁ ରକିୟା କିନାତ୍ ।