1 ଜଦି ଏନ୍ କଡି ବା ମେଣ୍ଡା ଡଙ୍ଗାଁ କିଜି ସାପିସ୍ କିନାନ୍ ବା ପର୍ନାନ୍, ଆର୍ତିଙ୍ଗ୍ ୱାନ୍ ଉନ୍ଡ୍ରି କଡିଦି ବାଦ୍ଲୁ ପାସ୍ ଗୋଟା କଡିଙ୍ଗ୍ ମାରି ଉନ୍ଡ୍ରି ମେଣ୍ଡାଦି ବାଦ୍ଲୁ ନାଲ୍ଗି ମେଣ୍ଡେଙ୍ଗ୍ ସିନାନ୍ । 2 ମାରି ଡଙ୍ଗାଁର୍ଏନ୍ ଡଙ୍ଗାଁ କିଜି ଦାରାପଡ଼େ ଆତିଙ୍ଗ୍, ଜଦି ଏନ୍ ୱାନିଙ୍ଗ୍ ଡାକ୍ବୁ ଡାକ୍ବୁ ଡାକ୍ନା ପକ୍ନାନ୍, ଆର୍ତିଙ୍ଗ୍ ୱାନ୍ ଆୟା ନେତେର୍ଦି ଦସି ଆଏନ୍ । 3 ମାତର ଜଦି ୱେଡ଼ା ସତି ୱେନ୍କା ୱାନିଙ୍ଗ୍ ସାପିସ୍ କିନାନ୍, ଆର୍ତିଙ୍ଗ୍ ୱାନ୍ ନେତେର୍ଦି ଦସି ଆନାନ୍; ମାରି ଡଙ୍ଗାଁ କିତିମାନି ଜିନିସ୍ଦି ବାଦ୍ଲୁ କିନିକା ଡଙ୍ଗାର୍ଏନ୍ଦି ପାଣି; ଜଦି ୱାନିଙ୍ଗ୍ ଇନିକା ସିଲେତ୍, ଆର୍ତିଙ୍ଗ୍ ଡଙ୍ଗାଦି ଉଣ୍ତିଙ୍ଗ୍ ୱାନ୍ ପରାଇ ଆନାନ୍ । 4 କଡି ବା ଗଦ କି ମେଣ୍ଡା ଡଙ୍ଗାଁ କିତି ଜିନିସ୍ ଜଦି ଡଙ୍ଗାଁର୍ଏନ୍ ମାଣାନ୍ ଜିବନ୍ତିକା ପୁଟ୍ନାତ୍, ଆର୍ତିଙ୍ଗ୍ ୱାନ୍ ଆବେଣି ଦୁଇଗୁଣ୍ ସିନାନ୍ ।
5 ମାରି ଏନ୍ ଆଇ ୱାରି କିଡ଼ିଇଦୁ କି ଅଙ୍ଗୁର୍ କିଡ଼ିଇଦୁ କଡିଙ୍ଗ୍ ମିନାନ୍, ମାରି ନିଜେଦି କଡିଙ୍ଗ୍ ଡ଼ିସ୍ତିଙ୍ଗା ଜଦି ୱାକ୍ ଆଇ ୱାରି କିଡ଼ିଇଦୁ ସାରାନେ, ଆର୍ତିଙ୍ଗ୍ ଆୟା ଲୋକ ଆବେଣି ଉଣ୍ତିଙ୍ଗ୍ ୱାନିଙ୍ଗ୍ ନିଜେଦି କିଡ଼ିଇଦି ନେଗି ପାସି ବା ନିଜେ କିଡ଼ିଇଦି ନେଗି ପଲ୍ ସିନାନ୍ ।
6 ମାରି ଏନ୍ ଜଦି ନିଜେଦି ସାମ୍କା ବନ୍ତୁ ସିସୁ କାସ୍ତିଙ୍ଗା ଜଦି ଏମେୱାନି ପିରି ପରି ମାରି ପିରିତି ପାସି କି କିଡ଼ିଇ ୱେନା ସନାତ୍, ଆର୍ତିଙ୍ଗ୍ ଆୟା ସିସୁ କାସିସ୍କିତି ଲୋକ୍ ସତ୍ନେ ଆବେଣି ଡାବୁଙ୍ଗ୍ ସିନାନ୍ ।
7 ମାରି, ଏନ୍ ଜଦି ନିଜେଦି ପାଡ଼ାକାଦି ଲୋକୁ ଡାବୁଙ୍ଗ୍ କି ମାରି ଇନି ଜିନିସ୍ ବା ଇଡ୍ନି ଉଣ୍ତିଙ୍ଗ୍ ସର୍ପେ କିତିଙ୍ଗା, ଆକା ଜଦି ଏନ୍ ଆୟା ଲୋକା ଇଲୁଦାନ୍ ଡଙ୍ଗାଁ କିନାନ୍ ମାରି ଆୟା ଡଙ୍ଗାଁର୍ଏନ୍ ଦାରା ପଡ଼ାନାନ୍, ଆର୍ତିଙ୍ଗ୍ ୱାନ୍ ଆବେଣି ଦୁଇ ଗୁଣ୍ ସିନାନ୍ । 8 ଜଦି ଡଙ୍ଗାଁର୍ଏନ୍ ଦାରା ସିଏନ୍, ଆର୍ତିଙ୍ଗ୍ ଇଲୁଦି ମାଲିକ୍ ନିଜେଦି ପାଡ଼ାକାଦି ଲୋକାଦି ସାମାନ୍ତିଙ୍ଗ୍ ମୁଟ୍ତା ମାନାନ୍ ନୋ ସିଲେ, ଇୟାକା ନେସ୍ନି ଉଣ୍ତିଙ୍ଗ୍ ୱାନ୍ ମାପୁରୁ ଆଗ୍ଡ଼ି ୱାନାନ୍ ।
9 ମାରି ୱିଜୁ ରକମ୍ଦି ଅଦାର୍ମୁ ବିସୟ୍ତାନ୍, ଇର୍ରିଙ୍ଗ୍, କଡି, ଗଦ, ମେଣ୍ଡା ବା ୱାତିଗନ୍ଦା ୱିଜୁ, ଇନିକାବା ମୁରୁତି ଜିନିସ୍ ବିସୟ୍ତାନ୍ ଜଦି ଏନ୍ ଇନାନ୍, ଇକା ଆୟା ଜିନିସ୍, ଆର୍ତିଙ୍ଗ୍ ରୁଣ୍ତି ତରଟି ମାଟା ମାପୁରୁ ଆଗ୍ଡ଼ି ଇନାନ୍; ଆବେଟ୍ ମାପୁରୁ ଆମାୱାନିଙ୍ଗ୍ ଦସି କିନାନ୍, ୱାନ୍ ନିଜେଦି ପାଡ଼ାକାଦି ଲୋକାଙ୍ଗ୍ ଦୁଇଗୁଣ୍ ସିନାନ୍ ।
10 ମାରି ଜଦି ଏନ୍ ନିଜେଦି ପାଡ଼ାକାଦି ଲୋକା ଲାକ୍ତୁ ନିଜେଦି ଗଦ, କଡି, ମେଣ୍ଡା, ବା ଏମେ ଜାତୁ ପସା କିଦେଙ୍ଗ୍ ଇଟ୍ତିଙ୍ଗା, ମାରି ଜଦି ଏନ୍ ସୁଡ଼ୁଏଣ୍ଡା ଆୟା ଜାତୁ ସାନାତ୍, ମାରି ଗାଉ ଆନାତ୍, ମାରି ରେନା ଅନାର୍ । 11 ଆର୍ତିଙ୍ଗ୍ ୱାନ୍ ପାଡ଼ାକାଦି ଲୋକାଦି ଜିନିସ୍ତୁ ମୁଟ୍ତା ମାନାନ୍ ନୋ ସିଲେ, ଇୟା ବିସୟ୍ତାନ୍ ରିଏରି ଲୋଇ ପ୍ରବୁଦି ପାର୍ମାଣାମ୍ ଆନାତ୍; ଜାତୁଦି ସାଉକାର୍ ଆୟା ପାର୍ମାଣ୍ କିନାନ୍, ମାରି, ୱାନ୍ ଡାବୁଙ୍ଗ୍ ସିଏନ୍ । 12 ମାତର ଜଦି ୱାନି ଲାକ୍ତୁରାନ୍ ଜାତୁ ଡଙ୍ଗାଁ ଆତାମାନାତ୍, ଆର୍ତିଙ୍ଗ୍ ୱାନ୍ ତାନି ସାଉକାର୍ତିଙ୍ଗ୍ ଆୟା ଡାବୁଙ୍ଗ୍ ସିନାନ୍ । 13 ଜଦି ଆୟା ଜାତୁ ସାନାତ୍, ଆର୍ତିଙ୍ଗ୍ ୱାନ୍ ଆୟା ସାକି ଉଣ୍ତିଙ୍ଗ୍ ଆକା ତାପିନ୍; ୱାନ୍ ଆୟା ସାତି ଜାତୁଦି ଡାବୁଙ୍ଗ୍ ସିଏନ୍ ।
14 ମାରି, ଏନ୍ ଜଦି ନିଜେଦି ପାଡ଼ାକାଦି ଲୋକା କଡି ଲସ୍ନା ଅନାନ୍ ମାରି ଦାନି ମାଲିକ୍ ଦାନି ୱାଲେ ସିଲେତିଙ୍ଗ୍ ୱାଦ୍ ଗାଉ ଆନାତ୍ ବା ସାନାତ୍, ଆର୍ତିଙ୍ଗ୍ ୱାନ୍ ଏଣ୍ତେସ୍ବା ଦାନିଙ୍ଗ୍ ଡାବୁଙ୍ଗ୍ ସିନାନ୍ । 15 ମାତର ଜଦି ତାନି ମାଲିକ୍ ତାନି ଲାକ୍ତୁ ତେବାନାନ୍, ଆର୍ତିଙ୍ଗ୍ ତାନିଙ୍ଗ୍ ଡାବୁଙ୍ଗ୍ ସିଏନ୍; ଜଦି ୱାଦ୍ ବାଡ଼ା ଅନି କଡି ଆନାତ୍, ଆର୍ତିଙ୍ଗ୍ ଆକା ବାଡ଼ାଦିଙ୍ଗ୍ ୱାନାତ୍ ।
16 ମାରି, ଏନ୍ ଜଦି ଲସ୍ଇ ଆଇଲିଦିଙ୍ଗ୍ ବାଣ୍ଡିସ୍କିଜି ତାନିୱାଲେ ଗୁର୍ନାନ୍, ଆର୍ତିଙ୍ଗ୍ ୱାନ୍ ତାନିଙ୍ଗ୍ ଡାବୁଙ୍ଗ୍ ସିଜି ପେଡ଼ି ଆନାନ୍ । 17 ମାତର୍ ଜଦି ବୁବାସି ୱାନି ୱାଲେ ନିଜେଦି ଆଇଲିଦି ପେଡ଼ିକିଦେଙ୍ଗ୍ ବଦା କିଏନ୍, ଆର୍ତିଙ୍ଗ୍ ୱାନ୍ ଆଇଲି ଡାବୁଙ୍ଗ୍ ନିୟମ୍ ଇସାବ୍ଦାନ୍ ୱେଣ୍ଡି ଡାବୁଙ୍ଗ୍ ସିନାନ୍ ।
18 ମିର୍ ତାଗ୍ଇ ଗୁରୁମାଣିତିଙ୍ଗ୍ ଜିବନ୍ ଇଡ୍ମାଟ୍ ।
19 ଏନ୍ ଜାତୁ ୱାଲେ ଗୁର୍ନାନ୍, ୱାନ୍ ସତ୍ନେ ସାନାନ୍ ।
20 ଏମେ ଲକ୍ କେବଲ ପ୍ରବୁଦି ଡ଼ିସ୍ତିଙ୍ଗ୍ ଏମେ ଦେୟାମ୍ ଲାକ୍ତୁ ପୁଜାକିନାନ୍, ୱାନ୍ ପୁରା ନାସ୍ଟୁ ଆନାନ୍ ।
21 ମିର୍ ଆଇ ଦେସ୍ତି ଲୋକାଙ୍ଗ୍ ଅନ୍ୟାୟ ମାରି ୱାରିଙ୍ଗ୍ ସେଇ ବ୍ୟବହାର୍ କିମାଟ୍, ଏନ୍ଦାଇର୍ରିଙ୍ଗା ମିର୍ ମିସର ଦେସ୍ତୁ ଆଇ ଦେସ୍ତିକିଦେର୍ ଆତି ମାର୍ଇଦେର୍ । 22 ମିର୍ ଏମେବା ରାଣ୍ଡିଦିଙ୍ଗ୍ ମାରି ବୁବାୟାୟା ସିଲି କଡ଼ରିଙ୍ଗ୍ କାସ୍ଟୁ ସିମାଟ୍ । 23 ମିର୍ ୱାରିଙ୍ଗ୍ ଏଣ୍ଡେସ୍ବା କାସ୍ଟୁ ସିତିଙ୍ଗା, ୱାର୍ ଜଦି ନା ଲାକ୍ତୁ କୁକୁନାର୍, ଆର୍ତିଙ୍ଗ୍ ନାନ୍ ସତ୍ନେ ୱାରି କୁକୁନିକା ୱେନା । 24 ମାରି, ନା ରିସା ନାଣ୍ଡ ଆତିଙ୍ଗାଁ, ନାନ୍ ମିଙ୍ଗିଁ କାଣ୍ତାକୁଡ଼ାମ୍ ଦାନ୍ ଡାକ୍ନା; ଆବେଟ୍ ମି ଆଡ଼ିକ୍ ରାଣ୍ଡି ଆନେ ମାରି କଡ଼ର୍ ବୁବା ସିଲିକାର୍ ଆନାର୍ ।
25 ମିର୍ ଜଦି ମା ଲୋକା ଲୋଇ ମି ନିଜେଦି ପାଡ଼ାକାଦି ଲୋକ୍ ଏମେ ସିଲି ଲୋକାଙ୍ଗ୍ ରୁଣୁ ସିତିଙ୍ଗା, ଆର୍ତିଙ୍ଗ୍ ୱାନି ଉଣ୍ତିଙ୍ଗ୍ ପେରି ଲୋକୁ ଆଇଦେର୍ ମାରି ୱାନି ମାଣାନ୍ କଲନ୍ତର୍ ଆମାଟ୍ । 26 ଜଦି ମିର୍ ନିଜେଦି ପାଡ଼ାକାଦି ଲୋକ୍ ୱାତିଗନ୍ଧା ବାନ୍ଦା ଇଟ୍ତିଙ୍ଗା, ଆର୍ତିଙ୍ଗ୍ ମିର୍ ୱେଡ଼ା ଆର୍ନି ଆଗ୍ଡ଼ି ଆକା ୱାନିଙ୍ଗ୍ ଡ଼େପ୍ସି ସିନିଦେର୍ । 27 ଇର୍ରିଙ୍ଗା ଆକା ୱାନିଦି ଉନ୍ଡ୍ରେ ମାତର ଆରାନିକା ମାରି ମେନ୍ଦଲ୍ତୁ ଆରାନି ଆଙ୍ଗିଁ; ୱାନ୍ ଇନି ମାଣାନ୍ ଗୁରୁନାନ୍ ? ମାରି, ୱାନ୍ ଜଦି ନା ଲାକ୍ତୁ କୁକୁନାନ୍, ଆର୍ତିଙ୍ଗ୍ ନାନ୍ ଆକା ୱେନା, ଇର୍ରିଙ୍ଗା ନାନ୍ ଦୟାକିନିକାନ୍ ।
28 ମିର୍ ନିଜେଦି ମାପୁରୁଙ୍ଗୁଁ ତାଗ୍ଇ ମାଟା ୱାର୍ଗିମାଟ୍, ମାରି, ନିଜେ ଲୋକାଙ୍ଗ୍ ପେରି ଲୋକାଙ୍ଗ୍ ଆନାଦୁରିଆ ସିମାଟ୍ ।
29 ମିର୍ ନିଜେଦି ପାସିଦି ବର୍ତିଦାନ୍ ମାରି ପଲ୍ ରସ୍ଦାନ୍ ସିଦେଙ୍ଗ୍ ୱେଡ଼ା କିମାଟ୍ । ମିର୍ ନିଜେଦି ପାର୍ତୁମ୍ ଜନମ୍ ଆତି କଡ଼ରିଙ୍ଗ୍ ନାଙ୍ଗି ସିନିଦେର୍ । 30 ମାରି, ନିଜେଦି କଡି ମାରି ମେଣ୍ଡେଙ୍ଗା ଉଣ୍ତିଙ୍ଗ୍ ଆୟା ୱାଜା କିନିଦେର୍; ୱାଦ୍ ସାତ୍ ଦିନ୍ତୁ ନିଜେଦି ଆଇସି ୱାଲେ ତେବାନାତ୍, ଆଟ୍ ଦିନ୍ତୁ ମିର୍ ଆକା ନାଙ୍ଗି ସିନିଦେର୍ ।
31 ମାରି, ମିର୍ ମା ଆଗ୍ଡ଼ି ପବିତ୍ର ଲୋକୁ ଆନିଦେର୍; ଇୟାଉଣ୍ଡିଙ୍ଗ୍ ବନ୍ ଜାତୁ ଦାନ୍ କାଟ୍ତି କାଣ୍ତା ତିନ୍ମାଟ୍; ମିର୍ ଆକା ନୁକୁଡ଼ିଙ୍ଗା ଆଗ୍ଡ଼ି ପକ୍ସି ସିନିଦେର୍ ।