Publicidade

Salmos 101

ରାଜାଙ୍କ ପ୍ରତିଜ୍ଞା
ଦାଉଦଙ୍କର ଗୀତ।

1 ମୁଁ ଦୟା ଓ ଶାସନ ବିଷୟ ଗାନ କରିବି।

ହେ ସଦାପ୍ରଭୋ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

2 ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି;

ଆହା, ତୁମ୍ଭେ କେବେ ମୋʼ ନିକଟକୁ ଆସିବ?

ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି।

3 ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟିଗୋଚରରେ ରଖିବି ନାହିଁ;

ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ;

ତାହା ମୋʼ ଠାରେ ଲିପ୍ତ ହେବ ନାହିଁ।

4 କୁଟିଳ ଅନ୍ତଃକରଣ ମୋʼ ନିକଟରୁ ଦୂର ହେବ;

ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ।

5 ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି;

ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ।

6 ଦେଶର ବିଶ୍ୱସ୍ତ ଲୋକେ ଯେପରି ମୋʼ ସଙ୍ଗେ ବାସ କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ।

ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା କରିବ।

7 ଯେ ପ୍ରତାରଣା କରେ, ସେ ମୋʼ ଗୃହ ମଧ୍ୟରେ ବାସ କରିବ ନାହିଁ।

ଯେ ମିଥ୍ୟା କହେ, ସେ ମୋʼ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ।

8 ମୁଁ ଅଧର୍ମାଚାରୀ ସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା

ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-