ମାନୱାକଆଃ ଏତ୍କାନାଃ
1 ନେ’ଲେକାତେ ଅତେରେ ହଡ଼କ ପସାଇଦିୟାନା, ଓଡ଼ୋଃ ଇନ୍କୁଆଃ କୁଡ଼ିହନ୍କ ପୁରାଃଗି ଜାନାମ୍ୟାନା। 2 ଇମ୍ତା ପାର୍ମେଶ୍ୱାର୍ଆଃ ହନ୍କ, ମାନୱାକଆଃ କୁଡ଼ିହନ୍କକେ ସୁନ୍ଦ୍ରିଗି ନେଲ୍କେଦ୍ତେ ଆପାନ୍ ଇଛା ଲେକାତେ ଆଣ୍ଦିୟାନାକ। 3 ଏନ୍ତେ ପ୍ରାଭୁ କାଜିକେଦାଏ, "ଆଇଁୟାଃ ଆତ୍ମା ମାନୱାକତାଃରେ ସବେନ୍ ଇମ୍ତା କା ତାଇନାଃ, ଚିୟାଃଚି ଇନ୍କୁ ଆକଆଃ ଏତ୍କାନ୍ ସେସେନ୍ ହରାରେ ଗଜଃ ହଡ଼୍ମ ଲେକାନ୍କ ଏସ୍କାର୍ ତାନ୍କ, ଏନାମେନ୍ତେ ଇନ୍କୁଆଃ ଜୀନିଦ୍ରେୟାଃ ଦିପିଲି ������ ବାରାଷ୍ ହବାଅଃଆ।" 4 ଏନ୍ ଦିପିଲିକରେ ଅତେରେ ପୁରାଃ ପେଡ଼େୟାନ୍ ମାପ୍ରାଙ୍ଗ୍ ହଡ଼କ ତାଇକେନା, ଓଡ଼ୋଃ ତାୟମ୍ରେ ପାର୍ମେଶ୍ୱାର୍ଆଃ ହନ୍କ ମାନୱାକଆଃ କୁଡ଼ିହନ୍କଲଃ ମିଦ୍ ହଡ଼୍ମୟାନ୍ ହରାତେ, ଇନ୍କୁଆଃ ହନ୍କ ହବାୟାନା, ଇନ୍କୁ ହଁଗି ସିଦା ଦିପିଲିରେନ୍ ନୁତୁମଃତାନ୍ ସୁର୍ବୀର୍ ହଡ଼କ ତାଇକେନା।
5 ଏନ୍ତେ ପ୍ରାଭୁ ପାର୍ମେଶ୍ୱାର୍ ନେଲ୍କେଦାଏ, ଅତେରେନ୍ ମାନୱାକଆଃ କାଜିକାମିକ ଓଡ଼ୋଃ ଉଡ଼ୁଃକ ଏତ୍କାନ୍ତେ ପେରେୟାଃକାନା। 6 ଏନାମେନ୍ତେ ପ୍ରାଭୁ ପାର୍ମେଶ୍ୱାର୍ ଅତେରେ ମାନୱାକେ ବାଇୟାକିଃ ହରାତେ ପୁରାଃଗି ଦୁକୁୟାନାଏ। 7 ଏନ୍ତେ ପ୍ରାଭୁ ପାର୍ମେଶ୍ୱାର୍ କାଜିକେଦାଏ, "ଆଇଙ୍ଗ୍ ବାଇୟାକାଇ ମାନୱାକେ ଅତେହେତେ ଓଡ଼ୋଃ ଅତେରେ ରେଙ୍ଗାଅଃତାନ୍ ଜାଁତୁକକେ ଓଡ଼ୋଃ ସବେନ୍ ଆସୁଲ୍ ଜାଁତୁକକେ, ଚେଣେଁକକେ ଜିଅନ୍କଆଇଙ୍ଗ୍, ଚିୟାଃଚି ଏନ୍ ସବେନ୍କକେ ବାଇୟାକାଦ୍କ ହରାତେ, ଆଇଙ୍ଗ୍ ମନ୍ରେ ଦୁକୁଃ ତାନାଇଙ୍ଗ୍।" 8 ମେନ୍ଦ ନୁହୁଁ ପ୍ରାଭୁଆଃ ନେପେଲ୍ରେ ସାୟାଦ୍ ନାମ୍କେଦାଏ।
ନୁହୁଁ ଓଡ଼ୋଃ ଟୁଡା ଦାଆଃ
9 ନେଆଁ ହବାଅଃତାନା ନୁହୁଁଆଃ ପାରିବାର୍ରାଃ କାଜି, ନୁହୁଁ ଏନ୍ ଦିପିଲିରେ ତାଇନ୍ତାନ୍ ହଡ଼କଆଃଏତେ ଧାର୍ମାନ୍ ଓଡ଼ୋଃ କା ଚିଟାକାନ୍ ହଡ଼ ତାଇକେନାଏ, ଓଡ଼ୋଃ ପାର୍ମେଶ୍ୱାର୍ଆଃ ଇଛାସାନାଙ୍ଗ୍ ଲେକାତେ ସେସେନ୍ ତାଇକେନାଏ।