3 ବେଲାକି ବ୍ୟବିଚାର୍ ନାଟାଡ଼୍ତେ ପାୟୁର୍କନ୍ ବଟ୍କ୍ ବଟ୍କ୍ ଉର୍ୱେନିୟ୍ ପେୟିତିତ୍, ତାନ୍ ମକମ୍ କଞ୍ଜ୍ ନିୟ୍ଦାଗାଙ୍କ୍ ନିୟିମ୍ ଗଟି ପେୟିତିତା । 4 ବାତେଙ୍କ୍ଇତ୍କେ ତାନ୍ ଶେଷ କାୟେ କାୟିତେ ମାଡ଼େତ୍ ରସ୍ ଇନା, ୱାୟେମାନ୍ଦାନ୍ କଡ଼୍ଗ ଇନା ସୁଜେ । 5 ତାନ୍ ପାଦାମ୍ ଡଲାନ୍ ପାକେ ଡିଗିଆଦ୍ତେ; ତାନ୍ ପାଦାମ୍ ସିଦା ୱିସ୍କିନାଗ୍ ରାଲିତ୍; 6 ଆଦିଙ୍କ୍ ଆଦ୍ ଜିଉନ୍ତେ ସାମାନ୍ ଆର୍ ପାହେମ୍ ଆୟ; ତାନ୍ ଆର୍ ସାରେ ସିଟ୍ପାଟ୍, ମେଣ୍ଡେ ଆଦ୍ ପୁଃନ । 7 ଇଦିନ୍ ମାଇଦିଙ୍କ୍ ହୋ ନା ମାର୍କ୍, ନା’ଗଟି କେଞ୍ଜାଟ୍ ନୁ ନା କେତାନ୍ ବାକ୍ୟକଞ୍ଜ୍ ୱେରେ ଆୟିମାଟ୍ । 8 ଆଦ୍ଲେକାତ୍ ନାଟାଡ଼୍କନ୍ ନିଜେତ୍ ଆର୍ ଜେକେ ନେଃମୁଟ୍ ନୁ ତାନ୍ ଲତ୍ତେ ଦୁୱାଡ଼୍ ଗାରେ ଆନ୍ମାଟ୍ । 9 ଉମ୍ଭକି ମି ୱେରେତଡ଼୍ ନିଜେତ୍ ଇଜ୍ଜତ୍ ଅଦ୍ତଡ଼୍ ନୁ ତାନ୍ ମୁଦ୍ପାଲ୍ ମୁର୍କ ଆସ୍ମାତ୍କେ ନିକିଙ୍କ୍ ଆୱୁକେ ପାର୍ତଣ୍ଡ୍;
Publicidade