1 ଇଦାଂ କାଜିଂ ନିତ୍ରେମାପ୍ରୁତି ୱିଜ଼ୁ ବଲ୍ ଇସାବ୍ରେ ପୁଇପୁୟା ବାହାନି କାମାଇଙ୍ଗ୍ ରଚ୍ନି କାଜିଂ ନିତ୍ରେମାପ୍ରୁ ବତ୍ସଲେଲ୍ ଆରି ଅହଲିୟାବ୍ ବାରବିନି ଇମ୍ଣାକାରିଂ ଗିଆନ୍ ଆରି ବୁଦି ହିତାର୍ଣ୍ଣା, ହେ ସବୁ ଗିଆନିର୍ ଗିୟାନିର୍ ଲକ୍ କାମାୟ୍ କିନାର୍ ।
2 ଇଦାଂପାଚେ ମସା ହେ ବତ୍ସଲେଲ୍, ଅହଲିୟାବତିଂ, ନିତ୍ରେମାପ୍ରୁତାଂ ମାନ୍ତ ଗିଆନ୍ ପାୟାଜ଼ି ବିନ୍ ସବୁ ବୁଦିନି ମାନାୟାରିଂ ଆରି ହେ କାମାୟ୍ କିନି କାଜିଂ ମାନ୍ତ ହିକ୍ୟାପାୟାତି ମାନାୟାରିଂ କୁକ୍ତାର୍ । 3 ହେବେ ହେୱାର୍ ପୁଇପୁୟା ବାହାନି କାମାୟ୍ ରଚ୍ନି କାଜିଂ ଇସ୍ରାଏଲ୍ ହିମ୍ଣାଂନି କୁକ୍ୟାତି ଇନାମ୍ ସବୁ ମସାତାଂ ଇଟ୍ୟାତିସ୍; ଆତିସ୍ପା ମାନାୟାର୍ କାଜିଂ ନାଣାଙ୍ଗେ ତା ଲାଗାଂ ମାନ୍ଇଚାତ ଆରେରଗ ଇନାମ୍ ତାହିୱାନାର୍ । 4 ପାଚେ ପୁଇପୁୟା ବାହାନି ସବୁ କାମାୟ୍କିନାକାର୍ ଗ୍ୟାନିକାଟି ମାନାୟାର୍ ଜାର୍ ଜାର୍ କାମାୟ୍ତାଂ ୱାଜ଼ି ମସାଂ ଇଚାର୍, 5 ହେୱାର୍ ମସାଙ୍ଗ୍ ଇଚାର୍, "ନିତ୍ରେମାପ୍ରୁ ଇନା ଇନାକା ରଚ୍ଚେଂ ବଲ୍ ହିତାନ୍ନା, ମାନାୟାର୍ ହେ କାମାୟ୍ କାଜିଂ ଲଡ଼ାନି ଦିନିସ୍ତାଂ ଏଚେକ୍ ଆଦିକ୍ ତାହିୱାନାରା ।"
6 ପାଚେ ମସା ବଲ୍ ହିଜ଼ି ଚାଉଣିତ ଇ ସବୁ କାତା ୱେଚ୍ଚେଂ ଆରମ୍ କିୟ୍କିତାନ୍, ଆଣ୍ଡ୍ରେନ୍ କି କଗ୍ଲେ ପୁଇପୁୟା ବାହା କାଜିଙ୍ଗ୍ ଆରେ ଇନାମ୍ ଜାଲ୍ଦି କିମେର୍; ଲାଗିଂ ମାନାୟାର୍ ତାହିୱାଦେଂ ମାନ୍ କିୱାତାର୍ । 7 ଇନାକିଦେଂକି ୱିଜ଼ାକାର୍ କାମାୟ୍ କିଦେଙ୍ଗ୍ ହେୱାର୍ତି ଜିନିସ୍ ବେସି ଆରି ଆଦିକ୍ ମାଚାତ୍ ।
8 ଇଦାଂପାଚେ କାମାୟ୍କିନାକାର୍ ବିତ୍ରେ ୱିଜ଼ାର୍ ବୁଦ୍ୟାର୍ ଲକୁ ନଟି ଡ଼ିଞ୍ଜ୍ନି କୱାଣ୍ନୁଲ୍, ନିଲ୍ୟା, ଦୁପ୍ନି ଆରି ହେନ୍ଦୁର୍ ବାନି ହାତୁର୍ ହୁଦାଂ ବାହାକିନି ଦସ୍ଗଟା ପାର୍ଦା ରଚ୍ଚାର୍; ଆରେ, ତା ବିତ୍ରେ ଡ଼ଚ୍ନି କାମାୟ୍ତ କିରୁବତ ରଚ୍ଚାର୍ । 9 ସବୁନିପ ପାର୍ଦା କଡ଼େ ଆଟ୍ ଆତ୍ ଡେଙ୍ଗା, ସବୁ ପାର୍ଦା ଚାରି ଆତ୍ ଅହାର୍ ଆରି ୱିଜ଼ୁ ପାର୍ଦା ସମାନ୍ ମାଚାତ୍ । 10 ଆରେ, ହେୱାନ୍ ପାଞ୍ଚ୍ ପାର୍ଦା ରବେ ମେହାୟ୍ କିତାନ୍; ବିନ୍ ପାଞ୍ଚ୍ ପାର୍ଦା ରବେ କିତାନ୍ । 11 ଆରେ, ହେୱାନ୍ ଜଡ଼ାୟ୍କିନିତ ପର୍ତୁମ୍ ଆଲ୍ଗା ପାର୍ଦା ଡରିତ ନିଲ୍ୟା ନୁଲ୍ନି ଡ଼ୁକା କିତାନ୍; ଜଡ଼ାୟ୍କିନିତ ରିଣ୍ଡାଂ ଅଲ୍ଗା ପାର୍ଦା ଡରିତ ହେଲାକେ କିତାନ୍ । 12 ହେୱାର୍ ପର୍ତୁମ୍ ପାର୍ଦା ଦାଡ଼ିତ ପଚାସ୍ ଡ଼ୁକାଂ ଆରି ଜଡ଼ାୟ୍କିତି ରିଣ୍ଡାଙ୍ଗ୍ ପାର୍ଦା ଦାଡ଼ିତ ପଚାସ୍ ଡ଼ୁକାଂ କିତାନ୍; ହେ ଡ଼ୁକାଂ ସବୁ ହାରି ମେହାଜ଼ି ମାଚିକ୍ । 13 ଆରେ ହେୱାର୍ ପଚାସ୍ ହନା ଆକଡ଼ାତ ପାର୍ଦାସବୁ ହାରି ଜଡ଼ାୟ୍କିତାନ୍; ପାଚେ ହାନିୱାନି ତମ୍ ରଞ୍ଜାଙ୍ଗ୍ ନେ ଆତାତ୍ ।
14 ଇଦାଂ ପାଚେ ହେୱାନ୍ ବାହାନି ପ୍ଡାକ୍ୟାନି ତୁମ୍ କାଜିଙ୍ଗ୍ ବାଚି ବୁରାଙ୍ଗ୍ନି ଏଗାର୍ ପାର୍ଦା ରଚ୍ଚାନ୍ । 15 ସବୁ ପାର୍ଦା ଲାମା ତିରିସ୍ ଆତ୍ ଆରି ଅହାର୍ ଚାରି ଆତ୍, ହେ ଏଗାର୍ ପାର୍ଦା ସମାନ୍ ମାଚାତ୍ । 16 ଆରେ, ହେୱାନ୍ ପାଞ୍ଚ୍ ପାର୍ଦା ରିଣ୍ଡାଂ ଜଡ଼ାୟ୍ କିଜ଼ି ଅଲ୍ଗାତସ ଇଡ଼୍ତାର୍ ଆରି ବିନ୍ ଚଅ ପାର୍ଦା ଜଡ଼ାୟ୍କିଜ଼ି ଆଲ୍ଗା ଇଡ଼୍ତାର୍ । 17 ଜଡ଼ାୟ୍କିତି ବାହାତ ପର୍ତୁମ୍ ବିନ୍ ପାର୍ଦା ଦାଡିତ ପଚାସ୍ ଡ଼ୁକାଂ କିତାର୍ ଆରି ରିଣ୍ଡାଂ ପାର୍ଦା ଜଡ଼ାୟ୍କିତି ଦାଡ଼ିତ ପଚାସ୍ ଡ଼ୁକାଂ କିତାର୍ । 18 ଆରେ ହେୱାନ୍ ଜଡ଼ାୟ୍ କିଜ଼ି ର ତୁମ୍ କିନିକାଜିଂ ପିତାଡ଼୍ତାଂ ପଚାସ୍ ଆକଡ଼ାଙ୍ଗ୍ କିତାର୍ । 19 ଆରେ, ହେୱାନ୍ ନେତେର୍ଆତି ମେଣ୍ଡା ତଲ୍ଦ ତୁମ୍ନି ର ଚାଉଣି ଆରି ତା ଜପି କୱାଣ୍ ତଲ୍ନି ର ଚାଉଣି ରଚ୍ଚାର୍ ।
20 ଇଦାଂ ପାଚେ ହେ ବାହା ରଚ୍ଚି ସିଟିମ୍ ମାର୍ତାଂ ନିଲ୍ତି ପାଟା ରଚ୍ଚାର୍ । 21 ର ର ପାଟା ଦସ୍ ଆତ୍ ଲାମା ଆରି ର ଆତ୍ ଆଦା ଅହାର୍ ମାଚାତ୍ । 22 ସବୁ ପାଟାଂ ହାରି ଲାକେ ରି ରି ସମାନ୍ ଦୁୱେର୍କୁଟ୍ଲା ମାଚିକ୍; ଇଲାକେ ହେୱାନ୍ ବାହାନି ସବୁ ପାଟାଂ କାଜିଂ ରଚ୍ଚାର୍ । 23 ଆରେ ହେ ଇଲ୍ନି ଦିଗ୍ ବାଗାଂନି ଦିଗିନି କଚଣ୍ କାଜିଂ କଡ଼େଗଟା ପାଟାଂ ରଚ୍ଚାର୍ । 24 ଆରେ, ହେୱାନ୍ ହେ କଡ଼େଗଟା ପାଟାଂ ତାରେନ୍ ରିକଡ଼ି ରୁପାନି ଦୁୱେର୍କୁଟ୍ଲା କିତାନ୍; ର ପାଟା ତାରେନ୍ ହେବେନି ରି ଦୁୱେର୍କଟ୍ଲା କାଜିଂ ରି ଦୁୱେର୍କୁଟ୍ଲା ଆରି ବିନ୍ବିନ୍ ପାଟା ତାରେନ୍ ହେୱାର୍ତି ରି ରି ଏଟ୍କିକୁଟ୍ଲା କାଜିଂ ଦୁୱେର୍କୁଟ୍ଲା କିତାନ୍ । 25 ଆରେ, ଇଲ୍ନି ବିନ୍ ବାଗାଂ କାଜିଂ ଉତର୍ ଦିଗ୍ତ କଡ଼େଗଟା ପାଟାଂ କିତାର୍ । 26 ର ପାଟା ତାରେନ୍ ରି ଦୁୱେର୍କୁଟ୍ଲା ଆରି ବିନ୍ ପାଟା ତାରେନ୍ ରି ରି ଦୁୱେର୍କୁଟ୍ଲା, ଏଲେଙ୍ଗ୍ ରୁପାନି ରିକଡ଼ି ଦୁୱେର୍କୁଟ୍ଲା କିତାନ୍ । 27 ହେ ଇଲ୍ନି ଡେବାବାଗାଂନି ଦିଗ୍ନିପ ପାଚ୍ କଚଣ୍ ନିପ ଚଅ ଗଟା ପାଟାଙ୍ଗ୍ କିତାନ୍ । 28 ଆରେ, ହାନିୱାନି ତମ୍ ହେ ପାଚ୍ ବାଗାଂନି ରି କନାଂ କାଜିଂ ରିଣ୍ଡାଂ ପାଟାଙ୍ଗ୍ କିତାର୍ । 29 ଆରେ, ତା ତାରେନ୍ ଜଡ଼ାଜ଼ି ମାଚାତ୍ ଆରି ହେ ଲାକେ ହେବେନି କାପ୍ଡ଼ାତ ପର୍ତୁମ୍ ବାଡ଼ା କଚ୍ଣ୍ତ ଜଡ଼ାଜ଼ି ମାଚାତ୍; ଇ ବାନି ହେୱାନ୍ ରି କନାନି ପାଟାଂ ଜଡ଼ାୟ୍ କିତାର୍ । 30 ପାଚେ ଆଟ୍ଗଟା ପାଟାଂ, ଆରେ, ର ର ପାଟା ତାରେନ୍ ରି ରି ଦୁୱାର୍କୁଟ୍ଲା, ଏଲେଙ୍ଗ୍ ସଉଲ ରୁପା ଦୁୱାର୍କୁଟ୍ଲା କିତାନ୍ ।
31 ଆରେ ହେୱାର୍ ୱାଡ଼ି ୱେଜ଼୍ଗୁତାଂ ଆର୍ଗାଡ଼ା ରଚ୍ଚି ଇଲ୍ନି ର ପାଚ୍ ବାଗାଂ ପାଟାଂତାଂ ପାଞ୍ଚ୍ଗଟା ଆର୍ଗାଡ଼ାଂ, 32 ଆରି ବିନ୍ ବାଗାଂ ପାଟାଂତାଂ ପାଞ୍ଚ୍ଗଟା ଆର୍ଗାଡ଼ାଂ, ଆରେ, ତୁମ୍ ବାହାନି ଡେବାବାଗ୍ନି ଦିଗ୍ତ ପାଚ୍ବାଗାଂ ପାଟାଂତାଂ ପାଞ୍ଚ୍ ଆର୍ଗାଡ଼ା ହିତାର୍ । 33 ଆରେ, ମାଦିନି ଆର୍ଗାଡ଼ା, ପାଟାନି ମାଦିମାଦା ଇ ମୁଣ୍ଡ୍ତାଂ ହେମୁଣ୍ଡ୍ ପାତେକ୍ ଏକାତାତ୍ । 34 ଆରେ, ହେୱାନ୍ ହେସବୁ ପାଟାଂ ହନାତାଂ ଚାପାୟ୍କିତାନ୍ ଆରି ଆର୍ଗାଡ଼ାନି ଡ଼ିଞ୍ଜ୍ନି କାଜିଂ ହନା ବାଡ଼ା କିତାନ୍, ଆର୍ଗାଡ଼ା ସବୁ ହନାତାଂ ଚାପାୟ୍କିତାର୍ ।
35 ଇଦାଂପାଚେ ହେୱାନ୍ ନିଲ୍ୟା, କଦା, ହେନ୍ଦର୍ ବାନି, ନଟି ଡ଼ିଞ୍ଜ୍ନାକା କୱାଣ୍ନୁଲ୍ ରଚ୍ଚି ଆରି କିରୁବବାନିତ ବାନାତ ର କେନ୍ଚି ହେନ୍ଦ୍ରା ରଚ୍ଚାର୍ । 36 ଆରେ, ହେୱାନ୍ ତା କାଜିଂ ୱାଡ଼ି ୱେଜ଼୍ଗୁ ଚାରି ମୁଣ୍ଡା କିଜ଼ି ହନାତାଂ ଚାପାୟ୍କିତାନ୍ ଆରି ହେ ସବୁନି ଆକଡ଼ା ହନାତାଂ କିତାନ୍ ଆରି ହେଦାଂ କାଜିଂ ରୁପାନି ଚାରିଗଟା ଦୁୱେର୍କୁଟ୍ଲା ଇଡ଼୍ତାର୍ । 37 ଆରେ, ହେ ତୁମ୍ ଦୁୱେର୍ କାଜିଂ ନିଲ୍ୟା, କଦା, ହେନ୍ଦର୍ ବାନି ଆରି ନଟି ଡ଼ିଞ୍ଜ୍ନି କୱାଣ୍ ନୁଲ୍ ରଚ୍ଚି ବାରବିନି ବାନାଂ ର ପ୍ଡାକ୍ନି ହେନ୍ଦ୍ରା ରଚ୍ଚାର୍ । 38 ତାପାଚେ ପାଞ୍ଚ୍ଗଟା ମୁଣ୍ଡାଂ ଆରି ହେ ସବୁନି ଆକଡ଼ାଂ କିତାର୍; ଆରେ, ହେ ସବୁନି ମୁଣ୍ଡାଂ ଆରି ଗାଚ୍ନାକା ହନା ତିଗା ଚାପାୟ୍କିତାନ୍, ମତର୍ ହେୱାର୍ତି ପାଞ୍ଚ୍ ଦୁୱେର୍କୁଟ୍ଲା ପିତାଡ଼ିଂ ମାଚିକ୍ ।