1 ମସାନ୍ ଡ ଆରୋଣନ୍ ମିସର ଡେସାନ୍ ଆ ରାଜା ପାରୋନ୍ ଆମଙ୍ ଇୟ୍ଲେ ବର୍ନେଜି, "ପ୍ରବୁନ୍, ଇସ୍ରାଏଲନ୍ ଆ ଇସ୍ୱର ଗାମେନ୍ ଆରିଙ୍ରିଙ୍ ଡରକୋନେରେଙ୍ ଞେନ୍ ଆସନ୍ ସର୍ଡା ପୁରନ୍ ଆଲନୁମ୍ ଆସନ୍ ମନ୍ରାଞେଞ୍ଜିଆଡଙ୍ ଅମ୍ରେଙାଜି ।"
2 ପାରୋନ୍ ଗାମେନ୍ । "ପ୍ରବୁନ୍ ଆନା ? ଡ ଞେନ୍ ଆବର୍ନେନ୍ ମାନ୍ନେଡାଲେ ଇସ୍ରାଏଲ ମରଞ୍ଜିଆଡଙ୍ ଜନିରନ୍ ଆସନ୍ ଅମ୍ରେଙାଜି ? ଞେନ୍ ପ୍ରବୁନ୍ଆଡଙ୍ ଏର୍ନମ୍ମଡ୍; ଆରି ଇସ୍ରାଏଲମରଞ୍ଜିଆଡଙ୍ ଅଃନମ୍ରେଙାଜି ।"
3 ମସାନ୍ ଡ ଆରୋଣନ୍ ଗାମେଞ୍ଜି, "ଏବ୍ରିଅମରଞ୍ଜି ଆ ଇସ୍ୱର ଇନ୍ଲେନ୍ଆଡଙ୍ ରବାଙ୍ଲଲେନ୍ । ତିଆସନ୍ ଇନ୍ଲେନ୍ ଏକାକୁର୍ତିତନାୟ୍ ପ୍ରବୁ ଇସ୍ୱରନ୍ ଆଞୁମ୍ଲୋଙ୍ ଅନମଙନ୍ ଆତନିୟ୍ ଆସନ୍ ଇନ୍ଲେଞ୍ଜିଆଡଙ୍ ଆରିଙ୍ରିଙ୍ ଡରକୋନେବାନ୍ ୟାଗି ଡିନା ଆତଙର୍ ଜନିରନ୍ ଆସନ୍ ଅନଡ଼େନ୍ ତିୟ୍ଲେନ୍ । ଇଜ୍ଜାଡେନ୍ ଆନିନ୍ ଇନ୍ଲେଞ୍ଜିଆଡଙ୍ ରୋଗାନ୍ ଡ କଡ଼ିବନ୍ ବାତ୍ତେ ରବ୍ବୁତଲେନ୍ ।"
4 ମିସରନ୍ ରାଜା ଆନିଞ୍ଜିଆଡଙ୍ ବରେଞ୍ଜି, "ଏ ମସା ଡ ଆରୋଣ, ଆମ୍ବେଞ୍ଜି ଇନିଆସନ୍ ଇସ୍ରାଏଲ ମରଞ୍ଜିଆଡଙ୍ କାବ୍ବାଡ଼ାନ୍ ସିଲଡ୍ ଏଡଙ୍ଡଙ୍ତେ ? ଆମ୍ବେଞ୍ଜି ରମ୍ମଙ୍ ରମ୍ମଙ୍ ଆ ବୁଡ଼ାର୍ଡମ୍ବେନ୍ ଆବନୋୟ୍ ଆସନ୍ ଜିର୍ବା । 5 ପାରୋନ୍ ଆରି ଗାମେନ୍, ନମି ମିସର ଡେସାଲୋଙନ୍ ମନ୍ରାଞ୍ଜି ଗୋଗୋୟ୍ ଡକୋଜି । ଆମ୍ବେଞ୍ଜି ଆନିଞ୍ଜିଆଡଙ୍ ବିଡ଼ାରନ୍ ଆବନୋୟ୍ ସିଲଡ୍ ଏଡଙ୍ଡଙ୍ତେ ।"
6 ଆରି ପାରୋନ୍ ତିଆଡିନା କାବ୍ବାଡ଼ାବାଁୟ୍ମରଞ୍ଜି ଡ ଇସ୍ରାଏଲ ଆ ସୋଡ଼ାଗଡ୍ମରଞ୍ଜିଆଡଙ୍ କେନ୍ ଆବନାଁୟ୍ ତିୟେଞ୍ଜି । 7 "ଆମ୍ମୁଙ୍ ଅନ୍ତମ୍ ଇଟ୍ଟାନ୍ ଆତନୁବ୍ ଆସନ୍ ଆମ୍ବେନ୍ କେନ୍ ଆମନ୍ରାଜିଆଡଙ୍ ଅଲାମନ୍ ଏତିୟ୍ଡଙ୍ଜି । ଆନିଞ୍ଜି ଆନିଞ୍ଜିଡମ୍ ଅଲାମନ୍ ସାୟ୍ଲେ ତୁବେତଜି । 8 ବନ୍ଡ ଆମ୍ମୁଙ୍ ଡିଅଙ୍ଗା ଇଟ୍ଟା ତନୁବନ୍ ଆସନ୍ ଏବାଁଞେଞ୍ଜି ଡିୟ୍ତେମା ତନୁବନ୍ ଆସନ୍ ବାଁୟ୍ବାଜି, ଡିୟ୍ତେ ସିଲଡ୍ ଅଜିଡ୍ ଜାକିଁୟ୍ ତନୁବନ୍ ଆସନ୍ ଏବ୍ସୋୟ୍ଡଙ୍ । ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଆଡ଼୍ସାଜି, ତାସନ୍ ଇସ୍ୱରନ୍ ଆଞୁମ୍ଲୋଙ୍ ଅନମଙନ୍ ଆତନିୟ୍ ଆସନ୍ ଇନ୍ଲେଞ୍ଜିଆଡଙ୍ ଅମ୍ରେଙ୍ଲେନ୍ ଗାମ୍ଲେ କାକୁର୍ତିଲନ୍ ବର୍ତଞ୍ଜି, 9 ତିଆସନ୍ କେନ୍ ଆନିଞ୍ଜି ଏର୍ଲୋଲୋନେନ୍ ବାଉଲିକାଉଲି କାବ୍ବାଡ଼ାନ୍ ଲୁମେତଜି, ଆ ପାତ୍ୟା ବରଞ୍ଜି ଡାଲୁଡ୍ଲେ ଏଅମ୍ଡଙ୍ଡଙ୍ ।"
10 ତିସିଲଡ୍ ମନ୍ରାଞ୍ଜି କାବ୍ବାଡ଼ାବାଁୟ୍ମରଞ୍ଜି ଡ ସୋଡ଼ାଗଡ୍ମରଞ୍ଜି ଇସ୍ରାଏଲମରଞ୍ଜି ଆମଙ୍ବା ଇୟ୍ଲେ ଆନିଞ୍ଜିଆଡଙ୍ ବରେଞ୍ଜି, "ପାରୋନ୍ କେନ୍ ଆବର୍ନେ ବର୍ରନ୍ ଇନ୍ଲେନ୍ ଆମ୍ବେଞ୍ଜିଆଡଙ୍ ଆରି ଅଲାମନ୍ ଏତ୍ତିୟ୍ବେନ୍ । 11 ଇୟ୍ବା ଆରି ଆମ୍ବେନ୍ ଅଙ୍ଗାଲୋଙ୍ ଅଲାମନ୍ ଏଞାଙ୍ତେ ତେତ୍ତେ ସିଲଡ୍ ତର୍ଡମ୍ ତର୍ଡମ୍ ଆସନ୍ ଅଲାମନ୍ ପାଙ୍ଲେ ତର୍ତୁମ୍ବା, ବନ୍ଡ ଆମ୍ବେନ୍ ଇଟ୍ଟା ତୁବନ୍ ଆସନ୍ କାବ୍ବାଡ଼ାନ୍ ଏଅବ୍ସୋୟ୍ଡଙ୍ ।" 12 ତିଆସନ୍ ମନ୍ରାଜି ଆଲାମନ୍ ଆପାଲ୍ତେଙ୍ ଅଙଲନ୍ ସାୟ୍ଲେ ରନୁକ୍କୁନ୍ ଆସନ୍ ସମ୍ପରା ମିସର ଡେସାରେଙ୍ ଅଡ଼େତେ ଅଡ଼େନେ ଡେଏଞ୍ଜି । 13 କାବ୍ବାଡ଼ାବାଁୟ୍ମରଞ୍ଜି ଅବ୍ତନ୍ଦରାଲେ ବରେଞ୍ଜି ଆଲାମନ୍ ଏଞରାଙେନ୍ ଆଡିଡ୍ ବଡିନାନ୍ ଡିଅଙ୍ଗା ଇଟ୍ଟାନ୍ ଏତୁବେନ୍ ଡିୟ୍ତେମା ଅଡ଼୍କୋ ଡିନାନ୍ ଇଟ୍ଟାନ୍ ତୁବ୍ବା । 14 ପାରୋନ୍ ଆ କାବ୍ବାଡ଼ାବାଁୟ୍ମରଞ୍ଜି ଇସ୍ରାଏଲନ୍ ଆକେଜ୍ଜାମର୍ଜି ଆନାଜି କାବ୍ବାଡ଼ାବାଁୟ୍ମରଞ୍ଜି ଆସୋଡ଼ାଗଡ୍ମରଞ୍ଜିଆଡଙ୍ ଡକ୍କୋଏଞ୍ଜି, ଆନିଞ୍ଜିଆଡଙ୍ ତିଡ୍ଲେ ବରେଞ୍ଜି, "ଆମ୍ବେନ୍ ଆମ୍ମୁଙ୍ ଡିଆଙ୍ଗା ଇଟ୍ଟାନ୍ ଏତୁବେନ୍ ନମି ଇନିବା ଡିୟ୍ତେ କାବ୍ବାଡ଼ାନ୍ ଲୁମ୍ଲେ ଇଟ୍ଟାନ୍ ତୁବ୍ଲେ ଏଃରପ୍ତିଏ ?"
15 ଇସ୍ରାଏଲନ୍ ଆ କେଜ୍ଜାମର୍ଜି ଆନାଜି କାବ୍ବାଡ଼ାବାଁୟ୍ମରଞ୍ଜି ଆସୋଡ଼ା ଡକୋଏଞ୍ଜି ଆନିଞ୍ଜି ପାରୋନ୍ ଆମଙ୍ ଇୟ୍ଲେ କାକୁର୍ତିଲଞ୍ଜି, "ଆମନ୍ ଇନିଆସନ୍ କମ୍ବାରିମର୍ନମ୍ଞ୍ଜି ସରିନ୍ ଏନ୍ନେଲେ ଞର୍ରମ୍ଲନେ ? 16 ଇନ୍ଲେଞ୍ଜିଆଡଙ୍ ଅଲାମନ୍ ଏତ୍ତିୟ୍ଲେନ୍, ବନ୍ଡ ଇନ୍ଲେନ୍ ଇଟ୍ଟାନ୍ ଏତୁବ୍ତାୟ୍, ଆରି ଗିଜା, ଇନ୍ଲେଞ୍ଜି ତନିଡନ୍ ଏଞାଙ୍ତାୟ୍ । ବନ୍ଡ କେନ୍ଆତେ ମନ୍ରାନମ୍ଜି ଆଡୋସା ।"
17 ଆନିନ୍ ଗାମେନ୍, "ଆମ୍ୱେନ୍ ଆଡ଼୍ସାଜି ଆରି କାବ୍ବାଡ଼ାନ୍ ଆସନ୍ ଅଃଲଡୟ୍ବେନ୍, ତାସନ୍ ଆମ୍ବେନ୍ ଏବର୍ତନେ ପ୍ରବୁନ୍ ଆଞୁମ୍ଲୋଙ୍ ଅନମଙନ୍ ତନିୟନ୍ ଆସନ୍ ଇନ୍ଲେଞ୍ଜିଆଡଙ୍ ଜନିରନ୍ ଆସନ୍ ଅନଡ଼େନ୍ ତିୟ୍ଲେମ୍ବା । 18 ନମିଞେନ୍ ଜିର୍ବା ଆରି କାବ୍ବାଡ଼ାନାବା, ଆମ୍ବେଞ୍ଜି ଆଲାମନ୍ ଏତ୍ତିୟ୍ବେନ୍, ବନ୍ଡ ଅଡ଼୍କୋ ଡିନାନ୍ ଆମ୍ବେନ୍ ଡିଅଙ୍ଗା ଇଟ୍ଟାନ୍ ଏତୁବେନ୍ ଡିୟ୍ତେନ୍ ତୁବ୍ବା ଏଅବ୍ସୋୟ୍ଡଙ୍ ।" 19 ଆମ୍ବେନ୍ ଆମ୍ମୁଙ୍ ଅଡ଼୍କୋଡିନାନ୍ ଡିଅଙ୍ଗା ଇଟ୍ଟାନ୍ ଏତୁବେନ୍ ତି ଅନ୍ତମ୍ ଅଡ଼୍କୋ ଡିନାନ୍ ଡିୟ୍ତେ ଇଟ୍ଟାନ୍ ତୁବ୍ବା କେନ୍ ଆବର୍ନେ ଇସ୍ରାଏଲନ୍ ଆକେଜ୍ଜାମର୍ଜି ଆନାଜି କାବ୍ବାଡ଼ାବାଁୟ୍ମରଞ୍ଜି ଆସୋଡ଼ା ଆଡ୍ରକୋଏଞ୍ଜି ଆ ମନ୍ରାଜି ବର୍ରଞ୍ଜି ବନ୍ଡ ଆଗନିୟ୍ଗିୟ୍ଲୋଙଞ୍ଜି ଆନିଞ୍ଜି ଆସନ୍ ମନଙ୍ତଡ୍ ।
20 ଆନିଞ୍ଜି ରାଜା ପାରୋନ୍ ଆମଙ୍ସିଲଡ୍ ଆୟର୍ରନାଞଞ୍ଜି ଆଡିଡ୍, ଆନିଞ୍ଜି ମସାନ୍ ଡ ଆରୋଣନ୍ ସରିନ୍ ଅଲ୍ରବାଙେଞ୍ଜି, ଆନିଞ୍ଜି ରନବାଙନ୍ ଆସନ୍ ତେତ୍ତେ ଇୟ୍ଲେ ଜଗ୍ଗେଏଞ୍ଜି । 21 ଆନିଞ୍ଜି ଆରୋଣନ୍ ଡ ମସାନ୍ଆଡଙ୍ ବରେଞ୍ଜି, ଇସ୍ୱରନ୍ କନାକୁର୍ତିବେଞ୍ଜି ଗିୟ୍ଲେ ପନ୍ସୁଆତିବେନ୍ତୋ ଇନିଆସନ୍ଗାମେଣ୍ଡେନ୍ ଆମ୍ବେଞ୍ଜି ପାରୋନ୍ ଡ ଆକମ୍ବାରିଞ୍ଜି ଆତେମଡ୍ ଇନ୍ଲେଞ୍ଜି ଆ ରନବ୍ବୁନ୍ ଆସନ୍ ଆସିଲୋଙନ୍ କୁଣ୍ତିନ୍ ତିୟେନ୍ ।
22 ମସାନ୍ ପ୍ରବୁନ୍ ଆମଙ୍ବା ୟର୍ରନ୍ ଇୟ୍ଲେ ବର୍ନେ, "ଏ ପ୍ରବୁ, କେନ୍ ଆମନ୍ରାଜି ଆମନ୍ ଇନିବା ଅବ୍ଡଣ୍ଡାୟ୍ତଜି ? ଆମନ୍ ଇନିବା ଆପ୍ପାୟ୍ଲିଁନ୍ ? 23 ଇନିଆସନ୍ଗାମେଣ୍ଡେନ୍ ଅଙ୍ଗା ଆଡିଡ୍ ଞେନ୍ ଅଞୁମ୍ଲୋଙ୍ନମ୍ ବର୍ନେନ୍ ଆସନ୍ ପାରୋନ୍ ଆମଙ୍ ଇୟେନ୍, ତି ଆଡିଡ୍ ଆନିନ୍ ଆମନ୍ରାଞ୍ଜିଆଡଙ୍ ଅବ୍ଡଣ୍ଡାୟ୍ତଜି । ଆରି ଆମନ୍ ମନ୍ରାନମ୍ଜି ଡୋବ୍ଲେ ଅଃରପ୍ତିଲୋ ।"