19 ସଦାପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି;
ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ।
20 ହେ ସଦାପ୍ରଭୁଙ୍କ ବାକ୍ୟସାଧକ
ଓ ତାହାଙ୍କ ବାକ୍ୟର ରବ ଶ୍ରବଣକାରୀ,
ବଳରେ ପରାକ୍ରାନ୍ତ ଦୂତଗଣ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର।
21 ହେ ସଦାପ୍ରଭୁଙ୍କର ପରିଚାରକ
ଓ ତାହାଙ୍କ ଅଭିମତସାଧକ ସୈନ୍ୟ ସକଳ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର।
22 ହେ ସଦାପ୍ରଭୁଙ୍କ ହସ୍ତକୃତ କର୍ମସକଳ,
ତୁମ୍ଭେମାନେ ତାହାଙ୍କ ରାଜ୍ୟର ସର୍ବତ୍ର ତାହାଙ୍କର ଧନ୍ୟବାଦ କର;
ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର।