1 ମୋଶା ଗରତାନ୍ ୱାନିକା ୱେଡ଼ା ଆନିକା ସୁଡ଼ୁଜି ଲୋକୁ ହାରୋଣଦି ଲାକ୍ତୁ ଉଣ୍ଡାଜି ୱାନିଙ୍ଗ୍ ଇର୍ହାର୍, "ନିଙ୍ଗ୍ଆ, ମାଙ୍ଗିଁ ଆଗ୍ଡ଼ି ସାଲାକିଜି ଅନି ଉଣ୍ତିଙ୍ଗ୍ ମା ଉଣ୍ତିଙ୍ଗ୍ ଦେୟାମ୍ ତିଆର୍ କିଆ, ଏନ୍ଦାଇରିଙ୍ଗ୍ ଆମା କାନ୍ ମିସର ଦେସ୍ତାନ୍ ମାଙ୍ଗିଁ ସପ୍ସି ତାତାନ୍, ଆୟା ମୋସେଙ୍ଗ୍ ଇନିକା ଗଟାତାତ୍, ଆକା ମାପ୍ ନେସ୍ଏପ୍ ।"
2 ଆଦେଙ୍ଗ୍ ହାରୋଣ ୱାରିଙ୍ଗ୍ ଇର୍ହାନ୍, "ଆର୍ତିଙ୍ଗ୍ ମିର୍ ନିଜେ ନିଜେଦି ଆଡ଼ିକ୍ ମାରି ଆଇଲିକା ଗିତଣିଙ୍ଗା ବାଙ୍ଗାରାମ୍ ପାଗ୍ଡ଼େଙ୍ଗ୍ କୁତୁସ ନା ଲାକ୍ତୁ ତାଗାଟ୍ ।" 3 ଆବେଣାନ୍ ୱିଜୁ ଲୋକୁ ନିଜେ ନିଜେ ଗିତଣିଙ୍ଗା ବାଙ୍ଗାରାମ୍ ପାଗ୍ଡ଼େଙ୍ଗ୍ କୁତୁସି ହାରୋଣଦି ଲାକ୍ତୁ ତାତାର୍ । 4 ୱାନ୍ ୱାରି କିୟୁଦାନ୍ ଆକା ଅସି ତିଆର୍ କିନି ବାଡିଦୁ ତର୍ଲେ କିଜି ଉନ୍ଡ୍ରି ବମା ବାଚିପିଲା ତିଆର୍ କିତାର୍; ଆବେଟ୍ ଲୋକୁ ଇର୍ହାର୍, "ଏ ଇସ୍ରାଏଲ ଲୋକୁ, ଆମା ଦିୟାମ୍ ମିଙ୍ଗିଁ ମିସର ଦେସ୍ତାନ୍ ସପ୍ସି ତାତାତ୍, ୱାଦ୍ ଇକା ।"
5 ଆବେଟ୍ ହାରୋଣ ଆକା ସୁଡ଼ୁଜି ତାନି ଆଗ୍ଡ଼ି ଉନ୍ଡ୍ରି ବେଦି ତିଆର୍ କିତାର୍, ମାରି, "ୱିଗେରିଙ୍ଗ୍ ପ୍ରବୁଦି ଉଣ୍ତିଙ୍ଗ୍ ପଣ୍ତୟ୍ ଆନାତ୍, ଇକା ଇଣ୍ଡ୍ରେଙ୍ଗ୍ ଇର୍ହାନ୍ ।" 6 ଇବେଟ୍ ଲୋକୁ ମାର୍ନାଣ୍ତିଙ୍ଗ୍ ସାଲ୍ଦିନେ ନିଙ୍ଗ୍ଜି ପୁଜା କିତାର୍ ମାରି ନେଗି ପୁଜା ତାତାର୍; ଆବେଟ୍ ଲୋକୁ ତିନ୍ଡ୍ରେଙ୍ଗ୍ ମାରି ଉଣ୍ଡେଙ୍ଗ୍ ବାସ୍ତାର୍; ଇୟା ୱେନ୍କା ତାଗ୍ଇ ପାଣି କିଦେଙ୍ଗ୍ ନିଙ୍ଗିଁତାର୍ । 7 ଆର୍ତିଙ୍ଗ୍ ପ୍ରବୁ ମୋସେଙ୍ଗ୍ ଇର୍ହାନ୍, "ନିନ୍ ରେସି ସାଙ୍ଗ୍ଆ, ଇରିଙ୍ଗାଁ ମି ଆମା ଲୋକାଙ୍ଗ୍ ନିନ୍ ମିସରତାନ୍ ସପ୍ସିତାତି, ୱାର୍ ନିଜେଦିଙ୍ଗ୍ ତାଗ୍ଇ ସାରିଦୁ ସର୍ହାମାନାର୍ ।" 8 ନାନ୍ ୱାରିଙ୍ଗ୍ ଆମା ସାରି ବିସୟ୍ତାନ୍ ମାଟା ଇର୍ହାମାର୍ହା, ୱାର୍ ଦାପ୍ରେ ଆବେଣାନ୍ ବାଣାତାର୍; ୱାର୍ ନିଜେଦି ଉଣ୍ତିଙ୍ଗ୍ ଉନ୍ଡ୍ରି ତର୍ଲେଆନି ବାଚିପିଲା ତିଆର୍ କିଜି ତାନିଙ୍ଗ୍ ପୁଜା କିତାର୍, ମାରି, ତାନି ଲାକ୍ତୁ ପୁଜାସିଜି ଇର୍ହାର୍, "ଏ ଇସ୍ରାଏଲ ଲୋକୁ, ଆମା ଦେୟାମ୍ ମିଙ୍ଗିଁ ମିସର ଦେସ୍ତାନ୍ ସପ୍ସି ତାତାତ୍, ୱାଦ୍ ଇକା ।" 9 ପ୍ରବୁ ମୋସେଙ୍ଗ୍ ମାରି ଇର୍ହାନ୍, "ନାନ୍ ଇୟା ଲୋକାଙ୍ଗ୍ ସୁଡ଼ୁତାମାନା; ସୁଡ଼ୁଦୁ, ୱାର୍ ନାଣ୍ଡ ଗାଡ଼୍ସୁଦି ଲୋକୁ । 10 ଆଦେଙ୍ଗ୍ ମିର୍ ଇଲେଇ ନାଙ୍ଗି ଡ଼ିସ୍ସୋ ସିଦୁ, ନା ରିସା ୱାରି ବିରୁଦ୍ତାନ୍ ନାଣ୍ଡ ଆପିତ୍, ଆବେଟ୍ ନାନ୍ ୱାରିଙ୍ଗ୍ ଡାକ୍ନା ପୋକ୍ନା; ମାତର ନାନ୍ ମିଙ୍ଗିଁ ନାଣ୍ଡ ଲୋକ୍ଦି କୁଟୁମ୍ କିନା ।"
11 ମାତର୍ ମୋଶା ନିଜେଦି ପ୍ରବୁ ମାପୁରୁଙ୍ଗୁଁ ମାଡ଼ିସ୍ କିଜି ଇର୍ହାନ୍, "ଏ ପ୍ରବୁ, ନିନ୍ ନିଜେଦି ଆମା ଲୋକାଙ୍ଗ୍ ନିଜେଦି ପେରିସାକ୍ତିଦାନ୍ ମାରି ନିଜେଦି ବପୁଦାନ୍ ମିସର ଦେସ୍ତାନ୍ ସପ୍ସିତାତିମାନି, ୱାରି ବିରୁଦ୍ତାନ୍ ନି ରିସା ଏନ୍ଦା ନାଣ୍ଡ ଆନାତ୍ ? 12 ୱାନ୍ ଆୟା ଗରନ୍ ରାଜିତାନ୍ ୱାରିଙ୍ଗ୍ ନାଷ୍ଟୁ କିଜି ଦୁନିଆଦାନ୍ ସାପିସ୍ କିନି ଉଣ୍ତିଙ୍ଗ୍, ସେଇକା ଆନି ଉଣ୍ତିଙ୍ଗ୍ ସପ୍ସିତାତାନ୍, ଇୟା ୱାଜା ମାଟା ମିସରତି ଲୋକୁ ଏନ୍ଦା କାତା ୱାର୍ଗିନାର୍ ? ନିନ୍ ନିଜେଦି ନାଣ୍ଡ ରିସାଦାନ୍ ସାନ୍ତି ଆଆ ମାରି ନିଜେଦି ଲୋକା ବିରୁଦ୍ତାନ୍ ଇୟା ୱାଜା ସେଇ ବିସୟ୍ଦାନ୍ ସାନ୍ତି ଆଆ । 13 ନିଜେଦି ଦାସ୍ ଅବ୍ରହାମ୍ ମାରି ଇସ୍ହାକ ମାରି ଜାକୁବଦିଙ୍ଗ୍ ଏତ୍ କିଦୁ, ନିନ୍ ନି ନିଜେ ଦର୍ତାନ୍ ପାର୍ମାଣ୍ କିଜି ୱାରିଙ୍ଗ୍ ଇର୍ହିମାନି, ନାନ୍ ବାଦଡ଼ଦି ସୁକେଙ୍ଗା ୱାଜା ମି କୁଟୁମ୍ଦିଙ୍ଗ୍ ନାଣ୍ଡ କିନା ମାରି ଇୟା ଆମା ୱିଜୁ ଦେସ୍ତି ମାଟା ଇର୍ହା, ଆକା ମି କୁଟୁମ୍ଦିଙ୍ଗ୍ ସିନା, ୱାର୍ ୱିଜୁ ଦିନ୍ତି ସାନ୍ଦି ଆକା ଅଦିକାର୍ କିନାର୍ ।" 14 ଆଦେଙ୍ଗ୍ ପ୍ରବୁ ନିଜେଦି ଲୋକା ଉଣ୍ତିଙ୍ଗ୍ ଆମା ସେଇକା କିଦେଙ୍ଗ୍ ମାଟା ଇର୍ହାମାର୍ହାନ୍, ଆବେଣାନ୍ ସାନ୍ତି ଆତାନ୍ ।
15 ଇୟାୱେନ୍କା ମୋଶା ମୋକମ୍ ଡ଼େପ୍ସି ନିୟମ୍ ୱାଜା ରୁଣ୍ଡି କାଲୁ ପାଟା କିୟୁଦୁ ଆସ୍ସି ଗରତାନ୍ ରେତାଜି ୱାତାନ୍; ଆୟା କାଲୁ ପାଟାଦି ରୁଣ୍ଡି ପାଡ଼୍କେଆଙ୍ଗ୍ ରାସାତାମାର୍ହାତ୍ । 16 ଆୟା କାଲୁ ପାଟା ମାପୁରୁଦି ମାଣାନ୍ ତିଆର୍ ଆତାମାର୍ହାତ୍; ମାରି, ଆବେନୁ ଗଦେଆତି ରାସାତିକା ନେ ମାପୁରୁଦି ରାସ୍ତିକା ମାର୍ହାତ୍ ।
17 ଇୟାୱେନ୍କା ଲୋକୁ ନାଣ୍ଡ ସେଉଡ଼ୁ ଆତାର୍ଆକା, ଜିହଶୁୟ ଲୋକା ସେଉଡ଼ୁ ୱେନ୍ଜି ମୋସେଙ୍ଗ୍ ଇର୍ହାନ୍, "ଗୁଡ଼ାଦୁ ଜୁଦ୍ ସେଉଡ଼ୁ ଆଜିନାତ୍ ।"
18 ଆବେଟ୍ ମୋଶା ଇର୍ହାନ୍, "ଇକା ଜିଣାତି ସେଉଡ଼ୁ ସିଲେ, ବା ହାରାତି ବଲୁଦି ସେଉଡ଼ୁ ସିଲେ, ମାତର ନାନ୍ ପାଟା ପାର୍ନି ସେଉଡ଼ୁ ୱେନ୍ଜିନା ।"
19 ଆବେଟ୍ ୱାନ୍ ୱାରି ଗୁଡ଼ା ଲାକ୍ତୁ ଆତି ଦାପ୍ରେ ଆୟା ବାଚିପିଲା ମାରି ଗାତ୍ନିକା ସୁଡ଼ୁତାନ୍; ଆବେଟ୍ ମୋଶା ନାଣ୍ଡ ରିସା ଆତାନ୍; ଆଦେଙ୍ଗ୍ ୱାନ୍ ନିଜେଦି କିୟୁଦାନ୍ ଆୟା ରୁଣ୍ଡି କାଲୁ ପାଟା ପୋକ୍ସି ଗରନ୍ ଆଡ୍ଗି ଆକା ରୁକୁତାନ୍ । 20 ମାରି, ୱାର୍ ତିଆର୍କିତି ବାଚିପିଲା ଅସି ସିସୁଦୁ ଆଡ଼ାକ୍ତାନ୍ ମାରି ଆକା ନୁରୁଜି ଦୁରୁ କିତାନ୍, ମାରି ଏରୁ ମୁସୁକୁ ଲଜ୍ଜି ଇସ୍ରାଏଲ ଲୋକାଙ୍ଗ୍ ଉଟ୍ପିସ୍କିତାନ୍ । 21 ଆଦେଙ୍ଗ୍ ମୋଶା ହାରୋଣଙ୍ଗ୍ ଇର୍ହାନ୍, "ଇୟା ଲୋକୁ ନି ଉଣ୍ତିଙ୍ଗ୍ ଇନିକା କିତାର୍ ଜେ, ନିନ୍ ୱାରି ମୁସୁକୁ ଇୟାୱାଜା ନାଣ୍ଡ ପାପ୍ କିବିସ୍ତି ?" 22 ଆବେଟ୍ ହାରୋଣ ଇର୍ହାନ୍, "ନା ମାଲିକ୍ଦି ରିସା ନାଣ୍ଡ ଆମାକିତ୍; ନିନ୍ ନେସ୍ତିମାନି ଜେ, ଇୟା ଲୋକୁ ତାଗ୍ଇ ପାଣି କିଦେଙ୍ଗ୍ ଆଗ୍ଡ଼ି ।" 23 ଇୟାକାର୍ ନାଙ୍ଗି ଇର୍ହାର୍, "ମାଙ୍ଗିଁ ଆଗ୍ଡ଼ି ସାଲାକିନି ଅନି ଉଣ୍ତିଙ୍ଗ୍ ମା ଉଣ୍ତିଙ୍ଗ୍ ଦେୟାମ୍ ତିଆର୍ କିଆ; ଇରିଙ୍ଗାଁ ଆମା ଲୋକ୍ ମାଙ୍ଗିଁ ମିସର ଦେସ୍ତାନ୍ ସପ୍ସି ତାତାନ୍, ଆୟା ମୋଶା ଇନିକା ଆତାମାନାତ୍, ଆକା ମାପୁ ନେସ୍ଏପ୍ ।" 24 ଆଦେଙ୍ଗ୍ ନାନ୍ ଇର୍ହା, "ମି ମାଣ୍କୁ ଏଦି ଏସୋ ବାଙ୍ଗାରାମ୍ ମାନାତ୍, ଆକା ୱାର୍ କୁତୁସ ସିପିର୍; ଆବେଣାନ୍ ୱାର୍ ନାଙ୍ଗି ଆକା ସିତାର୍; ନାନ୍ ଆକା ଅସି ସିସୁଦୁ ପୋକ୍ତା, ଆବେଟ୍ ଇୟା ବାଚିପିଲା ତିଆର୍ ଆତାତ୍ ।"
25 ମାରି ମୋଶା ଲୋକାଙ୍ଗ୍ ନିଜେଦି ବଦାଦାନ ପାଣିକିନିକା ସୁଡ଼ୁତାନ୍, ଇର୍ରିଙ୍ଗା ହାରୋଣ ୱାରିଙ୍ଗ୍ ସାତ୍ରୁରି ଲୋଇ କାବାନାନି ଲୋକୁ କିଜି ଡ଼ିସ୍ତାମାର୍ହାନ୍ । 26 ଆବେଟ୍ ମୋଶା ଗୁଡ଼ା ସେର୍ଲାଦୁ ନିଲ୍ଜି ଇର୍ହାନ୍, "ପ୍ରବୁ ତରିନ୍ ଏଇଦେର୍ ମାନିଦେର୍ ? ୱାର୍ ନା ଲାକ୍ତୁ ରାଦୁ" ଆବେଟ୍ ଲେବିଦି କୋଡ଼ର୍ ୱାନି ଲାକ୍ତୁ ଉଣ୍ଡାତାର୍ । 27 ଆଦେଙ୍ଗ୍ ୱାନ୍ ୱାରିଙ୍ଗ୍ ଇର୍ହାନ୍, "ଇସ୍ରାଏଲଦି ପ୍ରବୁ ମାପୁରୁ ଇୟା ମାଟା ଇଜିନାନ୍, ମିର୍ ୱିଜେରେ ନିଜେ ନିଜେଦି କୁର୍ଗୁଦୁ କୁଡ଼ାମ୍ ତର୍ସି ଗୁଡ଼ାଦି ନାଣିମିରାନ୍ ଉନ୍ଡ୍ରେ ସେର୍ଲାଦାନ୍ ଆଇ ସେର୍ଲା ସାନ୍ଦି ବୁଲାଦୁ, ମାରି ୱିଜେରେ ନିଜେ ନିଜେଦି ତଡ଼ାନ୍କାଙ୍ଗ୍ ମାରି ସାଙ୍ଗ୍ରିଙ୍ଗ୍ ମାରି ସାକ୍ଡ଼ିଦି ଲୋକାଙ୍ଗ୍ ସାପିସ୍ କିଦୁ ।" 28 ଆବେଟ୍ ଲେବିଦି ମାରିନ୍କୁ ମୋଶାଦି ମାଟା ଇସାବ୍ଦାନ୍ ଆୟା ୱାଜା କିତାର୍ । ଆୟା ନାଣ୍ଡିଙ୍ଗ୍ ଲୋକା ମାଣାନ୍ ତିନ୍ ଆଜାର୍ ଲୋକୁ ସାତାର୍ । 29 ମାରି ମୋଶା ଇର୍ହାନ୍, "ମିର୍ ୱିଜୁ ଲୋକୁ ନିଜେ ନିଜେଦି କୋଡ଼ର୍ ମାରି ତଡ଼ାନ୍କା ମାଣାନ୍ ୱେର୍ଏ ଆଜି ପ୍ରବୁଦି ଉଣ୍ତିଙ୍ଗ୍ ନିଜେଦିଙ୍ଗ୍ ସିଦୁ, ଆବେଟ୍ ୱାନ୍ ଇୟା ଦିନ୍ତୁ ମିଙ୍ଗିଁ ଆର୍ସିବାଦ୍ କିନାନ୍ ।"
30 ମାର୍ନାଣ୍ତିଙ୍ଗ୍ ମୋଶା ଲୋକାଙ୍ଗ୍ ଇର୍ହାନ୍, "ମିର୍ ନାଣ୍ଡ ପାପ୍ କିତିମାନିଦେର୍, ଇଲେଇ ନାନ୍ ପ୍ରବୁ ଲାକ୍ତୁ ସଲ୍ସିନା; ଜଦି ଆନାତ୍, ଆଦେଙ୍ଗ୍ ନାନ୍ ମି ପାପ୍ଦି କେମା ପାର୍ତନା କିନା ।" 31 ଇୟାୱେନ୍କା ମୋଶା ପ୍ରବୁଦି ଲାକ୍ତୁ ଡ଼େସି ସୋଲ୍ସି ଇର୍ହାନ୍, "ହାୟ, ହାୟ, ଇୟା ଲୋକୁ ନାଣ୍ଡ ପାପ୍ କିଜି ନିଜେଦି ଉଣ୍ତିଙ୍ଗ୍ ବାଙ୍ଗାରାମ୍ଦି ଦେୟାମ୍ ତିଆର୍ କିତାମାନାର୍ । 32 ଇର୍ରିଙ୍ଗ୍ ଇଲେଇ, ନିନ୍ ଜଦି ୱାରି ପାପ୍ କେମା କିନି; ମାତର୍ ଜଦି କିଇ, ଆର୍ତିଙ୍ଗ୍ ନାନ୍ ମାଡ଼ିସ୍ କିଜିନା, ନି ରାସ୍ତି ବଇଦାନ୍ ନା ଦର୍ କୋୟ୍ଜି ପକ୍ଆ ।"
33 ଆବେଟ୍ ପ୍ରବୁ ମୋସେଙ୍ଗ୍ ଇର୍ହାନ୍, "ଆମା ଲୋକୁ ନା ବିରୁଦ୍ତାନ୍ ପାପ୍ କିତାମାନାର୍, ନାନ୍ ନିଜେଦି ବଇଦାନ୍ ୱାରି ଦର୍କୁ କୋୟ୍ଜି ପକ୍ନା । 34 ଇଲେଇ ସାଙ୍ଗ୍ଆ, ନାନ୍ ଆମା ଦେସ୍ ବିସୟ୍ଦାନ୍ ନିଙ୍ଗିଁ ଇର୍ହାମାନା, ଆୟା ଦେସ୍ତୁ ଲୋକାଙ୍ଗ୍ ଅସି ସାଙ୍ଗ୍ଆ; ସୁଡ଼ୁଆ ନା ଦୁତ୍ ମି ଆଗ୍ଡ଼ି ଆଗ୍ଡ଼ି ସନାତ୍; ମାତର ମାପ୍ ଦଣ୍ତ୍ ସିନି ଦିନ୍ତୁ ୱାରି ପାପ୍ଦି ଦଣ୍ଡ୍ ୱାରିଙ୍ଗ୍ ସିନା ।"
35 ମାରି ପ୍ରବୁ ଲୋକାଙ୍ଗ୍ ମର୍ଡି ପୋକ୍ସି ଡାକ୍ତାନ୍, ଏଣ୍ତେସ୍କି ହାରୋଣଦି ମାଣାନ୍ ତିଆର୍ କିତି ବାଚିପିଲା ୱାର୍ ୱେର୍ତିମାର୍ହିନେ ତିଆର୍ କିତାମାର୍ହାର୍ ।