ପାହିଲା ପାସ୍କା ପାରାବ୍
21 ମୁଶା ଇସ୍ରାଏଲ୍ରେନ୍ ପ୍ରାଚିନ୍କକେ କେଡ଼ାକେଦ୍ତେ କାଜିକେଦ୍କଆ, "ଆପେ ଆପେୟାଃ ନାଙ୍ଗ୍ ଆପ୍ନାଃ ଆପ୍ନାଃ କିଲି ଲେକାତେ ଗୋଟ୍ରେନ୍ ମିପିଆଦ୍ ମିଣ୍ଡିହନ୍ ଆଉକେଦ୍ତେ ପାସ୍କା ପାରାବ୍ରେୟାଃ ଦାଣେଁ ରାକାବେପେ। 22 ମିଆଁଦ୍ ଏସୋବ୍ ଝୁପା ଇଦିକେଦ୍ତେ ଥାଡ଼ିରେ ତାଇକାନ୍ ମାୟୋମ୍ରେ ତୁପୁଇପେ ଓଡ଼ୋଃ ଦୁହାର୍ ଚାଉଖାଟ୍ରେୟାଃ ବାରାନ୍ସାଃ ଓଡ଼ୋଃ ଚେତାନ୍ରେ ଜରଏପେ, ଓଡ଼ୋଃ ସେତାଃ ଜାକେଦ୍ ଆପେୟାଃ ଜେତାଏ ଅଡ଼ାଃଏତେ ଆଲପେ ଅଡଙ୍ଗ୍ଅଃପେ। 23 ଚିମ୍ତାଙ୍ଗ୍ ପ୍ରାଭୁ ମିସାର୍ରେନ୍ ହଡ଼କକେ ଗଗଏଃ ନାଗେନ୍ତେ ଇନ୍କୁଆଃ ହରାତେ ସେନା, ଇମ୍ତାଙ୍ଗ୍ ଦୁଆର୍ ଚାଉଖାଟ୍ରାଃ ବାରାନ୍ସାଃ ଓଡ଼ୋଃ ଏନାରାଃ ଚେତାନ୍ରେ ମାୟୋମ୍ ଟିପାଃକାନ୍ ନେଲେରେ, ପ୍ରାଭୁ ଏନ୍ ଦୁହାର୍ ବାଗିକେଦ୍ତେ ଆୟାର୍ତେ ସେନ୍ପାରମା। ଓଡ଼ୋଃ ଗଗଏଃ ଦୁଁତ୍କେ ଆପେୟାଃ ଅଡ଼ାଃରେ ବଲ ନାଙ୍ଗ୍ କାଏ ଆଚୁକଆ।