7 ମାରି ଆୟା ଗଟ୍ନା ୱେନେକା ୱାନି ମାଲିକ୍ଦି ଆଡ଼ି ଜୋସେପ୍ଦି ମୁସୁକୁ ସୁଡ଼ୁଦେଙ୍ଗ୍ ଆସ୍ତାତ୍; ଆବେଟ୍ ୱାନିଙ୍ଗ୍ ଇର୍ହାତ୍, "ନିନୁ ନା ୱାଲେ ଡର୍ଆ ।" 8 ମାତର୍ ଜୋସେପ୍ ମାନାଏଜି ନିଜେଦି ମାଲିକ୍ଦି ଆଡ଼ିଦିଙ୍ଗ୍ ଇର୍ହାନ୍, "ସୁଡୁଆ, ଇୟା ଇଲୁଦୁ ଇନିକା ମାନାତ୍ ନା ମାଲିକ୍ ଆବେଣି ଜାତୁନୁ ଅଏନ୍, ୱାନ୍ ନା କିୟୁଦି ନିଜେଦି ୱିଜୁ ସର୍ପେକିତା ମାନାନ୍ । 9 ଇୟା ଇଲୁଦୁ ନା ମାଡ଼ାନ୍ ପେରିକାନ୍ ଏନ୍ ସିଲେନ୍; ନିନୁ ୱାନି ଆଡ଼ି, ଇୟାଉଣ୍ତିଙ୍ଗ୍ କେବଲ ନିଙ୍ଗିଁ ଡ଼ିସ୍ତିଙ୍ଗ୍ ନା ଉଣ୍ତିଙ୍ଗ୍ ମାରି ଇନିକା ମନା ସିଲେତ୍ । ଇୟାଉଣ୍ତିଙ୍ଗ୍ ନାନୁ ଏଣ୍ତେସ୍ ନିସୋ ପେରି ତାଗିଇପାଣି ମାରି ମାପୁରୁଦି ବିରୁଦ୍ତାନ୍ ପାପୁ କିଦେଙ୍ଗ୍ ଆଟ୍ନା ?" 10 ଆତିଙ୍ଗ୍ବା ଆୟା ଆଇମା ଦିନାମି ଦିନାମି ଜୋସେପ୍ତିଙ୍ଗ୍ ଇୟା ୱାଜା ଇନାତ୍; ମାତର୍ ଜୋସେପ୍ ତାନି ୱାଲେ ଡରନି ଉଣ୍ତିଙ୍ଗ୍ ବା ତାନି ଲାକୁତୁ ମାନ୍ଡ୍ରେଙ୍ଗ୍ ରାଜି ଆଏତାନ୍ ।
11 ତାନିୱେନେକା ଉନ୍ଣ୍ତ୍ରି ନାଣ୍ତିଙ୍ଗ୍ ଜୋସେପ୍ ନିଜେଦି ପାଣି ଉଣ୍ତିଙ୍ଗ୍ ଇଲୁ ଲୋଇ ସର୍ହାନ୍, ମାରି, ଇଲୁଦି ଦାସରି ଲୋଇ ଏନ୍ ଆବେନ୍ ସିଲେତାର୍ । 12 ଆଦେଙ୍ଗ୍ ୱାଦ୍ ଜୋସେପ୍ଦି ଆଙ୍ଗିଁ ଆସ୍ସି ନା ୱାଲେ ଡର୍ଆ ଇଜି ଜିକାଟାଣା କିତାତ୍; ମାତର୍ ଜୋସେପ୍ ତାନି କିୟୁଦୁ ନିଜେଦି ଆଙ୍ଗିଁ ଡ଼ିସ୍ସି ଆତ୍ରେ ଉରୁକ୍ତାନ୍ ।