1 ଆନ୍ନିଙ୍ ତାଙ୍ଲେୟ୍ ଅଡ଼େ ମେଣ୍ଡାନ୍ ରାଉଲନ୍ ରବୁଏନ୍ଡେନ୍, ଅଡ଼େ ତମେନ୍ଡେନ୍, ଇଜ୍ଜାଡେନ୍ ଆନିନ୍ ଅବୟ୍ ତାଙ୍ଲେୟ୍ନ୍ ଆପାଲ୍ତେଙ୍ ମଲୟ୍ ତାଙ୍ଲେୟ୍ନ୍ ଡ ଅବୟ୍ ମେଣ୍ଡାନ୍ ଆପାଲ୍ତେଙ୍ ଉଞ୍ଜିମେଣ୍ଡାନ୍ ତିୟ୍ତେ । 2 ଆନ୍ନିଙ୍ ଅବୟ୍ ତାଙ୍ଲେୟ୍ ଅଡ଼େ ମେଣ୍ଡାନ୍ ଆର୍ରାଉଲନ୍ ଆଡିଡ୍ ଆନିନ୍ଆଡଙ୍ ତିଡ୍ଲେ ତିଡ୍ଲେ ରବ୍ବୁଏଞ୍ଜିଡେନ୍, ଏତ୍ତେଲ୍ଡେନ୍ ରନବ୍ବୁମରନ୍ ଅଃଡୋସାଏ । 3 ବନ୍ଡ ଅସମୟ୍ ଆଡ୍ରାଗାତେନ୍ ଆଡିଡ୍ ଆନିନ୍ଆଡଙ୍ ରବୁଏନ୍ ଡେନ୍, ତିଡେନ୍ ଆନିନ୍ ଆମିଞାମନ୍ ଡୋସା ଗତର୍ତେ; ଆରି ଆର୍ରାଉଲନ୍ ଆଜନବ୍ ରାଉମରନ୍ ତନଣ୍ତେନ୍ ତିୟ୍ତେ; ଅସମୟ୍ ଆମଙନ୍ ଇନ୍ନିଙ୍ ଅବୟ୍ତଡ୍ଡେନ୍, ଆର୍ରାଉଲନ୍ ଆସନ୍ ଆନିନ୍ଆଡଙ୍ ତନମନ୍ଡେତେ । 4 ତାଙ୍ଲେୟନ୍ କି ଗୋଡୋଁୟ୍ କି ମେଣ୍ଡା ରାଉ ଜିନିସନ୍ ରାଉମରନ୍ ଆସିଲୋଙ୍ ଆମେଙ୍ ଞାଙେଞ୍ଜିଡେନ୍, ତିଡେନ୍ ଆନିନ୍ ବାଗୁନ ତିୟ୍ତେ । 5 ଆରି ଆନ୍ନିଙ୍ ଆ କୋତ୍ତା ଅଡ଼େ ଆନ୍ନିଙ୍ ଆ ଡ୍ରାକ୍ୟାକୋତ୍ତା ତାଙ୍ଲେୟ୍ନ୍ ତୁରେନ୍ ଡେନ୍, ଅଡ଼େ ଆ ଜନ୍ତୁନ୍ଆଡଙ୍ ଆରୁମ୍ରେଙ୍ତେନ୍ ଆସନ୍ ବମନ୍ରା ଆ କୋତ୍ତାଲୋଙନ୍ ଜୋମେଡେନ୍, ତିଡେନ୍ ତି ଆମନ୍ରା ଆ କୋତ୍ତାନ୍ ଆପାଲ୍ତେଙ୍ ଆ କୋତ୍ତାନ୍ ଆ ମନଙ୍ ଜନ୍ରୋମନ୍ ଅଡ଼େ ଆ ଡ୍ରାକ୍ୟାନ୍ ଆ କୋତ୍ତା ଆ ମନଙ୍ ଜଅ ତିୟ୍ତେ । 6 ଅନ୍ନିଙ୍ ଆମନ୍ରା ଅବ୍ବା ଜାଡ଼ିଆଲୋଙନ୍ ତଗୋନ୍ ସୟେନ୍ଡେନ୍ ଆରି ତି ଆ ତଗୋ ଞାର୍ର୍ରେ ଆନ୍ନିଙ୍ ଆଜନ୍ରୋମାଲ୍ ଅଡ଼େ ଆକଲ୍ଲାୟ୍ ଜୋମେନ୍ଣ୍ଡେନ୍, ଏତ୍ତେଲ୍ଡେନ୍ ତଗୋନ୍ ଆସ୍ରୟେନ୍ ଆମନ୍ରା ଆଜାଡ଼ିମ୍ମା କେନ୍ ଆ ଜନ୍ରୋମନ୍ ଆମୁଲ୍ଲ ଡୁଲ୍ତନେ । 7 ଆରି ଆନ୍ନିଙ୍ ଆ ତୟ୍ଲିସିଙ୍ମରନ୍ ଆମଙ୍ବା ତାଙ୍କାନ୍ ଅଡ଼େ ଆରି ଇନ୍ନିଙ୍ ଆଜନବ୍ ଆଡନକ୍କୋ ଆସନ୍ ତିୟେନ୍ଡେନ୍, ତିଆତେ ତି ଆମନ୍ରା ଆସିଙ୍ ସିଲଡ୍ ରାଉମର୍ନ୍ ପାଙେଡେନ୍ ଡ ତି ଆରାଉମର୍ ଞାଙ୍ତନେ, ତେତ୍ତେ ସିଲଡ୍ ବାଗୁଣ ତନିୟ୍ତିୟ୍ନ୍ତିୟ୍ତେ । 8 ରାଉମରନ୍ ଞନମନ୍ ଅଡ୍ଡେଲଡେନ୍, ଏତ୍ତେଲ୍ଡେନ୍ ଆ ତୟ୍ତୟ୍ସିଙ୍ମରନ୍ ଆ ଜିନିସ ପାଙେନ୍ ଅଡେ ଇଜ୍ଜା କେନ୍ଆତେ ଜନନାନ୍ ଆସନ୍ ଆନିନ୍ ଇସ୍ୱରନ୍ ଆମଙ୍ବା ଅନୋରୋଙନ୍ ଡେତେ । 9 ଅଡ଼୍କୋ ଏର୍ଡରମ୍ମ ବର୍ଲୋଙ୍ ଆଗରାମ୍ଗାମ୍ ତାଙ୍ଲେୟନ୍, ଗୋଡୋଞନ୍, ମେଣ୍ଡାନ୍, ଅଡ଼େ ସିନ୍ରିଞ୍ଜି, ଇନିଜାକିଁୟ୍ ଆରସେଡ୍ତେନ୍ ଆଜନବ୍ ଆବର୍ନେଲୋଙ୍ ଆନ୍ନିଙ୍ ବର୍ରନ୍ଡେନ୍, ତି ଆଜନବ୍ ଅକେନ୍, ଏତ୍ତେଲ୍ଡେନ୍ ବାଗୁଞ୍ଜି ଆବର୍ନେ ଇସ୍ୱରନ୍ ଆମଙ୍ବା ଅଡ଼ୋତେ; ତିସିଲଡ୍ ଇସ୍ୱରନ୍ ଆନାଆଡଙ୍ ଅବ୍ଡୋସାତେ ଆନିନ୍ ଆ ତୟ୍ଲିସିଙ୍ମରନ୍ଆଡଙ୍ ବାଗୁଣ ତିୟ୍ତେ । 10 ଅରି ଆନ୍ନିଙ୍ ଆତୟ୍ଲିସିଙନ୍ ଆନିନ୍ ଆତାଙ୍ଲେୟନ୍ ଗଦନ୍, ମେଣ୍ଡାନ୍, ଅଡ଼େ ଇନ୍ନିଙ୍ ଆଜନ୍ତୁ ବନ୍ବନନ୍ ଆସନ୍ ଡକୋତେ, ଜନ୍ତୁନ୍ ଆନ୍ନିଙ୍ ଅନ୍ରଙ୍ ଗିଜେଞ୍ଜି ଆମ୍ମୁଙ୍ ରବୁଏଣ୍ଡେନ୍, ଅଡ଼େ ଲଗଡ୍ଜଙେନ୍ଣ୍ଡେନ୍ ଅଡ଼େ ଆନ୍ନାମର୍ ଗଙ୍ଲେ ପାଙେଣ୍ଡେନ୍, 11 ଏତ୍ତେଲ୍ଡେନ୍ ଆନିନ୍ ଆତୟ୍ଲିସିଙନ୍ ଆଜନବ୍ ପାଙେନ୍ ଅଡ଼େ, ଇଜା କେନ୍ ଆବିସୟ ବାଗୁନ୍ଞ୍ଜି ମାୟ୍ଲନ୍ ଇସ୍ୱରନ୍ ଆମଙ୍ବା ପର୍ରମାଡ଼ାତନ୍ଞ୍ଜି, ତି ଆପର୍ରମାଡ଼ା ଜନ୍ତୁନ୍ ଆ ସାଉକାର ଜାତେ ଆରି ଆନିନ୍ ଅଃଡୁଲ୍ନେ । 12 ବନ୍ଡ ଆମଙନ୍ ସିଲଡ୍ ରାଉଲନ୍ ପାଙେନ୍ଞ୍ଜିଡେନ୍, ଏତେଲ୍ଡେନ୍ ଆନିନ୍ ଆସାଉକାରନ୍ ମୁଲନ୍ ତିୟ୍ତେ । 13 ତି ଆଜନ୍ତୁ ସିରଡ୍ପାରଡ୍ ପରାଏଣ୍ଡେନ୍, ଆନିନ୍ ତିଆତେ ପାଙାୟ୍ତୋ ଏତ୍ତେଲ୍ଡେନ୍ ଆଜାଡ଼ିନ୍ ଗାମ୍ଲେ ଜନାତଜି, ଆରି ଆନିନ୍ ସିରଡ୍ଓଆରଡ୍ ଆପାରାନ୍ ଆଜନ୍ତୁ ଅଃତିୟେ । 14 ଆରି ଆନିଙ୍ ଜାକିଁୟ୍ ଆତୟ୍ଲିସିଙନ୍ ଆଜନ୍ତୁ ରେୟାଲନ୍ପାଙେଣ୍ଡେନ୍ ଆରି ଆ ସାଉକାରନ୍ ଆନିନ୍ ସରିନ୍ ଅଃଡକୋଲନ୍ଡେନ୍ ଆରି ଜନ୍ତୁନ୍ ଲଗଡ୍ଜଙେନ୍ ଅଡ଼େ ରବୁଏଣ୍ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଆମୁଲ୍ଲନ୍ ତିୟ୍ତେ । 15 ବନ୍ଡ ଆସାଉକାରନ୍ ଆମଙନ୍ ଡକୋଲଡେନ୍, ଏତ୍ତେଲ୍ଡେନ୍ ଆନିନ୍ଆତେ ଆମୁଲ୍ଲନ୍ ଅଃତିୟେ, ବଡା ଆଜନ୍ତୁ ଡେନ୍ ଏତେଲ୍ଡେନ୍ ବଡ଼ାଗୋ ଜିର୍ରତାୟ୍ ।
16 ଅରି ଆନ୍ନିଙ୍ ଆବେବେଡନ୍ ଆଇସିୟ୍ ମାଲ୍ଗିୟ୍ଡାଲେ ଆନିନ୍ ସରିନ୍ ମାୟ୍ଲନ୍ ଲୁଡେଞ୍ଜିଡେନ୍, ଆନିନ୍ ଆନିନ୍ଆଡଙ୍ ଆଇସିଜନ୍ ଆମୁଲ୍ଲ ତିୟ୍ଲେ ଆନିନ୍ ସରିନ୍ ବିବାତନେ । 17 ଇଜ୍ଜାଡେନ୍ ଆପ୍ପେୟନ୍ ଆନିନ୍ ସରିନ୍ ଆ ଡାଙ୍ଗଡ଼ିଅନନ୍ ଅନବ୍ବିବାନ୍ ଆସନ୍ ବିବାନେନ୍ ଆସନ୍ ଅସାଏଣ୍ଡେନ୍, ବନାଁୟ୍ବରନ୍ ଅନ୍ତମ୍ ଆନିନ୍ ଆ ଡାଙ୍ଗଡ଼ିଅନନ୍ ଆମୁଲ୍ଲ ରୁପ୍ପା ତୁଡ଼େଲେ ତିୟ୍ତେ । 18 ଆମ୍ୱେନ୍ ମାୟାବିନ୍ ଆମେଙ୍ ଏଡକ୍କୋଡଙ୍ । 19 ଆନାଜି ଜନ୍ତୁଞ୍ଜି ସରିନ୍ ଜୋନ୍ଣ୍ଡଡ଼ା ମାୟାତନ୍ଜି ଆନିନ୍ ପ୍ରାନାନ୍ ଆଡଣ୍ଡ ଞାଙ୍ତେ । 20 ଆନାଜାକିଁୟ୍ ପ୍ରବୁନ୍ ଅମ୍ରେଙ୍ଲେ ଆନ୍ନା ଆସନୁମ୍ ଆମଙ୍ବା ଅନମଙନ୍ ତିୟ୍ତେ ଆନିନ୍ ମେର୍ନ୍ ପାଡୁଡେତେ । 21 ଆମ୍ୱେନ୍ ଆନ୍ନାଡେସାନ୍ ଆମନ୍ରାଜିଆଡଙ୍ ଅନିଆୟ୍ ଅଡ଼େ ଏରୁୟ୍ଡଙ୍ଜି, ଇନିଆସନ୍ ଆମ୍ୱେନ୍ ମିସରଡେସାନ୍ ଆନ୍ନାଡେସା ଏଡକୋଲନ୍ 22 ଆମ୍ୱେଞ୍ଜି ଆନିଙ୍ ଆ ଜୋଆର୍ବୟ୍ ଆରି କୋନ୍ରାସିଜନ୍ଆଡଙ୍ ଏଡଣ୍ଡାୟ୍ଡଙ୍ଜି । 23 ଆମ୍ୱେନ୍ ଆନିଞ୍ଜିଆଡଙ୍ ଡଣ୍ଡନ୍ ଏତିୟେଞ୍ଜିଡେନ୍, ଆନିଞ୍ଜି ଞେନ୍ଆଡଙ୍ ଓଡ୍ଡେତିଁୟ୍ଞ୍ଜି, ଞେନ୍ ଆନୋଡେଞ୍ଜି ଅମ୍ଡଙ୍ତାୟ୍ । 24 ଆରି ବନ୍ରାବ୍ଞେନ୍ ଗୋଗୋୟ୍ ଡେଲରଡେନ୍, ଞେନ୍ ଆମ୍ୱେଞ୍ଜିଆଡଙ୍ କଡ଼ିବନ୍ ବାତ୍ତେ ଏରବ୍ବୁତବେନ୍, ସିଲତ୍ତେ ଡୁକ୍ରିରିବେଞ୍ଜି ଜୁଆର୍ତଜି ଡ ପସିୟ୍ବେଞ୍ଜି କୋନ୍ରାତଜି । 25 ଆମ୍ୱେନ୍ ମନ୍ରାଞେଞ୍ଜି ଆମଙ୍ ସିଲଡ୍ ତୟଲିସିଂଙ୍ମର୍ବେଞ୍ଜି ଡୋଲୟ୍ମର୍ନ୍ଞ୍ଜି ସାଉନ୍ ଏତିୟ୍ତେ, ଏତେଲ୍ଡେନ୍ ଆମ୍ୱେନ୍ ସାଉକାର ଡେଡଙ୍ବେନ୍ତଡ୍ ଡ ଆନିନ୍ ଆମଙନ୍ ସିଲଡ୍ ଆଅନନ୍ ଏପାଙ୍ଡଙ୍ । 26 ଆମ୍ୱେନ୍ ତୟ୍ଲିସିଙ୍ମରନ୍ ଆସିନ୍ରି ବଣ୍ଡା ଏଡକ୍କୋଏଣ୍ଡେନ୍ ଏତ୍ତେଲ୍ଡେନ୍, ଓୟୋଙନ୍ ଆନ୍ରଙ୍ବୁବ୍ନେନ୍ ଆମଙ୍ ଆସିନ୍ରିନ୍ ଆବ୍ଡିବା । 27 ଇନିଆସନ୍ଗାମେଣ୍ଡେନ୍ ଆନିନ୍ ଆସନ୍ ଆବୟନ୍ ଆଗରୁସାୟ୍ନେନ୍ ସିନ୍ରି, ଆନିନ୍ ଇନିବାତ୍ତେ ଲରୁଡ୍ଲୁଡେ ? ଅଡ଼େ ଅମଙ୍ଞେନ୍ ଓଡ୍ଡେଲିଁୟ୍ଡେନ୍, ଇନ୍ଲେନ୍ ଏଅମ୍ଡଙ୍ତାୟ୍ ଇନିଆସନ୍ଗାମେଣ୍ଡେନ୍ ଇନ୍ଲେନ୍ କାନକାରମ୍ଏଗାମ୍ତାୟ୍ । 28 ଆମ୍ୱେନ୍ ଇସ୍ୱରବେନ୍ ଆବର୍ନେନ୍ ମାନେବା, ଆରି ମନ୍ରାଡମ୍ନମ୍ଜି ଆମ୍ମୁଙ୍ଗଡ୍ମରନ୍ଆଡଙ୍ ଏସୟ୍ପଡଙ୍ଜି । 29 ଆମ୍ୱେନ୍ ଆବରିୟ୍ ଆବରିୟ୍ଲୋଙ୍ ସିଲଡ୍ ଆରି ଅଜନ୍ ଆଡା ସନୋରୋପ୍ପାୟନ୍ ଆସନ୍ ଏଅବ୍ଡିଙ୍ଡଙ୍ନେ । ଆମ୍ୱେନ୍ ଆପର୍ତମ୍ମୁ କନୋଡ୍ ଡାଙ୍ଗଡ଼ାଅନ୍ବେଞ୍ଜି ତିୟିଞ୍ବା । 30 ଅଡ଼େ ଆମ୍ୱେନ୍ ତାଙ୍ଲେୟେବେନ୍ ମେଣ୍ଡାବେନ୍ଞ୍ଜି ଜାକିଁୟ୍ ଏତ୍ତେଲେ ତୟିବା, ଆନନ୍ ଆମଙ୍ ସାତଡିନ୍ନା ଡକୋତନେ ଆଟ ଡିନାଲୋଙ୍ ଆମ୍ୱେନ୍ ତିଆତେ ଞେନ୍ଆଡଙ୍ ତିୟିଁୟ୍ବା । 31 ଆରି ଆମ୍ୱେଞ୍ଜି ଞେନ୍ ଆସନ୍ ମଡ଼ିର୍ମର୍ଜି, ତିଆସନ୍ ଅନ୍ନିଙ୍ ଆ ଜାଡ଼ିଆ ଜନ୍ତୁନ୍ ବାତ୍ତେ ଆର୍ରବୁତେନ୍ ଆଜନ୍ତୁ ଏଜୋମ୍ଡଙ୍ । କିନ୍ସଡଞ୍ଜି ଆଜେଲୁନ୍ ଜନୋମନ୍ ତିୟ୍ବା ।