1 ଆରି ଆମ୍ୱେନ୍ ସିଟିମ୍ ଅଙଲନ୍ ମନ୍ଲୟ୍ ସନ୍ତି ଡେଙ୍ଗା ଡ ମନ୍ଲୟ୍ ସନ୍ତି ଲାଆଙ୍ ତନମ୍ପିଲନ୍ ତୁବ୍ବା, ତି ଆ ତନମ୍ପିଲନ୍ ଉଞ୍ଜି କୁନେ ଡେତେ; ସିଲତ୍ତେ ଆ ଡନେଙ୍ଗାନ୍ ୟାଗି ସନ୍ତି ଡେତେ । 2 ଆରି ତି ଆ ଉଞ୍ଜି କୁନେନ୍ ଆତୁଣ୍ତୋ ଡେରିଙନ୍ ତୁବ୍ବା,ଆରି ନିୟ୍ ଡେରିଙ୍ ତନମ୍ପିଲନ୍ ଆବୟନ୍ ଡେତେ ଡ ତିଆତେ ପିତ୍ତଳନ୍ ୟୁମ୍ତବୁ । 3 ଆରି କୋମାବନ୍ ତବ୍ଲେ ଆପନାଙ୍ ଆସନ୍ କୋମାବନ୍ ଆଡ୍ରକ୍କୋ ତୁବ୍ବା ଡ କୋଡ଼ାତୁଡନ୍ ତୁବ୍ବା କୁଣ୍ତନ୍, ତ୍ରିସୁଳନ୍ ଡ ଅସାଜନ୍ ଆଡ୍ରକ୍କୋ ତୁବ୍ବା ତିଲୋଙ୍ ଅଡ଼୍କୋନ୍ ଆସିମ୍ମା ପିତ୍ତଳନ୍ବାତ୍ତେ ତୁବ୍ବା । 4 ଆରି ପିତ୍ତଳଲୋଙ୍ ଅବୟ୍ ଜାଲିନ୍ ଜାଞ୍ଜିରନ୍ ତୁବ୍ବା ଡ ତି ଆତୋଣ୍ତୁଲୋଙ୍ ଉଞ୍ଜିକୁନେ ରେଙନ୍ ପିତ୍ତଳନ୍ ଉଞ୍ଜି କାଡ୍ଡୁନ୍ ତୁବ୍ବା । 5 କେନ୍ ଜାଞ୍ଜିରିନ୍ ତନମ୍ପିଲନ୍ ଆ ଜାୟ୍ତା ଅନେଙନ୍ ଡକୋବା ଡ ଜାଞ୍ଜିରିନ୍ ତନମ୍ପିଲନ୍ ନିୟ୍ ଙାଙେତୋ । 6 ଆରି ତନମ୍ପିଲନ୍ ଆସନ୍ ସିଟିମ୍ ଅରାନ୍ ବରୋୟ୍ବୋୟ୍ଡାଙ ନିୟ୍ ତୁବ୍ବା ଡ ତିଆତେ ପିତ୍ତଳନ୍ ବାତ୍ତେ ଅବ୍ରଆ। 7 ଆରି ତନମ୍ପିଲନ୍ ବନୁୟ୍ଇଙନ୍ ତୋଲୋଙ୍ ବାଗୁଗଡ୍ ତୁଣ୍ତୁନ୍ କାଡୁନ୍ ବତ୍ତେ ବରୋୟ୍ବୋୟ୍ଡାଙନ୍ ନିୟ୍ ଡକୋତନ୍ । 8 ଆମ୍ୱେନ୍ ଆରୋଆବ୍ ଡକୋଲେ ପଟାନ୍ ବାତ୍ତେ ତିଆତେ ତୁବା, ବରୁଲୋଙନ୍ ଏଙ୍ଗାଲେ ଏଗିଜେନ୍, ତି ଅନ୍ତମ୍ ମନ୍ରାଞ୍ଜି ତୁବ୍ତଜି ।
9 ସିଲତ୍ତେ ଆମ୍ୱେନ୍ ସରେବା ତମ୍ବୁସିଙନ୍ ଆଡୁଆରା ତୁବା; ତି ଆଡୁଆରା ଅର୍ଜଡ଼ୋମ୍ଗଡ୍ ଆଅଙିଡନ୍ ଜେଏ ଲମାଡ୍କାବନ୍ ବାତ୍ତେ ଆତୁବ୍ତୁବନ୍ ଆଡର୍ଙ୍ନେକାବ୍ ତୁବା; ତେତ୍ତେ ବପାକିଗଡ୍ ଆଡନେଙ୍ଗା ବସଅସନ୍ତି ଡେତେ । 10 ତେତ୍ତେ ସୋଣ୍ଡାଙନ୍ ବକୁଡ଼ି ଆରି ବକୁଡ଼ି ପିତ୍ତଳନ୍ ଡେତେ ଆରି ସୋଣ୍ଡାଙନ୍ ଅଙ୍ଗିନ୍ ପିତ୍ତଳନ୍ ଡେତେ ଆରି ସୋଣ୍ତାଙନ୍ ଅନାଗୋଡନ୍ ଡ ଡନଙ୍ଡଙନ୍ ରୁପାନ୍ ଡେତେ । 11 ତିଅନ୍ତମ୍ ଅର୍କାବଡ଼ିଗଡ୍ ଡନେଙ୍ଗାନ୍ ବସଅ ସନ୍ତି ଡର୍ରଙ୍ଡଙ୍କାବନ୍ ଡେତେ ତିଲୋଙ୍ ବକୁଡ଼ି ସୋଣ୍ତାଙନ୍ ଡ ବକୁଡ଼ି ଅଙ୍ଗିନ୍ ପିତ୍ତଳନ୍ ଡେତେ; ଆରି ସୋଣ୍ତାଙନ୍ ଆନ୍ନାଗୋ ଡ ଡନଙ୍ଡଙନ୍ ରୁପାନ୍ ଡେତେ । 12 ଆରି ବରୁବ୍ୟୋଙଗଡ୍ ଆଡୁଆରା ରନକୋଡନ୍ ଆସନ୍ ପଚାସ୍ସନ୍ତି ଡର୍ରଙଡଙକାବନ୍,ତିଲୋଙ୍ ଦସଟା ସୋଣ୍ତାଙନ୍ ଡ ଦସଟା ଅଙ୍ଗିନ୍ ତୁବ୍ବା । 13 ଆରି ଡରୁଙ୍ୟୋଙ୍ଗଡ୍ ଆଡୁଆରା ରନକୋଡନ୍ ପଚାସ ସନ୍ତିଡେତେ । 14 ଡୁଆରାନ୍ ବନେଙ୍ଗଡ୍ ପନ୍ଦର ସନ୍ତି ଡର୍ରଙଡଙ୍କାବନ୍ ଡ ୟାଗି ସୋଣ୍ତାଙନ୍ ଡ ୟାଗି ଅଙ୍ଗିନ୍ ଡେତେ । 15 ଆରି ଅନ୍ନାବନେଙ୍ଗଡ୍ ପନ୍ଦର ସନ୍ତି ଡର୍ରଙଡଙକାବନ୍ ଡ ୟାଗି ସୋଣ୍ତାଙନ୍ ଡ ୟାଗି ଅଙ୍ଗିନ୍ ଡେତେ । 16 ଆରି ଡୁଆରାନ୍ ଆସନଙ୍ ଆସନ୍ ନିଡ଼ି, ଆନାଙ୍ଗିଡନ୍ ଜେଏ ଲତୁମ୍କାବ୍ଲୋଙନ୍ ସୁନ୍ନାନ୍ ଅନ୍ତମ୍ ଡ ଜେଏ ମନଙ୍ ସରୁନ୍ ଆତାଡ଼େର୍ ବାତ୍ତେ ସୋଣ୍ଡାଙନ୍ ଆତନ୍ରୁବ୍ମର୍ଜି ବକୋଡ଼ି ସନ୍ତି ଅବୟ୍ ୟୁମ୍ରାମ୍ କାବନ୍ ଡ ତିଲୋଙ୍ ସୋଣ୍ତାଙନ୍ ଉଞ୍ଜି ଡ ଅଙ୍ଗିନ୍ ଉଞ୍ଜି ଡେତେ । 17 ଆରି ଡୁଆରାନ୍ ଆ ସୋଣ୍ତାଙ୍ ଅଡ଼୍କୋରେଙନ୍ ରୁପାନ୍ ବାତ୍ତେ ଜିଲେ ଡଙ୍ତଜି କି ତିଲୋଙ୍ ଆନ୍ନାଲନ୍ ରୁପାନ୍ ଡ ଅଙ୍ଗିନ୍ ପିତ୍ତଡ଼ ବାତ୍ତେ ଡେତେ । 18 ଡୁଆରାନ୍ ବସଅ ସନ୍ତିନ୍ ଡନେଙ୍ଗା ଡ ଅଡ଼୍କୋରେଙନ୍ ବାକୁଡ଼ି ଦସ ସନ୍ତି ଲନାଆଙ୍ ଡ ମଲୟ୍ ସନ୍ତି ଡନେଙ୍ଗାନ୍ ଆରି ଅଡ଼୍କୋନ୍ ଜେଏ ମନଙ୍ ସରୁ ତାଳେରନ୍ ବାତ୍ତେ ତୁବ୍ବା ଡ ତିଲୋଙ୍ ପିତ୍ତଳନ୍ ଅଙ୍ଗିନ୍ ଡେତେ । 19 ଆରି ଡର୍ରକୋନେନ୍ସିଂନ୍ ଅଡ଼୍କୋନ୍ ଆଲନୁମ୍ ସିମନ୍ ଡ ଆମେକ ଡ ଡୁଆରାନ୍ ଅଡ଼୍କୋନ୍ ଆମେକ ପିତ୍ତଡ଼ ବାତ୍ତେ ଡେତେ ।
20 ଆରି ଅଡ଼୍କୋ ଡିନାନ୍ ପିଙ୍କତୋଡନ୍ ତର୍ରେ ଅନବ୍ସାଆରନ୍ ଆସନ୍ ମଡ଼ି ଆଞାଲ୍ଜାଲନ୍ ଆ ଜିତ ମିଞଲନ୍ ଅମଙ୍ବାନ୍ ଆପନାଙ୍ ଆସନ୍ ଇସ୍ରାଏଲ ମରଞ୍ଜିଆଡଙ୍ ବାଞାଜି । 21 ଆରି ସରେବା ତମ୍ୱୁସିଙ୍ଲୋଙନ୍ ସାକିନ୍ ପେଲନ୍ ଆମୁକ୍କାବାନ୍ ଡନଙ୍ଡଙ୍ କାବନ୍ ଡାନ୍ଡଣ୍ତନ୍ ଆରୋଣନ୍ ଡ ଆଡାଙ୍ଗାଡ଼ାଅନ୍ ସାଲୁମନ୍ ସିଲଡ୍ ଡୋତାନ୍ ଜାୟ୍ ପ୍ରବୁନ୍ ଆମୁକ୍କାବାନ୍ ତିଆତେ ସଜାଇଲେ ଡକୋବା; କେନ୍ ଇସ୍ରାଏଲନ୍ ଆଅଞ୍ଜି ଆମ୍ମୁଙ୍ଗଡ୍ମରଞ୍ଜି ଲୁମ୍ଲେ ଆଏଡ଼ର୍ ଆଡିନ୍ନାଜାୟ୍ ଲନୁମନ୍ ଡେତେ ।