7 ଆରେ ହେ ଗଟ୍ଣା ପାଚେ ତା ମୁଣିକା ଡକ୍ରୁହି ଜସେପ୍ ଜପି କାଣ୍କୁ ତୁହିଦେଂ ଲାଗାତାତ୍; ପାଚେ ତାଂ ଇଚାତ୍, "ଏନ୍ ନା ଲାହାଂ ହୁଞ୍ଜା ।" 8 ମତର୍ ଜସେପ୍ ଏଡ଼ାଜ଼ି ତା ମୁଣିକା ଡକ୍ରୁହିଂ ଇଚାନ୍, ହୁଡ଼ା, ଇ ଇଞ୍ଜ ଇନାକା ମାନାତ୍ ନା "ମାପ୍ରୁ ତା ଜାତୁନ୍ ଅଉନ୍, ହେୱାନ୍ ନା କେଇଦ ତା ସବୁ ହେଲାୟ୍ କିତ୍ତାନ୍ନା । 9 ଇ ଇଞ୍ଜ ନା ତାଂ ଗାଜା ଇନେର୍ ହିଲୁର୍; ଏନ୍ ହେୱାନ୍ତି ଡକ୍ରି, ଇଦାଂକାଜିଂ କେବଲ୍ ନିଂ ପିସ୍ତି ନା କାଜିଂ ଆରେ ଇନାକା ମୁନା ଆକାୟ୍ । ଇବେଣ୍ଡାଂ ଆନ୍ ଇନେସ୍ ଏଚେ ଗାଜା ବାନ୍ୟା କାମାୟ୍ ଆରି ଇସ୍ୱର୍ତି ବିରୁଦ୍ତ ପାପ୍ କିଦେଂ ଆଡ୍ନାଙ୍ଗ୍ ?" 10 ଆତିସ୍ପା ହେ କଗ୍ଲେ ଦିନ୍ତିଂ ଦିନ୍ ଜସେପତିଂ ଏଲେଙ୍ଗ୍ ଇନାତ୍; ମତର୍ ଜସେପ୍ ତା ଲାହାଂ ହୁଞ୍ଜେଙ୍ଗ୍ କି ତା ଲାଗାଂ ମାଞ୍ଜେଙ୍ଗ୍ ରାଜି ଆଉନ୍ ।
11 ଇଦାଂପାଚେ ଦିନେକ୍ ଜସେପ୍ ନିଜ୍ କାମାୟ୍ କାଜିଂ ଇଲ୍ ବିତ୍ରେ ହାଚାନ୍, ଆରେ, ଇଲ୍ନି ଆଡ଼ିଏନ୍ ବିତ୍ରେତାଂ ଇନେର୍ ହେବେ ହିଲ୍ୱାତାର୍ । 12 ଲାଗିଂ ହେଦେଲ୍ ଜସେପତି ହେନ୍ଦ୍ରା ଆସ୍ତି ନା ଲାହାଂ ହୁଞ୍ଜା ଇଞ୍ଜି ଜିକାଟାଣା କିତାତ୍; ମତର୍ ଜସେପ୍ ତା କେଇଦ ଜାର୍ ହେନ୍ଦ୍ରା ପିସ୍ତି ବାର୍ତ ହନ୍ଚି ହାଚାନ୍ ।