1 ଇୟାୱେନ୍କା ପ୍ରବୁ ମୋସେଙ୍ଗ୍ ଇର୍ହାନ୍, "ନାନ୍ ଅବ୍ରହାମ୍ ମାରି ଇସ୍ହାକ୍ ମାରି ଜାକୁବ ଲାକ୍ତୁ ପାର୍ମାଣ୍ କିଜି ଆମା ଦେସ୍ ବିସୟ୍ଦାନ୍ ଇର୍ହାମାର୍ହା, ମି କୁଟୁମ୍ଦିଙ୍ଗ୍ ଇୟା ଦେସ୍ ସିନା, ଆୟା ଦେସ୍ତୁ ସୋନି ଉଣ୍ତିଙ୍ଗ୍ ମିର୍ ମାରି ମିସରତାନ୍ ୱାତି ଲୋକୁ ଇୟା ବାଡିଦାନ୍ ସାନ୍ଡ୍ରୁ; 2 ନାନ୍ ମି ଆଗ୍ଡ଼ି ଆଗ୍ଡ଼ି ଉନ୍ଡ୍ରି ଦୁତ୍ ପକ୍ନା; ମାରି ନାନ୍ କିଣାନିୟ, ଇମୋରିୟ, ହିତ୍ତୀୟ, ପରିସିୟ, ହିବ୍ବୀୟ ମାରି ଜିବୁସିୟ ଲୋକାଙ୍ଗ୍ ଉଲ୍ପ୍ନା ପକ୍ନାପ୍ । 3 ଇୟାଉଣ୍ଡିଙ୍ଗ୍ ଆୟା ପାଲୁ ନି ପୁକି ସନି ଦେସ୍ତୁ ସାନ୍ଡ଼୍ରୁ; ମାତର ନାନ୍ ମି ନାଣ୍ମି ଆଜି ସଲ୍ଏ; ସର୍ରିଙ୍ଗା ନାନ୍ ସାରିଦୁ ମିଙ୍ଗିଁ ସାପିସ୍ କିନା, ଇର୍ରିଙ୍ଗ୍ ମିର୍ ଜିବନ୍ ଆଟ୍ୱାଦି ଲୋକୁ ।"
4 ଲୋକୁ ଇୟା ଦୁଃକ୍ ମାଟା ୱେନ୍ଜି ଆଡ଼୍ବାତାର୍; ଏର୍ବା ନିଜେଦି ମେନ୍ଦଲ୍ତୁ ବାଙ୍ଗାରାମ୍ ଆରାଏତାର୍ । 5 ଇର୍ରିଙ୍ଗା ପ୍ରବୁ ମୋସେଙ୍ଗ୍ ଇର୍ହାମାର୍ହାନ୍, "ନିନ୍ ଇସ୍ରାଏଲ ଲୋକାଙ୍ଗ୍ ଇୟା ମାଟା ଇନ୍ଆ, ମିର୍ ମାଟା ଆସ୍ସି ଲୋକୁ; ଜଦି ନାନ୍ ସାଣେକ୍ ବା ମି ୱାଲେ ସନା, ଆର୍ତିଙ୍ଗ୍ ମିଙ୍ଗିଁ ସାପିସ୍ କିନା; ମିର୍ ଇଲେଇ ନିଜେଦି ମେନ୍ଦଲ୍ଦାନ୍ ବାଙ୍ଗାରାମ୍ କୁତ୍ତୁ, ଆବେଟ୍ ମି ଉଣ୍ତିଙ୍ଗ୍ ଇନି ପାଣି କିନା ଆକା ବିସାର୍ କିନା ।" 6 ଇବେଟ୍ ଇସ୍ରାଏଲ ଲୋକୁ ହୋରେବ ଗରତି ଲାକ୍ତୁରାନ୍ ସନି ୱାଲେ ନିଜେ ନିଜେଦି ୱିଜୁ ସାଜୁ କୁତ୍ତାର୍ ।
7 ଇୟାୱେଡ଼ାଦୁ ଇୟା ୱାଜା ମାର୍ହାତ୍ ଜେ, ମୋଶା ନିଜେଦି ଗୁଡ଼ା ଅସି ଗୁଡ଼ାଦି ଆତ୍ରେ ମାରି ଗୁଡ଼ାଦି ଆକୋ ନିଲ୍ପ୍ତାନ୍ ମାରି ଦାନି ଦର୍ ମିସାନି ଗୁଡ଼ା ସିତାନ୍ । ପ୍ରବୁଙ୍ଗ୍ ରେବାନିକାର୍ ୱିଜୁ ଲୋକୁ ଗୁଡ଼ାଦି ଆତ୍ରେ ମାନି ଆୟା ମିସାନି ଗୁଡ଼ା ଲାକ୍ତୁ ସନାର୍ । 8 ମାରି, ଇୟା ୱାଜା ଗଟାତାତ୍ ଜେ, ମୋଶା ସୋସି ଆୟା ଗୁଡ଼ା ଲାକ୍ତୁ ସନି ୱାଲେ ୱିଜୁ ଲୋକୁ ନିଙ୍ଗ୍ଜି ନିଜେ ନିଜେଦି ଗୁଡ଼ା ଦୁୱାର୍ତୁ ନିଲ୍ତାର୍, ମାରି ଆମା ସାନ୍ଦି ମୋଶା ଆୟା ଗୁଡ଼ାଦୁ ଡ଼ୁଗ୍ଏତାନ୍, ଆୟା ସାନ୍ଦି ୱାର୍ ୱାନି ତରିନ୍ ସୁଡ଼ୁଜି ମାର୍ହାର୍ । 9 ଇୟାୱେନ୍କା ମୋଶା ଗୁଡ଼ାଦୁ ଡ଼ୁଗିତାନ୍, ବାଦଡ଼୍ ଦୁରି ରେତାଜି ୱାଜି ଗୁଡ଼ାଦି ଦୁୱାର୍ତୁ ରେତାତାତ୍; ଆବେଣାନ୍ ପ୍ରବୁ ମୋଶାଦି ୱାଲେ ୱାର୍ଗିତାନ୍ । 10 ଗୁଡ଼ାଦି ଦୁୱାର୍ତୁ ମାନି ଲୋକୁ ବାଦଡ଼୍ ଦୁରି ସୁଡ଼ୁଜି, ୱିଜୁ ଲୋକୁ ନିଙ୍ଗ୍ଜି ୱିଜେରେ ନିଜେ ନିଜେଦି ଗୁଡ଼ା ଦୁୱାର୍ତୁ ମାନ୍ଜି ମାଡ଼ିସ୍ କିତାର୍ । 11 ଅରେନ୍ ଲୋକୁ ଏଣ୍ଡେସ୍ ସାଙ୍ଗ୍ଦି ୱାଲେ ୱାର୍ଗିନାନ୍, ଆୟା ୱାଜା ପ୍ରବୁ ସାମ୍ନା ସାମ୍ନି ଆଜି ମୋଶାଦି ୱାଲେ ୱାର୍ଗିତାନ୍; ଇୟା ୱେନ୍କା ମୋଶା ଗୁଡ଼ା ଲୋଇ ଡ଼େସି ୱାତାନ୍, ମାତର ନୁନଦି ମାରିନ୍ ଜିହଶୁୟ ଦର୍ତି ୱାନି ସେବାକିନି ଦାସ୍ ଗୁଡ଼ାଦାନ୍ ସଏତାନ୍ ।
12 ଇୟାୱେନ୍କା ମୋଶା ପ୍ରବୁଙ୍ଗ୍ ଇର୍ହାନ୍, "ସୁଡ଼ୁଆ, ନିନ୍ ଇୟା ଲୋକାଙ୍ଗ୍ ଅନି ଉଣ୍ତିଙ୍ଗ୍ ନାଙ୍ଗି ଇଜିନି; ମାତର ନିନ୍ ନା ୱାଲେ ଏଙ୍ଗ୍ ପୋକ୍ନି, ଇକା ନିନ୍ ନାଙ୍ଗି ଇନ୍ଇ । ଇରିଙ୍ଗ୍ବା ନିନ୍ ଇର୍ହିମାନି, ନାନ୍ ଦର୍ଦାନ୍ ନିଙ୍ଗିଁ ନେସ୍ନା ମାରି ନିନ୍ ନା ଆଗ୍ଡ଼ି ଆର୍ସିବାଦ୍ତି ଲୋକୁ ଆତିମାନି । 13 ନେଗେନ୍, ନାନ୍ ଜଦି ନି ଆଗ୍ଡ଼ିରାନ୍ ଆର୍ସିବାଦ୍ତି ଲୋକ୍ ଆତାମାନା, ଆଦେଙ୍ଗ୍ ମାଡ଼ିସ୍ କିଜିନା, ନାନ୍ ନି ଆଗ୍ଡ଼ିରାନ୍ ଆର୍ସିବାଦ୍ ପୟ୍ଦେଙ୍ଗ୍ ଇଜି ଏଣ୍ଡେସ୍ ନିଙ୍ଗିଁ ନେସ୍ତେଙ୍ଗ୍ ଆଟ୍ନା, ଇୟା ଉଣ୍ତିଙ୍ଗ୍ ଇଲେଇ ନିନ୍ ନାଙ୍ଗି ନିଜେଦି ସାରି ଇନ୍ଆ; ମାରି, ଇୟା କୁଟୁମ୍ ଜେ ନି ଲୋକୁ ଇକା ଅଡ଼୍ବିଆ ।"
14 ନାସ୍ତିୱାଲେ ପ୍ରବୁ ଇର୍ହାନ୍, "ନାନ୍ ମି ୱାଲେ ବୁଲାନା, ମାରି ନାନ୍ ମିଙ୍ଗିଁ ରମିସିକିନା ।" 15 ଆବେଟ୍ ମୋଶା ଇର୍ହାନ୍, "ଜଦି ନିନ୍ ମା ୱାଲେ ସଲ୍ଇ, ଆଦେଙ୍ଗ୍ ଇୟା ବାଡିଦାନ୍ ମାଙ୍ଗିଁ ଅମା । 16 ଇରିଙ୍ଗାଁ ନାନ୍ ମାରି ନି ଇୟା ଲୋକୁ ଜେ ନି ଆଗ୍ଡ଼ିରାନ୍ ଆର୍ସିବାଦ୍ତି ଲୋକୁ ଆତାମାନାପ୍, ଇକା ଇଲେଇ ଏଣ୍ତେସ୍ ନେସାଇ ଆନାତ୍ ? ଏଣ୍ଡେସ୍କି ନାନ୍ ମାରି ମି ଲୋକୁ ଦୁନିଆଦି ୱିଜୁ ଲୋକା ମାଣାନ୍ ନେଗି ଲୋକୁ ଆନାପ୍, ମା ୱାଲେ ନିନ୍ ବୁଲାନି ମାଣାନ୍ ଇକା ନେସାଏତ୍ ।"
17 ଇୟାୱେନ୍କା ପ୍ରବୁ ମୋସେଙ୍ଗ୍ ଇର୍ହାନ୍, "ଇୟା ଆମା ମାଟା ଇର୍ହିମାନି, ଆକାନେ ନାନ୍ କିନା, ଇର୍ରିଙ୍ଗା ନିନ୍ ନା ଆଗ୍ଡ଼ି ଆର୍ସିବାଦ୍ ପୟ୍ତିମାନି, ମାରି, ନାନ୍ ଦର୍ତାନ୍ ନିଙ୍ଗିଁ ନେସ୍ତାମାନା ।"
18 ମାରି, ମୋଶା ଇର୍ହାନ୍, "ମାଡ଼ିସ୍ କିଜିନା, ନିନ୍ ନାଙ୍ଗି ନି ମହିମା ତର୍ଆ ।"
19 ପ୍ରବୁ ଡ଼େସି ଇର୍ହାନ୍, "ନାନ୍ ନି ଆଗ୍ଡ଼ିସିଜି ନା ନିଜେଦି ୱିଜୁ ନେଗିକା ବୁଲାକିନା, ନି ଆଗ୍ଡ଼ି ପ୍ରବୁଦି ଦର୍ ୱେର୍ନା; ନାନ୍ ଆମାୱାନିଙ୍ଗ୍ ଆର୍ସିବାଦ୍ କିନା, ୱାନିଙ୍ଗ୍ ଆର୍ସିବାଦ୍ କିନା ମାରି ଆମାୱାନିଙ୍ଗ୍ ଦୟା କିନା ୱାନିଙ୍ଗ୍ ଦୟା କିନା ।" 20 ୱାନ୍ ମାରି ଇର୍ହାନ୍, "ନିନ୍ ନା ମୋକମ୍ ସୁଡ଼ୁଦେଙ୍ଗ୍ ଆଟ୍ଇ; ଇରିଙ୍ଗାଁ ଲୋକୁ ନାଙ୍ଗି ସୁଡ଼ୁଜି ଜିଦେଙ୍ଗ୍ ଆଟ୍ଏର୍ ।" 21 ପ୍ରବୁ ଇର୍ହାନ୍, ସୁଡ଼ୁଆ, ନା ଲାକ୍ତୁ ଉନ୍ଡ୍ରି ବାଡି ମାନାତ୍, ନିନ୍ ଆୟା କାଲୁ ମୁସୁକୁ ନିଲ୍ଆ; 22 ଆବେନୁ ନି ଲାକ୍ତୁରାନ୍ ସିଜି ନା ମହିମାଦି ସନି ବେଡ଼ାଦୁ ନାନ୍ ନିଙ୍ଗିଁ କାଲୁଦି ଆୟା ବରଦୁ ଇଡ୍ନା ମାରି ନା ବୁଲାନି ସେସ୍ ସାନ୍ଦି ନିଜେଦି କିୟୁଦୁ ନିଙ୍ଗିଁ କେରପ୍ନା । 23 ଇୟାୱେନ୍କା ନାନ୍ ନା କିୟୁ କୁତ୍ସି ଅତିଙ୍ଗ୍ ନିନ୍ ନା ମୁଟାମ୍ ସୁଡ଼ୁନି, ମାତର ନା ମୋକମ୍ ତଇ ।