1 ଇୟା ବେଡ଼ାଦୁ ବା କିଣାନ୍ ଦେସ୍ତୁ ବେସି ଦୁର୍ବିକ ମାର୍ହାତ୍ । 2 ଇୟାଉଣ୍ତିଙ୍ଗ୍ ୱାର୍ ମିସର ଦେସ୍ତାନ୍ ଏମେ ପାସି ତାତାମାର୍ହାର୍, ଆୟାକା ୱିଜୁ ୱିଜିତାତ୍ ଆକା ୱାରି ବୁବା ୱାରିଙ୍ଗ୍ ଇର୍ହାନ୍, "ମିରୁ ଡ଼େସି ସଲ୍ସ ମା ଉଣ୍ତିଙ୍ଗ୍ ଏସ ପାସି କଡ଼ଜ ତାଗାଟ୍ ।"
3 ଆବେଟ୍ ଜିହୁଦା ୱାନିଙ୍ଗ୍ ଇର୍ହାନ୍, "ଆୟା ଲୋକ୍ ପୁରା ପାର୍ମାଣ୍ କିଜି ଇର୍ହାମାନାନ୍ ମି ତୋଡ଼ାନ୍ ମି ୱାଲେ ସିଲେତିଙ୍ଗ୍, ମିରୁ ନା ମୋକମ୍ ସୁଡ଼ୁଦେଙ୍ଗ୍ ଆଟ୍ଇଦେର୍ । 4 ଇଲେଇ ଜଦି ମିରୁ ମା ତୋଡ଼ାନ୍ତିଙ୍ଗ୍ ଅର୍ସେ ପୋକନି, ଆର୍ତିଙ୍ଗ୍ ମାପୁ ମି ଉଣ୍ତିଙ୍ଗ୍ ପାସି କଣ୍ତେଙ୍ଗ୍ ସନାପ୍ । 5 ମାତର୍ ନିନୁ ଜଦି ପୋକ୍ଇ, ଆର୍ତିଙ୍ଗ୍ ମାପୁ ସଲ୍ଏପ୍; ଇରିଙ୍ଗ୍ ଆୟା ଲୋକ୍ ଇର୍ହାମାନାନ୍, ମି ତୋଡ଼ାନ୍ ମି ୱାଲେ ସିଲେତିଙ୍ଗ୍, ମିରୁ ନା ମୋକମ୍ ସୁଡ଼ୁଦେଙ୍ଗ୍ ଆଟ୍ଇଦେର୍ ।"
6 ଆବେଟ୍ ଜାକୁବ ଇର୍ହାନ୍, "ମି ମାରି ଅରେନ୍ ତୋଡ଼ାନ୍ ମାନାନ୍, ଇକା ଆୟା ଲୋକୁତିଙ୍ଗ୍ ଇଜି ନା ଉଣ୍ତିଙ୍ଗ୍ ଇୟାୱାଜା ତାଗିଇ ପାଣି ଇନ୍ଦାନିଙ୍ଗ୍ କିତିଦେର୍ ?"
7 ୱାର୍ ଇର୍ହାର୍, "ୱାନ୍ ମା ମାରି ମା ଇଲୁଦି ବିସୟ୍ ନେଗେନ୍ତାନ୍ ୱେନ୍ବାଜି ଇର୍ହାନ୍, ମି ବୁବା ନ ନେରୁସାନ୍ଦି ଜିତାମାନାନ୍ ? ମିଙ୍ଗିଁ ମାରି ତୋଡ଼ାନ୍ ମାନାନ୍ ନ ? ଆଦେଙ୍ଗ୍ ମାପୁ ଆୟା ମାଟା ଇସାବ୍ତାନ୍ ଇର୍ହାପ୍; ୱାନ୍ ଜେ ମି ତୋଡ଼ାନ୍ତିଙ୍ଗ୍ ଇବେନୁ ତାଗାଟ୍ ଇଜି ଇନାନ୍, ଇକା ମାପୁ ଏଣ୍ତେସ୍ ନେସ୍ତେଙ୍ଗ୍ ଆଟ୍ଟାପ୍ ?"
8 ଜିହୁଦା ନିଜେଦି ବୁବା ଜାକୁବଙ୍ଗ୍ ମାରି ଇର୍ହାନ୍, "ନିନୁ ଆୟା କଡ଼ଦିଙ୍ଗ୍ ନା ୱାଲେ ପୋକ୍ଆ; ମାପୁ ନିଙ୍ଗିଁଜି ସନାପ୍, ଆବେଟ୍ ମାପୁ ମାରି ନିନୁ ମାରି କଡ଼ର୍, ଆଇଲିକ୍, ୱିଜେରେ ଜିନିକା, ସାଇକା । 9 ନାନୁ ୱାନି ଦାଇ ଆତା, ନା କିୟୁଦାନ୍ ୱାନିଙ୍ଗ୍ ବୁଜାଜି ଅନି; ନାନୁ ଜଦି ୱାନିଙ୍ଗ୍ ତାସି ନି ଆଗିଡ଼ି ଇଡ୍ଏ, ଆର୍ତିଙ୍ଗ୍ ଆୟା ଦୋସ୍ ୱିଜୁ ନା ମୁସୁକୁ ରାପିତ୍ । 10 ଜଦି ମାପୁ ନିସ ସାନ୍ଦି ୱେଡ଼ା କିଏତିଙ୍ଗାଁ, ମାପୁ ରିଜା ଦେବେଙ୍ଗ୍ ମାର୍ତାପ୍ମାନ୍ଦି ।"
11 ଆବେଟ୍ ୱାରି ବୁବା ୱାରିଙ୍ଗ୍ ଇର୍ହାନ୍, "ଜଦି ଇୟାୱାଜା ଆନାତ୍, ଆର୍ତିଙ୍ଗ୍ ଉନ୍ଡ୍ରି ପାଣି କିଦୁ; ମିରୁ ନିଜେ ନିଜେ ନକିଦୁ ଇୟା ଦେସ୍ତି ନେଗି ଜିନିସ୍, ଅର୍ତାତ୍, ଦୁପୁଣି, ପୁକି, ବାସ୍ନା ଜିନିସ୍, ଗନ୍ଦରସ୍, ପିସ୍ତା କାତଲି ମାରି ବୁମିକାତଲିଙ୍ଗ୍ ଏସ ଆସ୍ସି ଆୟା ଲୋକୁତିଙ୍ଗ୍ ବେଟ୍ ଆଜି ସିଦୁ । 12 ମାରି, ନିଜେ ନିଜେ କିୟୁଦୁ ରୁଣ୍ତି ଗୁଣୁ ଡାବୁଙ୍ଗ୍ ଅତୁ ମାରି ମି ବାସ୍ତା ମୁସୁକୁ ଏମେ ଡାବୁଙ୍ଗୁ ଡ଼େସି ୱାତେମାନେ, ଆକା ବା କିୟୁଦୁ ଅସି ସାନ୍ଡ୍ରୁ; ନେସ୍ତି ଆକା ବୁଲ୍ ଆନାମାନାତ୍ । 13 ମାରି ମି ତୋଡ଼ାନ୍ ବିନ୍ୟାମିନ୍ତିଙ୍ଗ୍ ଆସ୍ସି ନିଙ୍ଗିଁଜି ଡ଼େସି ଆୟା ଲୋକା ଲାକୁତୁ ସାନ୍ଡ୍ରୁ । 14 ସର୍ବସକ୍ତିମାନ୍ ମାପୁରୁ ମିଙ୍ଗିଁ ଆୟା ଲୋକା ଲାକୁତୁ ଇୟାୱାଜା ଦୟା କିପିନ୍, ଏଣ୍ତେସ୍ ୱାନ୍ ମି ଆଇ ତୋଡ଼ାନ୍ ମାରି ବିନ୍ୟାମିନ୍ତିଙ୍ଗ୍ ଡ଼ିସ୍ସି ସିନାନ୍ । ମାତର୍ ଜଦି ନାଙ୍ଗିଁ କଡ଼ର୍ ସିଲିକାନ୍ ଆଦେଙ୍ଗ୍ ଆତିଙ୍ଗ୍ ବା, କଡ଼ର୍ ସିଲିକାନ୍ ଆନା ।"
15 ଆବେଟ୍ ୱାର୍ ଆୟା ଦାନ୍ ସିନି ଜିନିସ୍ ମାରି ରୁଣ୍ତି ଗୁଣୁ ଡାବୁଙ୍ଗୁ ମାରି ବିନ୍ୟାମିନ୍ତିଙ୍ଗ୍ ଅରେସ୍ ଅସି ସଲ୍ସି ମିସର ଦେସ୍ତୁ ଜୋସେପ୍ତି ଆଗିଡ଼ି ନିର୍ହାର୍ । 16 ନାସ୍ତିୱାଲେ ଜୋସେପ୍ ୱାରି ୱାଲେ ବିନ୍ୟାମିନ୍ତିଙ୍ଗ୍ ସୁଡ଼ୁଜି ନିଜେଦି ଇଲୁଦୁ ଦାୟିତ୍ ମାନି ଦାସ୍ତିଙ୍ଗ୍ ଇର୍ହାନ୍, "ଇୟା ଲୋକାଙ୍ଗ୍ ମା ଇଲୁତୁ ଅସି ସାଙ୍ଗ୍ଆ ମାରି କଡି କଇଜି ମାରି କାଦି ୱାର୍ଦୁ; ଇୟାକାର୍ ୱେଡ଼େ ବେଡ଼ାଦୁ ନାୱାଲେ ଉଣାର୍ ।" 17 ଆବେଟ୍ ଆୟା ଲୋକୁ ଜୋସେପ୍ତି ଆଦେସ୍ ଇସାପ୍ତାନ୍ ପାଣି କିଜି ୱାରିଙ୍ଗ୍ ଜୋସେପ୍ତି ଇଲୁତୁ ଅତାର୍ ।
18 ମାରି ଜୋସେପ୍ତି ଇଲୁତୁ ଇତିୱେନେକା ୱାର୍ ତିଲାତାର୍ ନିଜେ ନିଜେ ଇନ୍ଜିସାତାର୍, "ଆଗିଡ଼ି ମା ବାସ୍ତାଦୁ ଏମେ ଡାବୁଙ୍ଗୁ ଅତିମାରିକା, ଆବେଣି ଉଣ୍ତିଙ୍ଗ୍ ମାଙ୍ଗିଁ ଇବେନୁ ତାତାମାନାନ୍; ଇଲେଇ ୱାନ୍ ମା ମୁସୁକୁ ୱାଜି ଡାକ୍ସି ମା ଗଦଙ୍ଗ୍ ୱିଜୁ ଅସି ମାଙ୍ଗିଁ ସାକର କିଜି ଇଡ୍ନାନ୍ ।" 19 ଆଦେଙ୍ଗ୍ ୱାର୍ ଜୋସେପ୍ତି ଇଲୁ ଦାୟିତ୍ ମାନି ଦାସ୍ତି ଲାକୁତୁ ସଲ୍ସି ଇଲୁତୁ ଡ଼ୁଗିନି ସେର୍ଲାଦୁ ୱାନି ୱାଲେ ୱାର୍ଗିଜିସାଜି ଇର୍ହାର୍, 20 "ଆଜ୍ଞା, ମାପୁ ଆଗିଡ଼ି ପାସି କଣ୍ତେଙ୍ଗ୍ ୱାତା ମାର୍ହାପ୍; 21 ମାରି, ନିଜେଦି ରମ୍ନି ଜାଗାଦୁ ନିଜେ ନିଜେ ବାସ୍ତା କୁତ୍ସି ସୁଡ଼ୁତାପ୍ ଜେ, ୱିଜେରି ବାସ୍ତାଦି ମୁସ୍କୁ ୱାନି ଡାବୁଙ୍ଗୁ, ଅର୍ତାତ୍, ପୁରା ତୁସ୍ନି ଇସାପ୍ତାନ୍ ମା ଡାବୁଙ୍ଗୁ ମାନେ; ଆକା ମାପୁ କିୟୁଦୁ ଡ଼େସି ତାତାମାନାପ୍ । 22 ମାରି, ପାସି କଣି ଉଣ୍ତିଙ୍ଗ୍ ମାପୁ ମାରି ଡାବୁଙ୍ଗୁଁ ତାତାମାନାପ୍ । ମାତର୍ ଆୟା ଡାବୁଙ୍ଗୁ ମା ବାସ୍ତାଦୁ ଏନ୍ ଇଟ୍ତାମାର୍ହାନ୍, ମାପୁ ଆକା ନେସ୍ଏପ୍ ।"
23 ଆବେଟ୍ ଆୟା ଇଲୁଦି ଦାସ୍ ଇର୍ହାନ୍, "ମି ନେଗିକା ଆପିତ୍, ତିଲାମାଟ୍; ମି ମାପୁରୁ ମାରି ମି ବୁବାରି ମାପୁରୁ ମି ବାସ୍ତାଦୁ ମିଙ୍ଗିଁ ଡାବୁଙ୍ଗୁ ସିତାମାନାନ୍; ମି ଡାବୁଙ୍ଗୁ ନା ଲାକୁତୁ ମାର୍ଏ ।" ଆବେଟ୍ ୱାନ୍ ସିମିୟୋନ୍ତିଙ୍ଗ୍ ସପ୍ସି ୱାରି ଲାକୁ ତାତାନ୍ ।
24 ତାନିୱେନେକା ୱାନ୍ ୱାରିଙ୍ଗ୍ ଜୋସେପ୍ତି ଇଲୁ ଲୋଇ ଅସି ଏରୁ ସିତାନ୍, ୱାର୍ କାଲୁକୁ ନର୍ବାତାର୍; ମାରି, ୱାନ୍ ୱାରି ଗଦଆଙ୍ଗ୍ କାଦି ସିତାନ୍ । 25 ମାରି ୱେଡ଼େ ବେଡ଼ାଦୁ ଜୋସେପ ୱାନାନ୍ ଇଜି ୱାର୍ ଦାନ୍ ରସ୍ସି ଇଟ୍ତାର୍; ଇରିଙ୍ଗ୍ ୱାର୍ ଆବେନୁ ଉଣାର୍ ଇଜି ୱେର୍ହାମାରାର୍ । 26 ତାନି ୱେନେକା ଜୋସେପ୍ ଇଲୁତୁ ୱାତାନ୍, ୱାର୍ ନିଜେଦି ଦାନ୍ତାସି ୱାନି ଲାକୁତୁ ଇଲୁ ଲୋଇ ତାସି ୱାନିଙ୍ଗ୍ ବୁମିଦୁ ମାଡ଼ିସ୍ କିତାର୍ । 27 ଆବେଟ୍ ଜୋସେପ ୱାରି ନେଗି କାବୁର୍ ୱେନ୍ବାଜି ଇର୍ହାନ୍, "ମି ବୁବା ନ ନେଗେନ୍ ମାନାନ୍ ? ମିରୁ ଏମେ ଡକରା ଲୋକା ମାଟା ଇଜି ମାରିଦେର୍, ୱାନ୍ ନେରୁସାନ୍ଦି ଜିତାମାନାନ୍ ନ ?"
28 ୱାର୍ ଇର୍ହାର୍, "ମି ସାକର୍ ମା ବୁବା ନେଗେନ୍ ମାନାନ୍, ୱାନ୍ ନେରୁସାନ୍ଦି ଜିତାମାନାନ୍ । ଆବେଟ୍ ୱାର୍ ତାଲା ପାଡ଼ିକ୍ସି ମାଡ଼ିସ୍ କିତାର୍ ।"
29 ନାସ୍ତିୱାଲେ ଜୋସେପ୍ ସୁଡ଼ୁଜି ନିଜେଦି ତୋଡ଼ାନ୍ ବିନ୍ୟାମିନ୍ତିଙ୍ଗ୍ ସୁଡ଼ୁଜି ଇର୍ହାନ୍, ମିରୁ ଏମେ ଇସ୍ରି ତୋଡ଼ାନ୍ ମାଟା ଇନ୍ଜିମାର୍ହିଦେର୍, "ୱାନ୍ ନ ଇୟାକାନ୍ ? ମାରି ୱାନ୍ ଇର୍ହାନ୍, ଏ ନା କଡ଼, ମାପୁରୁ ନିଙ୍ଗିଁ ଦୟା କିପିନ୍ ।" 30 ଆବେଟ୍ ତୋଡ଼ାନ୍ ଉଣ୍ତିଙ୍ଗ୍ ଜୋସେପ୍ତି ମୋନ୍ ୱେଡ଼ିକାଦାନ୍ ଉସୁମ୍ ଆତାତ୍ଆକା ୱାନ୍ ବେଗି ଆଡ଼ାବାଦେଙ୍ଗ୍ ବାଡି ପୋଇତାନ୍; ମାରି, ୱାନ୍ ନିଜେଦି ବାକ୍ରାଦୁ ଡ଼ୁଗ୍ଜି ଆବେନୁ ଆଡ଼ାବାଦେଙ୍ଗ୍ ଆସ୍ତାନ୍ । 31 ତାନିୱେନେକା ୱାନ୍ ମୋକମ୍ ଉର୍ପାଜି ଆତ୍ରେ ସତାନ୍, ମାରି ନିଜେଦିଙ୍ଗ୍ ସାସ୍ ଆସ୍ସି ଉଣି କାଦି ବାଟା କିନି ଉଣ୍ତିଙ୍ଗ୍ ଆଦେସ୍ ସିତାନ୍ । 32 ଆବେଟ୍ ସାକରଙ୍ଗୁ ଜୋସେପ୍ ଉଣ୍ତିଙ୍ଗ୍ ମାରି ୱାନି ଦାଦାରି ଉଣ୍ତିଙ୍ଗ୍, ମାରି, ୱାନି ୱାଲେ ଉଣି ମିସରତି ଲୋକା ଉଣ୍ତିଙ୍ଗ୍ ୱେର୍ଏ ୱେର୍ଏ ବାଟା କିତାର୍, ଇରିଙ୍ଗ୍ ଏବ୍ରିୟରି ୱାଲେ ଉଣିକା ମିସର ଲୋକା ରିତି ସିଲେତାତ୍; ଆକା ମିସର ଲୋକା କାଡ଼ିନି ପାଣି ମାର୍ହାତ୍ । 33 ତାନିୱେନେକା ଜୋସେପ୍ତି ଆଗିଡ଼ି ଟେବୁଲତୁ ୱାର୍ ବାର୍ସୁ ଇସାବ୍ତାନ୍ ପେରିୱାନି ମାଣାନ୍ ଆସ୍ସି ଇସ୍ରିୱାନି ସାନ୍ଦି ଦାଡ଼ି ଆଜି ବାସ୍ତାର୍; ଆବେଟ୍ ୱାର୍ ନିଜେ ନିଜେଦିଙ୍ଗ୍ ସୁଡ଼୍ଜି କାବା ଆତାର୍ । 34 ମାରି, ଜୋସେପ୍ ନିଜେଦି ଟେବୁଲତି କାଦି ପୋକ୍ସି ୱାରିଙ୍ଗ୍ ବାଟା କିଜି ସିଦେଙ୍ଗ୍ ଇର୍ହାନ୍; ମାତର୍ ୱିଜେରି ବାଗ୍ତାନ୍ ବିନ୍ୟାମିନ୍ତିଙ୍ଗ୍ ପାସ୍ଦେବା ଉଣ୍ତେଙ୍ଗ୍ ସିତାର୍ । ଆବେଟ୍ ୱାର୍ ଉଣିଜି ତିନିଜି ୱାନି ୱାଲେ ୱେଡ଼ିକା କିତାର୍ ।