1 ଗିଆନ୍ ନିଜର୍ ଡୁଆ ଆଃରେବକେ, ମେଁ ମେଁନେ ଗୁକ୍ଲିଗ୍ ଡେଲି ଆଃରେବକେ; 2 ମେଁ ନିଜର୍ ପସୁ ସାପା ବାଗୁଏଃବକେ; ମେଁ ନିଜର୍ ଦ୍ରାକ୍ୟା ରସ୍ ଆଃମିସୁଃବକେ; ମେଁ ନିଜର୍ ଟେବୁଲ୍ ଡିଗ୍ ସଜେ ବକେ । 3 ମେଁ ନିଜର୍ ଚାକର୍ ରାନିଇଂକେ ବେବକେ, ମେଁ ଦେସ୍ନେ ସାପାଟୁ ତିଆର୍ ଜାଗାବାନ୍ ୱାଚେଃ ବାସଙ୍ଗ୍ମ୍ୟାଃକେ, 4 ଜା କି ଦରମ୍ ରେମୁଆଁ, ମେଁ ଆକ୍ଅରିଆ ପାଙ୍ଗ୍ଲେଃ; ବାରି, ମୁଃଡ଼ି ରେମୁଆଁକେ ଗିଆନ୍ ଣ୍ଡୁ, ଆମେକେ ମେଁ ବାସଙ୍ଗ୍ଏ, 5 ପାଙ୍ଗ୍ଲା, ନିଂନେ କାଦି ଚଙ୍ଗ୍ ଆରି ନିଂନେ ମିସୁଃକ୍ନେ ଦ୍ରାକ୍ୟା ରସ୍ ଉଗ୍ । 6 ଅ ଦରମ୍ ରେମୁଆଁଇଂ, ଦୁସ୍ଟ ରେମୁଆଁଇଂନେ ସାଙ୍ଗ ଆନ୍ତାର୍ଚେଃ ଜିବନ୍ ରକ୍ୟା ଡିଂପା; ବାରି, ନିମାଣ୍ଡାଃ ବୁଦିନେ ଗାଲି ପାକା ଅଲେଙ୍ଗ୍ପା । 7 ଜା ନିନ୍ଦା ଡିଂଣ୍ଡ୍ରେକେ ସିକ୍ୟା ବିଃଏ, ମେଁ ନିଜେ ଗିଆସଃ ବାଏ; ବାରି, ଜା ଦୁସ୍ଟକେ ୱିଙ୍ଗ୍ଏ, ମେଁ ନିଜେ ଅପମାନ୍ ବାଏ । 8 ନିନ୍ଦା ଡିଂଣ୍ଡ୍ରେକେ ଆୱିଙ୍ଗ୍ଗେପା, ପେଡିଂଲା, ମେଁ ଆପେକେ ଗ୍ରୁନା ଡିଂଏ, ଜ୍ଞାନିକେ ୱିଙ୍ଗ୍ପା, ତେଲା ମେଁ ଆପେକେ ଆଲାଦ୍ ଡିଂଏ । 9 ଜ୍ଞାନିକେ ସିକ୍ୟା ବିଃଲା, ମେଁ ଆରି ଜ୍ଞାନି ରେମୁଆଁ ଡିଂଏ, ବାରି ଦାର୍ମିକ୍କେ ସିକ୍ୟା ବିଃଲା, ମେଁନେ ବୁଦି ଜାବର୍ ଡିଂଏ । 10 ମାପ୍ରୁନେ ବିସଏରେ ବୁଟମେଗ୍ଲା ଆଃ ଗିଆନ୍ନେ ଆରାମ୍, ବାରି ପବିତ୍ର ମାପ୍ରୁନେ ସାମୁଆଁ ବିସଏରେ ଗିଆନ୍ ଲାବ୍ ଡିଙ୍ଗ୍ଲା ନିମାଣ୍ଡାଃ ବୁଦି ମିଲେଏ । 11 ମେଃଡାଗ୍ଲା ନିଂ ବାନ୍ ନାନେ ଦିନ୍ ଜାବର୍ ଡିଂଏ, ବାରି ନାନେ ଆୟୁସ୍ନେ ମୁଆଁ ଜାବର୍ ଡିଂଏ । 12 ନା ଜ୍ଞାନି ନାଡିଂଲା, ନିଜର୍ ଆତ୍ଲା ଜ୍ଞାନି ନାଡିଂଏ; ଜଦି ଅଃନା ନିନ୍ଦା ନାଡିଂଏ, ଆତେନ୍ ମନ୍କେ ନା ନାବଗେଏ । 13 ଗିଆନ୍ ଆଲେଃକ୍ନେ ସେଲାମ୍ବୁଏଃ ତୁମୁଆଃରେଗ୍ ଡିଙ୍ଗ୍ମ୍ୟାଃକେ; ମେଁ ବୁଜେ ଆମ୍ୟାକେ ଆରି ମେଃଡିଗ୍ ଆମ୍ୟାଃ ଣ୍ଡୁ । 14 ମେଁ ନିଜର୍ ଡୁଆ ଡାଗ୍ରା ଆରି ଇନିନେ ତିଆର୍ ଜାଗାଅରିଆ କୁର୍ଚି ତ୍ଲାଗ୍ଚେଃ କମ୍ୟାଃକେ । 15 ମେଁ ଡାଗ୍ରା ବିଃଚେଃ ନିଜର୍ ନିଜର୍ ଗାଲିଅରିଆ ସିଦା ୱେନେ ରେମୁଆଁଇଂକେ ୱାଚେଃ ବାସଙ୍ଗ୍ଏ, 16 ଜା ଦରମ୍ ରେମୁଆଁ, ମେଁ ଆକ୍ଅରିଆ ପାଙ୍ଗ୍ଲେଃ । ବୁଦି ଆଲାଏଃକ୍ନେ ରେମୁଆଁକେ ମେଁ ଆକେନ୍ ସାମୁଆଁ ବାସଙ୍ଗ୍ଏ, 17 ଡଙ୍ଗାକ୍ନେ ଣ୍ଡିଆଃ ମ୍ବ୍ରେ ଆରି ବୁଃଡ଼ିଚେ ଚଙ୍ଗ୍ନେ କାଦି ସୁବ ଲେଃଏ । 18 ମାତର୍ ଆତେନ୍ ରେମୁଆଁ ଆମ୍ୟାଃ ଣ୍ଡୁ ଜେ, ଗୁଏଃକ୍ନେ ରେମୁଆଁଇଂ ଆତ୍ଅରିଆ ଲେଃଆର୍ଏ, ବାରି ମେଁ ବାନ୍ ୱାବ୍ନ ରେମୁଆଁଇଂ ପାତାଲ୍ନେ କୁରୁ ଜାଗାଅରିଆ ଲେଃଆର୍କେ ।
Publicidade
Publicidade