1 ଇଦାଂ ପଚେ ନିତ୍ରେମାପ୍ରୁ ମସାଂ ଇଚାନ୍, "ଆପ୍ ଅବ୍ରାହାମ୍ ଆରି ଇସ୍ହାକ୍ ଆରି ଜାକୁବ ଲାଗେ ପାର୍ମାଣ୍ କିଜ଼ି ଇମ୍ଣି ଦେସ୍ ବିସ୍ରେ ୱେଚ୍ଚି ମାଚାପ୍, ମି ବଁସ୍ତିଂ ଇ ଦେସ୍ ହିନାସ୍, ହେ ଦେସ୍ତିଂ ହାନି କାଜିଂ ଏପ୍ ଆରି ମିସର୍ତାଂ ୱାତି ମାନାୟାର୍ ଇ ବାହାତାଂ ହାଲାଟ୍; 2 ଆପ୍ ମି ଆଗେ ଆଗେ ର ଦୁତ୍ତିଂ ପକ୍ତାନାପ୍; ଆରେ, ଆପ୍ କିଣାନିୟ, ଇମରିୟ, ହିତିୟ, ପରିଜିୟ, ହିବିୟ ଆରି ଜିବୁସିୟ ମାନାୟ୍ତିଂ ପେଜ଼୍ନାସ୍ । 3 ଇଦାଂକାଜିଂ ହେ ପାଲ୍ପୁକିହନି ଦେସ୍ତ ହାଲାଟ୍; ମତର୍ ଆନ୍ ମି ମାଦ୍ଣାକାଂ ଆଜ଼ି ହାଲୁଙ୍ଗ୍; ହାଚିସ୍ ଆନ୍ ହାଜ଼ି ବିତ୍ରେ ମିଂ ଅସ୍ତାନାଂ, ଇନେକିଦେଂକି ଏପ୍ ଜିଦ୍ ମାନାୟ୍କାଦେର୍ ।"
4 ମାନାୟାର୍ ଇ ମାଡ଼ୁତ୍ କାବୁର୍ ୱେନ୍ଜି ଆଡ଼୍ବାତାର୍; ଇମ୍ଣାକାର୍ ଜାର୍ ଗାଗାଡ଼୍ତ ପ୍ଡାକ୍ୟାଜ଼ି ଉସ୍ପାୱାତାର୍ । 5 ଇନେକିଦେଂକି ନିତ୍ରେମାପ୍ରୁ ମସାଂ ଇନ୍ଞ୍ଜି ମାଚାନ୍, "ଏପ୍ ଇସ୍ରାଏଲ୍ ମାଜ଼ିରିଂ ଇ କାତା ଇନାଟ୍, ଏପେଙ୍ଗ୍ ଜିଦ୍ ଲକୁ; ଜଦି ଆନ୍ ର ମିଟ୍କିତାଂ ମି ବିତ୍ରେ ହାନାଂ, ତେବେ ମିଂ ଅସ୍ତୁଙ୍ଗ୍; ଏପ୍ ନଂ ଜାର୍ ଗାଗାଡ଼୍ତିଂ ପ୍ଡାକ୍ୟାତାକା ଦେହା କିୟାଟ୍, ହେବେଣ୍ଡାଂ ମି କାଜିଂ ଇନା କାମାୟ୍ ହେଦାଂ ପୁନାଂ ।" 6 ଇବେ ଇସ୍ରାଏଲ୍ ହିମ୍ଣାଂ ହରେବ୍ ମାଡ଼ି ଲାଗାଂତାଂ ହାଞ୍ଜେଙ୍ଗ୍ ହାଲୁ ହାଲୁ ଜାର୍ ଜାର୍ ୱିଜ଼ୁ ପ୍ଡାକ୍ୟାତାକା ଦେହା କିତାର୍ ।
7 ଇସମୁତ ଏଲେଂ ମାଚାତ୍ ଜେ, ମସା ଜାର୍ ତୁମ୍ ଅଜ଼ି ଚାଉଣିନି ବାର୍ତ ଆରି କେପ୍ତାଂ ଦେହା ରଚ୍ଚାନ୍ ଆରି ତା ତର୍ ମେହାନି ତୁମ୍ ହିତାନ୍ । ନିତ୍ରେମାପ୍ରୁତିଂ ଡେକ୍ନାକାର୍ ଜାଣ୍କେ ମାନାୟ୍ ଚାଉଣି ବାର୍ତି ବାହା ହେ ମେହାଣ୍ନି ତୁମ୍ ଲାଗାୟ୍ ହାନାର୍ । 8 ଆରେ, ଏଲେଂ ଗିଟାତାତ୍ ଜେ, ମସା ହସି ହେ ତୁମ୍ ଲାଗାୟ୍ ହାନି ୱେଡ଼ାଲିଂ ୱିଜ଼ାର୍ ଲକୁ ନିଂଜି ଜାର୍ ଜାର୍ ତୁମ୍ ଦୁୱେର୍ତ ନିଲ୍ତାର୍, ଆରେ ଏଚେପାତେକ୍ ମସା ହେ ତୁମ୍ତ ହଣ୍ୱାତାନ୍, ହେପାତେକ୍ ହେୱାର୍ ହେୱାନିଂ ପାଚେ ହୁଡ଼୍ଜି ମାଚାର୍ । 9 ଇଦାଂପାଚେ ମସା ତୁମ୍ତ ହଟିଲେ, ବାଦାଡ଼୍ ଗୁଗ୍ଟା ଜୁଜ଼ି ତୁମ୍ ଦୁୱେର୍ତ ନିଲ୍ତାତ୍; ହେବେ ନିତ୍ରେମାପ୍ରୁ ମସା ଲାହାଂ କାତାବାର୍ତା କିତାନ୍ । 10 ତୁମ୍ ଦୁୱେର୍ତ ନିଲ୍ଚି ବାଦାଡ଼୍ ହୁଡ଼୍ତାର୍, ୱିଜ଼ାକାର୍ ମାନାୟାର୍ ନିଙ୍ଗ୍ଜି ଜାର୍ ଜାର୍ ତୁମ୍ ଦୁୱେର୍ତ ପାର୍ମାଣ୍ କିତାର୍ । 11 ମାନାୟାର୍ ଇନେସ୍ ସାଙ୍ଗ ହୁଦାଂ ପମ୍ନାନ୍, ହେ ଲାକେ ନିତ୍ରେମାପ୍ରୁ ହୁଡ଼ୁକାଆଜ଼ି ମସା ହୁଦାଂ ବେରଣ୍ କିନାର୍; ଇଦାଂ ପାଚେ ମସା ଚାଉଣି ତାକେ ମାସ୍ଦି ୱାତାନ୍, ମାତର୍ ନୁନନ୍ ମାଜ଼ି ଜିହସୁୟ ତର୍ଦାକାନ୍ ତା ବେଣ୍ଡିୟା ଲଗୁ ତୁମ୍ ତାକେ ହଣ୍ୱାତାନ୍ ।
12 ଇଦାଂ ପାଚେ ମସା ନିତ୍ରେମାପ୍ରୁଙ୍ଗ୍ ଇଚାନ୍, "ହୁଡ଼ା, ଏନେଙ୍ଗ୍ ଇ ମାନାୟାରିଂ ଅସି ହାଞ୍ଜେଙ୍ଗ୍ ନାଙ୍ଗ୍ ଇଞ୍ଚାୟ୍ନା; ମାତର୍ ଏନେଙ୍ଗ୍ ନା ହୁଦାଂ ଇନେରିଂ ପକ୍ତାନାୟ୍, ଇଦାଂ ଏନେଂ ନାଙ୍ଗେଙ୍ଗ୍ ୱେଚ୍ଚାୱାତାୟ୍ନା । ଆତିସ୍ପା ଏନେଙ୍ଗ୍ ଇନ୍ଚାୟ୍ନା, ନା ତର୍ ହୁଦାଂ ନିଙ୍ଗେଙ୍ଗ୍ ପୁଞ୍ଜ୍ନାପ୍ ଆରି ଏପ୍ ମା କାଣ୍କୁତ ଉପ୍କାର୍ ବାହା ଆତାୟ୍ନା । 13 ହାର୍ଦାକା, ଆନ୍ ଜଦି ମି ହୁଡ଼ୁନିତାକେ ଇଟ୍ୟାନି ବାହା ଆତାଂନା, ଲାଗିଂ ଇଞ୍ଜିନାଙ୍ଗା, ଆନ୍ ମି କାଣ୍କୁତାଂ ଉପ୍କାର୍ ପାୟାନି କାଜିଂ ଇନେସ୍ ନିଙ୍ଗେଙ୍ଗ୍ ପୁଞ୍ଜ୍ନାଙ୍ଗ୍, ଇଦାଂକାଜିଂ ନଗୟ୍ ଏନେଙ୍ଗ୍ ନାଂ ମି ହାଜ଼ି ୱେଚ୍ଚାଟ୍; ଆରେ, ଇ କୁଟୁମ୍ ଜେ ମି ଲକୁ, ଇଦାଂ ବାବି କିୟାଟ୍ ।"
14 ହେଏଚେକାଡ଼୍ଦ ହେୱାନ୍ ଇଚାନ୍, "ନାଦାଂ ଏକାୱାତିସ୍ ନି ଲାହାଂ ହାନାକା ମାନାତ୍, ଆରେ, ଆପ୍ ମିଂ ଜମ୍ନାକା ହିଦ୍ନାପ୍ ।" 15 ହେବେଣ୍ଡାଂ ମସା ହେୱାନିଙ୍ଗ୍ ଇଚାନ୍, "ଜଦି ନିଦାଂ ଏକାୱାନାକା ମା ଲାହାଂ ହାଲ୍ୱିତିସ୍, ତେବେ ଇ ବାହାତାଂ ମାଂ ଅସି ହାଞ୍ଜ୍ମା ।" 16 ଇନେକିଦେଂକି ଆନ୍ ଆରି ମିୱାର୍ ଇ ମାନାୟାର୍ ଜେ ନି ନଞ୍ଜର୍ତ ଉପ୍କାର୍ ପାୟାତାପ୍ନା, ଇଦାଂ ନଂ ଇନେସ୍ ପୁନ୍ୟାନାତ୍ ? ଇନେସ୍ ଆନ୍ ଆରି ମି ମାନାୟାର୍ ପୁର୍ତିନି ୱିଜ଼ାର୍ ଲକୁତାଂ ଗାଜା ଲଗୁ ଆନାସ୍, ମା ଲାହାଂ ନି ହାନାକା ହୁକେ ଇନାକା ଇଦାଂ ଜାଣା ୱାଉତା ?
17 ଇଦାଂପାଚେ ନିତ୍ରେମାପ୍ରୁ ମସାଂ ଇଚାନ୍, "ଇଦାଂ ଇମ୍ଣି କାତା ଏନ୍ ଇଚାୟ୍ନା, ହେଦାଂ ନେ ଆପ୍ କିନାସ୍, ଇନେକିଦେଂକି ଏନ୍ ନା ନଞ୍ଜର୍ତ ଉପ୍କାର୍ ପାୟାତାୟ୍ନା, ଆରେ, ଆପ୍ ନିଂ ତର୍ ହୁଦାଂ ପୁଚାପ୍ନା ।"
18 ଆରେ, ହେୱାନ୍ ଇଚାନ୍, "ଗୱାରି କିଦ୍ନାଙ୍ଗା, ଏନ୍ ନାଙ୍ଗେଙ୍ଗ୍ ଜାର୍ ଜାଜ୍ମାଲ୍ ଚଚ୍ଚା ।"
19 ହେୱାନ୍ ଉତର୍ କିତାନ୍, "ଆପ୍ ନି ମୁମ୍ ହିଜ଼ି ଜାର୍ତି ୱିଜ଼ୁ ହାର୍ଦାକା ହାଲି କିୟ୍କିନାସ୍, ନି ମୁମ୍ଦ ନିତ୍ରେମାପ୍ରୁତି ତର୍ ସୁଣାୟ୍ କିନାପ୍; ଆପ୍ ଇନେରିଙ୍ଗ୍ ଉପ୍କାର୍ କିନାପ୍, ତାଂ ଉପ୍କାର୍ କିନାକା ଆରି ଇନେରିଂ ଦୟା କିନାପ୍, ତାଂ ଦୟା କିନାପ୍ ।" 20 ହେୱାନ୍ ଆରେ ଇଚାନ୍, "ଏନ୍ ମାଦାଂ ମୁମ୍ ହୁଡ଼୍ଦେଂ ଆଡୁୟ୍; ଇନେକିଦେଂକି ମାନାୟ୍ ନାଙ୍ଗେଙ୍ଗ୍ ହୁଡ଼୍ଜି ବାଚାଆଉନ୍ ।" 21 ନିତ୍ରେମାପ୍ରୁ ଇଚାନ୍, "ହୁଡ଼ା, ନା ଲାଗାଂ ର ବାହା ମାନାତ୍, ଏନ୍ ହେ କାଲ୍ ଜପି ନିଲ୍ନାୟ୍; 22 ହେବେ ମି ଲାଗେ ହିଜ଼ି ନା ଜାଜ୍ମାଲ୍ ହାନି ୱେଡ଼ାଲିଂ ଆନ୍ ନିଂ ମାଡ଼ିନି ହେ ପାରାତ ଇଡ୍ଦାନାଂ ଆରି ନା ହାନାକା ହାରିହାରା ପାତେକ୍ ଜାର୍ କେଇଦ ମିଂ ଡାବାୟ୍ କିଦ୍ନାଂ । 23 ଇଦାଂପାଚେ ଆନ୍ ଜାର୍ କେଇ ଉନ୍ଦି ଅତିସ୍ ଏପ୍ ନା ଗାଗାଡ଼୍ ହୁଡ଼୍ନାୟ୍, ମତର୍ ନା ମୁମ୍ ହୁଡ଼୍ଦୁଦେର୍ ।"