1 ଆରେ ଏନ୍ ଇସବୁ ହେୱାରିଙ୍ଗ୍ ପୁନି କିନାଦେର୍ । ଇଚିସ୍ 2 ଏପ୍ ଏବ୍ରିୟ ଆଡ଼ିଏନ୍ କଡ଼୍ତିସ୍, ହେୱାନ୍ ଚଅ ବାର୍ହୁ ହେବା କିଦ୍ନାନ୍; ଆରେ, ସାତ୍ ବାର୍ହୁତ ହେୱାନ୍ ମଲ୍ଆୱାଦାଂ ମୁକ୍ଡ଼ା ଆନାନ୍ । 3 ଜଦି ଆଣ୍ଡ୍ରେନ୍ ରୱାନ୍ ୱାଜ଼ିମାଚିସ୍, ତେବେ ହେୱାନ୍ ରୱାନ୍ ହାନାନ୍; ଆରେ ଜଦି ହେୱାନ୍ ବିବାଜ଼ି ୱାଜ଼ିମାଚିସ୍, ତେବେ ତା କଗ୍ଲେ ତା ଲାହାଂ ହସି ହାନାତ୍ । 4 ଆରେ, ଜଦି ତା ହାଉକାର୍ ତାଂ ବିବାକିଜ଼ି ହିଜ଼ି ମାଚିସ୍ ଆରି ହେ କଗ୍ଲେତାଂ ମାଜ଼ି ଗାଡ଼୍ନି ଜଲମ୍ ଆଜ଼ି ମାଚିସ୍, ତେବେ ହେ କଗ୍ଲେ ଆରି ତା ହିମ୍ଣାଙ୍ଗ୍ ଜପି ତା ହାଉକାର୍ତି ଆଦିକାର୍ ଆନାତ୍ ଆରି ହେୱାନ୍ ରୱାନ୍ ହସି ହାନାନ୍ । 5 ମତର୍ ଆନ୍ ଜାର୍ ମାପ୍ରୁଙ୍ଗ୍, ଆରେ, ନା ଡକ୍ରିଂ ଆରି ମାଜ଼ିରିଂ ଜିଉନତିସ୍, ଲାଗିଂ ଆନ୍ ମୁକ୍ଡ଼ା ଆଜ଼ି ହାଲୁଙ୍ଗ୍, ଏଲେଂ କାତା ଜଦି ହେ ଆଡ଼ିଏନ୍ ଡାଟ୍ କିଜ଼ି ଇନାନ୍ 6 ତେବେ ତା ହାଉକାର୍ ତାଂ ପର୍ମେସ୍ୱର୍ ଲାଗାୟ୍ ଅସିହାଞ୍ଜ୍ନାନ୍, ଆରେ, ତାଙ୍ଗେଙ୍ଗ୍ କାପାଟ୍ କି ଦୁଆର୍ବାନ୍ଦା ଲାଗାୟ୍ ତାସି ତା ମାପ୍ରୁ ବିନ୍ଦ୍ଣାତ ତା କିତୁଲ୍ ପତ୍ନାନ୍; ହେବେ ହେୱାନ୍ ସବୁକାଡ଼୍ ତା ହେବା କିନାନ୍ । 7 ଆରେ ଇନେର୍ ଜଦି ତା ଗାଡ଼୍ହିଂ ଆଡ଼ିଏଣି ଲାକେ ପ୍ରନାର୍, ତେବେ ହେଦେଲ୍ ଆଡ଼ିୟାର୍ ଲାକେ ମୁକ୍ଡ଼ାଜ଼ି ହାଲୁତ୍ । 8 ତା ହାଉକାର୍ ତାଂ ଜାର୍ କାଜିଂ ମାନ୍କିତିସ୍ପା ନେ, ଜଦି ତା କାଜିଂ ସାରିଆଉତ୍, ତେବେ ହେୱାନ୍ ତାଂ ମୁକ୍ଡ଼ାଦେଂ ଆନାତ୍; ତା କାଜିଂ ଟକାଇ କିଜ଼ି ମାଚିସ୍ ବିନ୍ ଦେସ୍ତାକାର୍ ଲାଗାୟ୍ ତାଂ ପ୍ରତେଂ ଆଦିକାର୍ ଗାଟାଉନ୍ । 9 କି ଜଦି ହେ ହାଉକାର୍ ଜାର୍ ମାଜ଼ି କାଜିଂ ତାଂ ମାନ୍ କିଜ଼ି ମାଚିସ୍, ତେବେ ହେୱାନ୍ ତା କାଜିଂ ଗାଡ଼୍ ବିସ୍ରେ ରିତି ଇସାବ୍ରେ ବେବାର୍ କିନାନ୍ । 10 ଜଦି ରୱାନ୍ ଆଣ୍ଡ୍ରେନ୍ ରିଣ୍ଡେକ୍ ଡକ୍ରିକ୍ ବିବା କିନାନ୍, ଲାଗିଂ ହାତ୍ପା ପର୍ତୁମ୍ ଡକ୍ରିଂ କାଦି ହେନ୍ଦ୍ରା ସମାନ୍ ଆଦିକାର୍ତାଂ ହିନାକା ମାନାତ୍ । 11 ଜଦି ହେଦେଲ୍ ଇ ତିନ୍ହଟ୍ ଦସ୍ କିତିସ୍, ତେବେ ହେ କଗ୍ଲେ ଟାକାଂ ହିୱାଦାଂ ମୁକ୍ଡ଼ା ଆନାତ୍ ।
12 ଇନେର୍ ଜଦି ଇମ୍ଣାକାପା ମାନାୟ୍ତିଂ ଏଲେଙ୍ଗ୍ ଟ୍ରାକ୍ନାନ୍ ଜେ ହେଦେଲ୍ ହାନାତ୍, ତେବେ ଆତିସ୍ପା ତାଦି ପାରାଣ୍ଡାଣ୍ଡ୍ ଆନାତ୍ । 13 ଜଦି ଇମ୍ଣାକାନ୍ପା ମାନାୟ୍ ଇନେରିଙ୍ଗ୍ ଅସ୍ତେଙ୍ଗ୍ ସେସ୍ଟା କିଉନ୍, ମତର୍ ଇସ୍ୱର୍ ଇଚାନ୍ ତା କେଇ ହୁକେ ତା ହାକି ଆନାତ୍, ତେବେ ଇମ୍ଣି ବାହାତ ହେଦେଲ୍ ହନ୍ତେଙ୍ଗ୍ ଆଡ୍ନାତ୍, ଏଲେଂ ବାହା ଆପ୍ ନି କାଜିଂ ରଚ୍ଚାପ୍ନା । 14 ମତର୍ ଜଦି ଇନେର୍ ଚାଲାକି କିସି ତା ପାଡ଼୍ହା ଇଞ୍ଜାକାନିଂ ଅସ୍ତେଙ୍ଗ୍ ସାସ୍ କିତିସ୍, ତେବେ ଏପ୍ ତା ପାରାଣ୍ଡାଣ୍ଡ୍ କିନି କାଜିଂ ମା ଗାର୍ଣି ଲାଗାୟ୍ତାଂ ତାଂ ଅସିହାନାତ୍ । 15 ଆରେ, ଇନେର୍ ଜାର୍ ଆବାଙ୍ଗ୍ କି ଆୟାଙ୍ଗ୍ ମାଟ୍ କିନାନ୍, ତାଦି ଆତିସ୍ପା ପାରାଣ୍ଡାଣ୍ଡ୍ ଆନାତ୍ ।
16 ଆରେ ଇନେର୍ ମାନାୟ୍ତିଂ ମ୍ଡାସି ଜଦି ପ୍ରନାନ୍, କି ହେୱାନ୍ ଜଦି ତା ଆଦିକାର୍ତ ଗାଟା ଆତିସ୍, ତେବେ ତାଦି ନିଜେ ପାରାଣ୍ଡାଣ୍ଡ୍ ଆନାତ୍ ।
17 ଇନେର୍କି ତା ଲାତ୍ରାହିଂ କି ତେହିଂ ସାଇପ୍ ହିନାନ୍, ତାଦି ନିଜେ ପାରାଣ୍ଡାଣ୍ଡ୍ ଆନାତ୍ ।
18 ଆରେ ଜଦି ମାନାୟାର୍ ରୱାନ୍ ଆରେ ରୱାନ୍ ଲାହାଂ କିର୍ଚ କିଉ କିଉ ରୱାନ୍ ବିନ୍ରୱାନିଂ କାଲ୍ଦାଂ କି ମୁଟାତାଂ ଇଡ଼୍ତିସ୍, ହେୱାନ୍ ଜଦି ହାୱାଦାଂ ଟାଟିତ ମାକ୍ତିସ୍ 19 ଆରି ପାଚେ ନିଂଜି ବାଡ୍ଗେ ଆସ୍ସି ବାର୍ତ ବୁଲାତିସ୍, ତେବେ ହେ ଟ୍ରାକ୍ନାକାନ୍ ଦସିଆଉନ୍; କେବଲ୍ ତା ଗାୱାତି ବାଦୁଲ୍ ଅହ କଡ଼୍ନି କର୍ଚ ହିଦେଂ ଲାଗାନାତ୍ । 20 ଆରେ ଜଦି ଇନେର୍ ନି ଆଡ଼୍ୟା କି ଆଡ଼ିଏଣି ବାଡ୍ଗେ ହୁଦାଂ ଟ୍ରାକ୍ତିସ୍, ହେୱାନ୍ ଜଦି ତା କେଇଦ ହେଦାପ୍ରେ ହାତିସ୍, ତେବେ ହେୱାନ୍ ନିଜେ ଡାଣ୍ଡ୍ ଆନାନ୍ । 21 ମତର୍ ହେୱାନ୍ ଜଦି ଦିନେକ୍ କି ରି ଦିନ୍ ଜିତିସ୍, ତେବେ ହେୱାନ୍ ଡାଣ୍ଡ୍ ଆଉନ୍; ଇନେକିଦେଂକି ହେୱାନ୍ ତା ରୁପା ଲାକେ ।
22 ଆରେ ଜଦି ଆଣ୍ଡ୍ରେନ୍ ହାରି କିର କିଉ କିଉ ଇମ୍ଣାକାଦେଲ୍ପା ଏସ୍ପିସ୍ତି କଗ୍ଲେଂ ଟ୍ରାକ୍ତିସ୍ ଜଦି ତା ଗରବ୍ନସ୍ଟ ଆତିସ୍, ମତର୍ ପାଚେ ଆରେ ଇମ୍ଣାକାପା ଆପଦ୍ ଗିଟା ଆଉତ୍, ତେବେ ହେ କଗ୍ଲେତି ଡକ୍ରାହି ଇନେସ୍ ଦାବା କିନାନ୍, ହେ ଇସାବ୍ରେ ତାଦାଂ ନିଜେ ଡାବୁଂ ଡାଣ୍ଡ୍ ଆନାତ୍, ଆରେ, ହେୱାନ୍ ବିଚାର୍କାର୍ୟା କିନି ଇସାବ୍ରେ ହେଦାଂ ଆନାତ୍ । 23 ମତର୍ ଜଦି ଇମ୍ଣାକାପା ଆପଦ୍ ଗିଟାତିସ୍, ତେବେ ତା ପାରାଣ୍ ବାଦୁଲ୍ତ ପାରାଣ୍, 24 କାଣ୍ଗା ବାଦୁଲ୍ତ କାଣ୍ଗା, ଟାଡାଂ ବାଦୁଲ୍ ଟାଡାଂ, କେଇ ବାଦୁଲ୍ କେଇ, ପାନା ବାଦୁଲ୍ ପାନା, 25 ହୁଜ଼୍ନି ବାଦୁଲ୍ ହୁଜ଼୍ନାକା, ଗାଓ ବାଦୁଲ୍ ଗାଓ, ନାଡ଼୍ଗା ବାଦୁଲ୍ ନାଡ଼୍ଗା, ଡାଣ୍ଡ୍ ଆନାତ୍ ।
26 ଆରେ ଜଦି ଇନେର୍ ଜାର୍ ଆଡ଼ିଏନ୍ କି ଆଡ଼ିଏଣିନି କାଣ୍ଗାତ ଇଡ଼୍ତିସ୍ ଜଦି ହେଦାଂ ନସ୍ଟ ଆତିସ୍, ତେବେ ହେୱାନ୍ ତା କାଣ୍ଗା କାଜିଂ ତାଂ ମୁକ୍ଡ଼ାୟ୍ କିଜ଼ି ହିଦ୍ନାନ୍ । 27 ଆରେ, ଇଡ଼୍ନି ହୁଦାଂ ଜାର୍ ଆଡ଼ିଏନ୍ କି ଆଡ଼ିଏଣିନି ଟାଡା ଡ୍ରିକ୍ତିସ୍, ହେୱାନ୍ ହେ ଟାଡା କାଜିଂ ତାଂ ମୁକ୍ଡ଼ାୟ୍ କିଜ଼ି ହିନାନ୍ ।
28 ଆରେ, କଡିଂ ଇମ୍ଣାକାପା ଆଣ୍ଡ୍ରେନିଂ କି କଗ୍ଲେଂ ଲାତ୍ ଇଡ଼୍ତିସ୍ ଜଦି ହେୱାନ୍ ହାତିସ୍, ତେବେ ହେ କଡିଂ କାଲ୍ ହୁଦାଂ ହାନାନ୍, ଆରେ, ତା ଜେଇ ତିନ୍ୟାଉତ୍, ମତର୍ କଡିଂନି ଆଣ୍ଡ୍ରେନ୍ ଡାଣ୍ଡ୍ନି ଅ ଦସ୍ ଆଉନ୍ । 29 ମତର୍ ହେ କଡି ଆଗେ ଅବ୍ୟାସ୍ ମାଚିସ୍, ଇବେନି ପାର୍ମାଣ୍ ତା ଆଣ୍ଡ୍ରେନିଂ ହିଆତିସ୍ ପା ତାଂ ଗାଚ୍ୱି କାଜିଂ ହେଦାଂ ଜଦି ଇମ୍ଣାକାପା ଆଣ୍ଡ୍ରେନିଂ କି କଗ୍ଲେଂ ଅସ୍ତିସ୍, ତେବେ ହେ କଡି କାଲ୍ ହୁଦାଂ ହାନାତ୍; ଆରେ, ତା ଆଣ୍ଡ୍ରେନ୍ ପା ପାରାଣ୍ ଡାଣ୍ଡ୍ ଆନାନ୍ । 30 ଜଦିପା ତାଦି ପାରାଣ୍ କାଜିଂ ଜିବୁନ୍ହିଦେଂ କିଆନାତ୍, ତେବେ ହେୱାନ୍ ପାରାଣ୍ ମୁକ୍ଡ଼ାନି କାଜିଂ ସବୁ କିଜ଼ିମାନି ମଲ୍ ଆନାତ୍ । 31 କଡି ମାଜ଼ିଙ୍ଗ୍ କି ଗାଡ଼୍ତିଂ ଲାତ୍ ଇଡ଼୍ତିସ୍, ଇ ସାସନ୍ଇସାବ୍ରେ ଡାଣ୍ଡ୍ ପାୟାଆନାନ୍ । 32 ଇନେର୍ତି କଡି ଜଦି ଇନେର୍ତି ଆଡ଼ିଏନ୍ କି ଆଡ଼ିଏଣି ଲାତ୍ ଇଡ଼୍ତିସ୍, ତେବେ ହେୱାନ୍ ତା ହାଉକାର୍ତିଂ ତିରିସ୍ ସେକଲ୍ ରୁପା ହିନାନ୍; ଆରେ କଡି କାଲ୍ ହୁଦାଂ ହାନାତ୍ । 33 ଆରେ ଇନେର୍ ଜଦି ଇମ୍ଣାକାପା କୁଇ ଗେହ୍ୱିତିସ୍, କି କୁଇ କାର୍ଚି ହେଦାଂ ଗେହ୍ୱିତିସ୍, ତେବେ ହେବେନି ବିତ୍ରେ ଇମ୍ଣାକାପା କଡି କି ଗଦ ଆର୍ତିସ୍, 34 ହେ କୁଇନି ହାଉକାର୍ ହେବେନି ବାଦୁଲ୍ କିନାନ୍; ହେୱାନ୍ ହେୱାର୍ତି ଆଡ୍ରେନିଙ୍ଗ୍ ରୁପା ଡାବୁଙ୍ଗ୍ ହିନାନ୍, ମତର୍ ହାତି ପସୁ ତାଦି ଆନାତ୍ । 35 ଆରେ ରୱାର୍ତି କଡିଂ ଲାତ୍ ଇଡ଼୍ତିସ୍ ହେ କଡି ଜଦି ହାତିସ୍, ତେବେ ହେୱାର୍ ଜିସିମାନି କଡିତିଂ ପ୍ରସି ହେବେନି ଡାବୁଙ୍ଗ୍ ରିବାଗ୍ କିନାର୍; ଆରେ, ହାତି କଡିତିଂ ପା ରିବାଗ୍ କିଜ଼ି ଅନାର୍ । 36 ମତର୍ କଡି ଆଗେ ଲାତ୍ ଇଡ଼୍ଜି ମାନାକା ପୁନ୍ଞ୍ଜି ଜଦି ତାଦି ଆଣ୍ଡ୍ରେନ୍ ତାଂ ସୁସ୍ତା ଇଟୁତ୍, ତେବେ ହାଉକାର୍ କଡି ହୁଜାଦେଂ କଡି ନିଜେ ହିନାନ୍, ମତର୍ ହାତି କଡି ତାଦି ନିଜ୍ତି ଆନାତ୍ ।