20 ଇଦାଂପାଚେ ଇସ୍ୱର୍ ଇଚାନ୍, "ଏଜ଼ୁଙ୍ଗ୍ ବେସି ଲାକେ ଜଲମ୍ନି ପାରାଣିଙ୍ଗ୍ ପାରାଣ୍ ଆୟେକ୍ ଆରି ପୁର୍ତିନି ଜପିନି ଆକାସିକାଂ ପଟିଙ୍ଗ୍ ଉମେକ୍ ।" 21 ଆରେ ଇସ୍ୱର୍ ଗାଜା ତିମିଙ୍ଗ୍ ମିନ୍ ଆରି ଜାର୍ ଜାର୍ ଜାତି ଇସାବ୍ରେ ବେସି ଲାକେ ହାମ୍ଦୁର୍ ରାନ୍ତି ଜାତ୍କୁ ଆରି ଜାର୍ ଜାର୍ ଜାତି ଇସାବ୍ରେ ପଟିକାଂ ଉପ୍ଜାଣ୍ କିତାନ୍ । ଇସ୍ୱର୍ ଇ ୱିଜ଼ୁ ହାର୍ଦାକା ହୁଡ଼୍ତାନ୍ । 22 ଆରେ, ଇସ୍ୱର୍ ହେୱାକାଂ ଆର୍ସିବାଦ୍ କିଜ଼ି ଇଚାନ୍, "ବାଡାତାକାର୍ ଆରି ବେସିକୁଟୁମ୍ ଆଜ଼ି ହାମ୍ଦୁର୍ନି ଏଜ଼ୁଙ୍ଗ୍ ବାର୍ତି କିୟାଟ୍, ଆରେ ପୁର୍ତିତ ପଟିଂ ବେସିବାଡା ଆଏକ୍ ।" 23 ହେବେ ମ୍ଡିକା ଆରି ନାଡ଼ିସ୍ ଆଜ଼ି ପାଞ୍ଚ୍ ଦିନ୍ ଆତାତ୍ ।
24 ଇଦାଂପାଚେ ଇସ୍ୱର୍ ଇଚାନ୍, "ପୁର୍ତିତ ଜାର୍ ଜାର୍ ଜାତି ଇସାବ୍ରେ ପାରାଣିଙ୍ଗ୍, ଇଚିସ୍, ନାଟି ପସୁଙ୍ଗ୍ ଆରି ପଟତାଂନି ଜାତ୍ ଆରି ଜାର୍ ଜାର୍ ଜାତି ଇସାବ୍ରେ ପୁର୍ତିନି ରାନ୍ତି ପସୁଙ୍ଗ୍ ଉପ୍ଜାଣ୍ ଆଏକ୍ ।" ହେବେ ହେ ଲାକେ ଆତାତ୍ ।