1 ଇୟାୱେନ୍କା ପ୍ରବୁ ମୋସେଙ୍ଗ୍ ଇୟା ମାଟା ଇର୍ହାନ୍, 2 "ସୁଡ଼ୁଆ, ନାନ୍ ଜିହୁଦା କୁଟୁମ୍ଦି ହୁରଦି ନାତି ଊରିଦି ମାରିନ୍ ବତ୍ସଲେଲତିଙ୍ଗ ଦର୍ ଆସ୍ସି କୁକୁତାମାନା 3 ମାରି, ୱିଜୁ ରକମ୍ତି ଜିନିସ୍ ତିଆର୍ କିନିକାନ୍, ଇରିଙ୍ଗ୍, ବାଙ୍ଗାରାମ୍, ୱେଣ୍ତି ମାରି ପିତଲ୍ତୁ ପତ୍ନିକା ମାରି ନାଣ୍ତ ଦାରାଦି କାଲୁ ମାରି ମାରାନ୍ ପାଟାଦୁ ପତ୍ନି ୱିଜୁ ପାଣି 4 ୱିଜୁ ରକମ୍ଦି ତିଆର୍ କିନି ପାଣି ଉଣ୍ତିଙ୍ଗ୍ 5 ୱାନିଙ୍ଗ୍ ଜ୍ଞାନ୍, ବୁଦି, ବିଦ୍ୟା ମାରି ପାଣି କିଦେଙ୍ଗ୍ ଆଟ୍ନି ମାପୁରୁଦି ଆତ୍ମାଦାନ୍ ପୁରା କିତାମାନା । 6 ମାରି ସୁଡୁଦୁ, ନାନ୍ ଦାନ୍ କୁଟୁମ୍ତୁ ଜନମ୍ ଆତି ଅହିସାମକଦି ମାରିନ୍ ଅହଲିୟାବତିଙ୍ଗ୍ ୱାନି ୱାଲେ ପାଣି କିଦେଙ୍ଗ୍ ବାସେ କିତାମାନା; ମାରି ୱିଜୁ ଆଟ୍ନି ଲୋକା ଜିବନ୍ତୁ ବୁଦି ସିତାମାନା; ଆଦେଙ୍ଗ୍ ନାନ୍ ମିଙ୍ଗିଁ ଆମା ୱିଜୁ ମାଟା ୱେର୍ତାମାନା, ଆକା ୱିଜୁ ୱାର୍ ତିଆର୍ କିଦେଙ୍ଗ୍ ଆଟ୍ନାର୍ । 7 ଇରିଙ୍ଗ୍, ମିସାଜିସାନି ଗୁଡ଼ା ମାରି ନିୟମ୍ ପେଡ଼ା ମାରି ଆବେଣି ମୁସୁକୁରି ପାସ୍ତିଙ୍ଗ୍ ପିଡ଼ିକ୍ନି ଡାବ୍ଣା ମାରି ଗୁଡ଼ାଦି ୱିଜୁ ଜିନିସ୍, 8 ମାରି ଟେବୁଲ୍ ମାରି ଆବେଣି ଜିନିସ୍କୁ, ନେଗି ବାଙ୍ଗାରାମ୍ ଦିୱା ଇଡ୍ନି ମୁଣ୍ତା ମାରି ଆବେଣି ୱିଜୁ ଜିନିସ୍କୁ ମାରି ଦୁପ୍ଣି ବେଦି, 9 ମାରି ପୁଜାକିନି ବେଦି ମାରି ଆବେଣି ୱିଜୁ ଜିନିସ୍କୁ ମାରି ନର୍ବାନି କୁଣ୍ତୁ ମାରି ଆବେଣି ଗୁଦୁରି, 10 ମାରି, ନେଗେନ୍ ତିଆର୍ଆତି ଆଙ୍ଗିଁସକା ମାରି ଜାଜକ ପାଣି କିଦେଙ୍ଗ୍ ହାରୋଣ ଜାଜକଦି ପବିତ୍ର ଆଙ୍ଗିଁ ମାରି ୱାନି କୋଡ଼ରି ଆଙ୍ଗିଁ, 11 ମାରି ଅବିସେକ୍ତି ନିୟୁ ମାରି ପବିତ୍ର ବାଡି ଉଣ୍ତିଙ୍ଗ୍ ବାସ୍ନାଦି ଦୁପ୍ଣି, ଇୟା ଆମା ୱିଜୁ ମାଟା ନାନ୍ ମିଙ୍ଗିଁ ୱେର୍ତାମାନା, ଆୟା ଇସାବ୍ଦାନ୍ ୱାର୍ କିନାର୍ ।"
12 ଇୟାୱେନ୍କା ପ୍ରବୁ ମୋସେଙ୍ଗ୍ ଇର୍ହାନ୍, 13 "ନିନ୍ ମାରି ଇସ୍ରାଏଲ ଲୋକାଙ୍ଗ୍ ଇୟା ମାଟା ଇନ୍ଆ, ସତ୍ନେ ମିର୍ ନା ରୋମ୍ନି ଦିନ୍ତିଙ୍ଗ୍ ମାନାନିଦେର୍; ଏନ୍ଦାଇରିଙ୍ଗା ନାନ୍ ନେ ମି ପବିତ୍ରଦି ପ୍ରବୁ, ଇକା ଏଣ୍ଡେସ୍କି ମିର୍ ନେସ୍ନିଦେର୍, ଇୟାଉଣ୍ଡିଙ୍ଗ୍ ମି ପିଡ଼ି ସାନ୍ଦି ନାଦି ମାରି ମି ଲୋଇ ଆକା ଉନ୍ଡ୍ରେ ସିନା ଆନାତ୍ । 14 ଆଦେଙ୍ଗ୍ ମିର୍ ରୋମ୍ନି ଦିନ୍ ମାନାନିଦେର୍; ଇରିଙ୍ଗାଁ ଆକା ମି ଉଣ୍ତିଙ୍ଗ୍ ପବିତ୍ର ଆନାତ୍; ଏନ୍କି ଆକା ଅପବିତ୍ର କିନାନ୍, ସତ୍ନେ ୱାନ୍ ସାନାନ୍; ମାରି, ଆମା ଲୋକ୍ ଆୟା ଦିନ୍ତୁ ପାଣି କିନାନ୍, ୱାନ୍ ନିଜେଦି ଲୋକା ମାଣାନ୍ ୱେରେଏ ଆନାନ୍ । 15 ସୋ ଦିନ୍ ପାଣି କିନିଦେର୍, ମାତର ସାତ୍ଦିନ୍ତୁ ପ୍ରବୁଦି ଉଣ୍ତିଙ୍ଗ୍ ପବିତ୍ରଦି ନେଗି ରୋମ୍ନି ଦିନ୍; ଆୟା ରୋମ୍ନି ଦିନ୍ତୁ ଏନ୍ବା ପାଣି କିନାନ୍, ସତ୍ନେ ୱାନ୍ ସାନାନ୍ । 16 ଇୟା ଉଣ୍ତିଙ୍ଗ୍ ଇସ୍ରାଏଲ ଲୋକୁ ଏସେଙ୍ଗ୍ ୱିଜ୍ଇ ନିୟମ ୱାଜା ଡକରାଦାଦାରି ସାନ୍ଦି ମାନାନି ଉଣ୍ତିଙ୍ଗ୍ ରୋମ୍ନି ଦିନ୍ତିଙ୍ଗ୍ ମାନାନାର୍ । 17 ଆକା ନାଦି ମାରି ଇସ୍ରାଏଲ ଲୋକା ଲୋଇ ଉନ୍ଡ୍ରେ ଏସେଙ୍ଗ୍ ୱିଜ୍ଇ ସିନା ଆନାତ୍, ଇରିଙ୍ଗାଁ ପ୍ରବୁ ସୋ ଦିନ୍ତୁ ବାଦଡ଼୍ ମାରି ଦୁନିଆ ତିଆର୍ କିଜି ସାତ୍ ଦିନ୍ତୁ ରୋମ୍ଜି ସାନ୍ତିଦାନ୍ ତେବାତା ।"
18 ଆବେଟ୍ ୱାନ୍ ସିନୟ ଗରନ୍ତୁ ମସାଦି ୱାଲେ ୱାର୍ଗିନିକା ୱିସ୍ସି ସାକି ୱାଜା ରୁଣ୍ଡି ପାଟା, ଇରିଙ୍ଗ୍, ମାପୁରୁଦି କିୟୁଦାନ୍ ରାସାତି ରୁଣ୍ଡି କାଲୁ ପାଟା ୱାନିଙ୍ଗ୍ ସିତାନ୍ ।