1 ଇୟାୱେନ୍କା ମୋଶା ମାରି ହାରୋଣ ଡ଼ୁଗ୍ଜି ପାରୋଙ୍ଗ୍ ଇର୍ହାର୍, "ଇସ୍ରାଏଲଦି ସଦାପ୍ରବୁ ମାପୁରୁ ଇଜିନାନ୍, ବାଲିବାଟାଦୁ ମା ଉଣ୍ତିଙ୍ଗ୍ ପଣ୍ତୟ୍ କିଦେଙ୍ଗ୍ ମା ଲୋକାଙ୍ଗ୍ ଡ଼ିସ୍ଆ ।"
2 ଆବେଟ୍ ରାଜା ପାରୋ ଇର୍ହାନ୍, "ସଦାପ୍ରବୁ ଏନ୍, ଯେ ମାପ୍ ୱାନି ମାଟା ମାନାଜି ଇସ୍ରାଏଲ ଲୋକାଙ୍ଗ୍ ଡ଼ିସ୍ନାପ୍ ? ମାପ୍ ସଦାପ୍ରବୁଙ୍ଗ୍ ନେସ୍ଏପ୍ ମାରି ଇସ୍ରାଏଲ ଲୋକାଙ୍ଗ୍ ଡ଼ିସ୍ଏପ୍ ।"
3 ମୋଶା ନି ହାରୋଣ ଇର୍ହାର୍, "ଏବ୍ରୀୟ ଲୋକା ମାପୁରୁ ମାଙ୍ଗିଁ ବର୍ ସିତାମାନାନ୍; ଆଦେଙ୍ଗ୍ ମାପ୍ ମାଡ଼ିସ୍ କିଜିନାପ୍, ସଦାପ୍ରବୁ ମାପୁରୁଦି ଉଣ୍ତିଙ୍ଗ୍ ପୁଜା କିନି ଉଣ୍ତିଙ୍ଗ୍ ମାଙ୍ଗିଁ ବାଲିବାଟାଦୁ ମୁଣ୍ଡ୍ରି ଦିନାମ୍ଦି ସାରି ସଣ୍ଡ୍ରେଙ୍ଗ୍ ସିଦା; ସିଲେତିଙ୍ଗା ୱାନ୍ ମାଙ୍ଗିଁ ମୋରଡିଦାନ୍ ସିଲେତିଙ୍ଗା କାଣ୍ତାଦାନ୍ ଡାକ୍ନାନ୍ ।"
4 ଆବେନୁ ମିସରଦି ରାଜା ୱାରିଙ୍ଗ୍ ଇର୍ହାନ୍, ଏ ମୋଶା ମାରି ହାରୋଣ, ମିର୍ ଲୋକାଙ୍ଗ୍ ଇନିତାନିଙ୍ଗ୍ ପାଣିଦାନ୍ ତେବା କିଜିନିଦେର୍ ? ମିର୍ ନିଜେନିଜେଦି ବଜୁପିଣ୍ତିନି ପାଣିଦୁ ସାନ୍ଡ୍ରୁ । 5 ପାରୋ ମାରି ଇର୍ହାନ୍, "ସୁଡ଼ୁଦୁ, ଇଲେଇ ଇୟା ଦେସ୍ଦୁ ଇୟା ଲୋକ୍ ନାଣ୍ଡ, ମାରି ମିର୍ ୱାରିଙ୍ଗ୍ ପାଣିଦାନ୍ ତେବା କିଜିନିଦେର୍ ।"
6 ମାରି ଫାରୋ ଆୟା ନାଣ୍ଡିଙ୍ଗ୍ ଲୋକା ପାଣି କିବିସ୍କିନିକାର୍ ମାରି ପେରିୱାରିଙ୍ଗ୍ ଇୟା ମାଟା ଇର୍ହାନ୍, 7 ମିର୍ ଇଟା ତିଆର୍ କିଦେଙ୍ଗ୍ ଆଗ୍ଡ଼ିରି ୱାଜା ଇୟା ଲୋକାଙ୍ଗ୍ ମାରି ପିରି ସିମାଟ୍; ୱାର୍ ସଲ୍ସି ନିଜେଦି ଉଣ୍ତିଙ୍ଗ୍ ପିରି ରେବାପିର୍ । 8 ମାରି ପୁର୍ବେ ୱାରି ମୁସ୍କୁ ଏସ ଇଟା ତିଆର୍ କିନି ବଜୁ ମାର୍ହାତ୍, ଇଲେଇ ଆୟା ବଜୁ ସିଦା; ଆବେନୁ ଇନିକାବା ଉଣା କିମାଟ୍; ଏଣ୍ଡେସ୍ ୱାର୍ ଗାଡ଼ିୟା; ଇର୍ରିଙ୍ଗ୍ ମାଙ୍ଗିଁ ମାପୁରୁଦି ଉଣ୍ତିଙ୍ଗ୍ ପୁଜା କିଦେଙ୍ଗ୍ ସନ୍ଡ୍ରେ ସିଦା ଇଜି କୁକ୍ସିନାର୍; 9 ଆୟା ଉଣ୍ତିଙ୍ଗ୍ ଇୟାକାର୍ ପାଣିଦୁ ୱାଦ୍ଜି ଆବେନୁ ଦାନ୍ଦାଦାନ୍ ମାନିର୍; ମିଚ୍ ମାଟାଦିଙ୍ଗ୍ ବା ୱେଣ୍ତ୍ରେଙ୍ଗ୍ ସମୟ ସିମାଟ୍ ।
10 ଆୟାୱେନ୍କା ଲୋକାଙ୍ଗ୍ ପାଣି କିବିସ୍ନିକାର୍ ମାରି ପେରିକାର୍ ଆତ୍ରେ ସଲ୍ସି ୱାରିଙ୍ଗ୍ ଇର୍ହାର୍, ଫାରୋ ଇୟା ମାଟା ଇର୍ହାନ୍, ମାପ୍ ମିଙ୍ଗିଁ ମାରି ପିରି ସିଏପ୍ । 11 ମିର୍ ଏମେବାନ୍ ପିରି ପଇନିଦେର୍, ଆବେନୁ ସଲ୍ସି ପିରି ଉଣ୍ଡାକିଦୁ; ମାତର ମି ପାଣି ଉଣା ଆଏତ୍ । 12 ଆବେଣାନ୍ ଲୋକୁ ପିରି ବାଦ୍ଲୁ ସିଡ଼ି ଉଣ୍ତା କିଦେଙ୍ଗ୍ ୱିଜେରେ ମିସର ଦେସ୍ତୁ ଇନିଙ୍ଗାଁ ଆନିଙ୍ଗାଁ ଆତା ସର୍ହାର୍ । 13 ମାରି ପାଣି କିବିସ୍କିନିକାର୍ ଦାନ୍ଧା କିଜି ଇର୍ହାର୍, "ପିରି ପୟ୍ନି ୱାଲେ ଏଣ୍ଡେସ୍ ମିର୍ ପାଣି କିଜି ମାର୍ରିଦେର୍, ଆୟାୱାଜା ଇଲେଇବା ଆୟା ପାଣି ୱିଜୁଦିନ୍ କିନିଦେର୍ ।" 14 ପାରୋରି ପାଣି କିବିସ୍କିନିକାର୍ ଇସ୍ରାଏଲ କୁଟୁମ୍ଦି ଆମା ପାଣିକିବିସ୍କିନି ପେରିୱାରିଙ୍ଗ୍ ଇଟ୍ତା ମାର୍ହାର୍; ୱାରିଙ୍ଗ୍ ଡାକ୍ସି ଇର୍ହାର୍, ମିର୍ ଆଗ୍ଡ଼ିର୍ରି ୱାଜା ଇଟା ତିଆର୍ କିଜି ଟିକ୍ ପାଣି ନେରୁୱିଗେ ପୁରା କିଏଜିନିଦେର୍ ?
15 ଆବେନୁ ଇସ୍ରାଏଲ କୁଟୁମ୍ଦି ପେରିକାର୍ ୱାଜି ଫାରୋ ଲାକ୍ତୁ ଆଡ଼ାବାଜି ଇର୍ହାର୍, "ନିନ୍ ଏନ୍ଦା ନିଜେଦି ଦାସରି ୱାଲେ ଇୟାୱାଜା ବ୍ୟବହାର୍ କିଜିନି ? 16 ନିଜେଦି ଦାସରିଙ୍ଗ୍ ପିରି ସିଆଇ ଆଏତ୍, ଇରିଙ୍ଗ୍ବା ୱାର୍ ଇନାର୍, ଇଟା ତିଆର୍ କିଦୁ; ମାରି ସୁଡ଼ୁଦୁ, ନିଜେଦି ଦାସର୍ ଦେବାତିନ୍ଜିନାର୍, ମାତର ଦସ୍ ନିଜେ ଲୋକାଦି ।"
17 ଆବେନୁ ୱାନ୍ ଇର୍ହାନ୍, "ମିରୁ ବେସି ଗାଡ଼ିୟା, ଇୟାଉଣ୍ଡିଙ୍ଗ୍ ଇଜିନିଦେର୍, ସଦାପ୍ରବୁଦି ଉଣ୍ତିଙ୍ଗ୍ ପୁଜା କିଦେଙ୍ଗ୍ ମାଙ୍ଗିଁ ଡ଼ିସ୍ଆ । 18 ଇଲେଇ ସୋଲ୍ସ, ପାଣିକିଦୁ, ମିଙ୍ଗିଁ ପିରି ସିଆଇ ଆହେତ୍, ଇରିଙ୍ଗ୍ବା ମିର୍ ଇଟାଦି ୱିଜୁ ଇସାବ୍ ସିଦେଙ୍ଗ୍ ଆନାତ୍ ।" 19 ଆବେନୁ ମି ୱିଜୁ ଦିନ୍ଦି ତିଆର୍ଆନି ଇଟାଦାନ୍ ଇନିକା ଉଣା ଆଏତ୍; ଇୟା ମାଟାଦାନ୍ ଇସ୍ରାଏଲ କୁଟୁମ୍ଦି ପେରି ଲୋକ୍ ସୁଡ଼ୁତାର୍ ଜେ, ୱାରି ଦିନ୍ ସେଇକା ।
20 ୱାର୍ ରାଜା ପାରୋଦି ଲାକ୍ତୁ ୱାନି ୱେଡ଼ାଦୁ ମୋଶା ମାରି ହାରୋଣଙ୍ଗ୍ ବୁଡ଼ୁତାନ୍, ଏଣ୍ତେସ୍ ୱାର୍ ୱାରିଙ୍ଗ୍ କାପ୍କିତା ମାର୍ହାର୍; 21 ଆବେଟ୍ ୱାରିଙ୍ଗ୍ ଇର୍ହାନ୍, ସଦାପ୍ରବୁ ମିଙ୍ଗିଁ ସୁଡ଼ୁଜି ବିସାର୍ କିପିନ୍; ଏଣ୍ଡେସ୍ ମିର୍ ଫାରୋ ମାରି ୱାରି ଦାସରି ଆଗ୍ଡ଼ି ମାଙ୍ଗିଁ କାଡ଼ିନି ଜଗ୍ କିଜି ମାଙ୍ଗିଁ ସାପିସ୍ କିଦେଙ୍ଗ୍ ୱାରି କିୟୁଦୁ କାଣ୍ତା ସିତିଦେର୍ ।
22 ମୋଶା ସଦାପ୍ରବୁଦି ଲାକ୍ତୁ ଡ଼େସି ସଲ୍ସି ଇର୍ହାନ୍, "ଏ ପ୍ରବୁ, ନିନ୍ ଇୟା ଲୋକାଙ୍ଗ୍ ସେଇକା ଏନ୍ଦା କିତି ? ନିନୁ ନାଙ୍ଗିଁ ଏନ୍ଦା ପକ୍ତି ? 23 ଇର୍ରିଙ୍ଗ୍ ଆମାଦିନ୍ତୁ ନାନ୍ ନି ଦର୍ଦାନ୍ ମାଟା ଇଣ୍ଡ୍ରେଙ୍ଗ୍ ରାଜା ଫାରୋ ଲାକ୍ତୁ ୱାତା, ଆୟା ଦିନ୍ତାନ୍ ଆୟା ଲୋକାଙ୍ଗ୍ କାସ୍ଟୁ ସିଜିନାର୍, ମାରି ନିନ୍ ନିଜେଦି ଲୋକାଙ୍ଗ୍ ଇନ୍କାବା ରକିୟା କିଇ ।"