1 ଆରି ଆମ୍ୱେନ୍ ତରୋମ୍ମୋଡନ୍ ଆସନ୍ ସିଟିମ୍ ଅଙଲନ୍ ବାତ୍ତେ ଅବୟ୍ ତନମ୍ପିଲନ୍ ତୁବ୍ବା । 2 ତିଆତେ ବସନ୍ତି ଡନେଙ୍ଗାନ୍ ଡ ବସନ୍ତି ରନକୋଡନ୍, ଆରି ତିଆତେ ଉଞ୍ଜିକୁନେ ଅମ୍ମେଲେ ତୁବ୍ବା, ଆରି ବାଗୁ ସନ୍ତି ଡନେଙ୍ଗାନ୍ ଡେତେ, ତିଲୋଙ୍ ଆଡେରିଙନ୍ ଅଡ଼୍କୋରେଙନ୍ ଡେତେ । 3 ତିଲୋଙ୍ ଆଡେରିଙ୍ ଅଡ଼୍କୋରେଙନ୍ ମନଙ୍ ସୁନ୍ନାନ୍ ୟୁମ୍ବା ତିଲୋଙ୍ ଅଡ଼୍କୋନ୍ ସୁନ୍ନାନ୍ କାନ୍ତିନ୍ ତୁବ୍ବା । 4 ଆରି ତି ଆକିନ୍ତାଲ୍ ଆ ଜାୟ୍ତା ବାର୍ମଡ଼ିୟ୍ତାଲନ୍ ବାଗୁନ୍ ଆକୁନେବାନ୍ ସୁନ୍ନାନ୍ ବାତ୍ତେ କାଡ୍ଡୁନ୍ ତୁବ୍ବା; ଆରି ତିଆତେ ବରୋୟ୍ଡାଙଞ୍ଜି ଅରବ୍ଜଙନ୍ ଡେତେ । 5 ତି ଆ ବରୋୟ୍ତେଙ୍ଗା ସିଟିମ୍ ଅରାନ୍ ବାତ୍ତେ ତୁବ୍ଲେ ସୁନ୍ନାନ୍ ବଲ୍ବା । 6 ଆରି ଞେନ୍ ଅଙ୍ଗା ଆଡ୍ରକୋନେଲୋଙ୍ ଆମ୍ୱେନ୍ ବୟନ୍ ଅବ୍ଗିୟ୍ତାତନ୍, ତି ଆଡ୍ରକୋନେଲୋଙ୍ ସାକିନ୍ ପେଲନ୍ ଆତୋଣ୍ତୋ ଇର୍ସେନ୍ ଆୟନୁମ୍ ଆମୁକ୍କାବାନ୍ ସାକି ପେଲନ୍ ଆମ୍ମୁଙ୍ଗଡ୍ ଡନଙ୍ଡଙ୍କାବନ୍ ଆମୁକ୍କାବା ତିଆତେ ଡକୋବା । 7 ଆରୋଣନ୍ ତି ଆତୋଣ୍ତୋଲୋଙ୍ ଲଞିୟ୍ ତନ୍ନୋମୋଡନ୍ ସୟତଜି,ତି ଡୋତାନ୍ ପିଙ୍କନ୍ ମରବ୍ରିଡ୍ ତବନ୍ ଆଡିଡ୍ ତି ଆତରୋମ୍ମୋଡ୍ ଏସୟ୍ବା । 8 ଆରି ସାଲୁମ୍ଓଲେ ଆରୋଣନ୍ ପିଙ୍ଗନ୍ ସୟ୍ତେ, ତିଆଡିଡ୍ ତରୋମୋଡନ୍ ସୟ୍ତଜି, ତିଲୋଙ୍ ଆମ୍ବେନ୍ କେଜ୍ଜାବେଞ୍ଜି ପ୍ରବୁନ୍ ଆମଙ୍ବାନ୍ ଡିତାନ୍ ତନୋମ୍ମୋଡନ୍ ତନିୟନ୍ ଡେତେ । 9 ଆମ୍ୱେଞ୍ଜି ତି ଆତୋଣ୍ତୁଲୋଙ୍ ଆନା ଇନିଜାକିଁୟ୍ ତନୋମ୍ମୋଡନ୍ ଅଡ଼େ ତନମ୍ପେଲନ୍ ଅଡ଼େ ଜୋମ୍ଜୋମ୍ ଅନମଙନ୍ ଏତିୟ୍ଡଙ୍ । 10 ଆରି ଆରୋଣନ୍ ବବର୍ସେଙନ୍ ବତର ତନମ୍ପେଲନ୍ ଆତୋଣ୍ଡୋ ଆନିନ୍ ଇର୍ସେନ୍ ସିଲଡ୍ କେମ୍ମାନ୍ ଆଞନାଙ୍ ଆସନ୍ ମିଞାମନ୍ ବାତ୍ତେ ପୁର୍ବାତେ ଅ ଅନ୍ବେଞ୍ଜି ଆ ଅଲ୍ସଙ୍କୁଡ୍ସଙ୍କୁଡ୍ ବବର୍ସେଙନ୍ ବତର ତନମ୍ପେଲନ୍ ଆତୋଣ୍ଡୋ ଅନମଙନ୍ ତିୟ୍ବା । ମକେନ୍ ଆତନମ୍ପେଲ୍ ପ୍ରବୁନ୍ ଆସନ୍ ମଡ଼ିର୍ ଡେତେ ।
11 ଆରି ସଦାପ୍ରବୁନ୍ ମସାନ୍ କେନ୍ ଆବର୍ନେ ଗାମେନ୍, 12 ଅଙ୍ଗାଆଡିଡ୍ ଆମ୍ୱେନ୍ ମନ୍ରାନ୍ ଏଡିଡିତେ ଇସ୍ରାଏଲନ୍ ମରନ୍ଜି ଡନିଡିନ୍ଡେତେ, "ତିଆଡି ଆନିଞ୍ଜି ଅଡ଼କୋ ମନ୍ରାନ୍ ପ୍ରବୁନ୍ ଆମଙ୍ ତର୍ଡମ୍ ତର୍ଡମ୍ ପରାନ୍ନାନ୍ ଆସନ୍ ଡନିଡି ବେଡ଼ାନ୍ ସୋରୋପ୍ପାୟ୍ତଜି, ତିଲୋଙ୍ ଆନିଞ୍ଜି ନିୟ୍ ଡନିଡି ବେଡ଼ାନ୍ ଇନ୍ନିଙ୍ କାନ୍ତାରାନ୍ ଅଡ଼େ । 13 ଆନାଜାକିଁୟ୍ ଡନିଡି ମରଞ୍ଜି ନିୟ୍ ମାୟ୍ତଞ୍ଜି,ତେତ୍ତେ ମଡ଼ିର୍ ଜାଗା ସେକଲନ୍ ଅନ୍ତମ୍ ଅସୋୟ୍ ସେକଲନ୍ ତିୟା; ବକୁଡ଼ି ଗେରାଲୋଙନ୍ ଅବୟ୍ ସେକଲନ୍ନିୟ୍ ଅସୋୟ୍ ସେକଲନ୍ ପ୍ରବୁନ୍ ଆତେ ତନିୟ୍ତିୟନ୍ ଡେତେ । 14 ବାଗୁଡ଼ି ବର୍ସେଙ୍ ଅଡ଼େ ତି ସିଲଡ୍ଲ୍ଲନ୍ ଗୋଗୋୟ୍ ବର୍ସେଙ୍ ଆନାଜାକିଁୟ୍ ଡନିଡିନ୍ ମରଞ୍ଜି ନିୟ୍ ମାୟ୍ବା, ଆନିନ୍ ପ୍ରବୁନ୍ କେନ୍ ଆତେ ତିୟ୍ତେ । 15 ଆମ୍ୱେଞ୍ଜି ରମ୍ମଙ୍ ରମ୍ମଙ୍ ଆପରାନ୍ନା ଆସନ୍ ଇର୍ସେନ୍ ସିଲଡ୍ କେମ୍ମାନ୍ ଆଞନାଙ୍ ଆସନ୍ ପ୍ରବୁନ୍ଆଡଙ୍ ତି ଆ ତନିୟ୍ତିୟ୍ ଏତରିୟ୍ତେନ୍ ଆଡିଡ୍ ଗମାଙ୍ମରନ୍ ସେକଲନ୍ ଅଃବୁନାଲେ ଗୋଗୋୟ୍ ତିୟ୍ଡଙ୍ତଡ୍ ଆରି ଡୋଲେୟ୍ମରଞ୍ଜି ତିସିଲଡ୍ ଅସୋୟ୍ ତିୟ୍ଡଙ୍ଜିତଡ୍ । 16 ସିଲତ୍ତେ ଆମ୍ୱେନ୍ ଇସ୍ରାଏଲନ୍ ଆଅଞ୍ଜି ସିଲଡ୍ ତି ଆ ଇର୍ସେନ୍ ସିଲଡ୍ କେମ୍ମାନ୍ ଆଞନାଙ୍ ଆସନ୍ ରୁପାନ୍ ପାଙ୍ଲେ ସରେବା ତମ୍ୱୁସିଙ୍ଲୋଙନ୍ ଆକାବ୍ବାଡ଼ା ଆସନ୍ ଗବ୍ରିବା; ତିଆତେ ପ୍ରାଣାନ୍ନାବେନ୍ ଇର୍ସେନ୍ ସିଲଡ୍ କେମ୍ମାନ୍ ଆଞନାଙ୍ ଆସନ୍ ଇସ୍ରାଏଲନ୍ ମନ୍ନେ ଆସନ୍ ପ୍ରବୁନ୍ ଆମୁକାବାନ୍ ଡକୋତନ୍ ।"
17 ସିଲତ୍ତେ ପ୍ରବୁନ୍ ମୋସାନ୍ଆଡଙ୍ ବରେନ୍ 18 "ଆମ୍ୱେନ୍ ଗରିୟ୍ଡାସିମନ୍ ଆସନ୍ ପିତ୍ତଡ଼ କୁଣ୍ତନ୍ ଡ ତିଲୋଙ୍ ପିତ୍ତଡ଼ ମିଟିଙନ୍ ଅବ୍ଜାଡାବା, ଆରି ସରେବା ତମ୍ୱୁସିଙ୍ଲୋଙନ୍ ଡ ବେଦି ଆ ଅମ୍ମଲୋଙ୍ ଡକ୍କୋଲେ ଡାଆନ୍ ନିୟ୍ ବବ୍ବ୍ରିୟ୍ବା । 19 ଆରି ଆରୋଣନ୍ ଡ ଆଅନଞ୍ଜି ତେତ୍ତେ ରମ୍ମଙ୍ ରମ୍ମଙ୍ ଆସିଙ୍ଜି ଆସିତଞ୍ଜି । 20 ଆନିଞ୍ଜି ସରେବା ତମ୍ବୁସିଙ୍ଲୋଙନ୍ ଆଗରନ୍ତଞ୍ଜି ଏଙ୍ଗାଲେ ଅଃରବ୍ବୁଏଜି,ତିଆସନ୍ ଆନିଞ୍ଜି ଡାଆଲୋଙନ୍ ଆସିଞ୍ଜି ଗିୟ୍ଡାତଜି; ଇଜ୍ଜାଡେନ୍ ପ୍ରବୁନ୍ ଆସେବା ଆସନ୍ ଆଗରାମ୍ଗାମନ୍ ଓମୋଡ୍ ତନମ୍ପେଲନ୍ ଆମଙ୍ବାନ୍ ଜନିରନ୍ ଆସନ୍ ଅଡିଡ୍ ଏଙ୍ଗାଲ୍ କି ଅର୍ରବୁଏଜି । 21 ତି ଆସନ୍ ଆନିଞ୍ଜି ରମ୍ମଙ୍ ରମ୍ମଙ୍ ଆସିଂ ଡ ତାଲ୍ଜଙନ୍ ଗିୟ୍ଡାତଜି; କେନ୍ ଆନିନ୍ ଆତେ ଡ ଆକେଜ୍ଜାଞ୍ଜି ଆଏଡ଼ର୍ ଆଡିଡ୍ ଜାୟ୍ ଲୁମ୍ତଜି ।"
22 ଆରି ପ୍ରବୁନ୍ ମୋସାନ୍ଆଡଙ୍ ବରେନ୍, 23 "ଆମନ୍ ଅମଙ୍ନମ୍ କେନ୍ ଅଡ଼୍କୋନ୍ ମନଙ୍ ଲଙିଡ୍ ଜନବନ୍, ଆଗରାମ୍ଗାମନ୍ ଆଜନବ୍, ଆଗ୍ରାମ୍ଗାମ୍ ମଡ଼ିର୍ ଡରକୋନେଲୋଙନ୍ ସେକଲ୍ ଅନ୍ତମ୍ ମଲୟ୍ସଅ ସେକଲନ୍ ସାଆର୍ ଲଙିଡ୍ମେନ୍ ଡ ତିଲୋଙ୍ ମଡିନ୍ ବାଗୁସଅ ବାକୁଡ଼ି ଦସ ସେକଲନ୍ ଲଙିଡ୍ ଦାରୁଚିନି ବାଗୁସଅ ବାକୁଡିଦସ ସେକଲ୍ ଲଙିଡ୍, 24 ମଲୟ୍ସଅ ସେକଲ ଲଙିଁଡ୍ଅଲନ୍ ଡ ଅବୟ୍ ଇନ୍ ଜିତ ମିଞଲନ୍ ସାୟ୍ବା । 25 କେନ୍ଅଡ଼୍କୋନ୍ ମାୟ୍ଲେ ଆମ୍ୱେନ୍ ଅବିସେକନ୍ ଆସନ୍ ମଡ଼ିର୍ ମିଞୟଲ, ଆଗରାମ୍ଗାମ୍ ଲଙିଁଡ୍ ମିଞଲନ୍ ଆତରୁବ୍ତେଞ୍ଜି ଆମନ୍ରାଜି ଅନ୍ତମ୍ ଲଙିଁଡ୍ ମିଞଲନ୍ ତୁବ୍ବା, ତିଆତେ ଅବିସେକନ୍ ଆସନ୍ ମଡ଼ିର୍ ମିଞୟଲ୍ ଡେତେ । 26 ତିଆତେ ଆମ୍ୱେନ୍ ପାଙ୍ଲେ ସରେବା ତମ୍ୱୁସିଙ୍ଲୋଙନ୍ ଡ ସାକି ପେଲନ୍, 27 ଆରି, ମେଜନ୍, ତିଲୋଙ୍ ଅଡ଼୍କୋନ୍ ଆସିମ୍ମା, ଡର୍ରକୋପିଙ୍ଗନ୍ ଡ ତିଲୋଙ୍ ଅଡ଼୍କୋ ସିମ୍ମାନ୍, 28 ଆରି ତନମ୍ପିଲନ୍ ଅଡ଼୍କୋନ୍ ଆସିମ୍ମାଜି ଗରିୟ୍ଡାସିମନ୍ ଆରି ତେତ୍ତେ ଆତଲ୍ଜଙନ୍ ଅବିସେକବା । 29 ଆରି କେନ୍ ଅଡ଼୍କୋନ୍ ଆଜନବ୍ ମଡ଼ିର୍ ଏମ୍ମେତେ, ତିଲୋଙ୍ ତିଆତେ ମନଙ୍ ମଡ଼ିର୍ ଡେତେ, ଇନିଜାକିଁୟ୍ ସୁଙେତେ ତି ଆତେ ଅଡ଼୍କୋନ୍ ମଡ଼ିର୍ ଡେତେ । 30 ଆରି ଆମ୍ୱେନ୍ ଆରୋଣନ୍ ଡ ଆଡାଙ୍ଗାଡଅନଞ୍ଜି ରାଓଡ଼ାଲେଞ୍ଜି ଆକାବ୍ବାଡ଼ା ଲନୁମନ୍ ଅବିସେକ ଏମ୍ମେଲେ ମଡ଼ିର୍ ଏମ୍ମେବା । 31 ଆରି ଇସ୍ରାଏଲନ୍ ଆଅନଞ୍ଜି ବର୍ବା, କେଜ୍ଜାବେଞ୍ଜି ଞେନ୍ ଆସନ୍ ତିଆତେ ଅବିସେକ ଏମ୍ମେଏନ୍ ଆସନ୍ ମଡ଼ିର୍ ମିଞଲନ୍ ଡେତେ । 32 ମନ୍ରାନ୍ ଆଡଙ୍ ତିଆତେ ଅଃରୁଏଜି, ଆମ୍ୱେଞ୍ଜି ତିଲୋଙ୍ ଆମାୟ୍ମାୟ୍ ଆଜନବ୍ ସନାୟ୍ସାୟ୍ ଇନିଜାକିଁୟ୍ ଆମିଞଲ୍ ଏତୁବ୍ଡଙ୍; ତିଆତେ ମଡ଼ିର୍ ଆରି ତିଆତେ ଆମ୍ୱେଞ୍ଜିଆଡଙ୍ ମଡ଼ିର୍ ଡେତେ । 33 ଆନାଜାକିଁୟ୍ ତିଅନ୍ତମ୍ ଅସୋୟ୍ ତୁବ୍ବା ଅଡ଼େ ଆନାଜାକିଁୟ୍ ଏର୍ନଡ୍ମଡ୍ମରନ୍ ଆଡଅଙ୍ଲୋଙ୍ ତେତ୍ତେସିଲଡ୍ ଅସୋୟ୍ ତିୟ୍ବା,ଆନିନ୍ ଆମନ୍ରାଞ୍ଜି ଲୋଙ୍ନିୟ୍ ଅନ୍ନାଡେତେ ।"
34 ସିଲତ୍ତେ ପ୍ରବୁନ୍ ମସାନ୍ ବର୍ରେନ୍ "ଆମ୍ୱେନ୍ ରମ୍ମଙ୍ ଅମଙ୍ବାବେନ୍ ଲଙିୟ୍ ଆଜନବ୍ ଆଗ୍ରମ୍ଗାମ୍ ଗୁଗ୍ଗୁଡ଼୍, ନକିନ୍, ଲଙିୟ୍ ଡ ମନଙ୍ ଲୋବାନ୍, କେନ୍ ଅଡ଼୍କୋନ୍ ଲଙିୟ୍ ଆଜନବ୍ ସରିବନ୍ବନ୍ତାନ୍ ସାୟ୍ବା । 35 ଆରି ତି ବାତ୍ତେ ଗନ୍ଦବଣିକନ୍ ବାତ୍ତେ ତୁବ୍ବା ଡ ବସିଡନ୍ ମନଙ୍ ମଡ଼ିର୍ ଲଙିୟ୍ ତରୋମୋଡନ୍ ଅବ୍ଜାଡାବା । 36 ତିଲୋଙ୍ ଅସୋୟ୍ ଅବ୍ରଡ଼ିଲେ ଲେ ଅଙ୍ଗାତେ ସମାଗମ ତମ୍ୱୁଲୋଙନ୍ ଞେନ୍ ଆମ୍ୱେନ୍ ବୟନ୍ ତେମଡ୍ଲୋଙ୍ବେନ୍, ତିଲୋଙ୍ ନିୟ୍ ସାକି ପେଲନ୍ ଆମୁକ୍କାବାନ୍ ଡକୋବା; ତିଆତେ ଅମ୍ୱେଞ୍ଜିଆଡଙ୍ ମଡ଼ିର୍ଡମ୍ ଡେତେ । 37 ଆମ୍ୱେନ୍ ଅଙ୍ଗା ଲଙିୟ୍ ତନ୍ନୋମୋଡନ୍ ଏତୁବ୍ତେ, ତିଲୋଙ୍ ଆମାୟ୍ମାୟ୍ ଆଜନବ୍ ସନାୟ୍ସାୟ୍ବେନ୍ ଅନ୍ତମ୍ ଆମ୍ୱେଞ୍ଜି ଆସନ୍ ଏତୁବ୍ଡଙ୍, ତିଆତେ ଆମ୍ୱେଞ୍ଜିଆଡଙ୍ ପ୍ରବୁନ୍ ଆଇସୁମ୍ ମଡ଼ିର୍ ଡେତେ । 38 ଆନାଜାକିଁୟ୍ ଆଇସୁମନ୍ ବାତ୍ତେ ଅଜାଏଞ୍ଜି ଅନ୍ତମ୍ ଲଙିୟ୍ ତନ୍ନୋମୋଡ଼୍ ତୁବ୍ବା, ଆନିନ୍ ଆମନ୍ରାଲୋଙନ୍ଞ୍ଜି ଗୁରୁଡେଞ୍ଜି ।"