1 ସିଲତ୍ତେ ସଦାପ୍ରବୁନ୍ ମସାନ୍ଆଡଙ୍ ବରେନ୍, ଆମ୍ୱେନ୍ ପାରୋନ୍ ଆମଙ୍ ଜିର୍ରେ ଆନିନ୍ଆଡଙ୍ ବର୍ରବା,ଏବ୍ରିଅମରଞ୍ଜି ପ୍ରବୁନ୍ କେନ୍ ଆବର୍ନେ ବର୍ତନେ, ସେବାଞେନ୍ ଆସନ୍ ମନ୍ରାଞେଞ୍ଜିଆଡଙ୍ ଆମନ୍ ଜନିରନ୍ ତିୟା ।" 2 ବନ୍ଡ ଆନିଞ୍ଜିଆଡଙ୍ ଜନିରନ୍ ଆସନ୍ ଏର୍ତନିୟନ୍ ନମିନିୟ୍ ଡଣ୍ତନ୍ ତିୟ୍ତମ୍, 3 ତିଡେନ୍ ଗିୟ୍ବା, ଆମନ୍ ବସେଙ୍ନମ୍ କୁର୍ତାନ୍, ଗୋଡୋଞନ୍, ଓଟନ୍, ତାଙ୍ଲିୟନ୍ ଡ ମେଣ୍ତାନ୍ ଜନ୍ତୁଜି ଆ ତୋଣ୍ତୁଲୋଙ୍ ପ୍ରବୁନ୍ ଆସିଡକୋ; ତିଆସନ୍ କେନ୍ ଆତେ ଗୋଗୋୟ୍ ରୋଗାବୟ୍ତେ । 4 ବନ୍ଡ ସଦାପ୍ରବୁନ୍ ଇସ୍ରାଏଲ୍ମରଞ୍ଜି ଡ ମିସ୍ରିୟମରଞ୍ଜି ଜନ୍ତୁଜି ଆଙ୍ସାତେ; ତେତେନ୍ ଇସ୍ରାଏଲ୍ମରଞ୍ଜି ଇନିଜାକିଁୟ୍ ଆଜନ୍ତୁଜି ଅଃର୍ରବୁଏ । 5 ପ୍ରବୁନ୍ ରୟଙନ୍ ଗିୟ୍ଲେ ବର୍ରନ୍, ଆବାର୍ତାନ୍ ପ୍ରବୁନ୍ କେନ୍ ଆଡେସାଲୋଙ୍ କେନ୍ ଆକାବ୍ବାଡ଼ା ଲୁମ୍ତେ । 6 ଆବାର୍ତାନ୍ ପ୍ରବୁନ୍ ତି ଆକାବ୍ବାଡ଼ା ଲୁମେନ୍, ସିଲତ୍ତେ ମିସ୍ରିୟ୍ମରଞ୍ଜି ଅଡ଼୍କୋନ୍ ଆ ଜନ୍ତୁଜି ରବୁଏନ୍; ବନ୍ଡ ଇସ୍ରାଏଲ୍ମରଞ୍ଜି ଆଜନ୍ତୁଜି ଅବୟ୍ଜାକିଁୟ୍ ଅଃର୍ରବୁଲୋ । 7 ସିଲତ୍ତେ ପାରୋନ୍ ମନ୍ରାନ୍ ଆପ୍ପାୟ୍ଲେ ଇସ୍ରାଏଲ୍ମରଞ୍ଜି ଅବୟ୍ ନିୟ୍ ଅଃର୍ରବୁଲନ୍ ଆନିଞ୍ଜି ଗିଜେଞ୍ଜି । ଡେଲୋଜନଙ୍ ପାରୋନ୍ ଆଉଗ୍ଗର୍ ରଡୋଏନ୍ ଆରି ଆନିନ୍ ଆମନ୍ରାଞ୍ଜିଆଡଙ୍ ଜନିରନ୍ ଅଃତିୟ୍ଲାୟ୍ ।
8 ପ୍ରବୁନ୍ ମସାନ୍ ଡ ଆରୋଣନ୍ଆଡଙ୍ ବରେନ୍, "ଆମ୍ବେଞ୍ଜି କିଣ୍ଡୁବ୍ସିଲନ୍ ଅସିଙ୍ଲୋଙ୍ବେନ୍ ବବ୍ରିୟ୍ଲେ କୋଡ଼ାତୁଡନ୍ ଆକୋମାବ୍ ପାଙ୍ବା, ଆରି, ମସାନ୍ ପାରୋନ୍ ଆମୁକ୍କାବାନ୍ ତିଆତେ ରୁଆଙନ୍ଗଡ୍ ଆମେଙ୍ ଡକୋନେତୁ । 9 ତେତ୍ତେ ତିଆତେ ଅଡ଼୍କୋନ୍ ମିସର୍ଡେସାନ୍ ଆତୋଣ୍ତୁ ସନାରାନ୍ଆଉମରିନ୍ ଲଅ ଡେଲେ ମିସ୍ରିୟ୍ ଅଡ଼୍କୋମନ୍ରାନ୍ ଡ ଜନ୍ତୁଜିଆଡଙ୍ ମୁରେନ୍ ଅନ୍ତମ୍ ଡୁଙ୍ଲନାୟ୍ ।" 10 ଆନିଞ୍ଜି କୋମାବନ୍ ପାଙ୍ଲେ ପାରୋନ୍ ଆମଙ୍ ତନଙ୍ଡାଲେ; ମସାନ୍ ରୁଆଙ୍ଗଡ୍ ବୁରେନ୍, ଆରି ଅଡ଼୍କୋମନ୍ରାନ୍ ଡ ଜନ୍ତୁଜି ଆଡଅଙ୍ରେଙ୍ ବତଡନ୍ ଡୁଙ୍ଲନାୟ୍ କି ଅମ୍ପସୁଏନ୍ । 11 ମନ୍ତ୍ରନ୍ ଜନାନ୍ ଆମନ୍ରାଜି ମସାନ୍ ଆମୁକାବା ତନଙ୍ଲେ ଅଃରପ୍ତିଲଜି, ଇନିଆସନ୍ଗାମେଣ୍ଡେନ୍ ମନ୍ତ୍ରନ୍ ଜନାନ୍ ଆମନ୍ରାଜି ଡ ଅଡ଼୍କୋ ମିସରବାଜି ଆ ଡଅଙ୍ରେଙ୍ବତଡନ୍ ଡୁଙ୍ଲନାୟ୍ । 12 ତିସିଲଡ୍ ପ୍ରବୁନ୍ ପାରୋନ୍ ଆଉଗ୍ଗର୍ ରବ୍ଡୋଏନ୍, ତିତେ ଆନିନ୍ ମସାନ୍ ଆଲତେଙ୍ ପ୍ରବୁନ୍ ଗାମେନ୍ ଆନିଞ୍ଜି ଅଃନମ୍ଡଙ୍ଲଜି । 13 ତି ସିଲଡ୍ ପ୍ରବୁନ୍ ମସାନ୍ ବରେନ୍, "ଆମ୍ୱେନ୍ ଡୁତାନ୍ ଡୁଲନ୍ ପାରୋନ୍ ଆମୁକ୍କାବାନ୍ ତନଙ୍ଲେ କେନ୍ ଆବର୍ନେ ବର୍ରବା, ଏବ୍ରିଅମରଞ୍ଜି ପ୍ରବୁନ୍ ଇସ୍ୱରନ୍ ବର୍ତନ୍ ସେବାଞେନ୍ ଆସନ୍ ମନ୍ରାଞେନଞ୍ଜି ଜନିରନ୍ ତିୟା; 14 ଇଜ୍ଜାଡେନ୍ କେନ୍ ଆଡିଡ୍ ଉଗ୍ଗର୍ନମ୍ ଆବିରୁଡଲୋଙ୍, ଆରି, କମ୍ୱାରିନମ୍ଜି ଡ ମନ୍ରାନମଞ୍ଜିନିୟ୍ଲୋଙ୍ ଇନ୍ଲେନ୍ ଅଡ଼୍କୋନ୍ ଆକାନ୍ତାରା ପତାୟ୍ତାୟ୍; ତିଲୋଙ୍ ଅଡ଼୍କୋନ୍ ପୂତିନ୍ ଇନ୍ଲେନ୍ ଅନ୍ତମ୍ ଆନ୍ନିଙ୍ତଡ୍, କେନ୍ ଆତେ ଆମନ୍ ଜନାଅମ୍ତୋ । 15 ଇନିଆସନ୍ଗାମେଣ୍ଡେନ୍ ନମିଆନ୍ତାନ୍ ଅସିଙ୍ଞେନ୍ ବୁର୍ରେ କାନ୍ତାରାନ୍ ବାତ୍ତେ ଆମନ୍ ଡ ମନ୍ରାନଞ୍ଜି ସମେତୁଜିନିୟ୍, ଆରି, ଆମ୍ୱେନ୍ ପୂତିନ୍ ସିଲଡ୍ ଆନ୍ନାନ୍ ଡେତମ୍ୱନ୍; 16 ବନ୍ଡ ଆମ୍ୱେନ୍ ବୋର୍ସାବେନ୍ ଆନବ୍ଗିୟ୍ତା ଆସନ୍ ଡ ଅଡ଼୍କୋନ୍ ପୂତିନ୍ ଏଙ୍ଗାଲେ ଅଞୁମ୍ଞେନ୍ ତୁମ୍ ଡେତେ, ଆଜାଡ଼ିନ୍ କେନ୍ ଆସନ୍ ଇନ୍ଲେନ୍ ଆମ୍ୱେନ୍ ତୁବ୍ଲ୍ବେନ୍ । 17 ଆମନ୍ ମନ୍ରାଞେଞ୍ଜିଆଡଙ୍ ଜନିରନ୍ ଆସନ୍ ବନାଞନ୍ ଏର୍ତନିୟ୍ ଆନିଞ୍ଜିଆଡଙ୍ ବବ୍ରାବ୍ତେ । 18 ଗିୟ୍ବା, ଞେନ୍ ବିଅଡ଼େଡ୍ ଏନ୍ନେଗନ୍ ଡିନ୍ନାଇଙନ୍ ଅଡ଼ୋତାୟ୍ ମିସର୍ଡେସାନ୍ ଏନ୍ନେଲେ ଆଡ଼େର୍ତିରନ୍ ପାଙ୍ତାୟ୍, ମିସର୍ ଡେସାନ୍ ଅନିଞିୟ୍ ନମିଆନ୍ତାନ୍ ଏନେଲେ ଅନ୍ର୍ରଙ୍ଡେଏ । 19 କେନ୍ଆସନ୍ ନମିଞେନ୍ ମନ୍ରାନ୍ ଆପ୍ପାୟେନ୍ ଅନେଙ୍ ବସେଙନ୍ ଇନି ଇନି ଡକୋ, ତିଆତେ ଲଜିର୍ ପାଙାୟ୍ବା, ଇନିଆସନ୍ଗାମେଣ୍ଡେନ୍ ଅଙ୍ଗା ମନ୍ରାନ୍ ପଙ୍ ଜନ୍ତୁଜି ଡକୋତଞ୍ଜି, ଅସିଙନ୍ ଏପାଙ୍ଲାୟ୍ଡେନ୍, ଆନିଞ୍ଜି ଆଡ଼େର୍ତିରନ୍ ବୟନ୍ ରବୁତଜି ।" 20 ତିଆବେଡ଼ା ପାରୋନ୍ ଆକମ୍ୱାରିଜିଲୋଙ୍ ଅଙ୍ଗାମନ୍ରାଜି ପ୍ରବୁନ୍ ଆବର୍ନେ ବତଙେନ୍ଞ୍ଜି, ଆନିନ୍ ଲଜିର୍ ଆ କମ୍ୱାରିଞ୍ଜି ଡ ଜନ୍ତୁଜି ଆସିଙନ୍ ପାଙ୍ଲାୟ୍ । 21 ବନ୍ଡ ପ୍ରବୁନ୍ ଆବର୍ନେ ଅଃନମ୍ଡଙ୍ଲଜି, ଆନିନ୍ ଆ କମ୍ୱାରିନ୍ ଡ ଜନ୍ତୁଜିଆଡଙ୍ ବସେଙନ୍ ଅମ୍ରେଙେନ୍ । 22 ତି ସିଲଡ୍ ପ୍ରବୁନ୍ ମସାନ୍ ବର୍ରନ୍, "ଆମ୍ୱେନ୍ ରୁଆଙନ୍ଗଡ୍ ଅସିଙ୍ନମ୍ ତେକେଲେ ବୁଲାଏନ୍, ତି ଆସନ୍ ମିସ୍ରିୟ୍ ଅଡ଼୍କୋ ମନ୍ରାନ୍, ଜନ୍ତୁଜି ବସେଙ୍ ଆଡ୍ରକୋତନ୍ ଆଡ଼େର୍ତିରନ୍ ଡେତେ ।" 23 ତେତ୍ତେ ମସାନ୍ ଆଡାଙ୍ଗୋ ରୁଆଙନ୍ଗଅ ଆତ୍ରେକେଏନ୍, ପ୍ରବୁନ୍ କିଲାୟ୍ତିରନ୍ ଡ ଆଡ଼େର୍ତିରନ୍ ଆପ୍ପାୟେନ୍; ଆରି ଜାଲ୍ଡମଲିୟ୍ ସାଆରନ୍ ପୁର୍ତିଲୋଙନ୍ ଲଜିର୍ ଜିରେନ୍; କେନ୍ ଅନ୍ତମ୍ ପ୍ରବୁନ୍ ମିସର୍ ଡେସାଲୋଙନ୍ ଆଡ଼େର୍ତିରନ୍ ଆପ୍ପାୟେନ୍ । 24 ସିଲତ୍ତେ ଆଡ଼େର୍ତିରନ୍ ଡେଲୋ ଡ ତେତ୍ତେନ୍ ଜାଲ୍ଡମଲିୟ୍ ଓଙେନ୍; କେନ୍ ଅନ୍ତମ୍ ଗୋଗୋୟ୍ ଡୁକାଡମ୍ ଆଡ଼େର୍ତିରନ୍ ମିସର୍ ଡେସାନ୍ ଆଗନରି ଜାୟ୍ ଏନେଲେ ଆଙ୍ଗିୟ୍ ଅଃନଡ଼ୋଲାୟ୍ । 25 ତିତେତ୍ତେ ଅଡ଼୍କୋ ମିସର୍ ଡେସାନ୍ ବସେଙ୍ରେଙନ୍ ମନ୍ରାନ୍, ଜନ୍ତୁନ୍ ଅଡ଼୍କୋନ୍ ଆଡ଼େର୍ତିରନ୍ ବୟନ୍ ରବ୍ବୁଏଞ୍ଜି, ବସେଙନ୍ ଆଗାବ୍ ଆଡ଼େରନ୍ ବାତ୍ତେ ଗୁରୁଡ୍ଡେଏନ୍, ସରବାନ୍ ଆନୁବ୍ ଅଡ଼୍କୋନ୍ ଲଗଡାଜେନ୍ । 26 ଇସ୍ରାଏଲମରଞ୍ଜି ଆଡ୍ରକୋନେନ୍ତୁମ୍ ଗୋସନ୍ ଡେସାଲୋଙ୍ ତୁମ୍ ଆଡ଼େର୍ତିରନ୍ ଅଃଡ୍ଡେଲୋ । 27 ତିସିଲଡ୍ ପାରୋନ୍ ମନ୍ରାନ୍ ଆପ୍ପାୟେନ୍ ମସାନ୍ ଡ ଆରୋଣନ୍ ଓଡ୍ଡେଲେ ବରେନ୍,କେନ୍ ଆଡିଡ୍ ଞେନ୍ ଇର୍ସେନ୍ ଲୁମ୍ଲାୟ୍; ପ୍ରବୁନ୍ ଡରମ୍ମମର୍, ବନ୍ଡ ଞେନ୍ ଡ ମନ୍ରାଞେନଞ୍ଜି ଡୋସାନ୍ ଡକୋ । 28 ପ୍ରବୁନ୍ ଆମଙ୍ ପ୍ରାର୍ତନାନାବା; ଇନିଆସନ୍ଗାମେଣ୍ଡେନ୍ ଇସ୍ୱରନ୍ ବରୁବେନ୍ ଡ ଆଡ଼େର୍ତିରନ୍ ଗୋଗୋଜେନ୍, ଞେନ୍ ଡଅଙ୍ବେନ୍ ଜନିରନ୍ ତିୟ୍ତବେନ୍, ଆମ୍ୱେନ୍ ଆରି ଏନବ୍ଡିଙେବନ୍ । 29 ତିଆଡିଡ୍ ମସାନ୍ ଆନିନ୍ଆଡଙ୍ ବରେନ୍, "ଞେନ୍ ଗଡାନ୍ଡୁଙ୍ଲନାୟ୍ ତେତେନ୍ ପ୍ରବୁନ୍ ଆମଙ୍ ତେକେସିଲନ୍, ତିଲୋଙ୍ ରୁଆଙନ୍ ଆସନଡ୍ଡା ରିଙ୍ରିଙ୍ଙେନ୍ । କେନ୍ ଆପୁର୍ତି ପ୍ରବୁନ୍, ତିଆତେ ଆମ୍ବେନ୍ ଜନାତବେନ୍ । 30 ବନ୍ଡ ଞେନ୍ ଜନା,ରମଙ୍ ରମଙ୍ ଆକମ୍ୱାରିଜି ନମିଆନ୍ତାନ୍ ପ୍ରବୁନ୍ ଇସ୍ୱରନ୍ଆଡଙ୍ ଅଃବ୍ବତଙେଜି ।" 31 ତି ଆଡିଡ୍ ପେସି ଡ ଜବ ଅଡ଼୍କୋନ୍ ଗୁରୁଡ୍ଡେଏନ୍,ଇନିଆସନ୍ଗାମେଣ୍ଡେନ୍ ଜବନ୍ ସିସାତେ ଡ ପେସିନ୍ ତାର୍ବାଏନ୍ । 32 ବନ୍ଡ ଗଅମନ୍ ଡ କମ୍ୱୁଜନ୍ ଆନୁବ୍ ସନାରା ଆଡ୍ରକୋଏନ୍ ଆସନ୍ ଇଡ୍ନିଙ୍ ଅଃଡ୍ଡେଲୋ । 33 ମସାନ୍ ପାରୋନ୍ ଆମଙ୍ସିଲଡ୍ ଗଡ଼ାନ୍ ସିଲଡ୍ ଡାସଙାୟ୍ ଜିର୍ରେ ପ୍ରବୁନ୍ ଆମଙ୍ ଆନିନ୍ ତେକେ ସିଲନ୍,ମେଗନ୍ ବରୁବେନ୍ ଡ ଆଡ଼େର୍ତିରନ୍ ଅଃଡ୍ଡେଲୋ, ଲବଲୋଙ୍ ତରୁବନ୍ ଅଃନଡ଼ୋଲାୟ୍ । 34 ତି ଆଡିଡ୍ ତରୁବନ୍ ଡ ଆଡ଼େର୍ତିରନ୍ ରୁଆଙନ୍ ରିଙ୍ରିଙ୍ସାଡେନ୍ ତି ଆତେ ଗିୟ୍ଲେ ପାରୋନ୍ ଆରି ଇର୍ସେନ୍ ଲୁମେନ୍, ଆରି, ଆନିନ୍ ଡ ଆକମ୍ୱାରିଞ୍ଜି ଆମନଲୋଙଞ୍ଜି ରବ୍ଡୋଏଞ୍ଜି । 35 ତି ତେତ୍ତେ ପାରୋନ୍ ଆଉଗ୍ଗର୍ ରଡୋଏନ୍, ତାସନ୍ ମସାନ୍ ବାତ୍ତେ କଡାଡିଲନ୍ ପ୍ରବୁନ୍ ଆବର୍ନେ ଅନ୍ତମ୍ ଆନିନ୍ ଇସ୍ରାଏଲମରଞ୍ଜି ଜନିରନ୍ ଆସନ୍ ଅଃତିୟ୍ଲାୟ୍ ।