1 ଇୟାୱେନ୍କା ସଦାପ୍ରବୁ ମୋସେଙ୍ଗ୍ ଇର୍ହାନ୍, "ନିନୁ ରାଜା ଫାରୋ ଲାକ୍ତୁ ସାଙ୍ଗ୍ଆ; ଇରିଙ୍ଗ୍ ମାପ୍ ଏଣ୍ତେସ୍ ଲୋକା ଲୋଇ ଇୟାୱିଜୁ ସିନା ତର୍ନାପ୍, 2 ମାରି, ମାପ୍ ମିସ୍ରିୟରି ଉଣ୍ତିଙ୍ଗ୍ ଆମା ଆମାକା କିତାମାନାପ୍ ମାରି ୱାରି ଲୋଇ ନିଜେଦି ସିନା ୱାଜା ଆମା ଆମା ପାଣି କିତାମାନାପ୍, ଆୟାୱିଜୁଦି କାତା ନିନୁ ଏଣ୍ତେସ୍ଗି ନିଜେଦି ମାରିନ୍ ମାରି ନାତିରିଙ୍ଗ୍ ଇନି, ମାରି, ମାପ୍ ଜେ ସଦାପ୍ରବୁ ଇକା ନେସ୍ନାର୍ ।"
3 ନାସ୍ତିୱାଲେ ମୋଶା ମାରି ହାରୋଣ ପାରୋ ଲାକ୍ତୁ ସଲ୍ସି ଇର୍ହାର୍, "ଏବ୍ରୀୟରି ସଦାପ୍ରବୁ ମାପୁରୁ ଇଜିନାନ୍, ନିନ୍ ମା ଆଗ୍ଡ଼ି ମାନାଦେଙ୍ଗ୍ ଏସ ଦିନ୍ ମନା କିନି ? ମା ସେବା କିନି ଉଣ୍ତିଙ୍ଗ୍ ମା ଲୋକାଙ୍ଗ୍ ଡ଼ିସ୍ଆ । 4 ମାତର ଜଦି ନା ଲୋକାଙ୍ଗ୍ ସନି ଉଣ୍ତିଙ୍ଗ୍ ମନା କିନି, ଆଦେଙ୍ଗ୍ ସୁଡ଼ୁଆ, ମାପ୍ ୱିଗେ ମି ଦେସ୍ତୁ ମାଡ଼ିମାଉକୁ ତାନାପ୍ । 5 ୱାକ୍ ବୁମିଦି ମୁସ୍କୁ ଇୟାୱାଜା ବାସ୍ନେ ଜେ, ଏନ୍ ଆକା ସୁଡ଼ୁଦେଙ୍ଗ୍ ଆଟ୍ଏନ୍; ମାରି, ଆଣ୍ତାରାଗା ପିରୁଦାନ୍ ନାସ୍ଟୁଆଇ ମାନି ମାରି ଏଜିତିମାନି ଆମାକା ମିଦି ମାନାତ୍, ଆକା ୱାକ୍ ତିନେ, ମାରି, ମି କିଡ଼ିଇଦି ଜିତିମାନି ୱିଜୁ ମାରାକ୍ ତିନେ । 6 ମାରି, ୱାନିକା ମାଣାନ୍ ମି ଇନ୍ଡ୍ର ମାରି ମି ଦାସରି ଇଲ୍କାଙ୍ଗ୍ ମାରି ୱିଜୁ ମିସ୍ରିୟ ଲୋକା ଇଲ୍କାଙ୍ଗ୍ ବର୍ତି ଆନେ; ଇୟା ଦେସ୍ତୁ ମି ପୁର୍ବେଦିବୁବାରି ମାରି ୱାରି ପୁର୍ବେଦିବୁବାରି ଜନମ୍ଦାନ୍ ନେର୍ ସାନ୍ଦି ଏସେଙ୍ଗ୍ ଇୟାୱାଜା ଆଏତ୍ ।" ଆବେନ୍ ମୋଶା ମକମ୍ ଡ଼େପ୍ସି ପାରୋଦି ଲାକ୍ତୁରାନ୍ ସୋସି ସର୍ହାନ୍ ।
7 ଇୟାୱେନ୍କା ପାରୋଦି ଦାସର୍ ୱାନିଙ୍ଗ୍ ଇର୍ହାର୍, "ଇୟା ଲୋକ୍ ଏସ ଦିନ୍ ମା ଉରି ୱାଜା ଆନାମାନାତ୍ ? ଇୟା ଲୋକା ସଦାପ୍ରବୁ ମାପୁରୁଙ୍ଗୁଁ ପୁଜା କିନିଉଣ୍ତିଙ୍ଗ୍ ୱେରିଙ୍ଗ୍ ଡ଼ିସ୍ସୋ ସିପିନ୍; ମିସର ଦେସ୍ ଜେ ନାଷ୍ଟୁ ଆତାତ୍ନି, ଇୟାକା ନିନ୍ ଇଲେଇବା ବୁଜାଇ ?"
8 ଆଦେଙ୍ଗ୍ ମୋଶା ମାରି ହାରୋଣ ମାରି ଡ଼େସି ପାରୋଦି ଲାକ୍ତୁ ୱାତାର୍, ୱାନ୍ ୱାରିଙ୍ଗ୍ ଇର୍ହାନ୍, "ସାନ୍ଡ୍ରୁ, ମିର୍ ମି ସଦାପ୍ରବୁ ମାପୁରୁଙ୍ଗୁଁ ପୁଜା କିଦୁ; ମାତର ଏନ୍ ଏନ୍ ସନିଦେର୍ ?"
9 ଆବେଟ୍ ମୋଶା ଇର୍ହାନ୍, "ମାପ୍ ନିଜେ ନିଜେଦି କଡ଼ର୍ ମାରି ଡକ୍ରାରିଙ୍ଗ୍ ୱିଜେରିଙ୍ଗ୍ କୁକ୍ସି ଅନାପ୍ ମାରି ନିଜେ ନିଜେଦି କଡ଼ର୍ଆଇଲିକାଙ୍ଗ୍, ମାରି, କଡିଙ୍ଗ୍ ଗରିଏଙ୍ଗ୍ ବା ଅନାପ୍, ଏନ୍ଦାଇରିଙ୍ଗା ସଦାପ୍ରବୁଦି ଉଦେସ୍ତାନ୍ ମା ପଣ୍ତୟ କିଦେଙ୍ଗ୍ ଆନାତ୍ ।"
10 ଆଦେଙ୍ଗ୍ ପାରୋ ୱାରିଙ୍ଗ୍ ଇର୍ହାନ୍, ପ୍ରବୁଦି ଦର୍ତାନ୍ ପାର୍ମାଣ୍ କିଜିନା, "ଆପିତ୍, ସଦାପ୍ରବୁ ମି ୱାଲେ ମାନିନ୍, ମାପ୍ ତ ମିଙ୍ଗିଁ ମାରି ମି କଡ଼ରିଙ୍ଗ୍ ଡ଼ିସ୍ନାସିନାପ୍; ଜାଗାର୍ତା, ସେଇକା ମି ଆଗ୍ଡ଼ି ମାନାତ୍ । 11 ଇୟାୱାଜା ଆଏତ୍, ମିର୍ ଏସୋ ଲୋକ୍ ମେମାରି ମାନିଦେର୍, ସାନ୍ଡ଼୍ରୁ, ସଦାପ୍ରବୁଙ୍ଗ୍ ପୁଜା କିଦୁ; ଇରିଙ୍ଗାଁ ଇୟାକା ନେ ମିର୍ ବଦାକିନିଦେର୍ ।" ଇୟା ୱେନ୍କା ୱାର୍ ପାରୋଦି ଆଗ୍ଡ଼ିରାନ୍ ସପାତାର୍ ।
12 ସଦାପ୍ରବୁ ମୋସେଙ୍ଗ୍ ଇର୍ହାନ୍, "ନିନ୍ ମାଡ଼ିମାଉକା ଉଣ୍ତିଙ୍ଗ୍ ମିସର ଦେସ୍ ମୁସୁକୁ ନିଜେଦି କିୟୁ ପେର୍ଆ, ଆବେନୁ ୱାକ୍ ମିସର ଦେସ୍ତୁ ୱାଜି ଆଣ୍ତାରାଗା ପିରୁଦାନ୍ ତେବାତିମାନି ବୁମିଦି କୁସାପୁଲା ୱିଜୁ ତିନେ ।" 13 ଆଦେଙ୍ଗ୍ ମୋଶା ମିସର ଦେସ୍ ମୁସୁକୁ ନିଜେଦି ବାଡିଗା ପେର୍ତାନ୍, ସଦାପ୍ରବୁ ଆୟା ୱେଡ଼େ ନି ନାଡ଼ା ୱେଡ଼ାସନି ତରିଟି ଗାଲି ନାଣ୍ତ କିବିସ୍ତାନ୍; ସାଲ୍ଦି ଆତାତ୍ଆକା, ଆୟା ଗାଲିଦି ମାଣାନ୍ ମାଡ଼ିମାଉକୁ ୱାତେ । 14 ଆବେଣାନ୍ ୱିଜୁ ମିସର ଦେସ୍ତୁ ମାଡ଼ିମାଉକୁ ଆତେ, ମିସରଦି ୱିଜୁ ତରିନ୍ ମାଡ଼ିମାଉକୁ ଆତେ; ୱାକ୍ ନାଣ୍ଡ ମାର୍ହେ; ଆୟାୱାଜା ମାଡ଼ିମାଉକୁ ଆଗ୍ଡ଼ି ଏସେଙ୍ଗେବା ଆଏଣ୍ଡା ମାର୍ହେ, କି ମାରି ଏସେଙ୍ଗେ ଆଉ । 15 ୱାକ୍ ୱିଜୁ ବୁମିଦୁ ପିଡ଼ିକ୍ତେ ମାରି ୱାନିକା ମାଣାନ୍ ଦେସ୍ ସିକାଟି ଆତାତ୍, ବୁମିଦି କୁସାପୁଲା ମାରି ମାରାକାଣି ଆମା ପଲ୍ ଆଣ୍ତାରାଗା ପିରୁଦାନ୍ ଏଜିତେ ମାର୍ହେ, ଆକା ୱାକ୍ ତିର୍ହେ; ଆବେଟ୍ ୱିଜୁ ମିସର ଦେସ୍ତୁ ଇନି ମାରାନ୍ କି କିଡ଼ିଇଦି ଲାଟା ଇନିକା ତେବାଏତାତ୍ । 16 ଆଦେଙ୍ଗ୍ ପାରୋ ଦାପ୍ରେ ମୋସେଙ୍ଗ୍ ମାରି ହାରୋଣଙ୍ଗ୍ କୁକ୍ସି ଇର୍ହାନ୍, "ନାନ୍ ମି ସଦାପ୍ରବୁ ମାପୁରୁଙ୍ଗୁଁ ମାରି ମି ବିରୁଦ୍ତାନ୍ ପାପ୍ କିତାମାନା । 17 ମାଡ଼ିସ୍ କିଜିନା, କେବଲ୍ ଉଡ୍ରେଦେବା ନେ ପାପ୍ କେମା କିଜି ନା ଲାକ୍ତୁରାନ୍ ଇୟା ସାନିକା ଆକୋ କିନି ଉଣ୍ତିଙ୍ଗ୍ ମି ସଦାପ୍ରବୁ ମାପୁରୁ ଲାକ୍ତୁ ପ୍ରାର୍ଥନା କିଦୁ ।" 18 ଆବେଣାନ୍ ୱାନ୍ ରାଜା ପାରୋଦି ଲାକ୍ତୁର୍ରାନ୍ ସଲ୍ସି ସଦାପ୍ରବୁଦି ଲାକ୍ତୁ ପ୍ରାର୍ଥନା କିତିଙ୍ଗ୍, 19 ସଦାପ୍ରବୁ ୱେଡ଼ାଆର୍ନି ତରିଟାନ୍ ନାଣ୍ତ ଗାଲି ତାସି ଦେସ୍ତାନ୍ ମାଡ଼ିମାଉକାଙ୍ଗ୍ ଇପ୍ସି ଅସି ସୁପ୍ ସାମ୍ଦୁର୍ଦୁ ପକ୍ତାନ୍; ଆବେଣାନ୍ ମିସର ଦେସ୍ତୁ ୱିଜୁତରିନ୍ ଉଣ୍ଡ୍ରିବା ମାଡ଼ିମାଉକୁ ମାନ୍ଉତେ । 20 ମାତର ସଦାପ୍ରବୁ ପାରୋଦି ଜିବନ୍ ଆଟ୍ୱା କିତାନ୍, ମାରି, ଇସ୍ରାଏଲ ଲୋକାଙ୍ଗ୍ ଡ଼ିସ୍ଏତାନ୍ ।
21 ମାରି ସଦାପ୍ରବୁ ମୋସେଙ୍ଗ୍ ଇର୍ହାନ୍, "ନିନୁ ବାଦଡ଼ ତରିନ୍ କିୟୁ ପେର୍ଆ; ଆବେଟ୍ ମିସର ଦେସ୍ ସିକାଟି ଆନାତ୍ ମାରି ସିକାଟିଦି ଉଣ୍ତିଙ୍ଗ୍ ଲୋକ୍ ପାର୍ବାଜି ବୁଲାନାର୍ ।" 22 ଇୟାୱେନ୍କା ମୋଶା ବାଦଡ଼ ତରିନ୍ କିୟୁ ପେର୍ତାନ୍, ମୁଣ୍ତ୍ରି ଦିନ୍ ସାନ୍ଦି ମିସର ଦେସ୍ତି ୱିଜୁ ତରିନ୍ ଇୟାୱାଜା ନାଣ୍ତ ସିକାଟି ଆତାତ୍ ଜେ, ଏନ୍ ଏଙ୍ଗ୍ ସୁଡ଼ୁଦେଙ୍ଗ୍ ଆଟ୍ଏତାର୍ । 23 ମାରି ମୁଣ୍ତ୍ରି ଦିନ୍ ସାନ୍ଦି ଏନ୍ ନିଜେଦି ବାଡିଦାନ୍ ନିଙ୍ଗ୍ଦେଙ୍ଗ୍ ଆଟ୍ଏତାର୍; ମାତର ଇସ୍ରାଏଲ ଲୋକାଦି ୱିଜୁ ବାସାତି ବାଡିଦୁ ଜାୟ୍ ମାର୍ହାତ୍ ।
24 ଆଦେଙ୍ଗ୍ ପାରୋ ମୋସେଙ୍ଗ୍ କୁକିସ୍କିଜି ଇର୍ହାନ୍, "ମିରୁ ସଦାପ୍ରବୁଙ୍ଗ୍ ପୁଜା କିଦେଙ୍ଗ୍ ସାନ୍ଡ୍ରୁ; ମାତର ମି କଡିଙ୍ଗ୍ ଗରିଏଙ୍ଗ୍ ମାନିୱି; ମି ଆଇମେକ୍ ନି କଡ଼ରିଙ୍ଗ୍ ବା ମି ୱାଲେ ଅତୁ ।"
25 ଆବେଟ୍ ମୋଶା ଇର୍ହାନ୍, "ମାପ୍ ନିଜେଦି ସଦାପ୍ରବୁ ମାପୁରୁଦି ଉଦେସ୍ତାନ୍ ଆମା ବଲିପୁଜା ମାରି ୱିଜୁ ହୋମ ଆଡ଼ିକ୍ନି ଜିନିସ୍ ସିଦା, ଆୟାକା ବା ମା କିୟୁଦୁ ନିନ୍ ସିଦେଙ୍ଗ୍ ପଡ଼ାନାତ୍ । 26 ମା କଡିଙ୍ଗ୍ ଗରିଏଙ୍ଗ୍ ମା ୱାଲେ ସନେ, ଉନ୍ଡ୍ରି ବା ତେବାମାପିଉ; ଇର୍ରିଙ୍ଗା ମା ସଦାପ୍ରବୁ ମାପୁରୁଦି ସେବା ଉଣ୍ତିଙ୍ଗ୍ ୱାନିକା ମାଣାନ୍ ବଲିପୁଜା କିନିକା ମାନାତ୍, ୱାକ୍ ଆବେନୁ ରେହେତିଙ୍ଗା, ମାପ୍ ନେସ୍ତେଙ୍ଗ୍ ଆଟ୍ଏପ୍ ।"
27 ମାତର ସଦାପ୍ରବୁ ପାରୋଦି ଜିବନ୍ ଆଟ୍ୱା କିତାନ୍, ମାରି ୱାନ୍ ୱାରିଙ୍ଗ୍ ଡ଼ିସ୍ତେଙ୍ଗ୍ ରାଜି ଆଏତାନ୍ । 28 ଆଦେଙ୍ଗ୍ ପାରୋ ୱାରିଙ୍ଗ୍ ଇର୍ହାନ୍, "ମା ଲାକ୍ତୁରାନ୍ ଆକୋ ଆଦୁ, ନିଜେଦି ବିସୟ୍ଦାନ୍ ଜାଗାର୍ତା ଆଦୁ, ମା ମକୋମ୍ ମାରି ଏସେଙ୍ଗ୍ବା ସୁଡ଼ୁମାଟ୍; ଆମାଦିନ୍ ମା ମୋକମ୍ ସୁଡ଼ୁନିଦେର୍, ଆୟା ଦିନ୍ତୁ ସାନିଦେର୍ ।" 29 ଆବେଟ୍ ମୋଶା ଇର୍ହାନ୍, "ନିନ୍ ନେଗେଣ୍ଡେ ୱେର୍ତି, ନାନ୍ ମାରି ଏସେଙ୍ଗେ ନି ମୋକମ୍ ସୁଡ଼ୁଏନି ।"