1 ଅ ନିଂନେ ଉଙ୍ଗ୍, ନିଂନେ ଗିଆନ୍ଅରିଆ ମନ୍ ବିଃ; ନିଂନେ ବୁଦି ଆଡ଼ାତ୍ରା ନାନେ ନ୍ଲୁଗ୍ ଆଃନ୍ୟାଲୁଗ୍; 2 ଡିରକମ୍ ନାଁ ନିମାଣ୍ଡା ବାବ୍ରେ ବ୍ରୁଆଡିକେ ନାୟାଏ ଆରି ଡିରକମ୍ ନାନେ ତୁମୁଆଃ ଗିଆନ୍ନେ ସାମୁଆଁ ପାଲନ୍ ଡିଂୟାଏ । 3 ମେଃଡାଗ୍ଲା ବେସ୍ୟା ସେଲାମ୍ବୁଏଃନେ ତୁମୁଆଃ ମ୍ବ୍ରେ ମ୍ବ୍ରେ ସାମୁଆଁ ବାଃଲିର୍ଏ, ମେଁନେ ସାର୍ମୁଆଃ ଞ୍ଚୁବାନ୍ ଜାବର୍ ଚିକ୍ନା । 4 ମାତର୍ ମେଁନେ ସାରାସାରି ଅବସ୍ତା ବିସେଃ ସ୍ଲାଃନେ ରସ୍ ରକମ୍, ବ୍ନାର୍ଡିଗ୍ କାଣ୍ଡା ରକମ୍ ଡିଗ୍ ଲାଏଃକେ । 5 ମେଁନେ ଞ୍ଚ ମରନ୍ ପାକା ୱେଏ; ମେଁନେ ଞ୍ଚ ରାଃଚ୍ୟା ୱେଚେ ଲଃଏ; 6 ଏନ୍ସାଃ ମେଁ ଜିବନ୍ନେ ସମାନ୍ ଗାଲି ଆବା ଣ୍ଡୁ; ମେଁନେ ଗାଲି ସାପା ଦାପେ ଦାପେ, ଆରି ମେଁ ଆତେନ୍ ଆମ୍ୟାଃ ଣ୍ଡୁ । 7 ଏନ୍ସାଃ ଅ ନିଂନେ ଉଙ୍ଗ୍ଇଂ, ନିଂ ସାମୁଆଁ ଦ୍ରିଗ୍ପା ଆରି ନିଂ ତୁମୁଆଃନେ ସାମୁଆଁବାନ୍ ସାର୍ମୁଆଃ ଆବୁଃଡ଼ିଗେପା । 8 ଆତେନ୍ ସେଲାମ୍ବୁଏଃବାନ୍ ନିଜର୍ ଗାଲି ସ୍ଲ ବପା ଆରି ମେଁନେ ବାଜାର୍ ଡାଗ୍ରା ଆୱେଗେ । 9 ଇଙ୍ଗ୍ଚାଃ ନା ବିନ୍ରେକେ ନିଜର୍ ଇଜତ୍ ଡୁଙ୍ଗ୍ୱେଏ ଆରି ଦୟା ଆଲେକ୍ନେ ରେମୁଆଁଇଂକେ ନାନେ ବ୍ରୁଆନେ ଆୟୁସ୍ ନାବିଃଏ; 10 ଇଙ୍ଗ୍ଚାଃ ମାସ୍ନାମୁଆଃ ରେମୁଆଁଇଂ ନାନେ ବପୁରେ ବର୍ତି ଡିଂଆର୍ଏ ଆରି ନା ନାସ୍ଲେକ୍ନେ ଚୁଚୁ ବିଦେସ୍ନେ ଡୁଆଅରିଆ ବଆର୍ଏ; 11 ଆରି ନା ଗୁଏନେ ଅବସ୍ତାରେ ଆତାନ୍ ବେଲା ନାନେ ଚିଲି ଆରି ଗାଗ୍ଡ଼େ ଦୁର୍ବଲ୍ ଡିଂୱେଲା, ଇଙ୍ଗ୍ଚାଃ ନାଁ ନାଅଃଏ, 12 ଆରି ନାବାସଙ୍ଗ୍ଏ, ନିଂ ନିମାଣ୍ଡା ସାମୁଆଁ ଡିରକମ୍ ଗୁର୍ନା ଣ୍ଡିଂକେ ! ବାରି, ନିଂନେ ମନ୍ ଦିଆନ୍ ବିଃନେ ଡିରକମ୍ ଗୁର୍ନା ଡିଂକେ ! 13 ନିଂ ନିଜର୍ ଗୁରୁଇଂନେ ସାମୁଆଁ ନ୍ନାମାନେଃକେ ଣ୍ଡୁ ଆରି ଜାଜା ଆନିଂକେ ସିକ୍ୟା ବିଃଆର୍କେ, ମେଇଂନେ ସାମୁଆଁ ଆଡ଼ାତ୍ରା ନିଜର୍ ନ୍ଲୁଗ୍ ନ୍ନାରାଃନ୍ୟାଲୁଗ୍କେ ଣ୍ଡୁ, 14 ନିଂ ସମାଜ୍ ଆରି ମଣ୍ଡଲି ବିତ୍ରେ ସାପା ରକମ୍ କସ୍ଟଅରିଆ ନ୍ଲଃକେ । 15 ନା ନିଜର୍ ଙ୍କୁଇବାନ୍ ଣ୍ଡିଆଃ ଉଗ୍ ଆରି ନିଜର୍ କୁଇଁସାଲ୍ବାନ୍ ତାର୍ନେ ଣ୍ଡିଆଃ ଉଗ୍ । 16 ନାନେ ଜଲାଡ଼୍ୟାଃ ମେଃନେ ତାର୍ଡିଂକେ ଆଙ୍କ୍ଆନ୍ତ୍ ଡିଂୱେଏ ? ଆରି ରାଜା ଡୁଆଅରିଆ ମେଃନେ ଣ୍ଡିଆଃ ଜାର୍ୱେଏ ? 17 ଆତେନ୍ ମାତର୍ ନାନେ ଡିଂଲେଃ, ନା ଏଃତେ ମାସ୍ନାମୁଆଃ ରେମୁଆଁଇଂନେ ଆଡିଂଲେଃ । 18 ନାନେ ଜଲାଡ଼୍ୟାଃ ଦନ୍ୟ ଡିଂଲେଃ; ଆରି ନା ନିଜର୍ ଙ୍ଗିରେ ବେଲା କୁନୁଏଃ ଡାଗ୍ରା ସାର୍ଦା ଡିଂ । 19 ମେଁ ପ୍ରେମିକା ହରିଣୀ ଆରି ସବା ତ୍ନାଡିଂକ୍ନେ କଣ୍ଡାନେ ମେଣ୍ଡା ରକମ୍, ମେଁନେ ଗ୍ରି କାଲାଆଃ ଆନାକେ ସାନ୍ତି ବିଃଲେଃ; ଆରି, ମେଁନେ ଆଲାଦ୍ଅରିଆ କାଲାଆଃ ଇକ୍ଚା ଡିଂ । 20 ଅ ନିଂନେ ଉଙ୍ଗ୍, ବିନ୍ରେନେ ସେଲାମ୍ବୁଏଃ ଏଃତେ ମେଃନ୍ସା ଲାଲ୍ସା ନାଡିଂଏ ? ଆରି ବିନ୍ରେନେ ସେଲାମ୍ୱୁଏଃନେ ବୁଲୁକେ ମେଃନ୍ସାଃ ନାକଣ୍ଡଏ ? 21 ମେଃଡାଗ୍ଲା ରେମୁଆଁନେ ସାପା ଗାଲି ମାପ୍ରୁନେ ମ୍ମୁଆଃଅରିଆ ଲାଏଃକେ ଆରି ମେଁ ମେଁନେ ସାପା ଗାଲି ସମାନ୍ ଆଃଡିଂମ୍ୟାଃକେ । 22 ଦୁସ୍ଟ ରେମୁଆଁନେ ନିଜର୍ ଦସ୍ ଆମେକେ ସାଃଏ, ମେଁ ନିଜେ ପାପ୍ ରକମ୍ ଗେହେଃଅରିଆ ଆଃଗାଗ୍ଏ । 23 ମେଁ ନିମାଣ୍ଡା ସାମୁଆଁ ଅବାବ୍ରେ ଗୁଏଃୱେଏ ଆରି ନିଜର୍ ମୁର୍କ ବୁଦି ଏଃତେ ଦଦ୍ୟା ଡିଂଏ ।
Publicidade
Provérbios 5
ବେବିଚାର୍ ବିରଦ୍ରେ ଚେତା ବିଃନେ ସାମୁଆଁ
Veja também
Publicidade