1 ପ୍ରବୁନ୍ କେନ୍ ଆବର୍ନେ ମୋସାନ୍ଆଡଙ୍ ବର୍ରେନ୍, 2 "ଜିଉଦାନ୍ ଆକେଜ୍ଜା, ସିଲଡ୍ ଉରନ୍ ଆ ଉଲ୍ଲେଙ୍ ଉରିଅନ୍ ଆ ଡାଙ୍ଗାଡ଼ାଅନ୍ ବତ୍ସଲେନନ୍ଆଡଙ୍ ଓଡ୍ଡେଲାୟ୍, 3 ଅଡ଼୍କୋନ୍ ଆତନୁବ୍ ଆସନ୍ ବୁଡ୍ଡିନ୍, ଗନନ୍ଲୁଡନ୍, ଡ ଜନନାନ୍ ଆସନ୍ ଆନିନ୍ ସରିନ୍ ପୁରାଡ଼ାଞେନ୍ ଡକୋଏନ୍ । 4 ସୁନ୍ନାନ୍, ରୁପାନ୍, ଡ ପିତ୍ତଡ଼ନ୍ ବାତ୍ତେ ଅଡ଼୍କୋନ୍ ଆକାବାଡ଼ା ମନଙ୍ ଲନୁମନ୍ ଆସନ୍; 5 ମଣିଅରନ୍, ଡ ଅରେଙନ୍ ସେୟ୍ଲେ ମନଙ୍ ଆଲନୁମ୍ ଆସନ୍, 6 ଞେନ୍ ଦାନ୍ ଆକେଜ୍ଜାଲୋଙନ୍ ସିଲଡ୍, ଅଇସାମକନ୍ ଆ ଡାଙ୍ଗାଡ଼ାଅନ୍ ଅଅଲିୟାନ୍ଆଡଙ୍ ଆ ସର୍ସିକାବ୍ବାମରନ୍ ଆସନ୍ ଏସେଡାଲାୟ୍, ଆରି ଅଡ଼୍କୋନ୍ ଆଜନନା ମରଞ୍ଜି ଆ ଉଗ୍ଗର୍ଲୋଙନ୍ ଗିଆନନ୍ ଏତିୟ୍ଲାଜି, ତିଆତେ ଆଜିଞ୍ଜି ଅଡ଼୍କୋନ୍ ଲୁମ୍ତଜି । 7 ରନୁକ୍କୁ ତମ୍ବୁସିଙନ୍, ନିୟମ ପେଲନ୍ ଡ ତି ଆତୋଣ୍ଡୋ ଆୟୁମ୍ୟୁମନ୍ ଆସିନ୍ରି ଡ ତମ୍ବୁଲୋଙନ୍ ଅଡ଼୍କୋନ୍ ଆସିମ୍ମାଜି, 8 ଆରି ମେଜ ଡକୋନ୍ ଆସିମ୍ମା ଡ ମଡ଼ିର୍ ତରବ୍ନଙ୍ ପିଙ୍କନ୍ ଡ ତେତ୍ତେ ଡକୋନ୍ ଅଡ଼୍କୋନ୍ ଆସିମ୍ମାଜି ଡ ତରୁମ୍ମୋଡ୍ ତନମ୍ପେଲନ୍, 9 ତନମ୍ପିଲନ୍ ତି ଅଡ଼୍କୋନ୍ ଆସିମ୍ମା ଗରିୟ୍ଡାସିମନ୍ ଡ ତିୟ୍ଲୋଙ୍ ଅଡ଼୍କୋନ୍, 10 ଆରି ମନଙ୍ ଆବୟ୍ବଜନ୍ ଆସିନ୍ରି, ରାଓଡ଼ାନ୍ କାବ୍ବାଡ଼ାନ୍ ଆଲନୁମ୍ ଆସନ୍ ଆରୋଣନ୍ ରାଓଡ଼ାନ୍ ଆ ମଡ଼ିର୍ ସିନ୍ରିନ୍ ଡ ଆ ଡାଙ୍ଗାଡ଼ାଅନଞ୍ଜି ଆସିନ୍ରି, 11 ଆରି ଅବିସେକ ମିଞଲନ୍ ଡ ମଡ଼ିର୍ ଡରକୋନେନ୍ ଆସନ୍ ଲଙିଡ୍ ତନୋମ୍ମୋଡନ୍, ଅଙ୍ଗାଆତେ କେନ୍ ଅଡ଼୍କୋନ୍ ବନାୟ୍ବରନ୍ ଆମ୍ୱେଞ୍ଜିଆଡଙ୍ ଏତିୟ୍ଲବେନ୍, ତିଅନ୍ତମ୍ ଆନିଞ୍ଜି ଲୁମ୍ତଜି ।"
12 କେନ୍ ସିଲଡ୍ ପ୍ରବୁନ୍ ମସାନ୍ ବର୍ରେନ୍, 13 "ଆମ୍ୱେନ୍ ଆରି ଇସ୍ରାଏଲ୍ମରଞ୍ଜି କେନ୍ ଆବର୍ନେ ବର୍ରା,ଆଜାଡ଼ିନ୍ ଆମ୍ୱେଞ୍ଜି ଲୋଲୋନେଡିନ୍ନା ଞେନ୍ ଞଣ୍ତ୍ରମ୍ତନ୍, ଇନିଆସନ୍ ଆମ୍ୱେଞ୍ଜି ମଡ଼ିର୍ ପ୍ରବୁନ୍, କେନ୍ ଆତେ ଆମ୍ୱେନ୍ ଜନାତବେନ୍, ତିଆସନ୍ ଆମ୍ୱେଞ୍ଜି ଆମ୍ମୁଙ୍ଗଡ୍ ଞେନ୍ ଡ ଆମ୍ୱେଞ୍ଜିଲୋଙ୍ ତିଆତେ ଅବୟ୍ ଅରମ୍ମଡନ୍ ଡେତେ । 14 ତିଆସନ୍ ଆମ୍ୱେଞ୍ଜି ଲୋଲୋନେଡିନ୍ନା ଞଣ୍ତ୍ରମ୍ନାବା,ଇନିଆସନ୍ଗାମେଣ୍ଡେନ୍ ତିଆତେ ଆମ୍ୱେଞ୍ଜି ଆସନ୍ ମଡ଼ିର୍ ଡେତେ; ଅନାଜାକିଁୟ୍ ତିଆତେ ଏର୍ମଡ଼ିର୍ ଅମ୍ମେତେ,ଆଜାଡ଼ିନ୍ ଆନିନ୍ ରନବୁନ୍ ପନବ୍ରଡନ୍ ଡେତେ; ଆରି ଆନ୍ନା ଆନାଜାକିୟ୍ଡେନ୍ ତିୟ୍ଆଡ଼ିନା କାବ୍ବାଡ଼ାତନ୍, ଆନିନ୍ ଆମନ୍ରାଜିଲୋଙ୍ ନିୟ୍ ଆନ୍ନାଡେତେ । 15 ତୁରୁଡିନ୍ନାନ୍ଜାୟ୍ କାବ୍ବାଡ଼ାତନ୍, ବନଡ୍ ସାତଡିନ୍ନା ପ୍ରବୁନ୍ ଆସନ୍ ମଡ଼ିର୍ ଲୋଲୋନେଡିନ୍ନାନ୍ ଡେତେ; ନିୟ୍ ଲୋଲୋନେଡିନ୍ନା ଅନାଜାକିଁୟ୍ କାବ୍ବାଡ଼ାଲନ୍ଡେନ୍,ଆଜାଡ଼ିନ୍ ଆନିନ୍ ରନବୁନ୍ ପନବ୍ରଡନ୍ ଞାଙ୍ତେ । 16 କେନ୍ ଆସନ୍ ଇସ୍ରାଏଲ୍ମରଞ୍ଜି ଅଃନ୍ନଞିଡେନ୍ ଅନଗଡ୍ ଅନ୍ତମ୍ ଆମ୍ମୁଙ୍ଗଡ୍ ମନ୍ନାନେନ୍ ଆସନ୍ ଲୋଲୋନେଡିନ୍ନା ଞଣ୍ତ୍ରମ୍ତଞ୍ଜି । 17 ତିଆତେ ଞେନ୍ ଡ ଇସ୍ରାଏଲ୍ମରଞ୍ଜି ନିୟ୍ ଅବୟ୍ ଆଏଡ଼ର୍ ଆସନ୍ ଅରମ୍ମଡନ୍ ଡେତେ,ଇନିଆସନ୍ଗାମେଣ୍ଡେନ୍ ପ୍ରବୁନ୍ ତୁଡ୍ରୁଡିନ୍ନାଲୋଙନ୍ ରୁଆଙନ୍ ଡ ଅଡାରନ୍ ତୁବ୍ଲେ ସାତଡିନ୍ନାଇଙନ୍ ଲୋଲୋଲନେ ।"
18 ତିଲୋଙ୍ ଆନିନ୍ ସିନୟ୍ ବରୁଲୋଙନ୍ ମସାନ୍ ବୟନ୍ କଡ଼ାଡିନ୍ ଅବ୍ସେସଲେ ସାକିନ୍ ଅନ୍ତମ୍ ବାଗୁ ସାକି ପଟାନ୍ ଇସ୍ୱରନ୍ ଆ ଅଣ୍ଡେର୍ସିନ୍ ବାତ୍ତେ ଆରିଡେନ୍ ବାଗୁ ଅରେଙ୍ ପଟାନ୍ ଆନିନ୍ଆଡଙ୍ ତିୟେନ୍ ।