1 ତାନିୱେନେକା ଜାକୁବ ନିଜେଦି ୱିଜୁ ଆସ୍ସି ସର୍ହାନ୍, ମାରି ବେର୍ସେବାଦୁ ରେସି ଆବେନୁ ନିଜେଦି ବୁବା ଇସ୍ହାକଦି ମାପୁରୁଦି ଉଦେସ୍ତାନ୍ ପୁଜା ସିତାନ୍ । 2 ଆବେଟ୍ ମାପୁରୁ ଜାବୁବଙ୍ଗ୍ ନାଡ଼ା ବର୍ ସିଜି ଇର୍ହାନ୍, "ଏ ଜାକୁବ, ଏ ଜାକୁବ ।" ଆବେଟ୍ ୱାନ୍ ଇର୍ହାନ୍, "ସୁଡ଼ୁଆ, ନାନୁ ଇବେନୁ ମାନା ।"
3 ନାସ୍ତିୱାଲେ ୱାନ୍ ଇର୍ହାନ୍, "ନାନୁ ମାପୁରୁ, ମି ବୁବାଦି ମାପୁରୁ," ନିନୁ ମିସରତୁ ସନି ଉଣ୍ତିଙ୍ଗ୍ ତିଲାମାଟ୍; ଏଣ୍ତେସ୍କି ନାନୁ ଆବେନୁ ନିଙ୍ଗିଁ ଉଣ୍ତ୍ରି ପେରି କୁଟୁମ୍ କିନା । 4 ନାନୁ ମି ୱାଲେ ମିସର ଦେସ୍ତୁ ସନା; ମାରି, ନାନୁ ବା ଆବେଟ୍ତାନ୍ ନି କୁଟୁମ୍ତିଙ୍ଗ୍ ସତେନେ ଡ଼େପିସି ତାନା, ମାରି, ଜୋସେପ୍ ନିନୁ ସାନିୱାଲେ ନି ଲାକୁତୁ ତେବାନା ।
5 ତାନିୱେନେକା ଜାକୁବ ବେର୍ସେବାଦି ମାଡ଼ାନ୍ ସର୍ହାନ୍; ମାରି, ୱାନିଙ୍ଗ୍ ଅନି ଉଣ୍ତିଙ୍ଗ୍ ପାରୋ ରାଜା ଏମେ ସଗଡ଼ ଗାଡ଼ି ପୋକ୍ତାମାର୍ହାନ୍, ଆବେନୁ ଜାକୁବଦି କଡ଼ର୍ ନିଜେଦି ବୁବା ଜାକୁବଙ୍ଗ୍ ମାରି କଡ଼ରିଙ୍ଗ୍ ମାରି ଆଡ଼ିକାଙ୍ଗ୍ ଅସି ସର୍ହାର୍ । 6 ଆବେଟ୍ତାନ୍ ୱାର୍, ଅର୍ତାତ୍, ଜାକୁବ ମାରି ୱାନି ୱିଜୁ କୁଡ଼ା, ନିଜେଦି ଡ଼ାକୁକଡିଙ୍ଗ୍ ମାରି କିଣାନ୍ ଦେସ୍ତୁ ଉଣ୍ତାକିତି ୱିଜୁ ସମ୍ପତି ଆସ୍ସି ମିସର ଦେସ୍ତୁ ସର୍ହାର୍ । 7 ଇୟାୱାଜା ଜାକୁବ ୱାନି କଡ଼ରିଙ୍ଗ୍, ନାତିରିଙ୍ଗ୍, ଆଇଲିକାଙ୍ଗ୍ ମାରି ନାତିଆଇଲିକାଙ୍ଗ୍ ୱିଜୁ ଇଲୁଦି ଲୋକାଙ୍ଗ୍ ଅସି ମିସର ଦେସ୍ତୁ ସର୍ହାର୍ ।
8 ମିସର ଦେସ୍ତୁ ୱାତି ଜାକୁବ କୁଟୁମ୍, ଅର୍ତାତ୍, ଜାକୁବ ମାରି ୱାନି ମାରିସିରି ଦରୁ । ଜାକୁବଦି ପେରି କଡ଼ ରୁବେନ୍ । 9 ମାରି ରୁବେନ୍ତି କଡ଼ର୍ ହୋନକ, ପଲୁ, ହିସ୍ରୋଣ ମାରି କର୍ମି । 10 ସିମିୟୋନତି କଡ଼ର୍ ଜିମୁୟେଲ, ଜାମିନ୍, ଓହଦ୍, ଜାକିନ୍, ମାରି ସୋହର ମାରି ୱାନି କିଣାନିୟା ଆଡ଼ି ମାଡ଼ାନ୍ ଜନମ୍ କଡ଼ ସୌଲ । 11 ଲେବିଦି କଡ଼ର୍ ଗେର୍ଶୋନ, କହାତ୍ ମାରି ମରାରି । 12 ଜିହୁଦାଦି କଡ଼ର୍ ଏର୍, ଓନନ୍, ସେଲା, ପେରସ ମାରି ସେରହ; ମାତର୍ ଏର୍ ମାରି ଅନନ୍ କିଣାନ୍ ଦେସ୍ତୁ ସାତାମାର୍ହାର୍ । ପେରସଦି ମାରିନ୍ ହିସ୍ରୋଣ ମାରି ହାମୁଲ । 13 ଇସାକର୍ତି କଡ଼ର୍ ତୋଲୟ, ପୁୟ, ଜୋବ, ମାରି ସିମ୍ରୋଣ । 14 ସବୁଲୁନ୍ଦି କଡ଼ର୍ ସେରଦ, ଏଲୋନ୍, ମାରି ଜହଲେଲ । 15 ଇୟାକାର୍ ମାରି ଆଇଲି ଦିଣା ପଦନ ଅରାମ୍ତୁ ଜାକୁବଦି ମାଡ଼ାନ୍ ଜନମ୍ ଲେୟାଦି କଡ଼ର୍ । ଇୟାକାର୍ କଡ଼ର୍ ଆଇଲିକ୍ ତିରିସ୍ ତିନି ଲୋକୁ ମାର୍ହାର୍ ।
16 ଗାଦ୍ଦି କଡ଼ର୍ ସିପୋନ୍, ହଗି, ସୁନି, ଇସବୋନ୍, ଏରି, ଅରୋଦି ମାରି ଅରେଲି । 17 ଆସେରଦି କଡ଼ର୍ ଜିମ୍ନା, ମାରି ଜିସ୍ବା, ମାରି ଜିସ୍ବି, ବରିୟ, ମାରି ୱାରି ତାଙ୍ଗିଁ ସେରହ । ମାରି, ବରିୟଦି କଡ଼ର୍ ହେବର ମାରି ମଲିକିୟେଲ ।
18 ଲାବନ ନିଜେଦି ଆଇଲି ଲେୟାଦିଙ୍ଗ୍ ସିଲ୍ପା ଦରୁଦି ଏମେ ଦାସି ସିତାମାର୍ହାନ୍, ୱାଦ୍ ଜାକୁବଦି ଇୟା କଡ଼ରିଙ୍ଗ୍ ଜନମ୍ କିତାମାର୍ହାତ୍ । ଇୟାକାର୍ ସୋଉଲ ଲୋକୁ ।
19 ମାରି, ଜାକୁବଦି ଆଡ଼ି ରାହେଲଦି କଡ଼ର୍ ରିଏର୍ ଜୋସେପ୍ ମାରି ବିନ୍ୟାମିନ୍ । 20 ଜୋସେପ୍ତି କଡ଼ର୍ ମନଃସି ମାରି ଇପ୍ରୟିମ୍ ମିସର ଦେସ୍ତୁ ଜନମ୍ ଆତାମାର୍ହାର୍; ଓନ୍ ଗାଡ଼୍ତି ପୋଟିପେର ଜାଜକ ଆସନତ୍ ଦରୁଦି ଆଇଲି ୱାରିଙ୍ଗ୍ ଜନମ୍ କିତାମାର୍ହାତ୍ । 21 ମାରି, ବିନ୍ୟାମିନ୍ତି କଡ଼ର୍ ବେଲା, ବେକର, ଅସ୍ବେଲ, ଗେରା, ନାମାନ୍, ଏହି, ରୋସ, ମୁପ୍ପିମ, ହୁପ୍ପିମ, ମାରି ଅର୍ଦ । 22 ଇୟା ସଉଦ ଲୋକୁ ଜାକୁବଦି ମାଡ଼ାନ୍ ଜନମ୍ ରାହେଲଦି କଡ଼ର୍ ।
23 ମାରି ଦାନ୍ଦି କଡ଼ ହୁସିମ୍ । 24 ନପ୍ତାଲିଦି କଡ଼ର୍ ଜହସିୟେଲ, ଗୁନି, ଜେତ୍ସର ମାରି ସିଲେମ । 25 ଲାବନ ନିଜେଦି ଆଇଲି ରାହେଲତିଙ୍ଗ୍ ବିଲ୍ହା ଦରୁଦି ଏମେ ଦାସି ସିତାମାର୍ହାନ୍, ୱାଦ୍ ଜାକୁବଦି ଇୟା କଡ଼ରିଙ୍ଗ୍ ଜନମ୍ କିତାମାର୍ହାତ୍; ଇୟାକାର୍ ୱିଜେରେ ସାତ୍ ନମ୍ୱର୍ତି ଲୋକୁ ମାର୍ହାର୍ ।
26 ଜାକୁବଦି ମାଣାନ୍ ଜନମ୍ ଆତି ଏମେ ଲୋକୁ ୱାନି ୱାଲେ ମିସରତୁ ଇଗାସର୍ହାର୍, ଜାକୁବଦି କଡ଼ିଏକାଙ୍ଗ୍ ଡ଼ିସ୍ତିଙ୍ଗ୍ ୱାର୍ ୱିଜେରେ ସାଟେ ସଅ ଲୋକୁ ମାର୍ହାର୍ । 27 ମିସରତୁ ଜୋସେପ୍ତି ଏମେ କଡ଼ର୍ ଜନମ୍ ଆତାମାର୍ହାର୍, ୱାର୍ ରୁଣ୍ତି ଲୋକୁ । ମିସରତୁ ୱାତିମାର୍ହି ଜାକୁବଦି ଇଲୁଦି ଲୋକୁ ୱିଜୁ ସତୁରି ଲୋକୁ ମାର୍ହାର୍ ।
28 ତାନିୱେନ୍କା ଜୋସେପ୍ ଗୋସନ୍ ରାଜିଦୁ ସନି ସାରିଦୁ ଏଣ୍ତେସ୍ ବେଟ୍ଆନାନ୍, ଇୟାଉଣ୍ତିଙ୍ଗ୍ ଜାକୁବ ନିଜେଦି ଆଗିଡ଼ି ଜିହୁଦାଦିଙ୍ଗ୍ ୱାନି ଲାକୁତୁ ପୋକ୍ତାନ୍; ଆବେଟ୍ତାନ୍ ୱାର୍ ଗୋସନ୍ ରାଜିଦୁ ସର୍ହାର୍ । 29 ଆବେଟ୍ ଜୋସେପ୍ ନିଜେ ବୁବା ଇସ୍ରାଏଲଦି ୱାଲେ ବେଟ୍ ଆନି ଉଣ୍ତିଙ୍ଗ୍ ରତତୁ ଏକ୍ସି ଗୋସନ୍ ରାଜିଦୁ ସର୍ହାନ୍; ମାରି, ୱାନିଙ୍ଗ୍ ତୋରାଜି ୱାନି କକ୍ଲା ଆସ୍ସି ବେସି ବେଡ଼ା ସାନ୍ଦି ଆଡ଼୍ବାତାନ୍ ।
30 ନାସ୍ତିୱାଲେ ଜାକୁବ ଜୋସେପ୍ତିଙ୍ଗ୍ ଇର୍ହାନ୍, "ଇଲେଇ ନା ସାନିକା ରାପିତ୍, ନାନୁ ନି ମୋକମ୍ ସୁଡ଼ୁତା, ନିନୁ ତ ନେରୁସାନ୍ଦି ଜିତିମାନି ।"
31 ତାନିୱେନେକା ଜୋସେପ୍ ନିଜେ ଦାଦାରିଙ୍ଗ୍ ମାରି ବୁବାଦି ଇଲୁଦି କୁଟୁମ୍ତିଙ୍ଗ୍ ଇର୍ହାନ୍, "ନାନୁ ସଲ୍ସି ପାରୋ ରାଜେଙ୍ଗ୍ କାବୁର୍ ସିଜି ଇନା, କିଣାନ୍ ଦେସ୍ତାନ୍ ନା ଦାଦାର୍ ମାରି ବୁବାଦି କୁଟୁମ୍ ନା ଲାକୁତୁ ୱାତାମାନାର୍ ।" 32 ୱାର୍ ଡ଼ାକୁ ଗାଉଡ଼ୁଙ୍ଗୁ ମାରି ଡ଼ାକୁ ବେପାରିର୍, ଆଦେଙ୍ଗ୍ ୱାର୍ ନିଜେଦି ଡ଼ାକୁକଡିଙ୍ଗ୍ ୱିଜୁ ତାତାମାନାର୍ । 33 ଆବେଟ୍ ପାରୋ ରାଜା ମିଙ୍ଗିଁ କୁକିସ୍କିଜି ମିରୁ ଇନି ବେପାର୍ଙ୍ଗୁ ? ଇୟା ମାଟା ଏସ୍ତିୱାଲେ ୱେନ୍ବାନାନ୍, 34 ନାସ୍ତିୱାଲେ ମିରୁ ଇନିଦେର୍, ନିଜେଦି ଇୟା ଦାସର୍ ପୁର୍ବେଦାନ୍ ଇୟା ଇସ୍ରିକାଡ଼ା ସାନ୍ଦି ପୁର୍ବେଦି ଡକରାଦାଦାରି ଇସାବ୍ତାନ୍ ଡ଼ାକୁକଡିଙ୍ଗ୍ ବେପାର୍ଙ୍ଗୁ; ଆବେଟ୍ ମିରୁ ଗୋସନ୍ ରାଜିଦୁ ବାସା କିଦେଙ୍ଗ୍ ଆଟ୍ନିଦେର୍; ଇରିଙ୍ଗ୍ ଡ଼ାକୁ ଗାଉଡ଼ୁଙ୍ଗ୍ ମିସରତି ଲୋକା ଲାକୁତୁ କାଡ଼ିନିକାର୍ ମାର୍ହାର୍ ।