1 ଇୟାୱେନ୍କା ପ୍ରବୁ ମୋସେଙ୍ଗ୍ ଇର୍ହାନ୍, 2 "ଇସ୍ରାଏଲ୍ ଲୋକା ମାଣାନ୍ ଲୋକୁ ଆପିନ୍ କି କଡିଙ୍ଗ୍ ଗରିଏଙ୍ଗ୍ ଆପିୱି, ଏନ୍ ପାର୍ତୁମ୍ ଜନମ୍ ଆନାତ୍, ଆୟା ପାର୍ତୁମ୍ ଜନମ୍ ଆତି ୱାନିକାଙ୍ଗ୍ ନା ଆଗ୍ଡ଼ି ତାଗାଟ୍ ଆୟାକା ନାଦି ।"
3 ଇୟାୱେନ୍କା ମୋଶା ଲୋକାଙ୍ଗ୍ ଇର୍ହାନ୍, "ଇୟା ଦିନ୍ତିଙ୍ଗ୍ ମନ୍ତୁ ଇଡ୍ଦୁ, ଏନ୍ଦାଇରିଙ୍ଗା ଇୟା ଦିନ୍ତୁ ମିର୍ ଦାସରି ୱାଜା ମିସରଦାନ୍ ସତିଦେର୍, ମାରି ପ୍ରବୁ ନିଜେଦି ସାକ୍ତିଦାନ୍ ଆବେଣାନ୍ ମିଙ୍ଗିଁ ସପ୍ସି ତାତାନ୍; ଇବେନୁ ତାଡ଼ି ମିସାତି ରୁଟି ତିନ୍ଣ୍ଡ୍ରେଙ୍ଗ୍ ଆଏତ୍ । 4 ମିର୍ ଆବିବ୍ ଲେଜୁଦି ଇୟା ଦିନ୍ତୁ ସତିଦେର୍ । 5 ମାରି କିଣାନିୟ ମାରି ହିତ୍ତୀୟ ଇମୋରିୟ ମାରି ହିବ୍ବୀୟ ମାରି ଜିବୁସିୟ ଲୋକା ଆମା ଦେସ୍ ମିଙ୍ଗିଁ ସିଦେଙ୍ଗ୍ ପ୍ରବୁ ମି ପୁର୍ବେଦି ଡକ୍ରାଦାଦାରି ଲାକ୍ତୁ ପାର୍ମାଣ୍ କିତା ମାର୍ହାନ୍, ଆୟା ପାଲୁ ନି ପୁକି ସନି ଦେସ୍ତୁ ଏସ୍ତିୱାଲେ ୱାନ୍ ମିଙ୍ଗିଁ ତାନାନ୍, ଆୟା ୱେଡ଼ାଦୁ ମିର୍ ଇୟା ଲେଜୁଦୁ ଇୟା ସେବାଦି ପାଣି ପୁରାକିନିଦେର୍ । 6 ୱାରାମ୍ ସାନ୍ଦି ସୟ୍ଇ ରୁଟି ତିନିଦେର୍ ମାରି ସାତ୍ ଦିନ୍ତୁ ପ୍ରବୁଦି ଉଣ୍ତିଙ୍ଗ୍ ପଣ୍ତୟ୍ କିନିଦେର୍ । 7 ମାରି, ଆୟା ୱାରାମ୍ ସାନ୍ଦି ସୟ୍ଇ ରୁଟି ତିନିଦେର୍ ମାରି ମି ଲାକ୍ତୁ ସୟ୍ତିକା ମିସାତି ରୁଟି ତର୍ଏତ୍, ମାରି ମି ୱିଜୁ ଦେସ୍ ଲୋଇ ସୟ୍ତିକା ତରାଏତ୍ । 8 ମାରି, ଆୟା ନାଣ୍ତିଙ୍ଗ୍ ମିର୍ ନିଜେଦି କଡ଼ଦିଙ୍ଗ୍ ଇନିଦେର୍, ମିସରଦାନ୍ ମାପ୍ ସନିୱାଲେ ପ୍ରବୁ ମା ଉଣ୍ତିଙ୍ଗ୍ ଆମା ଆମା ପାଣି କିତାମାର୍ହାନ୍, ଆୟାୱିଜୁ ଏତ୍ କିନି ଉଣ୍ତିଙ୍ଗ୍ ଇୟା ପଣ୍ତୟ୍ ଆନାତ୍ । 9 ମାରି, ପ୍ରବୁଦି ନିୟମ୍ ଏଣ୍ଡେସ୍ ମି ମନ୍ତୁ ତେବାନାତ୍, ଇୟାଉଣ୍ଡିଙ୍ଗ୍ ଇକା ସିନା ୱାଜା ମି କିୟୁଦୁ ମାରି ଏତ୍ କିନି ଉପାୟ୍ ୱାଜା ମି ରୁଣ୍ତି କାଣ୍ଗା ନାଣିମି ତେବାନାତ୍; ଏନ୍ଦାଇର୍ରିଙ୍ଗା ପ୍ରବୁ ବପୁ କିୟୁ ଦାନ୍ ମିସରଦାନ୍ ମିଙ୍ଗିଁ ସପ୍ସି ତାତାମାନାନ୍ । 10 ଇୟାଉଣ୍ଡିଙ୍ଗ୍ ସମୟ ଇସାବ୍ଦାନ୍ ମିର୍ ୱିଜୁ ବାର୍ସୁ ଇୟା ବିଦି ମାନାନିଦେର୍ ।"
11 "ପ୍ରବୁ ମିଙ୍ଗିଁ ମାରି ମି ପୁର୍ବେଦି ଡକ୍ରାଦାଦାରି ଲାକ୍ତୁ ଆମା ପାର୍ମାଣ୍ କିତା ମାନାନ୍, ଆୟା ଇସାବ୍ଦାନ୍ ୱାନ୍ ଏସ୍ତିୱାଲେ କିଣାନିୟ ଲୋକା ଦେସ୍ତୁ ଡ଼ୁଗିସ୍ କିଜି ମିଙ୍ଗିଁ ଆକା ସିନାନ୍, 12 ନାସ୍ତିୱାଲେ ମିର୍ ପାର୍ତୁମ୍ ଜନମ୍ ଆତି ୱିଜୁ କଡ଼ର୍ ମାରି ମି କଡିଗରିଏଙ୍ଗା ମାଣାନ୍ ଜନମ୍ ଆତି ୱିଜୁ ପାର୍ତୁମ୍ ପିଲେକ୍ ପ୍ରବୁଦି ଉଣ୍ତିଙ୍ଗ୍ ୱେରେଏ କିନିଦେର୍; କଡ଼ର୍ ୱିଜୁ ପ୍ରବୁଦି ଆନାର୍ । 13 ମାରି, ମିର୍ ମେଣ୍ଡାପିଲା ସିଜି ୱିଜୁ ପାର୍ତୁମ୍ ଜନମ୍ଆତି ଗଦଦିଙ୍ଗ୍ ମୁକୁଡ଼ା କିନିଦେର୍; ଜଦି ମୁକୁଡ଼ା କିଇଦେର୍, ଆଦେଙ୍ଗ୍ ତାନି କକ୍ଲା ରୁକ୍ନିଦେର୍; ମାତର ମି କଡ଼ରିଙ୍ଗ୍ ମାଣାନ୍ ଲୋକାଦି ପାର୍ତୁମ୍ ଜନମ୍ଆତି ୱିଜେରିଙ୍ଗ୍ ମୁକୁଡ଼ା କିଦେଙ୍ଗ୍ ଆନାତ୍ । 14 ମାରି ୱାନି କାଡ଼ାଦୁ ମି କୋଡ଼ର୍ ଜଦି ୱେନ୍ବାନାର୍, ଇୟାକା ଇନିକା ? ଆଦେଙ୍ଗ୍ ମିର୍ ଇନିଦେର୍, ପ୍ରବୁ ଏସ୍ତିୱାଲେ ମାଙ୍ଗିଁ ନିଜେଦି ସାକ୍ତି ଦାନ୍ ଦାସଇଲୁ ୱାଜା ମିସରଦାନ୍ ସପ୍ତାନ୍, 15 ନାସ୍ତିୱାଲେ ଫାରୋ ମାଙ୍ଗିଁ ସନି ଉଣ୍ତିଙ୍ଗ୍ ଆଟ୍ୱା ଆତାନ୍, ପ୍ରବୁ ମିସର ଦେସ୍ତି ଲୋକାଙ୍ଗ୍ ମାରି କଡିଙ୍ଗ୍ ୱିଜୁ ପାର୍ତୁମ୍ ଜନମ୍ଆତି ୱାନିକାଙ୍ଗ୍ ସାପିସ୍ କିତାମାର୍ହାନ୍; ଇୟାଉଣ୍ଡିଙ୍ଗ୍ ମାପ୍ ପାର୍ତୁମ୍ ଜନମ୍ଆତି ୱାରିଙ୍ଗ୍ ପ୍ରବୁଦି ଉଣ୍ତିଙ୍ଗ୍ ପୁଜା କିନାପ୍; ମାତର ମା ପାର୍ତୁମ୍ ଜନମ୍ଆତି କଡ଼ ୱିଜେରିଙ୍ଗ୍ ମୁକୁଡ଼ା କିପିନ୍ । 16 ଇୟାକା ସିନା ୱାଜା ମି କିୟୁଦୁ ମାରି ଆରାନି ସାଜୁ ୱାଜା ମି କାଣାଗାଦି ନାଣିମି ତେବାନାତ୍; ଏଣ୍ତେସ୍ ପ୍ରବୁ ନିଜେଦି ସାକ୍ତିଦାନ୍ ମାଙ୍ଗିଁ ମିସରଦାନ୍ ସପ୍ସି ତାତାନ୍ ।"
17 ଇୟାୱେନ୍କା ପାରୋ ଲୋକାଙ୍ଗ୍ ସନ୍ଡ୍ରେଙ୍ଗ୍ ଡ଼ିସ୍ତାନ୍ । ପଲେସ୍ଟିୟ ଲୋକା ଦେସ୍ତୁ ସନି ସାରି ଲାକ୍ତୁ ଆତିଙ୍ଗ୍ବା ମାପୁରୁ ଆୟା ସାରିଦୁ ୱାରିଙ୍ଗ୍ ସନ୍ଡ୍ରେଙ୍ଗ୍ ସିଏତାନ୍; ଏଣ୍ତେସ୍ଗି ମାପୁରୁ ଇର୍ହାନ୍, "ଏସ୍ତିୱାଲେ ଲୋକୁ ଜୁଦ୍ ସୁଡ଼ୁତିଙ୍ଗା ୱାର୍ ନିଜେ ନିଜେଦି ମନ୍ତିଙ୍ଗ୍ ବାଦ୍ଲେ କିଜି ମିସର୍ତୁ ଡ଼େସି ସନ୍ଡ୍ରେଙ୍ଗ୍ ଆଟ୍ନାର୍ ।" 18 ଇୟାଉଣ୍ଡିଙ୍ଗ୍ ମାପୁରୁ ୱାରିଙ୍ଗ୍ ସୁପ୍ ସାମ୍ଦୁର୍ତି ପାଡ଼ି ସାରିଦୁ ବୁଲା କିତାନ୍ ମାରି ଇସ୍ରାଏଲ ଲୋକୁ ତିଆର୍ ଆଜି ମିସରଦାନ୍ ବୁଲାତାର୍ ।
19 ମାରି, ମୋସା ଜୋସେପଦି ପେଡ଼େନୁ ନିଜେଦି ୱାଲେ ଅତାର୍; ଇର୍ରିଙ୍ଗା ୱାନ୍ ଇସ୍ରାଏଲ ଲୋକାଙ୍ଗ୍ ଡାଟ୍ ପାର୍ମାଣ୍ କିବ୍ସି କିଜି ଇର୍ହାମାର୍ହାନ୍, "ମାପୁରୁ ସତ୍ନେ ମିଙ୍ଗିଁ ଜାତୁନ୍ ଅନାନ୍; ଆୟା ୱେଡ଼ାଦୁ ମିର୍ ନିଜେଦି ୱାଲେ ନା ଇୟା ପେଡ଼େନ୍ ଇୟା ବାଡିଦାନ୍ ଅନିଦେର୍ ।"
20 ଇୟାୱେନ୍କା ୱାର୍ ସୁକ୍କୋତଦାନ୍ ସଲୋସି ଏତମଦୁ ବାସାକିତାର୍ । 21 ୱାର୍ ଏଣ୍ଡେସ୍ ୱେଡ଼େ ମାରି ନାଡ଼ା ସନ୍ଡ୍ରେଙ୍ଗ୍ ଆଟ୍ନାର୍, ଇୟାଉଣ୍ଡିଙ୍ଗ୍ ପ୍ରବୁ ୱେଡ଼େ ସାରି ବୁଲାନି ଉଣ୍ତିଙ୍ଗ୍ ବାଦଡ଼ ମୁଣ୍ତାଦୁ ମାରି ନାଡ଼ା ଜାୟ୍ ସିନି ଉଣ୍ତିଙ୍ଗ୍ ସିସୁଦି ମୁଣ୍ତାଦୁ ମାନ୍ଜି ୱାରି ଆଗ୍ଡ଼ି ଆଗ୍ଡ଼ି ବୁଲାତାନ୍; 22 ୱାନ୍ ଲୋକା ଆଗ୍ଡ଼ିରାନ୍ ୱେଡ଼େକା ବାଦଡ଼୍ ମୁଣ୍ତା ମାରି ନାଡ଼ା ସିସୁ ମୁଣ୍ତା ଗୁସା କିଏତାନ୍ ।