1 ଦାଉଦ୍ନେ ଉଙ୍ଗ୍ଡେ ଇସ୍ରାଏଲ୍ନେ ଇଃସାଙ୍ଗ୍ ଶଲୋମନ୍ନେ ସିକ୍ୟା ବିଃନେ ସାମୁଆଁ; 2 ଗିଆନ୍ ଆରି ସିକ୍ୟା ବିଃନେ ସାମୁଆଁ ବୁଜେନ୍ସାଃ; ବୁଦି ରକମ୍ ସାମୁଆଁ ଏତେ ନ୍ସାଃ; 3 ନିମାଣ୍ଡାଃ ବେବଆର୍, ଦରମ୍ ଆରି ନିମାଣ୍ଡାଃ ବାବ୍ନା ଆରି ସତ୍ ବିସଏରେ ସିକ୍ୟା ଗ୍ରଅନ୍ ଡିଂନ୍ସାଃ; 4 ଦରମ୍ ରେମୁଆଁକେ ତରକ୍ ସାମୁଆଁ ଆରି ଙ୍ଗିରେ ରେମୁଆଁକେ ବିଦ୍ୟା ଆରି ବୁଦି ଆଃସିକେ ନ୍ସାଃ; 5 ଡିରକମ୍ ଗିଆନ୍ ଲାଏଃକ୍ନେ ରେମୁଆଁ ଆତେନ୍ ଅଁଚେ ଜାବର୍ ଗିଆନ୍ ବାଏ ଆରି ବୁଦି ଲାଏଃକ୍ନେ ରେମୁଆଁ ନିମାଣ୍ଡାଃ ଗିଆନ୍ନେ ସାମୁଆଁ ବାଏ; 6 ବାରି, ମୁଇଂ ନିମାଣ୍ଡା ସିକ୍ୟା ବିଃନେ ସାମୁଆଁ ଆରି ମୁଇଂ ଉଃସ୍ରାନେ ସାମୁଆଁ ଆରି ସିକ୍ୟା ବିଃଣ୍ଡ୍ରେ ସାମୁଆଁ ଆରି ମେଇଂନେ ବୁଃଡ଼ିକ୍ନେ ସାମୁଆଁ ବୁଜେ ୟାଏ ।
7 ମାପ୍ରୁନେ ବିସଏରେ ବୁଟମେଗ୍ ଗିଆନ୍ବାନ୍ ଆରାମ୍; ମାତର୍ ଅଗ୍ୟାନ୍ ରେମୁଆଁ ଗିଆନ୍ ଆରି ସିକେନେ ସାମୁଆଁ ଗ୍ରୁନା ଡିଂଆର୍ଏ । 8 ଅ ନେଙ୍ଗ୍ନେ ଉଙ୍ଗ୍, ନାଁନେ ଆବାନେ ସାମୁଆଁ ଦ୍ରିଗ୍ ଆରି ନାଁନେ ଇୟାଙ୍ଗ୍ନେ ନିଅମ୍ ଆଆନ୍ତାର୍ଗେ । 9 ମେଃଡାଗ୍ଲା ଆତେନ୍ ନାଁନେ ବାଆଃ ନ୍ସା ଆସିର୍ବାଦ୍ନେ ସାଜ ଆରି ଲୁଗଃନେ ତଅଁ ରକମ୍ ଡିଂଏ । 10 ଅ ନେଙ୍ଗ୍ନେ ଉଙ୍ଗ୍, ପାପିଇଂ ଆନାକେ ଆଃପୁସ୍କେଆର୍ଲା, ନାଁ ରାଜି ଆଡିଙ୍ଗେ । 11 ମେଇଂ ଅଃନା ବାସଙ୍ଗ୍ଆର୍ଏ, ନେ ଏଃତେ ପାଙ୍ଗ୍ଲା, ନେଃ ରେମୁଆଁ ବାଗୁଏଃନ୍ସାଃ ବୁଃଡ଼ିଚେଃ ନେଃକପା, ବୁଲ୍ ଆଲାଏଃକ୍ନେ ରେମୁଆଁଇଂକେ ବିନା ଦସ୍ରେ ସାଃ ନ୍ସାଃ ଚୁପ୍ଚାପ୍ ବୁଃଡ଼ିଚେଃ ନେଃଲେଃପା; 12 ପାତାଲ୍ନେ ନିଅମ୍ ନେଃ ଆମେଇଂକେ ଜିବନ୍ଜିବନ୍ ନେଃବାଗୁଏଃ ଆରି କୁରୁଅରିଆ ଆତି ଲାଏଃକ୍ନେ ରେମୁଆଁ ରକମ୍ ଆମେଇଂକେ ପୁରାପୁରି ବାବ୍ରେ ବାଗୁଏଃନେଃବିଃ; 13 ତେଲା ନେଃ ସାପା ରକମ୍ନେ ଜାବର୍ ଦନ୍ ବାଡିଂଏ, ଡଙ୍ଗାକ୍ନେ ଜିନିସ୍ବାନ୍ ନିଜର୍ ନିଜର୍ ଡୁଆ ବର୍ତି ନେଃରାଃଡିଂପା, 14 ନାଁ ନେ ବିତ୍ରେ ନାମିସୁଃଏ; ନେ ସାପାରେନେ ମୁଇଂ ମୁନା ଡିଂଏ । 15 ଅ ନେଙ୍ଗ୍ନେ ଉଙ୍ଗ୍, ନାଁ ମେଇଂନେ ଏଃତେ ଆତେନ୍ ଗାଲିଅରିଆ ଆଅଲେଙ୍ଗ୍ଗେ, ମେଇଂନେ ଗାଲିବାନ୍ ନିଜର୍ ଞ୍ଚ ଆଃଅଟ୍କେପା; 16 ମେଃଡାଗ୍ଲା ମେଇଂନେ ଞ୍ଚ ଦଦ୍ୟା କାମ୍ ଡିଂନ୍ସାଃ ୱିର୍ଏ ଆରି ରେମୁଆଁ ବାଗୁଏଃ ନ୍ସାଃ ଦାପ୍ରେ ୱିର୍ଡୁଙ୍ଗ୍ୱେଏ । 17 ମେଃଡିଗ୍ ପ୍ଲିଗ୍ନେ ମୁଁଆଃ ସେଃମଁ ଜାଲ୍ ତ୍ଲାଗ୍ନେ ଡିଲାଡିଗ୍ ସରାଃ ଡିଂଏ । 18 ମେଇଂ ନିଜର୍ ନିଜର୍ ରେମୁଆଁ ବାଗୁଏଃ ନ୍ସାଃ ବୁଃଡ଼ିଚେଃ ଲେଃଆର୍ଏ ଆରି ନିଜର୍ ଜିବନ୍କେ ସାଃନ୍ସାଃ ଚୁପ୍ଚାପ୍ ବୁଃଡ଼ି ଲେଃଆର୍ଏ । 19 ଆକେନ୍ ସାପା ଦନ୍ ଆସାଇ ରେମୁଆଁଇଂନେ ଗାଲି; ଆତେନ୍ ଦନ୍ନେ ଅଦିକାରିଇଂନେ ଜିବନ୍ ବାଗୁଏଃବିଃଏ ।
20 ଗିଆନ୍ ଗାଲିବଃ ୱାଃସାର୍ଚେଃ ୱାଏ; ମେଁ ଚକ୍ ଜାଗାଅରିଆ ନିଜର୍ ସାମୁଆଁ ଆଃଦ୍ରିଗ୍ଏ; 21 ମେଁ ରେମୁଆଁଇଂନେ ରିସିଙ୍ଗ୍ ଲାଏଃକ୍ନେ ଟାନ୍ବାନ୍ ୱାଏ; ଇନି ବାଏରେ ଗିଗାନେ ଟାନ୍ଅରିଆ ଆରି ଇନି ବିତ୍ରେ ନିଜର୍ ସାମୁଆଁ ୱାଃସାର୍ଚେଃ ବାସଙ୍ଗ୍ଏ । 22 ଅ ମୁର୍କ ରେମୁଆଁଇଂ, ଉଃଡ଼ି ମୁଆଁ ମୁର୍କତାକେ ବଲ୍ ପେବାଏ ? ଅ ନିନ୍ଦା ଡିଂଣ୍ଡ୍ରେଇଂ, ଆରି ଉଃଡ଼ି ମୁଆଁ ନିନ୍ଦାଅରିଆ ସାନ୍ତି ପେବାଏ ? ଅ ମୁର୍କଇଂ, ଆରି ଉଃଡ଼ି ମୁଆଁ ସିକ୍ୟାକେ ଗୁର୍ନା ପେଡିଂଏ ? 23 ନେଙ୍ଗ୍ ସାମୁଆଁରେ ମନ୍ ଆଃଆଣ୍ଡେପା; କେଲା, ନେଙ୍ଗ୍ ପେନେ ଆଡ଼ାତ୍ରା ନିଜର୍ ଆତ୍ମା କିଗ୍ ମ୍ବିଃଏ, ନେଙ୍ଗ୍ ନିଜର୍ ସାମୁଆଁ ସାପା ଆପେକେ ଣ୍ଡ୍ରାଃମ୍ୟାଃଏ । 24 ମେଃଡାଗ୍ଲା ନେଙ୍ଗ୍ ଉଁୱାକେ, ବାରି ପେ ମନା ପେଡିଂକେ; ନେଙ୍ଗ୍ ନ୍ତି ଣ୍ଡ୍ରାଃଚ୍ଲେକେ, ଜାଡିଗ୍ ଆମାନେଃଆର୍କେ; 25 ମାତର୍ ପେ ନିଂନେ ସର୍ତେ ଆଦେସ୍ ଦିଆନ୍ ପେବିଃକେ ଣ୍ଡୁ, ବାରି ନିଂନେ ମେଃଡିଗ୍ ସାମୁଆଁକେ ପେସାଃକେ ଣ୍ଡୁ; 26 ଏନ୍ସାଃ ନିଂ ଡିଗ୍ ପେନେ ବିପଦ୍ ବେଲା ନ୍ଲୁଆଃଏ, ପେନେ ବୁଟମେଗ୍ ପିଙ୍ଗ୍ଚାଃନେ ବେଲା ନିଂ ଇଁଙ୍ଗ୍ଚେଃଏ । 27 ଉଃଡ଼ିବେଲା ମ୍ନାଃ ୱେଡ଼୍ୟାଃଗୁର୍ୟାଃ ରକମ୍ ପେନେ ଡଣ୍ଡ୍ ପିଙ୍ଗ୍ଚାଃଏ ଆରି ୱେଡ଼୍ୟାଃଗୁର୍ୟାଃ ରକମ୍ ପେନେ ବିପଦ୍ ପାଙ୍ଗ୍ଏ; ଉଃଡ଼ିବେଲା ଦୁକ୍ ଆରି କସ୍ଟ ପେନେ ଆଡ଼ାତ୍ରା ଗଟେଏ । 28 ଅଃତେନ୍ବେଲା ମେଇଂ ଆନିଂକେ ୱାଆର୍ଏ, ମାତର୍ ନିଂ ଉତର୍ ନ୍ନାବିଃ ଣ୍ଡୁ; ମେଇଂ ଜାବର୍ ଜତନ୍ ବାବ୍ରେ ଆନିଂକେ ତୁର୍ଆର୍ଏ, ମାତର୍ ନିଂନେ ଇକ୍ଚା ଆବାଆର୍ଣ୍ଡୁ । 29 ମେଃଡାଗ୍ଲା ମେଇଂ ଗିଆନ୍କେ ଗୁର୍ନା ଡିଂଆର୍କେ ଆରି ମାପ୍ରୁନେ ବିସଏରେ ବୁଟମେଗ୍କେ ଆସ୍ରିଆର୍କେ ଣ୍ଡୁ; 30 ମେଇଂ ନିଂନେ ମେଃଡିଗ୍ ଆଦେସ୍ ଆସାଃଆର୍କେ ଣ୍ଡୁ ଆରି ନିଂନେ ସର୍ତେ ସାମୁଆଁକେ ଅବହେଲା ଡିଂଆର୍କେ । 31 ତେସାଃ ମେଇଂ ନିଜର୍ ନିଜର୍ କାମ୍ନେ ଚୁଚୁ ବାଆର୍ଏ ଆରି ନିଜର୍ ନିଜର୍ ଦଦ୍ୟା କାମ୍ନେ ସର୍ତେ ଚୁଚୁ ବାଆର୍ଏ । 32 ହାଁ, ମୁର୍କଇଂନେ ଦଦ୍ୟା ଗାଲି ଆମେଇଂକେ ବିନାସ୍ ଆଃଡିଂଏ ଆରି ଅଗ୍ୟାନିଇଂନେ ନିଜର୍ ସାର୍ଦା ଆମେଇଂକେ ବିନାସ୍ ଆଡିଙ୍ଗ୍ଏ । 33 ମାତର୍ ମୁଃଡ଼ି ରେମୁଆଁ ନିଂନେ ସାମୁଆଁ ଦ୍ରିଗ୍ଏ, ମେଁ ମାବ୍ଟନେ ଜାଗାନ୍ନିଆ ବାସାଏ ଆରି ଅମଙ୍ଗଲ ମାଗଟେନେ ଜାଗାନ୍ନିଆ ମାବ୍ଟକୁଟା ବାସାଏ ।