3 "ଆପେ ଆଇଙ୍ଗ୍କେ ବାଗିକେଦ୍ତେ ଓଡ଼ୋଃ ଏଟାଃ ମୁରୁତ୍କେ ପାର୍ମେଶ୍ୱାର୍ ମେନ୍ତେ ଆଲପେ ମାନାତିଙ୍ଗ୍ୟାଁଃ।
4 "ଆପେ ଆପ୍ନାଃ ନାଗେନ୍ତେ ଜେତାନ୍ ମୁରୁତ୍ ଆଲ୍ପେ ବାଇୟା, ସିର୍ମା ଚେତାନ୍ରେନ୍ ଚାଏ ଅତେ ଲାତାର୍ରେନ୍ ଚାଏ ଦାଆଃ ଭିତାର୍ରେନ୍ ତାଇନଃ ଲେକା ଜେତାଏୟାଃ ମୁରୁତ୍ ଆଲ୍ପେ ବାଇୟା। 5 ଆପେ ଇନ୍କୁକେ ଅମ୍ବାକେଦ୍ତେ ଆଲ୍ପେ ଜହାର୍କଆ ଚାଏ ଆଲ୍ପେ ସେୱାକଆ। ଚିଆଃଚି ଆଇଙ୍ଗ୍ ଆପେୟାଃ ପୁରାଃ ମାଇନାନ୍ତେ ପେଡ଼େୟାନ୍ ବାଞ୍ଚାଅନିଃ ପ୍ରାଭୁ ପାର୍ମେଶ୍ୱାର୍ ତାନିଙ୍ଗ୍। ଅକଏ ଆଇଙ୍ଗ୍କେ ହିସିଙ୍ଗା ରିକାଃଏ, ଇନିଃକେ, ଆୟାଃ ହନ୍କକେ ଓଡ଼ୋଃ ଆୟାଃ ଆପି ଉପୁନ୍ ଜାଇହନ୍କ ଜାକେଦ୍ ଆପୁତେୟାଃ ଗୁହ୍ନାଁରେୟାଃ ସାଜାଇ କାମି ଏମଃନିଃ ତାନିଙ୍ଗ୍। 6 ମେନ୍ଦ ଅକନ୍କ ଆଇଙ୍ଗ୍କେ ଦୁଲାଡ଼୍ ରିକାଃକ ଓଡ଼ୋଃ ଆଇଁୟାଃ ଆନ୍ଚୁ ମାନାତିଙ୍ଗ୍ ରିକାଃକ, ଇନ୍କୁଆଃ ହାଜାର୍ ପିଢ଼ି ଜାକେଦ୍ ଆଇଙ୍ଗ୍ ଦାୟା ରିକାନିଃ ତାନିଙ୍ଗ୍।
7 "ଆମ୍ ପ୍ରାଭୁ ପାର୍ମେଶ୍ୱାର୍ଆଃ ନୁତୁମ୍ ସାମା ସାମାରେ ଆଲମ୍ କାଜିଆ, ଜେତାଏ ପ୍ରାଭୁଆଃ ନୁତୁମ୍ ହସଡ଼୍କେଦ୍ତେ କାଜିୟା, ଇନିଃକେ ଗୁହ୍ନାଁ କା ରିକା ମେନ୍ତେ କା କାଜିଅଃଆ।
8 "ରୁଡ଼ୁନ୍ ହୁଲାଙ୍ଗ୍କେ ପାବିତାର୍ ମେନ୍ତେ ମାନାତିଙ୍ଗ୍ ନାଙ୍ଗ୍ ଆଲମ୍ ରିଡ଼ିଙ୍ଗ୍ୟେଁଆ। 9 ତୁରିୟା ହୁଲାଙ୍ଗ୍ ଜାକେଦ୍ ନାଲା କାମିକେଦ୍ତେ ଆମାଃ ସବେନ୍ ସୁନୁସାର୍ କାମି ରିକାଏମେ। 10 ମେନ୍ଦ ଏୟା ହୁଲାଙ୍ଗ୍ ପ୍ରାଭୁ ପାର୍ମେଶ୍ୱାର୍ଆଃ ରୁଡ଼ୁନ୍ ହୁଲାଙ୍ଗ୍ ତାନାଃ। ଏନାମେନ୍ତେ ଆମ୍, ଆମାଃ କଡ଼ାହନ୍, କୁଡ଼ିହନ୍, ଦାସି, କାମ୍ଡ଼ି, ଆମାଃ ଜାଁତୁ ଓଡ଼ୋଃ ଆପେୟାଃ ନାଗାର୍ ହେପାଦ୍ରେ ତାଇନଃତାନ୍ ଏଟାଃ ଦିଶୁମ୍ରେନ୍ ହଡ଼କ ଜେତାନ୍ କାମି ଆଲକାକ ରିକାଏକା। 11 ଚିଆଃଚି ପ୍ରାଭୁ ସିର୍ମା, ଅତେ, ଦରେୟା ଓଡ଼ୋଃ ଏନାରେ ତାଇନଃ ସବେନାଃ ତୁରିୟା ହୁଲାଙ୍ଗ୍ରେ ବାଇକେଦା ଓଡ଼ୋଃ ଏୟା ହୁଲାଙ୍ଗ୍ ରୁଡ଼ୁୟାନାଏ। ଏନାମେନ୍ତେ ପ୍ରାଭୁ ରୁଡ଼ୁନ୍ ହୁଲାଙ୍ଗ୍କେ ଆଶିଷ୍ ଏମ୍କେଦ୍ତେ ପାବିତାର୍କେଦାଏ।
12 "ଆପେ ଆପେୟାଃ ଏଙ୍ଗା ଓଡ଼ୋଃ ଆପୁକିନ୍କେ ମାଇନ୍କିନ୍ପେ। ଏନ୍ତେ ପ୍ରାଭୁ ଆପେୟାଃ ପାର୍ମେଶ୍ୱାର୍ ଆପେକେ ଅକନ୍ ଦିଶୁମ୍ ଏମାପେୟାଏ, ଏନ୍ ଦିଶୁମ୍ରେ ଆପେ ପୁରାଃ ସିର୍ମା ତାଇନାଃପେ।
13 "ଆପେ ହଡ଼ ଆଲପେ ଗଏଃକଆ।
14 "ଆପେ ଆଲପେ ଆପାଙ୍ଗିରାଃ।
15 "ଆପେ କୁମ୍ବୁଡ଼ୁ କାମି ଆଲପେ ରିକାଃ।
16 "ଆପେ ଆପେୟାଃ ହପର୍ଜାପାଃରେନ୍କଆଃ ବିରୁଧ୍ରେ ବେଦା ଗାୱା ଆଲପେ ଏମାଃ।
17 "ଆପେ ଆପେୟାଃ ହପର୍ଜାପାଃରେନ୍ ଅଡ଼ାଃକେ ଆଲପେ ହାୟାଅଃଆ। ଆପେ ଆପେୟାଃ ହପର୍ଜାପାଃରେନ୍ କୁଡ଼ିକକେ ଆୟାଃ ଦାସି, କାମ୍ଡ଼ି ଚାଏ ଆୟାଃ ଉରିକ୍ ଚାଏ ଗାଧା ଚାଏ ଇନିୟାଃ ଜେତ୍ନାଃ ଆଲପେ ହାୟାଅଃଆ।"