1 ଅ ନିଂନେ ଉଙ୍ଗ୍, ଅଃନା ନା ନିଜର୍ ଡାଗ୍ରା ବାସାଲାଏଃକ୍ନେ ଡୁଆଣ୍ଡ୍ରେନେ ଦାଇତ୍ ଡିଂନାଲେଃଏ, ତେଲା ବିନ୍ ରେମୁଆଁ ଆତ୍ଲା ଦାଇତ୍ ଡିଂଚେଃ ନାଲେଃଏ, 2 ତେଲା ନା ନିଜର୍ ତୁମୁଆଃନେ ସାମୁଆଁ ରକମ୍ ପାନ୍ଦ୍ଅରିଆ ଲଃନାଲାଏଃକେ ଆରି ନିଜର୍ ତୁମୁଆଃନେ ସାମୁଆଁଅରିଆ ଆଃସାଃନାବକେ । 3 ଅ ନିଂନେ ଉଙ୍ଗ୍, ନା ଏବେ ଆକେନ୍ କାମ୍ ଡିଂ, ନିଜ୍କେ ରକ୍ୟା ଡିଂ; ମେଃଡାଗ୍ଲା ନା ନିଜର୍ କୁଟୁମ୍ନେ ନ୍ତିଅରିଆ ନାଲାଏଃକେ; ୱେଲା, ନିଜ୍କେ ଦରମ୍ ଆଃଡିଂଚେଃ ନାନେ ଡାଗ୍ରା ବାସାଲାଏଃକ୍ନେ ଡୁଆଣ୍ଡ୍ରେକେ ପ୍ରେକ୍ ପ୍ରେକ୍ ଗୁଆରି ଡିଂ । 4 ନା ନିଜର୍ ମ୍ମୁଆଃକେ ଲେମୁଆଃନ୍ସାଃ ଆବିଃଗେ, କି ନିଜର୍ ମ୍ମୁଆଃନେ ପତାକେ ଜୁଗ୍ଡିଃମୁଆଃ ନ୍ସାଃ ଆବିଃଗେ । 5 ନିଜ୍କେ ଏଲା ରକମ୍ ସିକାରି ନ୍ତିବାନ୍, ପ୍ଲିଗ୍ ରକମ୍ ପାନ୍ଦ୍ ତ୍ଲାଗ୍ରେନେ ନ୍ତିବାନ୍ ରକ୍ୟା ଡିଂ । 6 ଅ ଅଲ୍ସୁଆ, ନା ବୁଇଃ ଡାଗ୍ରା ୱେଲା, ମେଁନେ କାମ୍ କେଚେ ଆରି ଜ୍ଞାନି ଡିଂ । 7 ମେଁନେ ବିଚାର୍ ଡିଂଣ୍ଡ୍ରେ କି ନେତା କି ସାସନ୍ ଡିଙ୍ଗ୍ଣ୍ଡ୍ରେ ଜାଡିଗ୍ ଆଲେଃଲା ଡିଗ୍ ମେଁ ନ୍ନାଃସେଙ୍ଗ୍କିଗ୍ ନିଜର୍ କାଦି ଆଃରେ, 8 ବାରି ଚାସ୍ବାସ୍ ବେଲା କାଦି ରାଃସିଙ୍ଗ୍ । 9 ଅ ଅଲ୍ସୁଆ, ନା ଉଃଡ଼ି ଦିନ୍ ଡୁଲେଗ୍ ନାଲେଃଏ ? ନା ଉଃଡ଼ିବେଲା ଲେମୁଆଃବାନ୍ ନାତଃଡ଼୍ୟାଃଏ ? 10 ଆରି ଇଃତୁଡ଼ାଃ ଡୁଲେଗ୍ଲା, ଆରି ଇଃତୁଡ଼ାଃ ଜୁଗ୍ଡିଃମୁଆଃଲା, ଆରି ଇଃତୁଡ଼ାଃ ଡୁଲେଗ୍ ନ୍ସାଃ ନ୍ତି ଆଲିଃପର୍ ଆଲିଃମୁଆର୍ ଡିଂଲା, 11 ପେନେ ଦରିଦ୍ର ଅବସ୍ତା ଲଃଚଙ୍ଗ୍ ଅଲେଙ୍ଗ୍ନେ ରେମୁଆଁ ରକମ୍ ଡିଙ୍ଗ୍ଏ, ବାରି ପେନେ ଗରିବ୍ ଅବସ୍ତା ସାଜବାଜ ଡିଂଲାଏଃକ୍ନେ ରେମୁଆଁ ରକମ୍ ପିଙ୍ଗ୍ଚାଃଏ । 12 ପାପ୍ଅରିଆ ଅଲେଙ୍ଗ୍ନେ ରେମୁଆଁ, ପାପ୍ କାମ୍ ଡିଂନେ ରେମୁଆଁ; ମେଁ କୁଟ୍ ଡିଂନେ ସାର୍ମୁଆଃ ରକମ୍ ଆଃଡିଂଚେଃ ଅଲେଙ୍ଗ୍ଏ; 13 ମେଁ ମ୍ମୁଆଁ ବଗ୍ଏ, ମେଁ ଞ୍ଚକେ ଟେ ଟେଚେଃ ୱାଏ, ମେଁ ଆର୍ୱେଃତି ଏଃତେ ଚିନ୍ ଆଃସୁଏଃଏ; 14 ମେଁନେ ମନ୍ଅରିଆ କୁଟ୍ ବୁଦି ଲେଃଏ, ମେଁ କାଲାଆଃ କାରାପ୍ ଚିନ୍ତା ଡିଂଏ; ମେଁ ୱିଙ୍ଗ୍ଆଃରିଙ୍ଗ୍ଆଃନେ ସାମୁଆଁ ବାଃଲିର୍ଏ । 15 ଏନ୍ସାଃ ମେଁନେ ବିପଦ୍ ମାର୍ୟାଃତୁଗ୍ ପିଙ୍ଗ୍ଚାଃଏ, ବାରି ମେଁ ଉଦାର୍ ବାନ୍ସାଃ ମେଃଡିଗ୍ ଗାଲି ଆଲେ ଣ୍ଡୁ । 16 ତୁର୍କ୍ଲିଗ୍ ସାମୁଆଁକେ ମାପ୍ରୁ ଗ୍ରୁନା ଡିଂମ୍ୟାଃକେ; ଗୁକ୍ଲିଗ୍ ସାମୁଆଁକେ ଡିଗ୍ ମେଁ ଗ୍ରୁନା ଡିଂମ୍ୟାଃକେ । 17 ଆଙ୍କାର୍ ଡିଂଚେଃ କିକେନେ, ନାଲେ ସାମୁଆଁ ବାସଙ୍ଗ୍ନେ ନ୍ଲିଆ ଆରି ବିନା ଦସ୍ରେ ରେମୁଆଁ ବାଗୁଏଃନେ ନ୍ତି; 18 ଦଦ୍ୟା ଚିନ୍ତା ଡିଂନେ ମନ୍, ପାପ୍ କାମ୍ ଡିଂନ୍ସାଃ ଗିଆଃଗିଆଃ ୱେନେ ଞ୍ଚ; 19 ମିଚ୍ ସାକି ଜା ମିଚ୍ ସାମୁଆଁ ବାସଙ୍ଗ୍ଏ ଆରି ଜା ବୟାଁଇଂନେ ବିତ୍ରେ ୱିଙ୍ଗ୍ଆଃରିଙ୍ଗ୍ଆଃନେ ସାମୁଆଁ ବାଃଲିର୍ଏ ।
20 ଅ ନିଂନେ ଉଙ୍ଗ୍, ନା ନିଜର୍ ଆବାନେ ସାମୁଆଁ ମାନେଃ, ବାରି ନିଜର୍ ଇୟାଙ୍ଗ୍ନେ ସିକ୍ୟାକେ ଆଆନ୍ତାର୍ଗେ । 21 ଆତେନ୍ କାଲାଆଃ ନାନେ ମନ୍ଅରିଆ ଗାଗ୍ଚେଃ ବ, ନିଜର୍ ଲୁଗଃଅରିଆ ଗାଗ୍ଚେଃ ବ । 22 ନା ଅଲେଙ୍ଗ୍ନେ ବେଲା ଆତେନ୍ ଆନାକେ ଗାଲି ଆଃସୁଏଃଏ, ଆରି ଡୁଲେଗ୍ନେ ବେଲା ଆତେନ୍ ନାନେ ଉର୍ଣ୍ଡ୍ରେ ଡିଂଏ; ନା ଉର୍ନେ ବେଲା ଆତେନ୍ ନା ଏଃତେ ବାଃଲିର୍ବାଃତାଏ । 23 ମେଃଡାଗ୍ଲା ଆତେନ୍ ଆଦେସ୍ କୁପିସ; ଆରି ଆତେନ୍ ସିକ୍ୟା ତାର୍କିଗ୍; ଆରି ସିକ୍ୟା ମନ୍ଦିଆନ୍ ବିଃନେ ଗାଲି; 24 ମେଁ ଆନାକେ ଦୁସ୍ଟ ସେଲାମ୍ବୁଏଃବାନ୍ ଆରି ବିନ୍ ସେଲାମ୍ବୁଏଃନେ ନ୍ଲିଆନେ ମ୍ବ୍ରେ ମ୍ବ୍ରେ ସାମୁଆଁବାନ୍ ରକ୍ୟା ଡିଂଏ । 25 ନାନେ ମନ୍ଅରିଆ ମେଁନେ ସୁନ୍ଦର୍କେ ଲବ୍ ଆଡିଂଗେ; କି ମେଁ ଫ୍ଲେଗ୍କ୍ଲିଆଚେଃ ଆନାକେ ସାଃନ୍ସାଃ ଆମେକେ ଆବିଃଗେ । 26 ମେଃଡାଗ୍ଲା ବେସ୍ୟା କାମ୍ ଡିଙ୍ଗ୍ଲା କାଦି ଅବାବ୍ ଗଟେଏ, ଆରି ବେବିଚାର୍ ଡିଂନେ ସେଲାମ୍ବୁଏଃ ରେମୁଆଁନେ ମ୍ନାଃ ମୁଲ୍ୟ ଜିବନ୍କେ ସାଃନ୍ସାଃ ସିକାର୍ ଡିଂଏ । 27 ଜାଡିଗ୍ ଅଃନା ନିଜର୍ ଗ୍ରିଅରିଆ ସୁଆ ବଏ, ତେଲା ମେଁନେ ସକାପାଟାଇ ମେଃନେ ଗିଃ ଆୱେ ଣ୍ଡୁ ? 28 ଣ୍ଡୁଲା ଜାଡିଗ୍ ଅଃନା ଡୁଆଲାଏଃକ୍ନେ ବୁରିୟାଃ ଆଡ଼ାତ୍ରା ଅଲେଙ୍ଗ୍ଏ, ତେଲା ମେଁନେ ଞ୍ଚଅରିଆ ମେଃନେ ପଟ୍କା ଆଡିଂ ଣ୍ଡୁ ? 29 ମୁଡ଼ି ସେଲାମ୍ବୁଏଃଅରିଆ ମୁଃଡ଼ି ରେମୁଆଁ ୱେଏ, ମେଁ ଦେତ୍ରକମ୍; ଜା ଆମେକେ ଲିଗ୍ଏ, ମେଁ ଡଣ୍ଡ୍ ବାଏ । 30 ଡଙ୍ଗାରେ କିଡ଼େସଃଚେ ଜିବନ୍ ରକ୍ୟା ଡିଂନ୍ସାଃ ଅଃନା ଡଙ୍ଗାଏ, ତେଲା ରେମୁଆଁଇଂ ଆମେକେ ଗ୍ରୁନା ଆଡିଂଆର୍ ଣ୍ଡୁ । 31 ମାତର୍ ମେଁ ଦାରାପଡ଼େଲା, ଆମେକେ ଗୁ ଗୁନ୍ ଆଃଆଣ୍ଡେ ବିଃନେ ଡିଂଏ; ନିଜର୍ ଡୁଆନେ ସାପା କିଚି ଆମେକେ ବିଃନେ ପଡ଼େଏ । 32 ମୁଡ଼ି ରେମୁଆଁ ନିଜର୍ ସେଲାମ୍ୱୁଏଃକେ ଆନ୍ତାର୍ଚେଃ ବିନ୍ ସେଲାମ୍ୱୁଏଃ ଏଃତେ କରାପ୍ କାମ୍ ଡିଙ୍ଗ୍ଏ, ମେଁ ମୁର୍କ । ମେଁ ନିଜେ ନିଜର୍ ଜିବନ୍କେ ନସ୍ଟ ଡିଙ୍ଗ୍ଡିଙ୍ଗ୍କେ, ମେଁ ଆଃ ଆତେନ୍ ଡିଂଏ । 33 ମେଁ ମାଡ୍ ଚଙ୍ଗ୍ଏ ଆରି ଅପମାନ୍ ବାଏ; ବାରି, ମେଁ ଡିଂକ୍ନେ ଦସ୍ କାମ୍ ଅଃନା ଡିଗ୍ କେମା ଆଡିଙ୍ଗ୍ ଣ୍ଡୁ । 34 ମେଃଡାଗ୍ଲା ସେଲାମ୍ବୁଏଃ ବିସଏରେ ଇର୍ସା ରେମୁଆଁନେ ଜାବର୍ ରିସା ବିଷୟ୍; ପ୍ରତିସଦ୍ ଡୁଙ୍ଗ୍ଡନେ ବେଲା ମେଁ ମେଃଡିଗ୍ କେମା ଆଡିଂ ଣ୍ଡୁ । 35 ମେଁ ମେଃଡିଗ୍ ଜାବର୍ ଦାମ୍ନେ ଜିନିସ୍ ବିଃଲା ଡିଗ୍ ଆସାଃ ଣ୍ଡୁ; କି ନା ଜାବର୍ ଲାଞ୍ଚ୍ ବିଃଲା ଡିଗ୍ ମେଁ ଆମାନେଃ ଣ୍ଡୁ ।