2 ଏନ୍ତାଃରେ ଇସ୍ରାଏଲ୍ ସାମାଜ୍ରେନ୍ ସବେନ୍ ହଡ଼କ ମୁଶା ଓଡ଼ୋଃ ହାରୁନ୍ଆଃ ବିରୁଧ୍ରେ କୁରୁମ୍ଡୁରୁମ୍ୟାନାକ। 3 ଓଡ଼ୋଃ ଇସ୍ରାଏଲ୍ ହଡ଼କ ଇନ୍କିନ୍କେ କାଜିକେଦ୍କିନାକ, "ଆଲେ ଚିମ୍ତାଙ୍ଗ୍ ମିସାର୍ ଦିଶୁମ୍ରେ ମାସ୍ ହାଣ୍ଡିଆ ହେପାଦ୍ରେ ତାଇନ୍କେଦ୍ତେ ଲାହିଦ୍ ପେରେଃ ଜମ୍ ତାଇକେନାଲେ, ଇମ୍ତା ଆଲେ ମିସାର୍ ଦିଶୁମ୍ରେ ପ୍ରାଭୁଆଃ ତିଃଇରେ ଗନଏଃ ହବାକାନ୍ତେୟାଃ ରେଦ ବୁଗିନ୍ ହବାକାନ୍ତେୟାଃ। ମେନ୍ଦ ଆବେନ୍ ଆଲେ ସବେନ୍କକେ ବିର୍ରେ ରେଙ୍ଗେଃତେ ଗଏଃ ନାଙ୍ଗ୍ ଅଡଙ୍ଗ୍ ଆଉକାଦ୍ଲେୟାବେନ୍।"