1 ନା ଦଦ୍ୟା ରେମୁଆଁଇଂନେ ଆଡ଼ାତ୍ରା ଇର୍ସା ଆଡିଂଗେ, ବାରି, ମେଇଂନେ ସାଙ୍ଗ ଡିଂନ୍ସାଃ ଇକ୍ଚା ଆଡିଂଗେ । 2 ମେଃଡାଗ୍ଲା ମେଇଂନେ ମନ୍ ଦଦ୍ୟା ସାମୁଆଁ ଚିନ୍ତା ଡିଂଏ, ବାରି, ମେଇଂନେ ତୁମୁଆଃ ଦଦ୍ୟା ସାମୁଆଁ ବାସଙ୍ଗ୍ଏ । 3 ଗିଆନ୍ ବାନ୍ ଡୁଆ ତିଆର୍ ଡିଂଏ ଆରି ବୁଦି ବାନ୍ ଆତେନ୍ ସାନ୍ତିରେ ଲେଃଏ; 4 ଗିଆନ୍ ଏଃତେ ବାକ୍ରା ସାପା ଜାବର୍ ଡାବୁନେ ଆରି ମନ୍ ଇକ୍ଚାନେ ଜିନିସ୍ ବର୍ତି ଡିଂଏ । 5 ବୁଦିମାନ୍ ରେମୁଆଁ ଜାବର୍ ବପୁ, ବାରି, ଜ୍ଞାନି ରେମୁଆଁ ବପୁକେ ଜାବର୍ ଆଃଡିଂଏ । 6 ଡିଂପାରେ ନା ନିମାଣ୍ଡାଃ ବୁଦି ସାଃଚେଃ ଜୁଦ୍ ନାଡିଂଏ; ଆରି, ଜାବର୍ ସନ୍ୟଇଂନେ ସକ୍ତିରେ ରକ୍ୟା ଡିଂଏ । 7 ଅଗ୍ୟାନ୍ ଡାଗ୍ରା ଗିଆନ୍ ଜାବର୍ ତିଆର୍; ମେଁ ଇନିନେ ଗାଲିବଃ ନିଜର୍ ତୁମୁଆଃ ଆତର୍ସା ଣ୍ଡୁ । 8 ମୁଃଡ଼ି ରେମୁଆଁ ଦଦ୍ୟା କାମ୍ ଡିଂନ୍ସାଃ ଚିନ୍ତା ଡିଂଏ, ରେମୁଆଁଇଂ ଆମେକେ ଚୁକ୍ଲିଆ ରେମୁଆଁ ଡାଗ୍ଚେଃ ବାସଙ୍ଗ୍ଆର୍ଏ । 9 ଅଗ୍ୟାନ୍ ରେମୁଆଁନେ ଇକ୍ଚା ଡିଂଡିଂକେ ପାପ୍; ବାରି, ନିନ୍ଦା ଡିଂଣ୍ଡ୍ରେ ରେମୁଆଁଇଂନେ ଡାଗ୍ରା ଗ୍ରୁନା ବାଏ । 10 ବିପଦ୍ନେ ଦିନା ନା ଅଃନା ସାଆସ୍ ନାଆନ୍ତାର୍ଏ, ତେଲା ନାନେ ବପୁ ଗଣ୍ଡାଃ ଲାଏଃକେ । 11 ମରନ୍ ଆତ୍ଲା ରାଙ୍ଗ୍ୱେନେ ରେମୁଆଁଇଂକେ ରକ୍ୟା ଡିଂ ଆରି ଆଃଗୁଏଃ ନ୍ସାଃ ରାଙ୍ଗ୍ୱେଡିଂକ୍ନେ ରେମୁଆଁଇଂକେ ରକ୍ୟା ଡିଂନ୍ସାଃ ଆପ୍ଲାଃଗେ । 12 ଜଦି ନା ନାବାସଙ୍ଗ୍ଏ, କେଲା, ନେ ଆକେନ୍ ନେମ୍ୟାଃକେ ଣ୍ଡୁ, ତେଲା ମନ୍ ଅଜନ୍ ଆଃଡିଂଣ୍ଡ୍ରେ ମେଃନେ ଆତେନ୍ ଆବୁଜେଆର୍ ? ବାରି, ନାନେ ପାରାନ୍ ରକ୍ୟା ଡିଂଣ୍ଡ୍ରେ ମେଃନେ ଆତେନ୍ ଆମ୍ୟାଃ ଣ୍ଡୁ ? ଆରି, ମେଁ ମେଃନେ ସାପା ରେମୁଆଁକେ ନିଜର୍ କାମ୍ ଅନୁସାରେ ପ୍ରତିପଲ୍ ଆବିଃ ଣ୍ଡୁ ? 13 ଅ ନିଂନେ ଉଙ୍ଗ୍, ନା ଞ୍ଜୁଙ୍ଗ୍ ଚଙ୍ଗ୍, ମେଃଡାଗ୍ଲା ଆତେନ୍ ନିମାଣ୍ଡାଃ; ବାରି, ଞ୍ଜୁଙ୍ଗ୍ଟାଟା ଚଙ୍ଗ୍, ମେଃଡାଗ୍ଲା ଆତେନ୍ ନାନେ ତୁମୁଆଃକେ ମ୍ବ୍ରେ ଲାଗେଏ । 14 ଗିଆନ୍ ନାନେ ଜିବନ୍ ଆଡ଼ାତ୍ରା ଦେତ୍ରକମ୍ ଡାଗ୍ଚେଃ ନା ନାମ୍ୟାଃଏ; ନା ଆତେନ୍ ନାଅବାଲା, ଇନାମ୍ ଲେଃକେସାଃ ନାନେ ଆସା ବିନେ ଆଡିଂ ଣ୍ଡୁ । 15 ଅ ଦୁସ୍ଟ ରେମୁଆଁ, ନା ଦାର୍ମିକ୍ନେ ବାସାନେ ଡୁଆ ବିରୁଦ୍ରେ ଦଦ୍ୟା ଚିନ୍ତା ଆଡିଂଗେ; ମେଁନେ ପୁଣ୍ଡେନେ ଜାଗା ନସ୍ଟ ଆରାଃଡିଂଗେ । 16 ମେଃଡାଗ୍ଲା ଦାର୍ମିକ୍ ଗୁ ତର୍ ଲଃଡ଼େଃଲା ଡିଗ୍ ବାର୍ମୁଇଂତର୍ ତଃଡ଼୍ୟାଃଏ; ମାତର୍ ଦୁସ୍ଟଇଂ ବିପଦ୍ଅରିଆ ଟେପ୍ଲଃ ଲଃଆର୍ଏ । 17 ନାନେ ସତ୍ରୁ ଲଃଲା ସାର୍ଦା ଆଡିଂଗେ, ଆରି ଡିଗ୍ ମେଁ ଟେପ୍ଲଃ ଲଃଲା, ନାନେ ମନ୍ ସାର୍ଦା ଆଡିଂଲେଃ । 18 ଇଙ୍ଗ୍ଚାଃ ମାପ୍ରୁ ଆତେନ୍ କେଚେଃ ଇକ୍ଚା ଆଡିଂ ଣ୍ଡୁ ଆରି ମେଁବାନ୍ ନିଜର୍ ରିସା ଆଃଆଣ୍ଡେଏ । 19 ଦଦ୍ୟା କାମ୍ ଡିଂଣ୍ଡ୍ରେଇଂନେ ନ୍ସାଃ ବିରକ୍ତ ଆଡିଂଗେ; ବାରି, ଦୁସ୍ଟଇଂନେ ଆଡ଼ାତ୍ରା ଇର୍ସା ଆଡିଂଗେ । 20 ମେଃଡାଗ୍ଲା ଦଦ୍ୟା ରେମୁଆଁ ଇଡ଼ିଂଡେ ମେଃଡିଗ୍ ଆବା ଣ୍ଡୁ ଆରି ଦୁସ୍ଟଇଂନେ କୁପିସ ଆଃଲିଗ୍ବିଃଏ । 21 ଅ ନିଂନେ ଉଙ୍ଗ୍, ମାପ୍ରୁକେ ଆରି ଇଃସାଙ୍ଗ୍କେ ବୁଟ, ବାରି, ବିରଦ୍ ଡିଂଣ୍ଡ୍ରେଇଂ ଏଃତେ ଆମିସୁଃଗେ । 22 ମେଃଡାଗ୍ଲା ମାର୍ୟାଃତୁଗ୍ ମେଇଂନେ ବିପଦ୍ ଗଟେଏ; ବାରି, ଆତେନ୍ ମ୍ବାୟାନେ ବାଗୁଏଃଣ୍ଡ୍ରେ ଜାଣ୍ଡେଃ ମ୍ୟାଃଏ ?
23 ଆକେନ୍ ସାପା ଜ୍ଞାନିଇଂନେ ସାମୁଆଁ । ବିଚାର୍ଅରିଆ ରେମୁଆଁନେ ସାର୍ମୁଆଃ କେଚେଃ ବିଚାର୍ ଡିଂନେ ନିମାଣ୍ଡାଃ ଣ୍ଡୁ । 24 ଦୁସ୍ଟକେ ଜା ବାସଙ୍ଗ୍ଏ, ନା ଦାର୍ମିକ୍, ଆମେକେ ରେମୁଆଁଇଂ ଅବିସାପ୍ ବିଃଆର୍ଏ, ଦେସ୍ ଦେଶ୍ନେ ରେମୁଆଁଇଂ ଆମେକେ ଗ୍ରୁନା ଡିଂଆର୍ଏ । 25 ମାତର୍ ଜାଜା ଆମେକେ ୱିଙ୍ଗ୍ଆର୍ଏ, ମେଇଂନେ ସାର୍ଦା ଡିଂଏ; ବାରି, ନିମାଣ୍ଡାଃ ଆସିର୍ବାଦ୍ ମେଇଂନେ ଆଡ଼ାତ୍ରା ପାଙ୍ଗ୍ଏ । 26 ଜା ସତ୍ ସାମୁଆଁ ବାସଙ୍ଗ୍ଏ, ମେଁ ତୁମୁଆଃକେ ବୈନ୍ତାଏ । 27 ବାଏରେ ନାନେ କାମ୍ ଟିକ୍ ଆଃଡିଂ, ଲିଜଅରିଆ ନିଜର୍ ଆତ୍ଲା ଆତେନ୍ ଆଃରେ; ତେନ୍ ଇଡ଼ିଂ ନିଜର୍ ଡୁଆ ଆଃରେ । 28 ସରାଃସରାଃ ନାନେ ଡୁଆ ଡାଗ୍ରା ବାସା ଲାଏଃକ୍ନେଣ୍ଡ୍ରେ ବିରୁଦ୍ରେ ସାକି ଆଡିଂଗେ ଆରି ନାନେ ତୁମୁଆଃ ବାନ୍ ଆରାଃନାଲେଗେପା । 29 "ମେଁ ନିଂ ଆଡ଼ାତ୍ରା ଡିରକମ୍ ଡିଂବକେ, ମେଁ ଆଡ଼ାତ୍ରା ନିଂ ଦେତ୍ରକମ୍ ଣ୍ଡିଂଏ ଆରି ମେଁନେ କାମ୍ ଅନୁସାରେ ନିଂ ଆମେକେ ପ୍ରତିପଲ୍ ମ୍ବିଃଏ, ଦେକ୍ରକମ୍ ଆବାସଙ୍ଗ୍ଗେ ।" 30 ନିଂ ଅଲ୍ସୁଆନେ ଲିଜ ଆରି ମୁର୍କ ରେମୁଆଁନେ ଅଙ୍ଗୁର୍ ଡୁଗ୍ଡି ଡାଗ୍ରା ବିଃଚେଃ ଉଁୱେକେ । 31 ବାରି, କେଲା, ଆତ୍ନେ ସାପା ପାକା ଗ୍ରେଃ ମ୍ନାଃଲାଏଃକେ ଆରି ଗେପୁଆଃ ତେନ୍ ଆଡ଼ାତ୍ରା ବର୍ତି ଡିଂଲାଏଃକେ, ଆତ୍ନେ ବ୍ରି କାନ୍ତି ସାପା ପାକ୍ଚିଃଲାଏଃକେ । 32 ତେସାଃ ନିଂ ଙ୍କେକେ, ବାରି, ଦିଆନ୍ ମ୍ବିଃକେ; ନିଂ ଙ୍କେକେ ଆରି ସିକ୍ୟା ମ୍ବାକେ । 33 ଆରି ଇଃତୁଡ଼ାଃ ନାଡୁଲେଗ୍ଲା, ଆରି ଇଃତୁଡ଼ାଃ ନାଜୁଗ୍ଡିଃମୁଆଃଲା, ଆରି ଇକୁଡ଼ା ଲେମୁଁଆଃ ପାଙ୍ଗ୍ନ୍ସାଃ ଞ୍ଚ ନ୍ତିକେ ପାକ୍ଚିଃକେ ସୁଗୁଆ ଡିଙ୍ଗ୍ଲା, 34 ନାନେ ଦରିଦ୍ର ଅବସ୍ତା ଅଲେଙ୍ଗ୍ଚେ ସାଲିଆ ଚଙ୍ଗ୍ଣ୍ଡ୍ରେ ରକମ୍ ଡିଙ୍ଗ୍ଏ, ବାରି ନାନେ ଦରିଦ୍ର ମୁଇଂ କାଣ୍ଡା ସାଃଲେକ୍ନେ ଡଙ୍ଗାରେ ରକମ୍ ବଗ୍ଏ ।