1 ତାନିୱେନେକା ଜାକୁବ ନିଜେଦି ମାରିନ୍କାଙ୍ଗ୍ କୁକ୍ସି ଇର୍ହାନ୍, ମିରୁ ଉଣ୍ତ୍ରେମାନୁ ଉଣ୍ତାଦୁ; ସେସ୍ କାଡ଼ାଦୁ ମି ଉଣ୍ତିଙ୍ଗ୍ ଏମେକା ଗଟାନାତ୍, ଆକା ମିଙ୍ଗିଁ ଇଜିନା ।
2 ଏ ଜାକୁବଦି ମାରିନ୍କୁ, ଉଣ୍ତ୍ରେମାନୁ ଉଣ୍ତାଜି ୱେନ୍ଡ୍ରୁ
ମାରି ମି ବୁବା ଇସ୍ରାଏଲଦି ମାଟା ୱେନ୍ଡ୍ରୁ ।
3 ଏ ରୁବେନ୍, ନିନୁ ନା ପେରି ମାରିନ୍ ନା ସାକ୍ତି
ମାରି ନା ସାକ୍ତିଦି ପାର୍ତୁମ୍ ପଲ୍;
ମାରି, ପାଣ୍ତିସ୍କିନିମାନୁ ପେରିକାନ୍ ମାରି ସାକ୍ତିଦୁ ପେରିକିନ୍ଦା ।
4 ନିନୁ ଡ଼ାକ୍ସିନି ଏରୁ ୱାଜା,
ନି ପେରି ସନ୍ମାନ୍ ତେବାଏତ୍;
ଇରିଙ୍ଗ୍ ନିନୁ ନିଜେଦି କଗ୍ରି ୟାୟା ଟାଟିଦୁ ସର୍ହି;
ଆର୍ତିଙ୍ଗ୍ ଆକା ଅସୁଚି କିତି; ନିନୁ ନା ଟାଟିଦୁ ସର୍ହି ।
5 ସିମିୟୋନ୍ ମାରି ଲେବି ରିଏର୍ ତୋଡ଼ାନ୍କୁ;
ୱାର୍ ୱାରି କୁଡ଼ାମ୍କୁ ୱିଜୁୱାଲେ ଜୁଦ୍ କିଦେଙ୍ଗ୍ ସପ୍ନାର୍ ।
6 ଏ ନା ଜିବନ୍, ୱାରି ମାର୍ଗିତି ମାଟାଦୁ ଡ଼ୁଗ୍ମା;
ନିନୁ ୱାରି ମିଟିଙ୍ଗ୍ତୁ ମିସାମା;
ଇରିଙ୍ଗ୍ ୱାର୍ ରିସାଦାନ୍ ଲୋକାଙ୍ଗ୍ କାତ୍ତାର୍
ମାରି ତାମେ ବଦାଦାନ୍ ଡ଼ାକୁକଡିଙ୍ଗାଁ ତକା କଇତାର୍ ।
7 ୱାରି ରିସା ଅବିସାପ୍ ଆପିତ୍, ଇରିଙ୍ଗ୍ ଆକା ନାଣ୍ତ ମାର୍ହାତ୍;
ୱାରି ରିସା ଆନାଦୁରିଆ ଆପିତ୍, ଇରିଙ୍ଗ୍ ଆକା ନାଣ୍ତ ମାର୍ହାତ୍;
ନାନୁ ଜାକୁବ କୁଟୁମ୍ ମାଡ଼ାନ୍ ୱାରିଙ୍ଗ୍ ବାଗ୍ କିନା
ମାରି ଇସ୍ରାଏଲ ଦେସ୍ ମାଡ଼ାନ୍ ଚିନ୍ବିନ୍ କିନା ।
8 ଏ ଜିଉଦା, ନି ତୋଡ଼ାନ୍କୁ ନିଙ୍ଗିଁ ପ୍ରସଂସା କିନାର୍;
ନି କିୟୁ ନି ସାତ୍ରୁରି କକ୍ଲା ମୁସୁକୁ ତେବାନାତ୍;
ନି ନାତିପୁତି ମାରିନ୍କୁ ନିଙ୍ଗିଁ ମାଡ଼ିସ୍ କିନାର୍ ।
9 ଜିଉଦା ନରେସ୍ ୱାଜା;
ଏ ମାରିନ୍, ନିନୁ ବନଗରିଆ ଡାକ୍ସି ନିନୁ ସାରାଦୁ ଡ଼େସି ୱାତି;
ୱାଦ୍ ୱାଙ୍ଗିଁତା ସର୍ହାତ୍, ୱାନ୍ ନରେସ୍ ମାରି ତାଡ଼ି ନରେସ୍ତି ୱାଲେ ଡରିତାନ୍,
ଏନ୍ ତାନିଙ୍ଗ୍ ସାସ୍ମାନାତ୍ ନିକ୍ନାନ୍ ?
10 ସିଲୋଦି ୱାନି ବେଡ଼ା ସାନ୍ଦି ଜିହୁଦା ମାଡ଼ାନ୍କୁ ରାଜା ପଦଦି ଅଦିକାର୍
ମାରି ୱାନି କୁଟୁମ୍ ସାସନ୍ କିନି ଅଦିକାର୍ ସଲ୍ଏତ୍;
ୱାନି ଲାକୁତୁ ଲୋକୁ ମାନାନାର୍ ।
11 ୱାନ୍ ଅଙ୍ଗୁରୁତିୱା ଲାକୁତୁ ନିଜେଦି ଗଦଦିଙ୍ଗ୍
ମାରି ନେଗି ଅଙ୍ଗୁର୍ତିୱା ଲାକୁତୁ ନିଜେଦି ଗଦ ପିଲାଦିଙ୍ଗ୍ ତର୍ନାନ୍; ୱାନ୍ ଅଙ୍ଗୁର୍ ରସଦୁ ନିଜେଦି ଆରାନି ଆଙ୍ଗିଁ
ମାରି ନେତେର୍ ଅଙ୍ଗୁର୍ ରସଦୁ ନିଜେଦି ଆରାତି ଆଙ୍ଗିଁ ନର୍ନାନ୍ ।
12 ୱାନି କାଣୁକୁ ଅଙ୍ଗୁର୍ ରସଦୁ ନେତେର୍ ୱାଜା ଆନେ,
ପାଲୁଦୁ ୱାନି ପାଲୁକୁ ଅଡ଼ିନିକେଙ୍ଗ୍ ଆନେ ।
13 ସବୁଲୁନ୍ ସାମୁଦୁରୁ ପାଡ଼ି ବାସା କିନାନ୍
ମାରି ୱାନ୍ ଜାହାଜ୍ ତେବାନି ବାଡି ଆନାନ୍;
ମାରି, ସିଦୋନ ସାନ୍ଦି ୱାନି ଅଦିକାର୍ଦି ସାନ୍ଦି ଆନାତ୍ ।
14 ଇସାକର ସାକ୍ତି ସିଲି ଗଦ ୱାଜା,
ୱାନ୍ ମେଣ୍ତା ସାଡ଼ାଦୁ ନାଡ଼ିମି ଡର୍ନାନ୍;
15 ୱାନ୍ ରମିନି ବାଡିଦିଙ୍ଗ୍ ନେଗିକା
ମାରି ଦେସ୍ତିଙ୍ଗ୍ ୱେଡ଼ିକା କିନିକା ସୁଡ଼ୁତାନ୍;
ଆଦେଙ୍ଗ୍ ୱାନ୍ ବଜୁ ପିଣ୍ତିନି ଉଣ୍ତିଙ୍ଗ୍ ମେପି ୱାକ୍ତାନ୍,
ଗତିପାଣି କିନିଉଣ୍ତିଙ୍ଗ୍ ସାକର୍ ଆତାନ୍ ।
16 ଦାନ୍ ଇସ୍ରାଏଲଦି ଆଇ ଆଇ କୁଟୁମ୍ ୱାଜା ଆଜି
ନିଜେଦି ଲୋକା ବିସାର୍ କିନାନ୍ ।
17 ଦାନ୍ ସାରି ପାଡ଼ିମାନି ସାରାସ୍ ୱାଜା
ମାରି ସାରିଦୁ ମାନି ୱିସାମ୍ ସାରାସ୍ ୱାଜା;
ଆମାକାତ୍ ଗଡ଼ାଦି ପାଦାମ୍କାଙ୍ଗ୍ କତ୍ତିଙ୍ଗ୍
ସାଲାକିନିକାନ୍ ୱେନେକା ତରିନ୍ ଆର୍ନାନ୍ ।
18 ଏ ପ୍ରବୁ, ନାନୁ ନି ମାଡ଼ାନ୍ ରକିୟାଦିଙ୍ଗ୍ କାପ୍କିତା ମାନା ।
19 ଡଙ୍ଗାଁରୁଙ୍ଗୁଁ ଗାଦ୍ତିଙ୍ଗ୍ ଡାକ୍ନାର୍;
ମାତର୍ ୱାନ୍ ୱେନେକା ୱାରିଙ୍ଗ୍ ମାରିଡ଼େସି ପେଲେ କିନାନ୍ ।
20 ଆସେରଦି ମାଡ଼ାନ୍ ବେସି ନେଗି କାଦି ପାଣ୍ତ୍ନାତ୍;
ୱାନ୍ ରାଜାର୍ ଉଣିନାନି କାଦି ସିନାନ୍ ।
21 ନପ୍ତାଲି ଉରୁକ୍ନି ବନ୍ଗରିଆ ୱାଜା,
ଆଜି ୱାନ୍ ନେଗି ନେଗି ମାଟେଙ୍ଗ୍ ଇନାନ୍ ।
22 ଜୋସେପ୍ ପଲ୍ ଆସ୍ନି ମାରାତି କଡ଼ିକି ଆକୁ, ୱାନ୍ ଜଲାଦି ଲାକୁତୁ ପଲ୍ଆସ୍ନି ମାରାତି ଆକୁ ୱାଜା;
ୱାନି କମେଙ୍ଗ୍ ୱିଜୁ ଗଡାଦିଙ୍ଗ୍ ନାସି ସନେ ।
23 ଦନୁ ଆସ୍ନିକାର୍ ୱାନିଙ୍ଗ୍ ବେସି କାସ୍ଟୁ ସିତାମାନାର୍,
ମାରି, ୱାନିଙ୍ଗ୍ ତିର୍ତାନ୍ ଡ଼େଇଜି କାସ୍ଟୁ ସିତାମାନାର୍,
24 ମାତର୍ ୱାନି ଦନୁ ଆଟୁୱା ଆଜି ତେବାତାତ୍,
ମାରି ୱାନି କିକୁ ବପୁ ଆତେ,
ଜାକୁବଦି ସାକ୍ତିସିନି ମାପୁରୁଦି ସାକ୍ତିଦାନ୍,
ଆୟାଉଣ୍ତିଙ୍ଗ୍ ଇସ୍ରାଏଲଦି ରକିୟାକିନି ଗାଉଡ଼ୁ ୱାଜା ୱିଙ୍ଗିଁତାନ୍,
25 ଅର୍ତାତ୍, ମି ବୁବାରି ମାପୁରୁ, ଏନ୍ ମି ସାକା କିନାନ୍,
ମାରି ସର୍ବସକ୍ତିମାନ୍ ମାପୁରୁ ଏନ୍ ମୁସୁକୁରାନ୍ ଆର୍ସିବାଦ୍ କିନାନ୍,
ମୁସ୍କୁରାନ୍ ପିରୁ ସିନାନ୍,
ମାରି ବୁମି ଆଡ୍ଗିରାନ୍ ନାଣ୍ତ ଏରୁ ସିଜି ଆର୍ସିବାଦ୍ କିନାନ୍,
ମାରି, ଡ଼ାକୁକଡିଙ୍ଗ୍ ନି କଡ଼ର୍ ଆଇଲିକ୍ ସିଜି ମିଙ୍ଗିଁ ଆର୍ସିବାଦ୍ କିନାନ୍,
ୱାନି ମାଡ଼ାନ୍ ୱାନି କିୟୁଦି କିଲାମୁଣ୍ତି ବପୁ ଆତାତ୍ ।
26 ନା ପୁର୍ବେଦି ଡକରାଦାଦାରି ଆର୍ସିବାଦ୍ ମାଡ଼ାନ୍ ମି ବୁବାଦି ଆର୍ସିବାଦ୍ ନାଣ୍ତ;
ଆକା ୱିଜୁଦିନ୍ ତେବାନି ଗରନ୍ ଇତିସାନ୍ଦି ସାରିତା ମାନାତ୍;
ଆକା ଜୋସେପ୍ ତାଲାଦୁ ଅର୍ତାତ୍,
ନିଜେଦି ତୋଡ଼ାନ୍କା ମାଡ଼ାନ୍ ଆକଆଜି ତେବାନି ଲୋକୁଦି ତାଲାମୁସୁକୁ ଆର୍ନାତ୍ ।
27 "ବିନ୍ୟାମିନ୍ ଅରେନ୍ ତାଗ୍ଇ ଗଦବାଗ୍ ୱାଜା;
ସାଲିଦି ମାରି ମିଲିମିଲିକା ବନ୍ ଗରିଆ ୱେଟା ସଲ୍ସି ଡାକ୍ସି ତିନାନ୍ ।"
28 ଇୟାକାର୍ ଇସ୍ରାଏଲଦି ବାର କୁଟୁମ୍; ଇୟାୱେରି ବୁବା ଆର୍ସିବାଦ୍ କିନି ୱାଲେ ଇୟା ମାଟା ଇଜି ଇୟାୱେରି ୱିଜେରିଙ୍ଗ୍ ନାଣ୍ତଦାନ୍ ନାଣ୍ତ ଆର୍ସିବାଦ୍ କିତାନ୍ ।
29 ଇୟାୱେନେକା ଜାକୁବ ମାରିସିରିଙ୍ଗ୍ ଆଦେସ୍ ସିଜି ଇର୍ହାନ୍, "ନାନୁ ନିଜେଦି ଲୋକାୱାଲେ ସାନିମାନୁ ମିସାଦେଙ୍ଗ୍ ସଲ୍ସିନା । ନାନୁ ଏସ୍ତିୱାଲେ ସାନା ନା ଡକ୍ରାଦାଦାରି ୱାଲେ ନାଙ୍ଗି ଇପ୍ରୋଣତି ହିତିୟ କିଡ଼ିଦି ଦୁକିଦୁ ମୁସ୍ତୁ । 30 ଆଦେଙ୍ଗ୍ ଅବ୍ରାହାମ ସାତି ବାଡିଦି ଅଦିକାର୍ ଉଣ୍ତିଙ୍ଗ୍ କିଣାନ୍ ଦେସ୍ତି ମମ୍ରିଦି ଆଗିଡ଼ିରି ଆମା ମକ୍ପେଲାଦି କିଡ଼ିଇ ହେତିୟ ଇପ୍ରୋଣ ମାଡ଼ାନ୍ କଟାମାର୍ହାନ୍, ଆୟା ହେତିୟ ଇପ୍ରୋଣଦି କିଡ଼ିଇଦୁ ମାନି ବାଡିଦି ସାରାଦୁ ନା ପୁର୍ବେଦି ଡକରାଦାଦାରି ଲାକୁତୁ ନାଙ୍ଗିଁ ମୁସ୍ନିଦେର୍ । 31 ଆୟା ବାଡିଦୁ ଅବ୍ରାହାମ୍ତିଦି ମାରି ୱାନି ଆଡ଼ି ସାରାଦିଙ୍ଗ୍ ମୁସ୍ତି ବାଡି ମାନାତ୍, ମାରି, ଆୟା ବାଡିଦୁ ଇସ୍ହାକ୍ଦି ମାରି ୱାନି ଆଡ଼ି ରିବିକାଦିଙ୍ଗ୍ ମୁସୁତି ଗୁଟା ମାନାନ୍, ମାରି, ଆୟା ବାଡିଦୁ ନାନୁ ବା ଲେୟାଦିଙ୍ଗ୍ ମୁସ୍ତାମାନା; 32 ଆୟା କିଡ଼ିଇ ମାରି ଆବେ ମାନି ସାରା ହେତିୟ କଡ଼ରି ମାଡ଼ାନ୍କୁ କଟାମାନାନ୍ । ଆବେ ନାଙ୍ଗିଁ ମୁସ୍ତୁ ।"
33 ଇୟାୱାଜା ଜାକୁବ ନିଜେଦି କଡ଼ରିଙ୍ଗ୍ ଆଜ୍ଞା ସିନିକା ୱିସ୍ସି ୱେନେକା ଟାଟିଦୁ ରୁଣ୍ତି ପାଦାମ୍କୁ ଉଣ୍ତ୍ରେ ମାନୁ କିଜି ସାତାସର୍ହାନ୍ ମାରି ନିଜେଦି ଲୋକା ଲାକୁତୁ ମିସାତାନ୍ ।