ହାଗାକକେ ଯୋଷେଫ୍ ଆୟାଃ ପାରିଚାଏ ଉଦୁବ୍
1 ଯୋଷେଫ୍ ଆୟାଃ ହେପାଦ୍ରେ ତିଙ୍ଗୁକାନ୍ ହଡ଼କଆଃ ସାମ୍ନାଙ୍ଗ୍ରେ ଆପାନ୍କେ ସାହାତିଙ୍ଗ୍ କା ଦାଡ଼ିକେଦ୍ତେ କାଉରିକେଦ୍ଲଃ କାଜିକେଦାଏ, "ସବେନ୍କକେ ଆଇଁୟାଃ ହେପାଦ୍ଏତେ ବାହାରି ଅଡଙ୍ଗ୍କପେ।" ଏନ୍ତେ ଆୟାଃ ହାଗାକ ଏସ୍କାର୍ ଏନ୍ତାଃରେ ତାଇୟାନାକ। ଯୋଷେଫ୍ ଇନ୍କୁଆଃ ସାମ୍ନାଙ୍ଗ୍ରେ ଆୟାଃ ପାରିଚାଏ ଏମ୍କେଦାଏ। 2 ଇନିଃ ନିମିନ୍ ପୁରାଃଗି କାଉରିକେଦ୍ତେ ରାଆଃକେଦାଏ ଯେ, ମିସାର୍ରେନ୍ ହଡ଼କ ଆୟୁମ୍କେଦାକ ଓଡ଼ୋଃ ଫାରୋରାଃ ଅଡ଼ାଃରେନ୍ ହଡ଼କ ହଗି ଏନ୍ ରାନାଃ ଆୟୁମ୍କେଦାକ। 3 ଯୋଷେଫ୍ ଆୟାଃ ହାଗାକକେ କାଜିକେଦ୍କଆ, "ଆଇଙ୍ଗ୍ ଯୋଷେଫ୍ ତାନିଙ୍ଗ୍। ଆଇଁୟାଃ ଆପୁଇଙ୍ଗ୍ ତିସିଙ୍ଗ୍ ଜାକେଦ୍ ଜୀନିଦ୍ ମେନାଇୟା ଚି ?" ଆୟାଃ ହାଗାକ ଆୟାଃ ସାମ୍ନାଙ୍ଗ୍ରେ ପୁରାଃଗି ବରକେଦ୍ତେ ଜେତ୍ନାଃ କାକ କାଜିରୁହାଡ଼୍ ଦାଡ଼ିୟାନା।