1 ନାସ୍ତିୱାଲେ ମୋଶା ମାରି ଇସ୍ରାଏଲ ଲୋକୁ ପ୍ରବୁଦି ଉଦେସ୍ତାନ୍ ଇୟା ପାଟା ପାରିତାର୍, ମାଡ୍ ପ୍ରବୁଦି ଉଦେସ୍ତାନ୍ ପାଟା ପାର୍ନାଟ୍, ଇରିଙ୍ଗ୍ ୱାନ୍ ନାଣ୍ଡ ପେରାତା ମାନାନ୍; ୱାନ୍ ଗଡ଼ା ମାରି ଗଡ଼ାଦୁ ଏକ୍ତି ମାର୍ଇ ଲୋକାଙ୍ଗ୍ ସାମ୍ଦୁର୍ଦୁ ମୁଡ଼ୁକ୍ତାନ୍ । 2 ସଦାପ୍ରବୁ ମା ସାକ୍ତି ମାରି ପାଟା, ମାରି, ୱାନ୍ ମା ପରିତ୍ରାଣ ଆତାମାନାନ୍; ୱାନ୍ ମା ମାପୁରୁ, ମାଡ୍ ୱାନିଙ୍ଗ୍ ପ୍ରସଂସା କିନାଟ୍; ୱାନ୍ ମା ପୁର୍ବେଦି ଡକ୍ରାଦାଦାରି ମାପୁରୁ, ମାଡ୍ ୱାନି ଦର୍ଦାନ୍ ପାଟା ପାର୍ନାଟ୍ । 3 ସଦାପ୍ରବୁ ଜୁଦ୍ କିନିକାନ୍; ସଦାପ୍ରବୁ ୱାନି ଦରୁ । 4 ୱାନ୍ ପାରୋଦି ରତ ମାରି ସୋନ୍ୟରିଙ୍ଗ୍ ସାମ୍ଦୁର୍ତୁ ମୁଡ଼ୁକ୍ତା ମାନାନ୍; ମାରି, ୱାରି ବିର୍ର ସୁପ୍ ସାମ୍ଦୁର୍ତୁ ମୁଡ଼ୁଗିତା ମାନାର୍ । 5 ନାଣ୍ଡ ଏରୁ ୱାରିଙ୍ଗ୍ ପିଡ଼ିକ୍ତା ମାନାତ୍, ୱାର୍ କାଲୁ ୱାଜା ନାଣ୍ଡ ଏରୁ ଗୁମିଦୁ ମୁଡ଼ୁଗିତାର୍ । 6 ଏ ସଦାପ୍ରବୁ, ମି ଉଣେରି କିୟୁ ସାକ୍ତିଦାନ୍ ଗୌରବାନିତ; ଏ ସଦାପ୍ରବୁ, ମି ଉଣେରି କିୟୁ ସାତ୍ରୁରିଙ୍ଗ୍ ଗୁଣ୍ତା କିନାତ୍, 7 ନିନ୍ ନିଜେଦି ପେରି ସାକ୍ତିଦାନ୍ ନିଜେଦି ବିରୁଦ୍ତି ଲୋକାଙ୍ଗ୍ ସାପିସ୍ କିନି; ନିନ୍ ନିଜେଦି ରିସା ପୋକ୍ନି, ଆକା ୱାରିଙ୍ଗ୍ ପିରି ୱାଜା ୱେନାତ୍ । 8 ନି ମୁଜିଦାନ୍ ନେଜିନି ମାଣାନ୍ ଏରୁ ତିଆର୍ ଆତେ; ଏରୁ ୱିଜୁ ବିର୍ଜି ୱାଜା ନିର୍ରା ମାର୍ହାତ୍; ସାମ୍ଦୁର୍ ନାଣିମି ବାଡିଦୁ ନାଣ୍ଡ ଏରୁ ନିର୍ହାତ୍ । 9 ସାତ୍ରୁ ଇର୍ହାନ୍, "ନାନୁ ୱେନ୍କା ୱେନ୍କା ଉଲ୍ପ୍ନା, ନାନୁ ୱାରିଙ୍ଗ୍ ଆସ୍ନା, ନାନୁ ଡଙ୍ଗାଁକିତି ଜିନିସ୍ ବାଟା କିଜି ଅନା; ୱାରି ମୁସୁକୁ ନା ଆସା ପୁରା ଆନାତ୍; ନାନୁ ନିଜେଦି କାଣ୍ତାକୁଡ଼ାମ୍ ସପ୍ସି କାତ୍ନା, ନା କିୟୁ ୱାରିଙ୍ଗ୍ ସାପିସ୍ କିନାତ୍ ।" 10 ମାତର୍ ନିନ୍ ନିଜେଦି ନେଜିନି ଗାଲିଦାନ୍ ତୁବିତି, ସାମ୍ଦୁର୍ ୱାରିଙ୍ଗ୍ ପିଡ଼ିକ୍ତାତ୍, ୱାର୍ ସିସୁୱା ୱାଜା ନାଣ୍ଡ ଏରୁଦୁ ମୁଡ଼ୁଗିତାର୍ । 11 ଏ ପ୍ରବୁ, ଦିୟାମ୍କା ଲୋଇ ନି ୱାଜା ଏନ୍ ? ନି ସମାନ୍ ପବିତ୍ରଦାନ୍ ଜିୟୁନୋନିକା, ପ୍ରସଂସାଦୁ ତିଲାନିକା ମାରି କାବାଆନି ପାଣି କିନିକାନ୍ ଏନ୍ ? 12 ନିନ୍ ନିଜେଦି ଉଣେରି କିୟୁ ପେର୍ତି, ଦୁନିଆ ୱାରିଙ୍ଗ୍ ସାପିସ୍ତାତ୍ । 13 ନିନ୍ ନିଜେଦି ଦୟାଦାନ୍ ନିଜେଦି ମୁକୁଡ଼ାତି ଲୋକାଙ୍ଗ୍ ବୁଲା କିଜିନି, ନିନ୍ ନିଜେଦି ବପୁଦାନ୍ ୱାରିଙ୍ଗ୍ ସାରି ବୁଲାକିଜି ନି ପବିତ୍ର ବାଡିଦୁ ଅସିନି । 14 ଲୋକୁ ଇକା ୱେର୍ହାମାନାର୍, ୱାର୍ ତିଲାଜିନାର୍; କାସ୍ଟୁ ପଲେସ୍ଟିୟ ବାଡିଦୁମାନି ୱାରିଙ୍ଗ୍ ଆସ୍ତା ମାନାତ୍ । 15 ନାସ୍ତିୱାଲେ ଇଦୋମଦି ନେତାର୍ ତିଲାତାର୍; ମୋୟାବଦି ସାକ୍ତିଦି ଲୋକାଙ୍ଗ୍ ଡାକ୍ସିନାନ୍; କିଣାନ୍ଦିକାର୍ ୱିଜେରେ ତିଲାତା ମାନାର୍ । 16 ତିଲାନିକା ମାରି ସନିରାଉ ୱାରି ମୁସୁକୁ ୱାଜିନାତ୍; ଏ ସଦାପ୍ରବୁ, ଏମେ ସାନ୍ଦି ମି ଲୋକୁ ସଲ୍ଏର୍, ଆୟା ସାନ୍ଦି ନି କଟି ଲୋକୁ ସଲ୍ଏର୍, ଆୟା ସାନ୍ଦି ନି କିୟୁଦି ସାକ୍ତିଦାନ୍ ୱାର୍ କାଲୁ ୱାଜା ତିର୍ ତେବାତା ମାନାତ୍ । 17 ଏ ସଦାପ୍ରବୁ, ନିନ୍ ନିଜେଦି ବାସାନି ଉଣ୍ତିଙ୍ଗ୍ ଆମା ବାଡି ତିଆର୍ କିତିମାନି, ପ୍ରବୁ, ନି କିୟୁ ଆମା ଦାର୍ମୁବାଡି ତିଆର୍ କିତିମାନି, ନିନ୍ ୱାରିଙ୍ଗ୍ ତାସି ନିଜେଦି ଆୟା ଅଦିକାର୍ ଗରନ୍ତୁ ଉର୍ନି । 18 ସଦାପ୍ରବୁ ଜୁଗ୍ ଜୁଗ୍ ସାନ୍ଦି ସାଲା କିନାନ୍ ।
19 ଇରିଙ୍ଗ୍ ପାରୋଦି ଗଡ଼େଙ୍ଗ୍ ମାରି ରତ ମାରି ଗଡ଼ାଦୁ ଏକ୍ତି ମାର୍ରି ଲୋକୁ ସାମ୍ଦୁର୍ ଲୋଇ ଡ଼ୁଗିତିଙ୍ଗ୍, ସଦାପ୍ରବୁ ୱାରି ମୁସୁକୁ ମାରିଡ଼େସି ସାମ୍ଦୁର୍ ଏରୁ ତାତାନ୍; ମାତର୍ ଇସ୍ରାଏଲ ଲୋକୁ ୱାର୍ତି ବୁମିଦି ସାରି ସିଜି ସାମ୍ଦୁର୍ଦୁ ବୁଲାତାର୍ ।
20 ଇୟାୱେନ୍କା ହାରୋଣଦି ତାଙ୍ଗିଁ ବବିସ୍ୟଦ୍ବକ୍ତି ମରିୟମ କିୟୁଦୁ ଜୁମୁକା ଏସ୍ନିକା ଅତାତ୍ ମାରି ତାନି ୱେନ୍କା ୱେନ୍କା ଆଇ ଆଇମେକ୍ ୱିଜୁ ଜୁମ୍କା ଅସି ଗାତ୍ସି ଗାତ୍ସି ସତେ । 21 ନାସ୍ତିୱାଲେ ମରିୟମ ଲୋକାଙ୍ଗ୍ ଇର୍ହାତ୍, ମିର୍ ସଦାପ୍ରବୁଦି ଉଦେସ୍ତାନ୍ ପାରିତେ; ଇରିଙ୍ଗ୍ ୱାନ୍ ନାଣ୍ଡ ପେରିପାଣି କିତାମାନାନ୍; ୱାନ୍ ଗଡ଼େଙ୍ଗ୍ ମାରି ଗଡ଼ାଦି ଏକ୍ତିମାନି ଲୋକାଙ୍ଗ୍ ସାମ୍ଦୁର୍ଦୁ ପୋକ୍ତା ମାନାନ୍ ।
22 ଇୟାୱେନ୍କା ମୋଶା ଇସ୍ରାଏଲ ଲୋକାଙ୍ଗ୍ ସୁପ୍ ସାମ୍ଦୁର୍ତାନ୍ ବୁଲାକିଜି ଅତାନ୍, ମାରି, ୱାର୍ ସୁର ବାଲିବାଟାଦି ତରିନ୍ ସର୍ହାର୍, ୱାର୍ ଆୟା ସାରିଦୁ ମୁନେନ୍ ବୁଲାଜି ସଲୋସି ଏରୁ ପୟ୍ଏତାର୍ । 23 ଆବେଟ୍ ୱାର୍ ମାରା ଲାକ୍ତୁ ଇତାର୍, କେୟିନି ଉଣ୍ତିଙ୍ଗ୍ ମାରାଦି ଏରୁ ଉଣ୍ଡେଙ୍ଗ୍ ଆଟ୍ଏତାର୍; ଆଦେଙ୍ଗ୍ ତାନି ଦର୍ ମାରା ଆତାତ୍ । 24 ନାସ୍ତିୱାଲେ ଲୋକୁ ମୋସାଦି ବିରୁଦ୍ଦାନ୍ ସୁରି ୱାର୍ଗିଜି ଇର୍ହାର୍, "ମାପ୍ ଇନିକା ଉଣାପ୍ ?" 25 ଆବେଟ୍ ୱାନ୍ ସଦାପ୍ରବୁଦି ଲାକ୍ତୁ ପ୍ରାର୍ଥନା କିତାନ୍, ସଦାପ୍ରବୁ ୱାନିଙ୍ଗ୍ ଉଡ୍ରି ବାଡିଗା ତର୍ତାନ୍, ୱାନ୍ ଆକା ଅସି ଏରୁଦୁ ମୁଡ଼ୁକ୍ତାନ୍, ଏରୁ ସାୱି ଆତେ । ଆୟା ବାଡିଦୁ ସଦାପ୍ରବୁ ୱାରି ଉଣ୍ତିଙ୍ଗ୍ ବିଦି ମାରି ଆଦେସ୍ ତିଆର୍ କିତାନ୍, ମାରି, ୱାରି ପରିକା କିଜି ଇର୍ହାନ୍, 26 "ମିର୍ ଜଦି ନିଜେଦି ସଦାପ୍ରବୁ ମାପୁରୁଦି ବାକ୍ୟଦୁ ମୋନ୍ଦିୟାନ୍ ସିନିଦେର୍, ୱାନି ଆଗ୍ଡ଼ି ଆମାକା ନେଗେଣ୍ଡ୍ ଆକା କିଦୁ, ୱାନି ମାଟାଦିଙ୍ଗ୍ ୱେନ୍ଡ଼୍ରୁ ମାରି ୱାନି ବିଦି ୱିଜୁ ମାନାଦୁ, ଆର୍ତିଙ୍ଗ୍ ମାପ୍ ମିସ୍ରିୟ ଲୋକାଙ୍ଗ୍ ଆମା ୱିଜୁ ରୋଗ୍ କାସ୍ଚୁ କିବିସ୍ତାପ୍, ଆକାୱିଜୁ ମିଙ୍ଗିଁ କାସ୍ଚୁ କିଦେଙ୍ଗ୍ ସିଏପ୍; ଇରିଙ୍ଗ୍ ମାପ୍ ସଦାପ୍ରବୁ ନି ନେଗେନ୍କିନିକାନ୍ ।"
27 ଇୟାୱେନ୍କା ୱାର୍ ଏଲିମ ଲାକ୍ତୁ ଇତାର୍; ଆବେନୁ ଏରୁ ବାର ଉସା ମାରି ସତୁରି କାଜ୍ରି ମାରାକ୍ ମାର୍ହେ; ଆବେଟ୍ ୱାର୍ ଆୟା ଏରୁ ଲାକ୍ତୁ ଗୁଡ଼ା ତିଆର୍ କିତାର୍ ।