1 ଆରେ ଏପ୍ ଦୁପ୍ନି କତ୍ନି କାଜିଂ ୱାଡ଼ି ମାର୍ନି ର ଗାର୍ଣି ରଚ୍ନାଦେର୍ । 2 ହେଦାଂ ର ଆତ୍ ଡେଙ୍ଗା ଆରି ର ଆତ୍ ଅହାର୍ ଆରି ଚାର୍କନା ଆନାତ୍, ଆରେ, ରି ଆତ୍ ଉଚ୍ ଆନାତ୍; ହେବେନି କମଂ ସବୁ ହେବେନି ବାଗ୍ ଆନାତ୍ । 3 ହେବେନି ମୁଡ଼୍ ଆରି ଚାର୍ ବେଣ୍ତାକା ଆରି କମଂ ନିର୍ମଲ୍ ହନାତ ଚାପାୟ୍କିନାଦେର୍ ଆରି ହେବେନି ଚାର୍ବେଣ୍ତାଂ ହନାନି ଗାର୍ କିନାଦେର୍ । 4 ଆରେ, ହେବେନି ଗାର୍ ତାରେନ୍ ରିକଣ୍ଡାଙ୍ଗ୍ନି ରି କନା ଲାଗାୟ୍ ହନାନି ରି ରି ବାଡ଼ା କିନାଦେର୍; ଆରେ ହେଦାଂ ପିଣ୍ଡ୍ନାକାର୍ତି ଟେଙ୍ଗା ଆନାତ୍ । 5 ହେ କଣା ସିଟିମ୍ ମାର୍ତାଂ ରଚ୍ଚି ହନାତ ଚାପାୟ୍କିନାଦେର୍ । 6 ଆରେ, ଆପ୍ ଇମ୍ଣି ବାହାତ ମି ଲାହାଂ ବେଟ୍ ଆନାପ୍, ହେ ବାହାତ, ଇଚିସ୍, ସାକି ସିନ୍ଦୁକ୍ନି ଜପ୍ଣି ପାପ୍ହୁର୍ତି ମୁମ୍ଦ ସାକି ସିନ୍ଦୁକନି ଅଦାନି କେନ୍ଚି ହେନ୍ଦ୍ରାନି ଆଗେ ହେଦାଂ ଇଟ୍ନାଦେର୍ । 7 ହାରଣ ତା ଜପି ହାର୍ଗାନ୍ଦା ଦୁପ୍ନି କତାନାନ୍, ହେୱାନ୍ ନିତ୍ରେ ନାଡ଼ିହିଂ ବୈଟା ନିର୍ମଲ୍ କିନି ୱେଡ଼ାଲିଂ ହେ ଦୁପ୍ନି କତ୍ନାନ୍ । 8 ଆରେ, ମ୍ଡିକାହାରେସ୍ ହାରଣ ବୈଟା କାଚାୟ୍ କିନିହିଂ ଦୁପ୍ନି କତ୍ନାନ୍, ହେବେ ମି ଆକର୍ଇସାପ୍ରେ ନିତ୍ରେମାପ୍ରୁତି ମୁମ୍ଦ ନିତ୍ରେ ନିତ୍ରେ ଦୁପ୍ନି କତ୍ନାନ୍ । 9 ଏପେଙ୍ଗ୍ ତା ଜପି ବିନ୍ ଇମ୍ଣାକାପା ଦୁପ୍ନି କି କାଟ୍ପୁଜା କି ବିମ୍ ଆକାତ୍ ପୁଜା କିଉଦେର୍ ଆରି ତା ଜପି ଉଣି ଆକାତ୍ ୱାକୁଦେର୍ । 10 ଆରେ, ହାରଣ ବାର୍ହେକ୍ ବିତ୍ରେ ରଗ ହେବେନି କମ ଜପି ହେଲାୟ୍କିୟାନାକା; ହେୱାନ୍ ହେଲାୟ୍କିୟାନାକାକା ପାପ୍ପୁଜାନି ନେତେର୍ ହୁଦାଂ ମିଂ ଆକର୍ଇସାପ୍ରେ ବାର୍ହେକ୍ତିଂ ରଗ ତା ଜପି ପୁଜା କିନାଦେର୍ । ଇ ଗାର୍ଣି ନିତ୍ରେମାପ୍ରୁତି ଉଦେସ୍ତ ବେସିଗାଜା ପୁଇପୁୟା ଆନାତ୍ ।
11 ଆରେ ନିତ୍ରେମାପ୍ରୁ ମସାଂ ଇ କାତା ଇଚାନ୍, 12 "ଏଚେକାଡ଼୍ଦ ଏପେଙ୍ଗ୍ ଗାଣାକିତି ମାନାୟାର୍ ଲମର୍ ଇସାବ୍ରେ ଇସ୍ରାଏଲ୍ ମାଜ଼ିରିଂ ଗାଣା କିନାଦେର୍, ହେଏଚେକାଡ଼୍ଦ ହେୱାର୍ତି ଜାଣ୍କେ ଲକୁ ନିତ୍ରେମାପ୍ରୁତି ଲାଗେ ଜାର୍ ଜାର୍ ପାରାଣ୍ କାଜିଂ ଗାଣାକିନି ୱେଡ଼ାଲିଂ ପୁଜା କିନାଦେର୍, ହେବେ ହେୱାର୍ତି ବିତ୍ରେ ଗାଣାକିନି ୱେଡ଼ାଲିଂ ଇମ୍ଣାକାପା ମାର୍ଡି ଆଉତ୍ । 13 ଇନେର୍ ଗାଣାକିତି ମାନାୟାର୍ ବିତ୍ରେ ମେହାତାର୍ଣ୍ଣା, ହେୱାନ୍ ପୁଇପୁୟା ବାହାନି ସେକଲ୍ ଇସାବ୍ରେ ଆଦା ସେକଲ୍ ଆନାନ୍; କଡ଼େ ଗେରାତ ର ସେକଲ୍; ହେ ଆଦା ସେକଲ୍ ନିତ୍ରେମାପ୍ରୁତି ପାୟାତି ଇନାମ୍ ଆନାନ୍ । 14 କଡ଼େ ବାର୍ହୁ କିବା ହେବେତାଂ ଆଦିକ୍ ବାର୍ହୁନିକାର୍ ଇନେର୍କି ଗାଣାକିୟାତି ମାନାୟାର୍ ବିତ୍ରେ ମେହାତାକାର୍, ହେୱାନ୍ ନିତ୍ରେମାପ୍ରୁତି ଇ ଇନାମ୍ ଆନାନ୍ । 15 ଏପେଙ୍ଗ୍ ଜାର୍ ଜାର୍ ପାରାଣ୍ କାଜିଂ ପୁଜା କିନିକାଜିଂ ନିତ୍ରେମାପ୍ରୁତିଂ ହେ ଇନାମ୍ ହିନି ୱେଡ଼ାଲିଂ ମାଜାନିର୍ ଆଦା ସେକଲ୍ତାଂ ଆଦିକ୍ ହିଉର୍, ଆରେ, ଅର୍କିତ୍ ହେବେତାଂ ଉଣା ହିଉନ୍ । 16 ପାଚେ ଏପ୍ ଇସ୍ରାଏଲ୍ ହିମ୍ଣାଂତାଂ ହେ ହେଲାୟ୍କିତି ରୁପା ଡାବୁଙ୍ଗ୍ ଅଜ଼ି ମେହାଣ୍ ତୁମ୍ନି କାମାୟ୍ କାଜିଂ ତିର୍କିନଦେର୍; ହେଦାଂ ମି ପାରାଣ୍ନି ହେଲାୟ୍କିୟାତି କାଜିଂ ଇସ୍ରାଏଲ୍ ହିମ୍ଣାଂତି ଏତୁକିନି କାଜିଂ ନିତ୍ରେମାପ୍ରୁତି ମୁମ୍ଦ ମାନ୍ଗାନାତ୍ ।"
17 ଇଦାଂପାଚେ ନିତ୍ରେମାପ୍ରୁ ମସାଂ ଇଚାନ୍, 18 "ଏପ୍ ନୁଜ଼୍ଦେଂ ପିତାଡ଼୍ନି କୁଣ୍ଡି ଆରି ହେବେନି ପିତାଡ଼୍ ପିଙ୍ଗା ଜାଲ୍ଦି କିନାଦେର୍: ଆରେ, ମେହାଣ୍ନି ତୁମ୍ ଆରି ଗାର୍ଣି ମାଦ୍ଣିବାହାତ ଇଡ଼୍ଜି ତା ବିତ୍ରେ ଏସ୍ ନେଚ୍ନାଦେର୍ । 19 ଆରେ ହାରଣ ଆରି ତା ମେହିର୍ ହେବେ ଜାର୍ ଜାର୍ କେଇ ଆରି ପାନା ନୁଜ଼୍ନାର୍ । 20 ହେୱାର୍ ମେହାଣ୍ନି ତୁମ୍ତ ହଣି ୱେଡ଼ାଲିଂ ଇନେସ୍ ହାଉର୍, ଇଦାଂକାଜିଂ ଏସ୍ତ ଜାର୍ତିଂ ନୁଜ଼୍ନାର୍; କିବା ନିତ୍ରେମାପ୍ରୁତି ହେବା କାଜିଂ, ଇଚିସ୍, ନାଣିକିତି ଇନାମ୍ ଦୁପ୍ନିକତ୍ତି ନିୟାୟ୍ ହୁଜ଼୍ନି କାଜିଂ ଗାର୍ଣି ଲାଗେ ୱାନି ୱେଡ଼ାଲିଂ ଇନେସ୍ ହାଉର୍, 21 ଇଦାଂକାଜିଂ ହେୱାର୍ ଜାର୍ ଜାର୍ କେଇ ଆରି ପାନା ନୁଜ଼୍ନାର୍; ଇଦାଂ ହେୱାନ୍ତି ଆରି ହେଦାଂ ବଁସ୍ନି ପୁର୍ବେନିକାର୍ ପାଲି କିନି ୱିଜ଼୍ୱିକାଡ଼୍ନି ବିଦି ଆନାତ୍ ।"
22 ଆରେ ନିତ୍ରେମାପ୍ରୁ ମସାଂ ଇଚାନ୍, 23 "ଏପ୍ ଜାର୍ ଲାଗେ ଇସବୁ ବେସିହାର୍ ବାସ୍ନା ଜିନିସ୍, ଇଚିସ୍, ପୁଇପୁୟା ବାହାନି ସେକଲ୍ ଇସାବ୍ରେ ପାଞ୍ଚ୍ସ ସେକଲ୍ ନିର୍ମଲ୍ ଗାନ୍ଦାରାସ୍ ଆରି ହେବେନି ଆଦା, ଇଚିସ୍ ଦୁଇସ ପଚାସ୍ ସେକଲ୍ ହାର୍ଗାନ୍ଦା ଦାରୁଚିନି, ଦୁଇସ ପଚାସ୍ ସେକଲ୍ ହାର୍ଗାନ୍ଦା, 24 ପାଞ୍ଚ୍ସ ସେକଲ୍ ତେଜ୍ଆକି ଆରି ର ହିନ୍ ଜିତ୍ ଚିକାଣ୍ ରୁଣ୍ଡାୟ୍ କିନାଦେର୍ । 25 ଇସବୁ ହୁକେ ଏପେଙ୍ଗ୍ ଚିକାଣ୍କାସ୍ନାକା ପୁଇପୁୟା ଚିକାଣ୍, ଇଚିସ୍, ଗାନ୍ଦାବେପାରି ନିତିହିସାବ୍ରେ ଚିକାଣ୍ ରଚ୍ନାଦେର୍, ହେଦାଂ ଚିକାଣ୍କାସ୍ନାକା ପୁଇପୁୟା ଚିକାଣ୍ ଆନାତ୍ । 26 ହେଦାଂ ଏପ୍ ଅଜ଼ି ହାନିୱାନି ତୁମ୍ ଆରି ସାକି ସିନ୍ଦୁକ୍, 27 ଆରେ, ପାଟା, ହେବେନି ସବୁ ବାହାଂ, ବୈଟାମୁଣ୍ଡା ଆରି ହେବେନି ବେଦି ସବୁ ବାହାଂ, 28 ଆରେ ଦୁପ୍ନି ଗାର୍ଣି, ହେବେନି ବେଦି ସବୁ ବାହାଂ, ନୁଜ଼୍ନି ବାହା ଆରି ହେବେନି ଅରିୟା ଚିକାଣ୍କାସ୍ନାକା କିନାଦେର୍ । 29 ଆରେ, ସବୁ ଆଡ଼୍ମାଡ଼୍ଦିଂ ପୁଇପୁୟା କିନାଦେର୍, ହେବେ ହେଦାଂ ବେସିଗାଜା ପୁଇପୁୟା ଆନାତ୍, ଇନାକା ଅଲପ୍ ହେଦାଂ ଡୁତିସ୍, ହେ ସବୁ ପୁଇପୁୟା ଆନାତ୍ । 30 ଆରେ, ଏପ୍ ହାରଣତିଂ ଆରି ତା ମାଜ଼ିରିଙ୍ଗ୍ ମା ମାପ୍ରୁହେବାକିନି କାମାୟ୍ କିନି କାଜିଂ ୱାକ୍ଚି ପୁଇପୁୟା କିନାଦେର୍ । 31 ଆରେ ଇସ୍ରାଏଲ୍ ମାଜ଼ିରିଂ ଇନାଦେର୍, ମି ପୁର୍ବେନିକାର୍ ମା କାଜିଂ ହେଦାଂ ନେନ୍ଦ୍ନାକାନ୍ତି ପୁଇପୁୟା ଚିକାଣ୍ ଆନାତ୍ । 32 ମାନାୟ୍ ଗାଗାଡ଼୍ତ ହେଦାଂ ୱାକ୍ୟାଉତ୍; କିବା ଏପେଙ୍ଗ୍ ହେବେନି ମିହାତି ଜିନିସ୍ନି ଆନିହିସାବ୍ରେ ଆରେ ଇମ୍ଣାକାପା ଚିକାଣ୍ କିଉଦେର୍; ହେଦାଂ ପୁଇପୁୟା, ଆରେ ହେଦାଂ ମି କାଜିଂ ପୁଇପୁୟା ଆନାତ୍ । 33 ଇନେର୍କି ତା ଲାକେ ଅଲପ୍ ରଚ୍ନାର୍, କିବା ଇନେର୍ ପୁନ୍ୟିତି ଲଗାଂ ଗାଗାଡ଼୍ତ ହେବେନି ଅଲପ୍ କାଜ଼୍ନାର୍, ବିନ୍ ଲକୁତାଂ ଆଲ୍ଗାଆନାନ୍ ।"
34 ଇଦାଂପାଚେ ନିତ୍ରେମାପ୍ରୁ ମସାଂ ଇଚାନ୍, "ଏନ୍ ଜାର୍ ଲାଗେ ବାସ୍ନା ଜିନିସ୍, ଇଚିସ୍, ଗୁଗ୍ଗୁଲ୍, ନକି, କୁନ୍ଦୁରୁ ଆରି ନିର୍ମଲ୍ ଲବାନ୍, ଇ ସବୁ ହାର୍ଗାନ୍ଦା ଜିନିସ୍ ସମାନ୍ବାଗ୍ତ ରୁଣ୍ଡାୟ୍ କିୟାଟ୍ । 35 ଆରେ, ତାହୁଦାଂ ଗାନ୍ଦାବେପାରି କିନାକାତ ଜାଲ୍ଦି ଆରି କାର୍ୟା ର ନିର୍ମଲ୍ ପୁଇପୁୟା ହାର୍ଗାନ୍ଦା ଦୁପ୍ନି ରଚାଟ୍ । 36 ହେବେଣ୍ଡାଂ ଅଲପ୍ ଗୁଣ୍ଡାକିଜ଼ି ଇମ୍ଣି ମେହାଣ୍ନି ତୁମ୍ତ ଆପ୍ ମି ଲାହାଂ ବେଟା ଆନାପ୍, ତା ବିତ୍ରେ ସାକି ସିନ୍ଦୁକ ମୁମ୍ଦ ଇଟ୍ନାଦେର୍; ହେଦାଂ ମି କାଜିଂ ବେସିଗାଜା ପୁଇପୁୟା ଆନାତ୍ । 37 ଆରେ, ଏପ୍ ଇମ୍ଣି ହାର୍ଗାନ୍ଦା ଦୁପ୍ନି କିନାଦେର୍, ହେବେ ମେହାତି ଜିନିସ୍ନି ଆତିହମାନ୍ ଜାର୍ କାଜିଂ କିମାଟ୍, ହେଦାଂ ମି କାଜିଂ ନିତ୍ରେମାପ୍ରୁତି ଉଦେସ୍ତ ପୁଇପୁୟା ଆନାତ୍ । 38 ଇନେର୍ ଜାର୍ ମୁଞ୍ଜ୍ନିକାଜିଂ ତାଲାକେ ହାର୍ଗାନ୍ଦା ଦୁପ୍ନି ରଚ୍ନାନ୍, ହେୱାନ୍ ଜାର୍ ମାନାୟାର୍ ବିତ୍ରେତାଂ ବିନେ ଆନାନ୍ ।"