Publicidade

Salmos 24

ମହାନ ରାଜା
ଦାଉଦଙ୍କର ଗୀତ।

1 ପୃଥିବୀ ଓ ତହିଁର ପୂର୍ଣ୍ଣତା,

ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।

2 କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି

ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି।

3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ?

ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ?

4 ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ;

ଯାହାର ମନ ଅସାରତା ପ୍ରତି ଉଠି ନାହିଁ,

ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ।

5 ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ

ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ।

6 ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି,

ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। [ସେଲା]

7 ହେ ନଗରଦ୍ୱାରସକଳ, ମସ୍ତକ ଟେକ;

ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ;

ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।

8 ଗୌରବମୟ ରାଜା କିଏ?

ବଳବାନ ଓ ବୀର ସଦାପ୍ରଭୁ,

ସଂଗ୍ରାମରେ ବୀର ସଦାପ୍ରଭୁ।

9 ହେ ନଗରଦ୍ୱାରସକଳ, ମସ୍ତକ ଟେକ;

ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ;

ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।

10 ଏହି ଗୌରବମୟ ରାଜା କିଏ?

ବାହିନୀଗଣର ସଦାପ୍ରଭୁ,

ସେ ଗୌରବମୟ ରାଜା ଅଟନ୍ତି। [ସେଲା]

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-