Publicidade

Gênesis 42

ଜୋସେପ୍‌ଦି ଦାଦାର୍‌ ମିସରଦୁ ସନିକା

1 ମାରି ମିସର ଦେସ୍‍ତୁ ପାସି ମାନାତ୍, ଇଜି ଇୟା ମାଟା ୱେନିଜି ଜାକୁବ ମାରିନ୍‌କାଙ୍ଗ୍‌ ଇର୍ହାନ୍‌, "ମିରୁ ଏନ୍ଦାନିଙ୍ଗ୍ ମୋକମି ସୁଡ଼ିଜିସାଜିନିଦେର୍‌ ? 2 ୱାନ୍ ମାରି ଇର୍ହାନ୍‌, ସୁଡ଼ୁଦୁ ନାନୁ ୱେର୍ହା, ମିସର ଦେସ୍‍ତୁ ପାସି ମାନାତ୍; ଇଲେଇ ମିରୁ ଆବେନୁ ସାନ୍‍ଡ୍ରୁ ମା ଉଣ୍ତିଙ୍ଗ୍ ପାସି କଡ଼ଜ ତାଗାଟ୍; ଆବେଟ୍‍କୁ ମାଡୁ ସାଏଜି ଜିନିକା ।" 3 ତାନିୱେନେକା ଜୋସେପ୍‍କା ଦାସ୍‍ଲୋକୁ ଦାଦାର୍‌ ପାସି କଣ୍ତେଙ୍ଗ୍ ଇଜି ମିସର ଦେସ୍‍ତୁ ସର୍ହାର୍ । 4 ମାତର୍‌ ଜାକୁବ ଜୋସେପ୍‍ଦି ଇସ୍ରି ତୋଡ଼ାନ୍ ବିନ୍ୟାମିନ୍‍ତିଙ୍ଗ୍ ତୋଡ଼ାନ୍‍କା ୱାଲେ ଅର୍‌ସେ ପୋକ୍‌ଏତାନ୍‌; ମାତର ୱାନ୍ ଇର୍ହାନ୍‌, "ନେସ୍‍ତି ୱାନିଙ୍ଗ୍ ସନି ୱାନାତ୍ ।"

5 ନାସ୍ତିୱାଲେ ଆବେନୁ ସନି ଲୋକାଙ୍ଗ୍ ମାଡ଼ାନ୍‍କୁ ଜାକୁବଦି ମାରିସିର୍‌ ପାସି କଣି ଉଣ୍ତିଙ୍ଗ୍ ସରାର୍; ଏଣ୍ତେସ୍‌କି କିଣାନ୍ ଦେସ୍‍ତୁ ବା ଦୁର୍ବିକ୍ୟ ମାର୍ହାତ୍‌ । 6 ଆୟା ବେଡ଼ାଦୁ ଜୋସେପ୍ ଆୟା ଦେସ୍‍ତୁ ମାଲିକ୍ ଆନିଙ୍ଗ୍ ଦେସ୍‍ତି ଲୋକାଙ୍ଗ୍ ୱିଜେରିଙ୍ଗ୍ ପାସି ପୋରିଜି ମାର୍ହାନ୍‌; ଆବେଟ୍‍କୁ ଜୋସେପ୍‍ତି ଦାଦାର୍‌ ୱାଜି ୱାନିଙ୍ଗ୍ ବୁମିଦୁ ପାଡ଼୍‍ଗିଜି ମାଡ଼ିସ୍‌ କିତାର୍ । 7 ନାସ୍ତିୱାଲେ ଜୋସେପ୍ ନିଜେଦି ଦାଦାରିଙ୍ଗ୍ ସୁଡ଼ୁଜି ସିନିସ୍‍ତାନ୍, ମାତର୍‌ ୱାରି ଆଗିଡ଼ି ନେସ୍‍ଇ ଲୋକା ୱାଜା ବେବହାର୍ କିତାନ୍ ପେରିୱେୟୁଦାନ୍‌ ଇର୍ହାନ୍‌, "ମିରୁ ଏମେ ମାଡ଼ାନ୍‌କୁ ୱାତିମାନିଦେର୍ ?" ୱାର୍ ଇର୍ହାର୍, "କିଣାନ୍ ଦେସ୍‍ତାନ୍ ପାସି କଣ୍ତେଙ୍ଗ୍ ଇଜି ୱାତାମାନାପ୍ ।"

8 ମାତର୍‌ ଜୋସେପ୍ ନିଜେଦି ଦାଦାରିଙ୍ଗ୍‌ ସିନିସ୍‍ତାନ୍‌ ୱାର୍ ୱାନିଙ୍ଗ୍ ସିନିସ୍‌କିଦେଙ୍ଗ୍ ଆଟ୍‍ଏତାର୍ । 9 ଆବେଟ୍ ଜୋସେପ୍ ୱାରି ବିସୟ୍‌ତାନ୍ ଜେ ୱିଜୁ ଲବୁ ସୁଡ଼ୁତାମାରାନ୍, ଆକା ଏତ୍ କିଜି ୱାରିଙ୍ଗ୍ ୱିଜୁ ଇର୍ହାନ୍‌, "ମିରୁ ଡଙ୍ଗାର୍‍ଙ୍ଗୁ; ଦେସ୍‍ତି ସାକିସିଲିକା ପୋଇଦେଙ୍ଗ୍‌ ମିରୁ ୱାତିମାନିଦେର୍ ।"

10 ୱାର୍ ଇର୍ହାର୍, "ସିଲେ ମାଲିକ୍, ଆକା ସିଲେ, ନି ଇୟା ଦାସର୍‌ କାଦି କଣ୍ତେଙ୍ଗ୍ ୱାତାମାନାର୍‌ । 11 ମାପୁ ୱିଜେରେ ଅରେନ୍ ଲୋକୁଦି ମାରିନ୍‌କୁ, ମାପୁ ବିସ୍‍ବାସ୍ ଲୋକୁ, ମି ଇୟା ଦାସର୍‌ ଡଙ୍ଗାର୍‍ଙ୍ଗୁ ସିଲେ ।"

12 ଆବେଟ୍‌ ୱାନ୍ ୱାରିଙ୍ଗ୍ ଇର୍ହାନ୍‌, "ସିଲେ, ସିଲେ, ମିରୁ ଦେସ୍‍ତି ସାକିସିଲିକା ପୋଇଦେଙ୍ଗ୍‌ ୱାତିମାନିଦେର୍‌ ।"

13 ୱାର୍ ଇର୍ହାର୍‌, "ମି ଇୟା ଦାସର୍‌ ବାରଲୋକୁ ତୋଡ଼ାନ୍‌କୁ, କିଣାନ୍ ଦେସ୍‍ତୁ ବାସାନି ଅରେନ୍‌ ଲୋକ୍‌ତି ମାରିସିର୍‌; ମାରି ସୁଡ଼ୁଦୁ, ମା ଇସ୍ରି ତୋଡ଼ାନ୍ ବୁବା ଲାକୁତୁ ମାନାନ୍, ମାରି, ଅରେନ୍ ସିଲେନ୍ ।"

14 ଆବେଟ୍ ଜୋସେପ୍ ୱାରିଙ୍ଗ୍ ଇର୍ହାନ୍‌, "ନାନୁ ମିଙ୍ଗିଁ ଡଙ୍ଗାଁର୍‌ଙ୍ଗୁଁ ଇଜି ଏମେକା ଇର୍ହା, ମିରୁ ଆକା ନେ ସତ୍‌ ।" 15 ତାନିମାଡ଼ାନ୍ ମିଙ୍ଗିଁ ପରିକା କିନା; ନାନୁ ପାରୋ ରାଜାଦି ଦର୍‌ ଆସ୍‌ସି ପାର୍‍ମାଣ୍ କିଜିନା, ମି ଇସ୍ରି ତୋଡ଼ାନ୍ ଇବେନୁ ରେଇତିଙ୍ଗ୍, ମିରୁ ଇବେଟାନ୍ ସନ୍‌ଡ୍ରେଙ୍ଗ୍‍ ଆଟ୍‍ଇଦେର୍ । 16 ମି ଲୋଇ ଅରେନ୍‌ୱାନିଙ୍ଗ୍ ପୋକ୍‍ତୁ, ୱାନ୍ ମି ତୋଡ଼ାନ୍‌ତିଙ୍ଗ୍ ତାପିନ୍, ମିରୁ ଜଇଲ୍‌ତୁ ମାନ୍‌ଡ୍ରୁ; ମି ମାଟା ସତ୍ ନ ସିଲେ, ପରିକା ଆତିଙ୍ଗ୍ ନେସ୍‍ତେଙ୍ଗ୍ ଆନାତ୍; ଆଏତିଙ୍ଗ୍ ନାନୁ ପାରୋ ରାଜାଦି ଦର୍‌ ଆସ୍‌ସି ପାର୍‍ମାଣ୍ କିଜି ଇଜିନାପ୍‍, ମିରୁ ସତେନେ ଡଙ୍ଗାଁର୍‍ଙ୍ଗୁ । 17 ଆବେଟ୍ ଜୋସେପ୍ ୱାରିଙ୍ଗ୍ ମୁନେନ୍ ଜଇଲ୍‍ତୁ ବନ୍ଦ କିଜି ଇଟ୍‍ତାନ୍ ।

18 ମାରି ମୁନେଟି ୱେନ୍‌କା ଜୋସେପ୍ ୱାରିଙ୍ଗ୍ ଇର୍ହାନ୍‌, "ମାପୁରୁ ଉଣ୍ତିଙ୍ଗ୍ ନା ତିଲାନିକା ମାନାତ୍; ଆଦେଙ୍ଗ୍ ଇୟା ପାଣି କିଦୁ, ଆବେଟ୍‍କୁ ଜିନିଦେର୍‌ । 19 ମିରୁ ଜଦି ବିସ୍‍ବାସ୍ ଲୋକୁ, ଆର୍‌ତିଙ୍ଗ୍‌ ମି ମାଡ଼ାନ୍‌କୁ ଅରେନ୍ ତୋଡ଼ାନ୍‌ତିଙ୍ଗ୍ ଇୟା ଜଇଲ୍‍ତୁ ବନ୍ଦ କିଜି ଦୁର୍ବିକ୍ୟ ଉଣ୍ତିଙ୍ଗ୍ ଇନ୍‌ଡ୍ର ପାସି ଆସ୍‍ସ ସାନ୍‍ଡ୍ରୁ । 20 ମାତର୍‌ ମିରୁ ନିଜେଦି ଇସ୍ରି ତୋଡ଼ାନ୍‌ତିଙ୍ଗ୍ ନା ଲାକୁତୁ ତାଗାଟ୍, ଆବେଟ୍ ମି ମାଟା ସତ୍‌ ଆତିଙ୍ଗ୍, ମିରୁ ସାଇଦେରେ ।" ଆବେଟ୍ ୱାର୍ ଆୟା ୱାଜା କିତାର୍ । 21 ତାନିୱେନେକା ୱାର୍ ନିଜେ ନିଜେ ଇନ୍‍ଜି ସାତାର୍, ମାପୁ ନିଜେଦି ତୋଡ଼ାନ୍ ବିସୟ୍‌ଦୁ ସତେନେ ଦୋସି; ୱାନ୍ ମାଙ୍ଗିଁ ମାଡ଼ିସ୍‍ କିନିୱାଲେ ମାପୁ ଆକା ଜିବନ୍‍ତି ଦୁଃକ୍‌ ସୁଡ଼ୁତିଙ୍ଗ୍ ବା ଆକା ୱେନ୍‍ଏତାପ୍‌, ଆଦେଙ୍ଗ୍ ମାଙ୍ଗିଁ ଇୟା ସାନିକା ଗଟାତାମାନାତ୍‌ ।

22 ନାସ୍ତିୱାଲେ ରୁବେନ୍ ୱାରିଙ୍ଗ୍ ଇର୍ହାନ୍‌, "ମିରୁ ଆୟା କଡ଼ଦି ବିସୟ୍‌ତାନ୍ ପାପ୍ କିମାଟ୍, ଇୟା ମାଟା ନ ନାନୁ ମିଙ୍ଗିଁ ଇନ୍‍ଏ ? ଇରିଙ୍ଗ୍‌ ମିରୁ ୱେନ୍‍ଇତିଦେର୍‌; ଇୟା ଉଣ୍ତିଙ୍ଗ୍ ସୁଡ଼ୁଦୁ, ଇଲେଇ ୱାନି ନେତେର୍‍ତି ଇସାପ୍ ଅସିନାନ୍ ।" 23 ମାତର୍‌ ଜୋସେପ୍ ଜେ ୱାରି ୱାର୍‌ଗିଜିସାନିକା ବୁଜାତାନ୍, ଇକା ୱାର୍ ନେସ୍ତେଙ୍ଗ୍ ଆଟ୍‍ଏତାର୍; ଇରିଙ୍ଗ୍‌ ୱାନ୍ ରୁଣ୍ତି ବାସା ନେସ୍‌ତି ଲୋକ୍‌ତି ୱାଲେ ୱାରିଗିଜି ୱାରିୱାଲେ ୱାର୍‌ଗିତାନ୍‌; 24 ତାନିୱେନ୍‍କା ଜୋସେପ୍‌ ୱାରି ଲାକୁତୁରାନ୍‌ ଲୋଇ ସଲ୍‌ସି ଆଡ଼୍‍ବାତାନ୍; ଡ଼େସି ୱାଜି ୱାରି ୱାଲେ ୱାର୍‌ଗିସାଜି ୱାରି ମାଡ଼ାନ୍ ସିମିୟୋନତିଙ୍ଗ୍ ଆସ୍‌ସି ୱାରି ଆଗିଡ଼ି ତର୍‍ତାନ୍‌ ।

ଜୋସେପଦି ଦାଦାର୍‌ କିଣାନ୍ ଦେସ୍‌ତୁ ଡ଼େସିସନିକା

25 ଆବେଟ୍ ଜୋସେପ୍‌ ୱାରି ନକିଆଙ୍ଗ୍‌ ପାସି ପୁରାବର୍ତ୍ତି କିଜି ୱିଜେରି ବାସ୍ତେଆଙ୍ଗ୍‌ ଡାବୁଙ୍ଗୁ ସିଦେଙ୍ଗ୍ ମାରି ୱାରିଙ୍ଗ୍ ସନି କାଦି ସିଦେଙ୍ଗ୍ ଆଦେସ୍‌ ସିତାନ୍; ଆବେଟ୍ ଆୟା ୱାଜା କିତାର୍, 26 ଆବେଟ୍ ୱାର୍ ନିଜେ ନିଜେ ଗଦ ମୁସୁକୁ ପାସି ଲାଦେକିଜି ଆବେଟ୍‍ତାନ୍ ଡ଼େସି ସର୍ହାର୍‌ । 27 ମାତର୍‌ ୱାର୍‌ ନାଡ଼ା ଏମେ ବାଡିଦୁ ତେବାତାମାର୍ହାର୍‌, ଆବେ ଅରେନ୍ ଗଦଦିଙ୍ଗ୍ କାଦି ସିନି ଉଣ୍ତିଙ୍ଗ୍‌ ବାସ୍ତା କୁତ୍‍ତାନ୍, ନିଜେଦି ଡାବୁଙ୍ଗୁ ସୁଡ଼ୁତାନ୍; ଇରିଙ୍ଗ୍‌ ବାସ୍ତା ମୁସୁକୁ ଡାବୁଙ୍ଗୁ ମାର୍ହେ । 28 ଆବେଟ୍ ୱାନ୍ ତୋଡ଼ାନ୍‍କାଙ୍ଗ୍ ଇର୍ହାନ୍‌, "ନା ଡାବୁଙ୍ଗୁ ଡ଼େସି ୱାତେମାନେ, ଇନିଙ୍ଗାଁ ସୁଡ଼ୁଦୁ, ଆକା ନା ବାସ୍ତାଦୁ ମାନେ ।" ଆବେଟ୍‌ ୱାରି ଜିବନ୍‌ ଇମିତା ସର୍ହାତ୍, ମାରି ୱାର୍ ତିଲାଜି ମୋକମ୍‌ ସୁଡ଼ୁଜିସାଜି ଇର୍ହାର୍, "ମାପୁରୁ ମା ଉଣ୍ତିଙ୍ଗ୍ ଇନିନାନି ପାଣି କିତାମାନାନ୍ ?"

29 ତାନିୱେନେକା ୱାର୍ କିଣାନ୍ ଦେସ୍‍ତୁ ନିଜେଦି ବୁବା ଜାକୁବ ଲାକୁତୁ ଇଗା ସଲ୍‌ସି ନିଜେଦି ଉଣ୍ତିଙ୍ଗ୍ ଇନି ଇନିକା ଗଟାତାମାର୍ହାତ୍, ଆକା ୱିଜୁ ୱାନିଙ୍ଗ୍ ୱେର୍‍ସି ସିତାର୍, 30 "ଏମେ ଲୋକୁ ଆୟା ଦେସ୍‍ଦି ମାଲିକ୍, ୱାନ୍ ମାଙ୍ଗିଁ ଦେସ୍‍ତି ଡଙ୍ଗାର୍‍ଙ୍ଗୁ ଅଡ଼୍‌ବିଜି ଟେପର୍‌ ମାଟା ଇର୍ହାନ୍‌ ।" 31 ଆବେଟ୍ ମାପୁ ୱାନିଙ୍ଗ୍ ଇର୍ହାପ୍, ମାପୁ ବିସ୍‍ବାସ୍ ଲୋକୁ, ଡଙ୍ଗାର୍‍ଙ୍ଗୁଁ ସିଲେ । 32 ମାପୁ ବାରଲୋକ ତୋଡ଼ାନ୍‌କୁ, ୱିଜେରେ ଅରେନ୍ ବୁବାଦି ମାରିସିର୍‌; ମା ମାଡ଼ାନ୍ ଅରେନ୍ ସିଲେନ୍, ମାରି କିଣାନ୍ ଦେସ୍‍ତୁ ବୁବାଦି ଲାକୁତୁ ମାରି ଅରେନ୍ ଇସ୍ରି ତୋଡ଼ାନ୍ ମାନାନ୍ । 33 ନାସ୍ତିୱାଲେ ଦେସ୍‍ତି ମାଲିକ୍ ଆୟା ଲୋକୁ ମାଙ୍ଗିଁ ଇର୍ହାନ୍‌, ଇକା କିତିଙ୍ଗ୍ ମାପୁ ମିଙ୍ଗିଁ ବିସ୍‍ବାସ୍ ଲୋକୁ ଇଜି ବୁଜାଦେଙ୍ଗ୍ ଆଟ୍‍ନାପ୍; ମିରୁ ମି ଅରେନ୍ ତୋଡ଼ାନ୍‍ତିଙ୍ଗ୍ ମା ଲାକୁତୁ ଇଡ୍‌ଜ ମି ଇଲ୍‍ତି କାକୁର୍ତି ଉଣ୍ତିଙ୍ଗ୍‌ ପାସି ଆସ୍‍ସ ସାନ୍‍ଡ୍ରୁ । 34 ମାରି ମି ଇସ୍ରି ତୋଡ଼ାନ୍‍ତିଙ୍ଗ୍ ମା ଲାକୁତୁ ତାଗାଟ୍, ଆର୍‌ତିଙ୍ଗ୍‌ ମିରୁ ଜେ ବିସ୍‍ବାସ୍ ଲୋକୁ, ଡଙ୍ଗାଁର୍ ସିଲେ, ଇକା ବୁଜାନା; ଆବେଟ୍ ମି ତୋଡ଼ାନ୍‍ତିଙ୍ଗ୍ ମିଙ୍ଗିଁ ସର୍ପେ କିନା ସିନା, ମାରି ମିରୁ ଇୟା ଦେସ୍‍ତୁ ବେପାର୍‍ କିଦେଙ୍ଗ୍ ଆଟ୍‍ନିଦେର୍ ।

35 ତାନିୱେନେକା ୱାର୍ ବାସ୍ତେଙ୍ଗ୍ ୱାରିକା କିତାର୍, ୱିଜେରେ ନିଜେ ନିଜେ ମଣି ଲୋଇରାନ୍ ଡାବୁଙ୍ଗୁ ମଣି ପୋଇତାର୍‌ । ଆର୍‌ତିଙ୍ଗ୍‌ ଆୟା ୱିଜୁ ଡାବୁଙ୍ଗୁ ମଣି ସୁଡ଼ୁଜି, ୱାର୍ ମାରି ୱାରି ବୁବା ତିଲାତାର୍‌ । 36 ଆବେଟ୍ ୱାରି ବୁବା ଜାକୁବ ଇର୍ହାନ୍‌, "ମିରୁ ନାଙ୍ଗିଁ କଡ଼ର୍‌ ସିଲି ବୁବା କିଜିନିଦେର୍; ଜୋସେପ ସିଲେନ୍‌, ସିମିୟୋନ୍ ସିଲେନ୍‌, ମାରି ବିନ୍ୟାମିନ୍‌ତିଙ୍ଗ୍‌ ବା ଆସ୍‍ସ ଅତେଙ୍ଗ୍ ବଦାକିଜିନିଦେର୍‌, ଇୟାୱିଜୁ ନା ଉଣ୍ତିଙ୍ଗ୍‌ ଆଜିନାତ୍ ।"

37 ଆବେଟ୍ ରୁବେନ୍ ବୁବେଙ୍ଗ୍ ଇର୍ହାନ୍‌, "ନାନୁ ଜଦି ନି ଲାକୁତୁ ବିନ୍ୟାବିନ୍‌ତିଙ୍ଗ୍‌ ତେଏ, ଆର୍‌ତିଙ୍ଗ୍‌ ନିନୁ ନା ରିଏରି କଡ଼ରିଙ୍ଗ୍ ସାପିସ୍ କିନି; ନା କିୟୁଦୁ ୱାନିଙ୍ଗ୍ ସର୍ପେକିଆ; ନାନୁ ୱାନିଙ୍ଗ୍ ଡ଼େସି ନି ଲାକୁତୁ ତାନା ସିନା ।"

38 ଆବେଟ୍‌ ୱାନ୍ ଇର୍ହାନ୍‌, "ନା ମାରିନ୍‌ ମି ୱାଲେ ସଲ୍ଏନ୍, ୱାନି ସାଙ୍ଗ୍ ସାତାସରାମାନାନ୍, ୱାନ୍ ନେ କେବଲ ମାନାନ୍; ମିରୁ ଏମେ ସାରିଦୁ ସଲ୍‌ସିନିଦେର୍‌, ଆବେଟ୍‍କୁ ଇୟାୱେନିଙ୍ଗ୍ ଜଦି ଇନି ସନି ଗଟାନାତ୍, ଆର୍‌ତିଙ୍ଗ୍‌ ମିରୁ ନାଙ୍ଗିଁ ଦୁକ୍‌ତୁ ଇୟା ପାଣ୍ତିତି କୁକୁଟିଦାନ୍‌ ଦୁକିଦୁ ପୋକ୍‍ନିଦେରେ ।"

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-