1 ଇଦାଂ ପାଚେ ହେୱାର୍ ଏଲିମତାଂ ହାଚାର୍, ଆରେ ମିସର୍ ଦେସ୍ତାଂ ହାଚି ପାଚେ ରି ମାସ୍ନି ପନ୍ଦର ଦିନ୍ତ ଇସ୍ରାଏଲ୍ ମାଜ଼ିରିଂ ୱିଜ଼ୁ ମଣ୍ଡ୍ଲି ଏଲିମ ଆରି ସିନୟନି ମାଦି ସିନ୍ ବାଟାତ ଏକାତାର୍ । 2 ହେପାଦ୍ନା ଇସ୍ରାଏଲ୍-ମାଜ଼ିରିଂ ସବୁ ମଣ୍ଡ୍ଲି ମସା ଆରି ହାରଣ୍ ବିରୁଦ୍ତ ବାଟାତ ଗାଣ୍ଜୁ କିତାର୍ । 3 ଆରେ, ଇସ୍ରାଏଲ୍ ମାଜ଼ିର୍ ହେୱାରିଂ ଇଚାର୍, "ହାୟ୍, ହାୟ୍, ଆପେଙ୍ଗ୍ ଏଚେକାଡ଼୍ଦ ଜେଇ ଟାଣ୍ଡି ଲାଗାୟ୍ କୁଚ୍ଚି ସାରିଆନି ପାତେକ୍ କାଦି ଚିନ୍ଜି ମାଚାପ୍, ହେଏଚେକାଡ଼୍ଦ ଜଦି ଆପେଙ୍ଗ୍ ମିସର୍ ଦେସ୍ତ ନିତ୍ରେମାପ୍ରୁତି କେଇଦ ହାତିସ୍ । ଏପେଙ୍ଗ୍ ଇ ୱିଜ଼ୁ ମଣ୍ଡ୍ଲିତିଂ ନାସ୍କିତ ହାଦେଂ କାଜିଂ ମାଂ ହପ୍ଚି ଇ ବାଟାତ ତାହିୱାତାଦେର୍ଣ୍ଣା ।" 4 ପାଚେ ନିତ୍ରେମାପ୍ରୁ ମସାଙ୍ଗ୍ ଇଚାନ୍, "ହୁଡ଼ା, ଆପ୍ ମି କାଜିଂ ଆକାସ୍ତାଂ କାଦିପିଦି ବାର୍ହାୟ୍ କିଦ୍ନାପ୍; ଆରେ, ଲକୁ ବାର୍ତ ହାଲ୍ଜି ନିତ୍ରେଦିନ୍ନି ହମାନ୍ ଆନି ଇସାପ୍ରେ କାଦି ରୁଣ୍ଡାୟ୍ କିନାଦେର୍; ହେବେ ହେୱାର୍ ମା ବିଦି ଇସାବ୍ରେ ଚାଲାନାର୍ କି ଆକାୟ୍, ଆପ୍ ହେୱାର୍ତି ଇ ପରିକ୍ୟା ଅନାସ୍ । 5 ଚଅ ଦିନ୍ତ ହେୱାର୍ ଇନାକା ତାହିୱାନାର୍, ହେଦାଂ ୱାନ୍ଞ୍ଚିସ୍ ଦିନ୍ତିଂ ଦିନ୍ ଇନାକା ରୁଣ୍ଡାୟ୍ କିନାର୍, ହେଦାଂ ରି ଗୁଣ୍ ଆନାତ୍ ।"
6 ଇଦାଂପାଚେ ମସା ଆରି ହାରଣ ଇସ୍ରାଏଲ୍-ମାଜ଼ିରିଂ ଇଚାନ୍, "ନିତ୍ରେମାପ୍ରୁ ଇନେସ୍ ମିଂ ମିସର୍ତାଂ ହପ୍ଚି ତାହିୱାତ୍ତାନ୍, ଇଦାଂ ଏପେଙ୍ଗ୍ ମ୍ଡିକାହାରେସ୍ ପୁନାଦେର୍ । 7 ଆରେ, ନାଡ଼ିହିଂ ନିତ୍ରେମାପ୍ରୁତି ଜାଜ୍ମାଲ୍ ହୁଡ଼୍ନାଦେର୍; ଇନେକିଦେଂକି ନିତ୍ରେମାପ୍ରୁତି ବିରୁଦ୍ତ ମି ଗାଣ୍ଜୁ କିନାକା ହେୱାନ୍ ୱେନାନ୍; ଆପେଙ୍ଗ୍ ଇନେର୍ ଜେ, ଏପେଙ୍ଗ୍ ମା ବିରୁଦ୍ତ ଗାଣ୍ଜୁ କିନାଦେର୍ ?" 8 ଆରେ ମସା ଇଚାନ୍, "ନିତ୍ରେମାପ୍ରୁ ମ୍ଡିକାହାରେସ୍ତ ତିନି କାଜିଂ ମିଂ ଜେଇ ହିଦ୍ନାନ୍ ଆରି ନାଡ଼ିହିଂ ପାଞ୍ଜ୍ନି ପାତେକ୍ ଆରାଣ୍ ହିଦ୍ନାନ୍; ଇନେକିଦେଂକି ନିତ୍ରେମାପ୍ରୁତି ବିରୁଦ୍ତ କିଜ଼ିମାନି ମି ଗାଣ୍ଜୁ ହେୱାନ୍ ୱେନାନ୍ । ଆପେଙ୍ଗ୍ ଇନେର୍ ? ମି ଗାଣ୍ଜୁ ମା ବିରୁଦ୍ତ ଆକାୟ୍ ମତର୍ ନିତ୍ରେମାପ୍ରୁତି ବିରୁଦ୍ତ ଆନାତ୍ ।" 9 ଆରେ ମସା ହାରଣଙ୍ଗ୍ ଇଚାନ୍, "ଏନ୍ ଇସ୍ରାଏଲ୍ ମାଜ଼ିରିଂ ୱିଜ଼ୁ ମଣ୍ଡ୍ଲିତିଂ ଇନା, ଏପେଙ୍ଗ୍ ନିତ୍ରେମାପ୍ରୁତି ଲାଗାୟ୍ ୱାଡ, ହେୱାନ୍ ମି ଗାଣ୍ଜୁ ୱେଚାନ୍ନା ।" 10 ହେବେଣ୍ଡାଂ ହାରଣ ଇସ୍ରାଏଲ୍ ମାଜ଼ିରିଂ ୱିଜ଼ୁ ମଣ୍ଡ୍ଲିତିଂ ଇଦାଂ ୱେଚ୍ନି ୱେଡ଼ାଲିଂ ହେୱାର୍ ବାଟା ନିପ କକ୍ତିଲେ, ହୁଡ଼ାଟ୍, ବାଦାଡ଼୍ମୁଣ୍ଡା ବିତ୍ରେତାଂ ନିତ୍ରେମାପ୍ରୁତି ଜାଜ୍ମାଲ୍ ଚଞ୍ଜ୍ୟାତାତ୍ । 11 ଆରେ, ନିତ୍ରେମାପ୍ରୁ ମସାଙ୍ଗ୍ ଇଚାନ୍, 12 "ଆପ୍ ଇସ୍ରାଏଲ୍-ହିମ୍ଣାଙ୍ଗ୍ତି ଗାଣ୍ଜୁ ୱେଚାପ୍ନା; ଏପ୍ ହେୱାରିଙ୍ଗ୍ ଇନାଟ୍, ଏପେଙ୍ଗ୍ ମ୍ଡିକାହାରେସ୍ ଜେଇ ତିନାଦେର୍ ଆରି ନାଡ଼ିହିଂ ଆରାଣ୍ତ ପାଞ୍ଜ୍ନାଦେର୍; ହେବେଣ୍ଡାଂ ଆପ୍ ଜେ ମି ନିତ୍ରେମାପ୍ରୁ ପର୍ମେସ୍ୱର୍, ଇଦାଂ ଏପେଙ୍ଗ୍ ପୁନାଦେର୍ ।" 13 ଇଦାଂପାଚେ ମ୍ଡିକାହାରେସ୍ ଲାୱା ପଟିଂ ୱାଜ଼ି ଚାଉଣି ବାହାତ ଡାବା ଆତିକ୍, ଆରେ, ନାଡ଼ିହିଂ ଚାଉଣି ବାହାନି ଚାର୍ବେଣ୍ତାଂ କାକାର୍ ଆତାତ୍ । 14 ଇଦାଂପାଚେ ବାଟାତ ଆର୍ଦିତି କାକାର୍ ଜପି ଆତିଲେ ମେଦ୍ନିନି କାକାର୍ ଲାକେ ହାରୁ ଜିନିସ୍ ବାଟା ଜପି ଆର୍ଜି ମାଚାତ୍ । 15 ଆରେ ଇସ୍ରାଏଲ୍-ମାଜ଼ିର୍ ହେଦାଂ ହୁଡ଼୍ଜି ହାରି ଇନ୍ବାତାର୍, "ଇଦାଂ ଇନାକା ?" ମାନ୍ ହୁ କାଦି; ଇନେକିଦେଂକି ହେଦାଂ ଇନାକା ମାଚାତ୍, ହେୱାର୍ ପୁନ୍ୱାତାର୍ । ହେବେ ମସା ଇଚାନ୍, "ଇଦାଂ ମି ତିନି କାଜିଂ ନିତ୍ରେମାପ୍ରୁତାଂ ହିଦ୍ୟାତି ଆରାଣ୍ । 16 ଇ ବିସ୍ରେ ନିତ୍ରେମାପ୍ରୁ ବଲ୍ ହିତ୍ତାନ୍ନା, ଏପେଙ୍ଗ୍ ପାତି ଜାଣ୍ ଜାର୍ ଜାର୍ ଚିଞ୍ଜେଙ୍ଗ୍ ଆଡ୍ନି ସାକ୍ତି ଇସାବ୍ରେ ହେଦାଂ ରୁଣ୍ଡାୟ୍ କିୟାଟ୍; ମି ଜାଣ୍କେ ଜାଣ୍ ଜାର୍ ଜାର୍ ତୁମ୍ବାହାନି ପାରାଣିଙ୍ଗ୍ ଲମର୍ ହିସାବ୍ରେ ରୱାର୍ ରୱାର୍ କାଜିଂ ର ଓମର୍ ଲଡ଼ାଇସାବ୍ରେ ହେଦାଂ ରୁଣ୍ଡାୟ୍ କିୟାଟ୍ ।"
17 ହେବେ ଇସ୍ରାଏଲ୍ ହିମ୍ଣାଙ୍ଗ୍ ହେ ଲାକେ କିତାର୍; ଇନେର୍ ଆଦିକ୍ ଆରି ଉଣା ରୁଣ୍ଡାୟ୍ କିତାର୍ । 18 ଇଦାଂପାଚେ ହେୱାର୍ କଲ୍କିତ ହେଦାଂ ଇସାବ୍ କିତିଲେ; ଇନେର୍ ବେସି ରୁଣ୍ଡାୟ୍ କିଜ଼ିମାଚାର୍, ହେୱାର୍ତି ହାର୍ୱାତାତ୍, ଆରେ, ଇନେର୍ ଉଣା ରୁଣ୍ଡାୟ୍ କିଜ଼ି ମାଚାର୍, ହେୱାର୍ତି ଅବାବ୍ ଆୱାତାତ୍; ଇ ବାନି ହେୱାର୍ତି ତିନି ସାକ୍ତି ଇସାବ୍ରେ ରୁଣ୍ଡାୟ୍ କିତାର୍ । 19 ଇଦାଂପାଚେ ମସା ହେୱାରିଙ୍ଗ୍ ଇଚାନ୍, "ଏପେଙ୍ଗ୍ ଇନେର୍ ନାଡ଼ିସ୍ ପାତେକ୍ ଅଲପ୍ ପା ଇଟ୍ମାଟ୍ ।" 20 ଆତିସ୍ପା ହେୱାର୍ ମସାତି କାତା ଆହ୍ୱାଦାଂ ଇନେ ଇନେର୍ ନାଡ଼ିସ୍ ପାତେକ୍ ଅଲପ୍ ଅଲପ୍ ଇଡ଼୍ତାର୍; ମତର୍ ହେବେ ପ୍ଡିକୁ ଉବ୍ଜାତିକ୍ ଆରି ଗାନ୍ଦା ଆତାତ୍ । ଲାଗିଂ ମସା ହେୱାର୍ ଜପି ରିସା ଆତାନ୍ । 21 ଇଲାକେ ନିତ୍ରେଦିନ୍ ନାଡ଼ିହିଂ ହେୱାର୍ ଜାର୍ ଜାର୍ ସାକ୍ତି ଇସାବ୍ରେ ହେଦାଂ ରୁଣ୍ଡାୟ୍ କିତାର୍; ମତର୍ ବେସି କାରା ଆତିଲେ, ହେଦାଂ ରୁଗ୍ଜି ହାଚାତ୍ ।
22 ଇଦାଂପାଚେ ଚଅ ଦିନ୍ତ ହେୱାର୍ ରିଗୁଣ୍, ଇଚିସ୍, ପାତି ଜାଣ୍ ରି ରି (ଓମର୍) ଆରାଣ୍ ରୁଣ୍ଡାୟ୍ କିତାର୍, ପାଚେ ମଣ୍ଡ୍ଲିନି ମୁଣିକାର୍ ୱାଜ଼ି ମସାଂ ୱେଚ୍ଚାର୍ । 23 ହେଏଚେକାଡ଼୍ଦ ମସା ହେୱାରିଙ୍ଗ୍ ଇଚାନ୍, "ନିତ୍ରେମାପ୍ରୁତି ହେଦାଂ ଇଚାନ୍ନା, ଇନାକାକି, ୱିଗାଲିଂ ଗାଜା ଜମ୍ନିବାର୍, ଇଚିସ୍, ନିତ୍ରେମାପ୍ରୁତି ଉଦେସ୍ତ ପୁଇପୁୟା ଜମ୍ନାକା ଆନାତ୍; ଇଦାଂକାଜିଂ ଏପେଙ୍ଗ୍ ଇନାକା ୱାହ୍ନାକା, ହେଦାଂ ୱାହାଟ୍; ଇନାକା ଉହାୟ୍ କିନାଦେର୍, ହେଦାଂ ଉହାୟ୍ କିୟାଟ୍; ଆରେ, ଇନାକା ବାକି ମାନ୍ଗାନାତ୍, ହେଦାଂ ନାଡ଼ିସ୍ ପାତେକ୍ ରୁଣ୍ଡାୟ୍ କିଜ଼ି ଇଟାଟ୍ ।" 24 ପାଚେ ହେୱାର୍ ମସାତି ବଲ୍ଇସାବ୍ରେ ନାଡ଼ିସ୍ ପାତେକ୍ ହେଦାଂ ଇଡ୍ତାର୍, ଆରେ ହେଦାଂ ଗାନ୍ଦା ଆୱାତାତ୍, କି ହେବେ ଇମ୍ଣାକାପା ପ୍ଡିକୁ ଉବ୍ଜାୱିତିକ୍ । 25 ଇଦାଂପାଚେ ମସା ଇଚାନ୍, "ନେଞ୍ଜେଙ୍ଗ୍ ଏପେଙ୍ଗ୍ ହେଦାଂ ତିନାଟ୍, ଇନେକିଦେଂକି ନେଞ୍ଜେଙ୍ଗ୍ ନିତ୍ରେମାପ୍ରୁତି ଜମ୍ନିବାର୍; ନେଞ୍ଜେଙ୍ଗ୍ ଜମିତ ହେଦାଂ ଗାଟାଉଦେର୍ । 26 ଏପେଙ୍ଗ୍ ଚଅ ଦିନ୍ ପାତେକ୍ ହେଦାଂ ରୁଣ୍ଡାୟ୍ କିନାଦେର୍, ମତର୍ ସାତ୍ ଦିନ୍ତ ଜମ୍ନିବାର୍ ଆନାତ୍, ହେବେ ଇନାକାପା ଗାଟାଉତ୍ ।" 27 ଆତିସ୍ପା ସାତ୍ ଦିନ୍ତ ପା ଇନେର୍ ଇନେର୍ ହେଦାଂ ରୁଣ୍ଡାୟ୍ କିଦେଂ ହାଚାର୍, ମତର୍ ଇନାକାପା ଗାଟାୱାତାର୍ । 28 ପାଚେ ନିତ୍ରେମାପ୍ରୁ ମସାଙ୍ଗ୍ ଇଚାନ୍, "ଏପେଙ୍ଗ୍ ନା ବଲ୍ ଆରି ବିଦି ପାଲି କିଦେଂ ଏଚେକ୍ଦିନ୍ ରାଜିଆଉଦେର୍ ? 29 ହୁଡ଼ାଟ୍, ନିତ୍ରେମାପ୍ରୁ ମିଂ ଜମ୍ନିବାର୍ ହିନି କାଜିଂ ହେୱାନ୍ ନିତ୍ରେମାପ୍ରୁ ମିଂ ଚଅ ଦିନ୍ତ ରି ଦିନ୍ନି କାଦି ହିଦ୍ନାନ୍; ଏପେଙ୍ଗ୍ ପାତି ଜାଣ୍ ସାତ୍ ଦିନ୍ତ ଜାର୍ ଜାର୍ ବାହାତାଂ ବାର୍ତ ହାଲ୍ୱାଦାଂ ଜାର୍ ଜାର୍ ବାହାତ ମାନାଟ୍ ।" 30 ଲାଗ୍ ଲକୁ ସାତ୍ ଦିନ୍ତ ଜମ୍ତାର୍ ।
31 ଆରେ, ଇସ୍ରାଏଲ୍ ଲକୁ ହେ କାଦିନି ତର୍ ମାନ୍ନା ହିତାନ୍; ହେଦାଂ ଦନିଆ ଲାକେ ଡ଼ିଞ୍ଜ୍ନି ବାନି ଆରି ତାଦି ହୱାଦ୍ ପୁକି ମେହାତି ରୁଟି ଲାକେ ମାଚାତ୍ । 32 ଇଦାଂପାଚେ ମସା ଇଚାନ୍, "ନିତ୍ରେମାପ୍ରୁ ଇ ବଲ୍ ହିତ୍ତାନ୍ନା, ହେୱାନ୍ ମି ମିସର୍ ଦେସ୍ତାଂ ତାହିୱାନି ୱେଡ଼ାଲିଂ ବାଟାତ ଇମ୍ଣି ଆରାଣ୍ ଚିଚ୍ପାତାନ୍, ହେଦାଂ ଇନେସ୍ ମି ୱାନିଦିନ୍ତି ରିତି ହୁଡ଼୍ନାର୍, ଇନେକିଦେଂକି ହେୱାର୍ତି କାଜିଂ ର (ଓମର୍) ଇସାବ୍ରେ ମାନ୍ନା ଇଟାଟ୍ ।" 33 ହେଏଚେକାଡ଼୍ଦ ମସା ହାରଣଙ୍ଗ୍ ଇଚାନ୍, "ଏନ୍ ର ନାକି ଅଜ଼ି ର ଓମର୍ ଇସାବ୍ରେ ମାନାନ୍ ବାର୍ତି କିଜ଼ି ନିତ୍ରେମାପ୍ରୁତି ମୁମ୍ଦ ଇଟାଟ୍; ହେଦାଂ ମି ୱାନିଦିନ୍ତି ରିତି କାଜିଂ ଇଟ୍ୟାନାତ୍ ।" 34 ପାଚେ ହାରଣ ମସାତି କାଜିଂ ସବୁ ନିତ୍ରେମାପ୍ରୁତି ବଲ୍ଇସାବ୍ରେ ସାକି ପେଡ଼ି ଲାଗାୟ୍ ଇଟ୍ନାକା ରଚ୍ଚି ହେଦାଂ ରୁଣ୍ଡାୟ୍ କିଜ଼ି ଇଡ଼୍ତାର୍ । 35 ଇସ୍ରାଏଲ୍-ହିମ୍ଣାଙ୍ଗ୍ କୁଚ୍ନି ଦେସ୍ତ ଏକିୱି ପାତେକ୍ ରିକଡ଼ି ବାର୍ହୁ ପାତେକ୍ ହେ ମାନ୍ନା ଚିଚାର୍ ଆରି, କିଣାନ୍ ଦେସ୍ନି ହାନ୍ଦିତ ଏକିୱି ପାତେକ୍ ହେୱାର୍ ହେଦାଂ ଚିଚାର୍ । 36 ର (ଓମର୍) ଏପାନି ଦସ୍ ମାସ୍ ।