5 ଫାରୋ ରାଜାରାଃ ହନ୍ତେକୁଡ଼ି ଉମିନ୍ ନାଙ୍ଗ୍ ନିଲ୍ ନାହିଁତେ ସେନ୍କେନା ଓଡ଼ୋଃ ଆୟାଃ କାମ୍ଡ଼ି କୁଡ଼ିକ ନାହିଁ ଗେନାରେ ସେନ୍ବାଡ଼ା ତାଇକେନାକ, ଇମ୍ତାଙ୍ଗ୍ ଇନ୍କୁ ଏନ୍ ଖାନ୍ଚିକେ ଜିମ୍ତୁ ଥାଲାରେ ନେଲ୍କେଦାକ ଓଡ଼ୋଃ ଏନାକେ ଆଉ ନାଗେନ୍ତେ ଆୟାଃ ଦାସି କୁଡ଼ିକେ କୁଲ୍କିୟା।
10 ଚିମ୍ତାଙ୍ଗ୍ କଡ଼ାହନ୍ ହାରା ଦାଡ଼ିୟାନା, ଏନ୍ କୁଡ଼ି କଡ଼ାହନ୍କେ ଫାରୋରାଃ ହନ୍ତେକୁଡ଼ିକେ ଏମ୍କିୟାଏ ଓଡ଼ୋଃ ଆୟାଃ କଡ଼ାହନ୍ ହବାୟାନାଏ। ଇନିଃ କାଜିକେଦାଏ, "ଆଇଙ୍ଗ୍ ନିଃକେ ଦାଆଃଏତେ ତାହୁଇକ୍ ଅଡଙ୍ଗ୍କିୟାଇଙ୍ଗ୍, ଏନାମେନ୍ତେ ଇନିୟାଃ ନୁତୁମ୍ ହବାଅଃତାନା ମୁଶା।"