1 ଇଦାଂପାଚେ ମସା ଆରେ ହାରଣ୍ ହଣ୍ଜି ପାରଙ୍ଗ୍ ଇଚାର୍, "ଇସ୍ରାଏଲ୍ନି ନିତ୍ରେମାପ୍ରୁ ପର୍ମେସ୍ୱର୍ ଇଞ୍ଜ୍ନାନ୍, ବାଟାତ ମା ଉଦେସ୍ତ ପାର୍ବୁ ମାନାଦେଂ ମା ମାନାୟାରିଂ ହାଞ୍ଜେଙ୍ଗ୍ ହିଦା ।"
2 ଲାଗ୍ ପାର ଇଚାନ୍, ନିତ୍ରେମାପ୍ରୁ ଇନେର୍, "ଜେ ଆପେଙ୍ଗ୍ ତା କାତା ମାନି କିଜ଼ି ଇସ୍ରାଏଲ୍ ତାକେ ହାଞ୍ଜେଙ୍ଗ୍ ହିଦ୍ନାପ୍ ? ଆପ୍ ନିତ୍ରେମାପ୍ରୁ ଚିନ୍ କିୱାତାପ୍ନା ଆରି ଇସ୍ରାଏଲ୍ତ ହାଞ୍ଜେଙ୍ଗ୍ ହିଦୁପ୍ ।" 3 ହେୱାର୍ ଇଚାର୍ "ଏବ୍ରିୟର୍ତି ପର୍ମେସ୍ୱର୍ ମାଙ୍ଗେଙ୍ଗ୍ ଦର୍ସନ୍ ହିତ୍ତାନ୍ନା; ଲାଗ୍ ଆପେଙ୍ଗ୍ ଗୱାରି କିଦ୍ନାପା, ନିତ୍ରେମାପ୍ରୁ ପର୍ମେସ୍ୱର୍ ଉଦେସ୍ତାଂ ପୁଜା କିନି କାଜିଂ ମାଙ୍ଗେଙ୍ଗ୍ ବାଟାତ ତିନ୍ ଦିନ୍ନି ହାଜ଼ି ହାଞ୍ଜେଙ୍ଗ୍ ହିଦା; ଆୱିତିସ୍ ହେୱାନ୍ ମାଙ୍ଗେଙ୍ଗ୍ ମାର୍ଡିତ କି କାଣ୍ଡା ହୁଦାଂ ମାଡିବହା ଆଦ୍ନାନ୍ ।" 4 ଲାଗିଙ୍ଗ୍ ମିସର୍ନି ରାଜା ହେୱାରିଂ ଇଚାନ୍, "ଏ ମସା ଆରେ ହାରଣ, ଏପେଙ୍ଗ୍ ମାନାୟାରିଂ ଇନାକିଦେଂ କାମାୟ୍ତାଂ ମୁନା କିନାଦେରା ? ଏପେଙ୍ଗ୍ ଜାର୍ ଜାର୍ ବଜ୍ ପିଣ୍ଦେଂ କାମାୟ୍ତ ହାଲାଟ୍ ।" 5 ପାର ଆରେ ଇଚାନ୍, "ହୁଡ଼ାଟ୍, ନଙ୍ଗୟ୍ ଇ ଦେସ୍ତ ଇ ମାନାୟ୍ ବେସି, ଆରେ, ଏପେଙ୍ଗ୍ ହେୱାରିଂ ବଜ୍ ପିଣ୍ଦେଂ ମୁନା କିନାଦେରା ।" 6 ଲାଗ୍ ପାର ହେ ଦିନ୍ତ ମାନାୟାର୍ କାମାୟ୍ ସାସନ୍କାର୍ୟା ଆରେ ମୁଣିକାରିଂ ଇ ବଲ୍ ହିତାନ୍, 7 "ଏପେଙ୍ଗ୍ ଇଟା ରହ୍ନି କାଜିଂ ଆଗେଲାକେ ଇ ମାନାୟାରିଂ ପିରି ହିମାଟ୍; ହେୱାର୍ ହାଲ୍ଜି ଜାର୍ କାଜିଂ ପିରି ଡେକେର୍ 8 ଆରେ, ଆଗେତାଂ ହେୱାର୍ ତାକେ ଏଚେକ୍ ଇଟା ରଚ୍ଚେଙ୍ଗ୍ ବଜ୍ ମାଚାତ୍, ନଙ୍ଗୟ୍ ହେ ବଜ୍ ହିଦାଟ୍; ହେବେତାଂ ଅଲପ୍ ମତର୍ ଉଣା କିଦ୍ମାଟ୍; ଇନାକିଦେଂକି ହେୱାର୍ ଆଡ଼୍ସିୟା ମାନାୟାର୍; ଲାଗ୍ ମାଙ୍ଗେଙ୍ଗ୍ ପର୍ମେସ୍ୱର୍ ଉଦେସ୍ତାଂ ପୁଜା କିନି କାଜିଂ ହାଞ୍ଜେଙ୍ଗ୍ ହିଦା ଇଞ୍ଜି କୁକ୍ତାନାରା; 9 ଇଦାଂକାଜିଙ୍ଗ୍ ଇୱାର୍ କାମାୟ୍ ବଜ୍ତ ୱାସ୍ସି ହେବେ ତାନ୍ଦ୍ରା ମାନେର୍; ମିଚ୍ କାତାତ ହାଲ୍ମେର୍ ।" 10 ହେଦାଂ କାଜିଙ୍ଗ୍ ମାନାୟାର୍ କାମାୟ୍ ସାସନ୍କାର୍ୟା ଆରେ ମୁଣିକାର୍ ହାକ୍ଡ଼ିତ ହାଲ୍ଜି ହେୱାରିଙ୍ଗ୍ ଇଚାନ୍, "ପାର ଇ ବେରଣ୍ ଇନାନ୍ ଆପେଙ୍ଗ୍ ମିଙ୍ଗେଙ୍ଗ୍ ଆରେ ପିରି ହିଦୁପ୍ । 11 ହାଲାଟ୍, ଇମେତାକେ ପିରି ଗାଟା ଆନାଦେର୍ ହେବେ ଜାର୍ ଜାର୍ କାଜିଂ ହେଦାଂ ରୁଣ୍ଡାଇ କିୟାଟ୍; ମାତର୍ ମି କାମାୟ୍ ଇଚୁକ୍ ଉଣା ଆଉତ୍ ।" 12 ତାପାଚେ ମାନାୟାର୍ ପିରି ବାଦୁଲ୍ ଦଲ୍ନାଡାଂ ରୁଣ୍ଡାୟ୍ କିଦେଙ୍ଗ୍ ୱିଜ଼ାର୍ ମିସର୍ ଦେସ୍ତ ଜେଡ଼େକେତେ ଆତାର୍ । 13 ଆତିସ୍ପା କାମାୟ୍ ସାସନ୍କିନାକାର୍ ତାନ୍ଦ୍ରା କିଜ଼ି ଇଚାର୍, "ପିରି ପାୟାନି ୱାଡ଼ାଂ ଇନେସ୍ ଏପେଙ୍ଗ୍ କାମାୟ୍ କିଜ଼ି ମାଚାଦେର୍, ହେଲାକେ ନଙ୍ଗ୍ ପା ଟିକ୍ ଦିନ୍କେନି କାମାୟ୍ ନିତ୍ରେ ପୁରା କିୟାଟ୍ ।" 14 ପାରତି କାମାୟ୍ ସାସନ୍କିନାକାର୍ ଇସ୍ରାଏଲ୍ ଲାତ୍ରାନି ଇମ୍ଣି କାମାୟ୍ ମୁଣିକାରିଂ ଇଡ଼୍ଜ଼ି ମାଚାର୍; ହେୱାରିଂ ମାଟ୍ କିଜ଼ି ଇଚାର୍, "ଏପେଙ୍ଗ୍ ଆଗେ ଲାକେ ଇଟା ରଚ୍ନି ସମାନ୍ୱେଡ଼ାଂ କାମାୟ୍ ଇନାକିଦେଂ ନେଜେୱିଗା ପୁରା କିଉଦେରା ?"
15 ତାପାଚେ ଇସ୍ରାଏଲ୍ ଲାତ୍ରା କାମାୟ୍ ମୁଣିକାରିଂ ୱାଜ଼ି ପାର ଲାଗାଂ ଆଡ଼୍ବିସ୍ ଇଚାର୍, "ଏନେଙ୍ଗ୍ ଇନେକିଦେଂ ଜାର୍ ଆଡ଼ିୟାର୍ ଲାହାଂ ଏଲେଙ୍ଗ୍ ବେବାର୍ କିନାଦେରା ? 16 ନି ଆଡ଼ିୟାରିଂ ପିରି ହିୟା ଆଉତ୍, ଆତିସ୍ପା ହେୱାର୍ ଇନାର୍, ଇଟା ରଚାଟ୍; ଆରେ ହୁଡ଼ାଟ୍, ନି ଆଡ଼ିୟାର୍ ମାଟ୍ କିୟାନାର୍, ମତର୍ ଦସ୍ ମି ନିଜ୍ ଲକୁତି ।" 17 ପାଚେ ହେୱାନ୍ ଇଚାନ୍, "ଏପେଙ୍ଗ୍ ବେସି ନିସ୍ତାୟ୍କାଦେର୍, ଇଦାଂ କାଜିଂ ଇଞ୍ଜ୍ନାପା, ନିତ୍ରେମାପ୍ରୁତି ଉଦେସ୍ତ ପୁଜା କିଦେଂ ମାଙ୍ଗେଙ୍ଗ୍ ହାଞ୍ଜେଙ୍ଗ୍ ହିଦାଟ୍ । 18 ନଙ୍ଗ୍ ହାଲାଟ୍, ହେବା କିୟାଟ୍, ମିଙ୍ଗେଙ୍ଗ୍ ପିରି ହିଦୁପ୍, ଆତିସ୍ପା ମିଙ୍ଗେଙ୍ଗ୍ ଇଟାନି ପୁରା ଏଚେଗଟା ଆନିକା ଲମର୍ ହିଦ୍ନାକା ମାନାତ୍ । 19 ତା ପାଚେ ମିଦାଂ ନିତ୍ରେ ଇଟାତାଂ ଅଲପ୍ ଉଣା ଆଉତ୍; ଇ କାତାତ ଇସ୍ରାଏଲ୍ ଲାତ୍ରାନି କାମାୟ୍ ପାର ହୁଡ଼୍ତାନ୍ ଜେ, ହେୱାର୍ତି କସ୍ଟନି ଦିନ୍ ଏକାତାତ୍ ।"
20 ଇଦାଂପାଚେ ହେୱାର୍ ପାର ଲାଗାଂତାଂ ବାଉଡ଼ାନି ସମୁତ ହେୱାର୍ ମସା ଆରି ହାରଣଂ ବେଟା ଆତାର୍, ଇନେସ୍ ହେୱାର୍ ହେୱାରିଂ କାସି ମାଚାର୍; 21 ଲାଗିଂ ହେୱାର୍ ଇଚାର୍, "ନିତ୍ରେମାପ୍ରୁ ମିଙ୍ଗେଙ୍ଗ୍ ହୁଡ଼୍ଜି ବିଚାର୍ କିଦ୍ନାନ୍; ଇନେସ୍କି ଏପେଙ୍ଗ୍ ପାର ଆରି ତା ଆଡ଼ିୟାର୍ ବେଟାତିତ ମାଙ୍ଗେଙ୍ଗ୍ ଗିଣ୍ କିଜ଼ି ମାଙ୍ଗେଙ୍ଗ୍ ଟୁଣ୍ତିନି କାଜିଂ ହେୱାର୍ତି କେଇଦ କାଣ୍ଡା ହିତାଦେର୍ ।"
22 ଇଦାଂପାଚେ ମସା ନିତ୍ରେମାପ୍ରୁ ଲାଗାଂ ବାଉଡ଼ାଜ଼ି ଇଚାନ୍, "ଏ ମାପ୍ରୁ, ଏନେଙ୍ଗ୍ ଇନେକିଦେଂ ଇ ମାନାୟାରିଂ ବାନ୍ୟା କିନାୟା ? ଏନେଙ୍ଗ୍ ଇନେକିଦେଂ ନାଙ୍ଗ୍ ପକ୍ତାତାୟ୍ ? 23 ଇନେକିଦେଂକି ଇମ୍ଣି ଦିନ୍ତ ଆନ୍ ମି ତର୍ଦ କାତା ଇନି କାଜିଂ ପାର ଲାଗାଂ ୱାତାଙ୍ଗ୍, ହେ ନାଞ୍ଜିଙ୍ଗ୍ ହେୱାନ୍ ଇ ମାନାୟାର୍ତି ବାନ୍ୟା କିତାନ୍ନା, ଆରେ, ଏନେଙ୍ଗ୍ ଜାର୍ ଲକୁରିଂ ଅଲପ୍ ମତର୍ ମୁକ୍ଡ଼ାୟ୍ କିୱାତାଇନା ।"