5 ତାପାଚେ ପାରତି ଗାଡ଼୍ହି ଏସ୍ ଇବେଦେଂ ନାଗୁଡ଼୍ତ ୱାତାତ୍, ହେଦେଲ୍ ଆଡ଼ିଏଣି ନାଗୁଡ଼୍ ଗୁଟିତ ବୁଲାଜ଼ି ମାଚିକ୍ । ଇବେ ହେଦେଲ୍ ବଡ଼ାଆନି ର ପେଡ଼ି ହୁଡ଼୍ଜି ହେଦାଂ ତାହିୱାଦେଂ ତା ହଲ୍ୟାଣିକାଂ ପକ୍ତାତ୍ । 6 ରାଜା ଗାଡ଼୍ହି ପେଡ଼ି ଜେସି ହେ କାଡ଼୍ଦେଂ ହୁଡ଼୍ତାତ୍; ଆରେ ହୁଡ଼ା, ହେବେ ହେ କାଡ଼୍ଦେ ଆଡ଼୍ବିସ୍ ମାଚାନ୍; ତାପାଚେ ହେଦେଲ୍ କାର୍ମା ଆଜ଼ି ଇଚାତ୍, "ଇୱାନ୍ ରୱାନ୍ ଏବ୍ରିୟ କାଡ଼୍ଦେ ।" 7 ହେଏଚେକାଡ଼୍ଦ ତା ତଣ୍ଦେହି ପାର ଗାଡ଼୍ହିଂ ଇଚାତ୍ । "ଆନ୍ ହାଲ୍ଜି ନି କାଜିଂ ଇ କାଡ଼୍ଦେଂ ଉଟିକିନି କାଜିଂ ଜେ ଏବ୍ରିୟ କଗ୍ଲେକ୍ ବିତ୍ରେ ରଞ୍ଜେଲ୍ କଗ୍ଲେଂ କୁକ୍ଚି ତାହିୱାନାଂ ?" 8 ହେବେ ପାର ଗାଡ଼୍ହି ଇଚାତ୍, "ହାଲା;" ଲାଗିଂ ଗାଡ଼୍ଚେ ହାଲ୍ଜି କାଡ଼୍ଦେ ତେହିଂ କୁକ୍ଚି ତାହିୱାତାତ୍ । 9 ଲାଗିଂ ପାର ଗାଡ଼୍ହି ତାଙ୍ଗେଙ୍ଗ୍ ଇଚାତ୍, "ଏନ୍ ଇ କାଡ଼୍ଦେଂ ଅଜ଼ି ନା କାଜିଂ ମାୟ୍ଉଟ୍ପା; ଆନ୍ ନିଂ ବୁତି ହିଦ୍ନାଂ;" ଲାଗ୍ ହେ କଗ୍ଲେ କାଡ଼୍ଦେଂ ଅଜ଼ି ପହା କିତାତ୍ ।